ଚାଷୀଙ୍କ ନାମ ପଞ୍ଜୀକରଣରେ ଅନିୟମିତତା

ଯାଜପୁର ଅଫିସ,୧୦ା୧: ଯାଜପୁର ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାରେ ଚାଷୀଙ୍କ ନାମ ପଞ୍ଜୀକରଣରେ ପୁଣି ବିଭାଗୀୟ ଅଧିକାରୀଙ୍କ ଅନିୟମିତତା ଓ ଅବହେଳା ପଦାରେ ପଡିଛି। ପ୍ରାଥମିକ ସେବା ସମବାୟ ସମିତି (ପାକ୍ସ) ସମ୍ପାଦକଙ୍କ ଲାଭଖୋର୍‌ ମନୋଭାବ ଯୋଗୁ ଜିଲାର ଚାଷୀଙ୍କ ଜମି ଉପଯୁକ୍ତ ଭାବେ ପଞ୍ଜୀକୃତ ହୋଇ ନ ଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଉପରେ ରାଜ୍ୟ ସମବାୟ ସମିତି ନିବନ୍ଧକ କାର୍ଯ୍ୟାଳୟରୁ ଉପନିବନ୍ଧକ ୭ ଦିନ ମଧ୍ୟରେ ଆବଶ୍ୟକ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପୂର୍ବରୁ ବଡ଼ଚଣା ପାକ୍ସରେ ଚାଷୀଙ୍କ ନାମରେ ଟୋକନ ଜାଲିଆତି, ମାର୍କଣ୍ଡପୁର ପାକ୍ସରେ ଋଣ ପ୍ରଦାନରେ ଅନିୟମିତତା, ଧନେଶ୍ୱର ପାକ୍ସରେ ଚାଷୀଙ୍କ ପାଉଣା ପ୍ରଦାନରେ ବିଳମ୍ବ ଆଦି ଅବହେଳା ଉପରେ କାର୍ଯ୍ୟାନୁଷ୍ଠାନ କେବଳ ନିର୍ଦ୍ଦେଶରେ ସୀମିତ ରହିଥିବାରୁ ଏହି ଅଭିଯୋଗ ମଧ୍ୟ ଫାଇଲ ତଳେ ଚାପି ହୋଇ ରହିବ ବୋଲି ଚାଷୀ ମହଲରେ ମତପ୍ରକାଶ ପାଇଛି।
ଚଳିତ ବର୍ଷ ୧୧୩୯୭୦୫.୮୮ କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଧାର୍ଯ୍ୟ କରାଯାଇଛି। ୧୨୨ ଟି ପାକ୍ସ ଓ ୩୩ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏଥିରେ ଭାଗ ନେଇଥିବାବେଳେ ୫୦୨୨୯ ଜଣ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି ବୋଲି ଜିଲା ଯୋଗାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଜିଲାର ପ୍ରଧାନପଡ଼ା ପାକ୍ସରେ ଚାଷୀ ପଞ୍ଜୀକରଣରେ ଅନିୟମିତତା ହୋଇଥିବା ଚାଷୀ ହୃଷୀକେଶ ସାହୁ ଓ ଅନ୍ୟମାନେ ଅଭିଯୋଗ କରିଛନ୍ତି। ସେହିପରି ଶୋଖର ଗ୍ରାମ ପଞ୍ଚାୟତ ଚାଷୀମାନଙ୍କ ନାମ ପଞ୍ଜୀକରଣ ଉପରେ ସନ୍ତୋଷ କୁମାର ସାହୁ ଓ ଅନ୍ୟମାନେ, ବିଗିରିଆ ପାକ୍ସରେ ଅମୃତିଆ ଗ୍ରାମର ଉଜ୍ଜଳିନୀ ମହାପାତ୍ର ଓ ଶୁକଦେବ ବେହେରା ପ୍ରମୁଖ ଚାଷୀ ପଞ୍ଜୀକରଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ ଜମିର ପଟ୍ଟା, ଆଧାର କାର୍ଡ, ବ୍ୟାଙ୍କର ପାସ୍‌ବୁକ୍‌ ଦେଇ ଚାଷୀଙ୍କ ନାମ ପଞ୍ଜୀକରଣ କରିବାକୁ ଉଜ୍ଜଳିନୀ, ପାର୍ବତୀ ବେହେରା, ରଘୁନାଥ ବେହେରା ପ୍ରମୁଖ ଆବେଦନ କରିଥିଲେ। ସରକାରୀ ବୋରୱେଲରେ ପାଣି ମଡାଇ ଏହି ଚାଷୀମାନେ ଚାଷ କରିଥାନ୍ତି। କିନ୍ତୁ ଏହି ପାକ୍ସରେ ଚାଷ ହେଉ ନ ଥିବା ଜମିକୁ ଦେଖାଇ କେତେଜଣ ଲୋକଙ୍କଠାରୁ ହାତଗୁଞ୍ଜା ନେଇ ଚାଷୀଙ୍କ ନାମ ପଞ୍ଜୀକରଣ କରାଯାଇଛି। କିନ୍ତୁ ସେମାନଙ୍କ ସମସ୍ତ ଜମିରେ ଚାଷ ହେଉଥିଲେ ହେଁ ୨୧ ଏକରରୁ ମାତ୍ର ୧୦ ଏକର ଜମିର ପଞ୍ଜୀକରଣ କରାଯାଇଛି ବୋଲି ଅଭିଯୋଗ ହୋଇଛି।
ଚାଷୀଙ୍କ ନାମ ପଞ୍ଜୀକରଣରେ ଦୁର୍ନୀତି ଯାଜପୁର ଜିଲାରେ ନୂଆ କଥା ନୁହେଁ। ପୂର୍ବରୁ ମାର୍କଣ୍ଡପୁର ପ୍ୟାକ୍ସରେ ୪ ଜଣ ଚାଷୀଙ୍କ ନାମରେ ଅଧିକ ଜମି ଦେଖାଇ ପ୍ରାୟ ୨୦ ଲକ୍ଷ ଟଙ୍କା ହରିଲୁଟ୍‌ ହୋଇଥିଲା। ପୂର୍ବରୁ ୧୪ଟି ପ୍ୟାକ୍ସର ପ୍ରାୟ ୧୫୦୦ ଚାଷୀ ପଞ୍ଜୀକରଣରୁ ବାଦ୍‌ ପଡିଥିବା ନଜିର ରହିଛି। ପଞ୍ଜୀକରଣ ଦାୟିତ୍ୱରେ ଥିବା ସମ୍ପୃକ୍ତ ପ୍ୟାକ୍ସର ସମ୍ପାଦକମାନଙ୍କ ଅବହେଳା ଯୋଗୁ ଏଭଳି ସମ୍ବେଦନଶୀଳ ପରିସ୍ଥିତି ସୃଷ୍ଟି ହୋଇ ଆସୁଛି ା ଜିଲାରେ ଯେତେସବୁ ଅଭିଯୋଗ ହେଉଥିଲେ ହେଁ ଠିକ୍‌ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ଚାଷୀଙ୍କ ପ୍ରତି ମନମାନି ବଢିବାରେ ଲାଗିଛି ବୋଲି ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଯାଜପୁର ଏଆର୍‌ସିଏସ୍‌ ପ୍ରଶାନ୍ତ କୁମାର ମଲ୍ଲିକଙ୍କୁ ପଚାରିବାରେ ସେ କହିଛନ୍ତି, ଅଭିଯୋଗ ଅନୁସାରେ ତଦନ୍ତ ଚାଲିଛି। ତଦନ୍ତ ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri