ଓ୍ବିଣ୍ଟର କ୍ୟାପ୍‌ ଫ୍ୟାଶନ୍‌

ଶୀତଦିନେ ନିଜକୁ ନୂଆ ଲୁକ୍‌ ଦେବା ପାଇଁ ଅଧିକାଂଶ କିଛି ନା କିଛି ନୂଆ ଗେଟ୍‌ଅପ୍‌ ଆପଣାନ୍ତି। ତେବେ ଏଦିନେ ସାଲ୍‌ ହେଉ କି ସ୍ବେଟର୍‌ କିମ୍ବା ଷ୍ଟୋଲ୍‌ ହେଉ କି ଗ୍ଲୋବ୍‌ସ- ସବୁଥିରେ ଆପଣ ଷ୍ଟାଇଲିସ୍‌ ଲାଗିପାରିବେ। ହେଲେ ଏସବୁକୁ ଆହୁରି ଫ୍ୟାଶନେବଲ୍‌ ତଥା ଆଇକ୍ୟାଚି କରିବା ଲାଗି ଏବେ ଡିଫରେଣ୍ଟ କ୍ୟାପ୍‌ ପାଲଟିଛି ଅନେକଙ୍କ ପ୍ରଥମ ପସନ୍ଦ…

କ୍ୟୁଟ୍‌ ବିନିଜ୍‌ କ୍ୟାପ୍‌- ଏହି ପ୍ରକାରର କ୍ୟାପରେ ଆପଣ ଅନ୍ୟମାନଙ୍କଠାରୁ ୟୁନିକ୍‌ ଲାଗିବେ। ଅଧିକ ଶୀତ ହେଉଥିବା ସମୟରେ ଏହାକୁ ପିନ୍ଧିଲେ ଏହା ଆରାମ ଦେବା ସହ ଡିଫରେଣ୍ଟ ଲୁକ୍‌ ମଧ୍ୟ ଦେବ। ପ୍ରାୟତଃ ଏହି କ୍ୟାପ୍‌ଗୁଡ଼ିକ ଉପରେ ଗୋଟିଏ ପ୍ରକାରର ଡିଜାଇନ୍‌ ଥିବାରୁ ଏହା ସବୁଠୁ ଆଟ୍ରାକ୍‌ଟିଭ୍‌ ଲାଗେ।
ମଙ୍କି କ୍ୟାପ୍‌- ନାଁ ରୁ ହୁଏତ ଆପଣମାନେ ଭାବୁଥିବେ ଏହା ଦେଖିବାକୁ ମାଙ୍କଡ଼ ଭଳି। ମାତ୍ର ଏହା ଆଦୌ ସେମିତି ନୁହେଁ ବରଂ ଏହା ଶୀତଦିନେ ଶରୀର ପାଇଁ ବେଶୀ ପ୍ରୋଟେକ୍ଟିଭ୍‌। ଏହି ପ୍ରକାରର କ୍ୟାପ୍‌ ଆଖିକୁ ଛାଡ଼ି ମୁହଁର ଅନ୍ୟସବୁ ଭାଗକୁ କଭର୍‌ କରିଥାଏ। ଉଲେନ୍‌ରେ ତିଆରି ହୋଇଥିବାରୁ ଏହା ହାତକୁ ବହୁତ ସଫ୍ଟ ଲାଗେ ଓ ମାସ୍କ ପିନ୍ଧିଥିବା ଭଳି ମଧ୍ୟ ଜଣାପଡ଼େ।
ବର୍‌ଗ୍ଲାର୍‌ କ୍ୟାପ୍‌- ଏହି କ୍ୟାପ୍‌ ପିନ୍ଧିଲେ ଆପଣ ସିମ୍ପଲ୍‌ ଏବଂ ଷ୍ଟାଇଲିସ୍‌ ଲାଗିବେ। ମାର୍କେଟରେ ଏହା ପ୍ରାୟ ବ୍ଲାକ୍‌ କଲର୍‌ରେ ମିଳୁଥିବାରୁ ଏହା ସହ ମ୍ୟାଚିଂ କରି ଜ୍ୟାକେଟ୍‌ ଏବଂ ଗ୍ଲାସ ପିନ୍ଧିଲେ ଏହା ଆପଣଙ୍କୁ ଆକର୍ଷଣୀୟ କରାଇବ।
ଷ୍ଟକିଙ୍ଗ୍‌ କ୍ୟାପ୍‌- ଏହି ପ୍ରକାରର କ୍ୟାପ୍‌ ଯୁବତୀମାନଙ୍କୁ ବେଶି ମାନିଥାଏ। ଏହା ଏପରି ଭାବେ ତିଆରି ହୋଇଛି, ଯାହାକୁ ପିନ୍ଧିବା ଦ୍ୱାରା ଉଭୟ ମୁଣ୍ଡ ଏବଂ କେଶ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିଥାଏ। ଏହାକୁ ପିନ୍ଧି ସାଙ୍ଗମାନଙ୍କ ସହ ଯେକୌଣସି ଜାଗାକୁ ବୁଲିବାକୁ ଯାଇପାରିବେ।
ଚଙ୍କି କ୍ରଚେଟ୍‌ କ୍ୟାପ୍‌- ଏହା ଦେଖିବାକୁ ବହୁତ ସୁନ୍ଦର ଓ ହାଲୁକା ।
ଏହାର ବିଭିନ୍ନ କଲର୍‌ ବଜାରରେ ମିଳୁଥିବାରୁ ଆପଣ ନିଜ ଚଏସ୍‌ ଅନୁସାରେ ଏହାକୁ କିଣିପାରିବେ। ମାର୍କେଟରେ ଏହାର ଚାହିଦା ମଧ୍ୟ ବେଶ ଭଲ ରହିଛି। ଏହାକୁ ଡ୍ରେସ୍‌ କିମ୍ବା ଶାଢି ଉଭୟ ଗେଟ୍‌ଅପ୍‌ରେ ପିନ୍ଧିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧିନାୟକ ସୂର୍ଯ୍ୟକୁମାରଙ୍କ ବଡ଼ ଘୋଷଣାା: ବାରବାଟୀରେ ଖେଳିବେ ଗିଲ୍‌

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ମହା ମୁକାବିଲା। ଏନେଇ ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିବେ। ଅଭ୍ୟାସ ପୂର୍ବରୁ ଭାରତୀୟ ଟି୨୦...

ଶୀତରେ ଥରୁଛି ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବାବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି...

କଟକରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ନୂଆଦିଲ୍ଲୀ,୮।୧୨: ଟେଷ୍ଟ ଏବଂ ଦିନିକିଆ ପରେ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦଳ ଏବେ ଟି-୨୦ ଅନ୍ତର୍ଜାତୀୟ ସିରିଜ ଖେଳିବାକୁ ପ୍ରସ୍ତୁତ। ଦକ୍ଷିଣ ଆଫ୍ରିକା ଟେଷ୍ଟ...

ସାରା ରାଜ୍ୟକୁ ଥରାଉଛି ଶୀତ, ଜି.ଉଦୟଗିରି ସବୁଠୁ ଥଣ୍ଡା, ତାପମାତ୍ରା ରହିଛି…

ଭୁବନେଶ୍ୱର,୮ା୧୨: ରାଜ୍ୟରେ କିଛିଦିନ ହେବ ଶୀତ ଲହରି ଜାରି ରହିଛି। କନ୍ଧମାଳ ଜିଲାର ସବୁଜ ସୁନ୍ଦର ପାହାଡ଼ ପର୍ବତ ଘେରା ଜି.ଉଦୟଗିରି ଅଞ୍ଚଳ ରାଜ୍ୟର ସବୁଠାରୁ କମ୍‌...

ଆଜ୍‌ମା ଆଶଙ୍କା କମାଏ ସନ୍ତୁଳିତ ଓଜନ

ଆଜ୍‌ମା ଏଭଳି ଏକ ସସମ୍ୟା, ଯାହାକୁ ଔଷଧ ଖାଇବା ସହ ଆଉ କେତୋଟି ବିଷୟ ପ୍ରତି ଧ୍ୟାନ ଦେଲେ ତାହା ନିୟନ୍ତ୍ରଣରେ ରହିଥାଏ। ତେବେ ଏଥିରୁ...

ଟେନିସ ଖେଳାଳିଙ୍କ ସହ ନଜର ଆସିଲେ ଯୁବରାଜ, ହରଭଜନ କହିଲେ…

ନୂଆଦିଲ୍ଲୀ,୮।୧୨: ଟିମ ଇଣ୍ଡିଆର କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ଏକ ଫଟୋସୁଟ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଏଥିରେ ସେ ଜଣେ ବିଦେଶୀ ମହିଳାଙ୍କ...

କାମ ଦେଉଛି AI କ୍ୟାମେରା: ପୁଣି ଗିରଫ ହେଲେ ୨ ଶିକାରୀ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରୁ ପୁଣି ଦୁଇ ଶିକାରୀଙ୍କୁ ଧରାଇଦେଲା ଏ.ଆଇ କ୍ୟାମେରା। କିଛି ଦିନ ପୂର୍ବରୁ...

କୃତ୍ରିମ ଉପଗ୍ରହର ବହୁଳତା

ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ହେଉଛି ଚନ୍ଦ୍ର। କିନ୍ତୁ ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ ଅନେକ କୃତ୍ରିମ ଉପଗ୍ରହ ପୃଥିବୀ କକ୍ଷରେ ଏହାକୁ ପରିକ୍ରମଣ କରୁଛି। ରୁଷିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri