୫ ନଂ. ଜୋନ୍‌ରେ ତ୍ରିମୁଖୀ ଲଢ଼େଇ

କେନ୍ଦ୍ରାପଡ଼ା ଅଫିସ, ୫ା୨: କେନ୍ଦ୍ରାପଡ଼ା ଜିଲାରେ ଆସନ୍ତା ୨୨ ତାରିଖରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ହେବ। କେନ୍ଦ୍ରାପଡ଼ା ବ୍ଲକ ୫ ନଂ. ଜୋନ୍‌ ଜିଲା ପରିଷଦ ପଦବୀ ପାଇଁ ୩ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଅନ୍ନପୂର୍ଣ୍ଣା ମଲ୍ଲିକ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ଭାଜପାରୁ ପଦ୍ମିନୀ ମଲ୍ଲିକ ଓ ବିଜେଡିରୁ ଲିଲିତା ଦାସ ପ୍ରାର୍ଥୀ ହୋଇଛନ୍ତି। ଏହି ୩ ପ୍ରାର୍ଥୀ ନବାଗତା। ଲିଲିତା ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏଲଏଲବି କରିଛନ୍ତି। ସେହିପରି ପଦ୍ମିନୀ ବିଏ ପାସ କରିଥିବା ବେଳେ ଅନ୍ନପୂର୍ଣ୍ଣାଙ୍କ ଶିକ୍ଷାଗତ ଯୋଗ୍ୟତା ନବମ ପାସ। ଏହି ଆସନକୁ ଦଖଲ କରିବାକୁ ସବୁ ପ୍ରାର୍ଥୀ ତତ୍ପର ହୋଇ ଉଠିଛନ୍ତି। ଏହି ଜୋନରେ ଢୋଲ ପଞ୍ଚାୟତର ୧୪ ୱାର୍ଡରେ ୩୦୭୪ ଭୋଟର ଅଛନ୍ତି। ସେହିପରି ଧୁମାତରେ ୧୭ ୱାର୍ଡର ୪୫୯୩, ଘାଘରାରେ ୧୨ ୱାର୍ଡର ୩୨୨୫, ଇନ୍ଦୁପୁରରେ ୧୨ ୱାର୍ଡର ୪୧୧୧, କୋରୋରେ ୧୮ ୱାର୍ଡର ୫୧୬୩, କୁତରଙ୍ଗରେ ୧୧ ୱାର୍ଡର ୧୮୫୭, ନିକିରାଇରେ ୨୪ ୱାର୍ଡର ୬୮୧୨ ଓ ଚାରିଗଁା ପଞ୍ଚାୟତର ୧୨ ୱାର୍ଡରେ ୩୩୮୩ ଭୋଟର ମତଦାନ ପାଇଁ ଚିହ୍ନଟ ହୋଇଛନ୍ତି। ଏହି ତ୍ରିମୁଖୀ ଲଢ଼େଇରେ ସ୍ଥାନୀୟ ସମସ୍ୟା ସହିତ ରାଜନୈତିକ ସଙ୍ଗଠନ ଫଳାଫଳକୁ ପ୍ରଭାବିତ କରିବ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଇଛନ୍ତି।
ଏ ସମ୍ପର୍କରେ ରାଜନୈତିକ ବିଶ୍ଳେଷକ ଶିବାଶିଷ ମହାନ୍ତି, ପ୍ରଶାନ୍ତ କୁମାର ନାୟକ, ମୀର ଅବୁ ଓବେଦା ପ୍ରମୁଖ କହିଛନ୍ତି, ଜୋନ ଅଞ୍ଚଳର ଅର୍ଥନୀତି କୃଷି ପର୍ଯ୍ୟବସିତ। ସ୍ଥାନୀୟ ସମସ୍ୟା ମଧ୍ୟରେ କ୍ଷେତକୁ ଜଳ ପରିଚାଳନା ମୁଖ୍ୟ ହୋଇଥିବା ବେଳେ ଗ୍ରାମ୍ୟ ରାସ୍ତା ନିର୍ମାଣରେ ବହୁ ଅନିୟମିତତା ଅଛି। ଏହାବ୍ୟତୀତ ସ୍ଥାନୀୟ ଅଞ୍ଚଳର ଐତିହ୍ୟ ସଂରକ୍ଷଣ ପ୍ରତି ପୂର୍ବରୁ କୌଣସି ସଫଳ ଉଦ୍ୟମ ହୋଇପାରିନାହିଁ। ଜୋନ ଅଞ୍ଚଳରେ ସିଏଚ୍‌ସି ହୋଇଛି। ତେବେ ସ୍ବାସ୍ଥ୍ୟସେବା ଭିତ୍ତିଭୂମିର ଉନ୍ନତିକୁ ପ୍ରାର୍ଥୀମାନେ ପ୍ରାଥମିକତା ଦେଇଛନ୍ତି। ୨୦୧୭ ପଞ୍ଚାୟତ ନିର୍ବାଚନରେ ଏହି ଜୋନରେ ଭାଜପାର ରେଶମୀ ଚକ୍ରବର୍ତ୍ତୀ ନିର୍ବାଚିତ ହୋଇଥିଲେ। ଦ୍ୱିତୀୟ ସ୍ଥାନରେ ବିଜେଡି ପ୍ରାର୍ଥୀ ଥିଲେ। ଚଳିତ ନିର୍ବାଚନରେ ଏହି ଜୋନ୍‌ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଛି। ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ଏଠାରେ ପ୍ରାର୍ଥୀ ଦେଇଥିବାରୁ ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ହେବ। ଭାଜପା ପୂର୍ବରୁ ଏଠାରେ ଜିତାପଟ ନେଇଥିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କର ରାଜନୈତିକ ଅଭିଜ୍ଞତା ଅଛି। ଅପରପକ୍ଷରେ ବିଜେଡି ଏଠାରେ ଶିକ୍ଷିତା ପ୍ରାର୍ଥୀ ଦେଇ ଗତ ନିର୍ବାଚନ ପରାଜୟକୁ ଭୁଲିବାକୁ ଚେଷ୍ଟା କରୁଛି। ଦଳୀୟ ନେତାମାନେ ମହିଳା ସଙ୍ଗଠନ ସହ ଯୋଗାଯୋଗରେ ରହିଛନ୍ତି। ଏଥିସହ ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ରଣନୀତି ପ୍ରସ୍ତୁତ କରିଛି। ହାତରେ ପ୍ରାୟ ୧୮ ଦିନ ଥିବାରୁ ୩ ପ୍ରାର୍ଥୀ ପ୍ରଚାରକୁ ଜୋରଦାର କରିଛନ୍ତି ବୋଲି ବିଶ୍ଳେଷକମାନେ ମତ ଦେଇଛନ୍ତି। ନିର୍ବାଚନରେ ଥିବା ୩ ପ୍ରାର୍ଥୀ ବିଜୟକୁ ନେଇ ଆଶାବାଦୀ ବୋଲି ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri