ଦିନରେ ଫେରି, ରାତିରେ ଚୋରି

ଖଇରା/ଔପଦା, ୨୦।୧୨(ଡି.ଏନ.ଏ): ବାଲେଶ୍ୱର ଜିଲା ଔପଦା ଥାନା ଅଞ୍ଚଳରେ ୨ଚୋରଙ୍କୁୁ ଧରି ଗ୍ରାମବାସୀ ପୋଲିସ ଜିମା ଦେଇଛନ୍ତି। ୫ଦିନ ଧରି ଖୋଳତାଡ଼ ପରେ ସେମାନଙ୍କଠାରୁ ନଗଦ ୧.୫ଲକ୍ଷ ଟଙ୍କା ଓ ୫ଲକ୍ଷ ଟଙ୍କାର ଅଳଙ୍କାର ଉଦ୍ଧାର କରାଯାଇଛି। ରବିବାର ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ଦ୍ୱୟ ହେଲେ ଜଗତସିଂପୁର ଜିଲା ନାଉଗଁା ଥାନା ଗଜରାଜପୁର ଗ୍ରାମର ବିଜୟ କୁମାର ଓରଫ ବାଲୁକେଶ୍ୱର ପରିଡ଼ା ଓ ଭଦ୍ରକ ଜିଲା ତିହିଡି ଥାନା ଶଙ୍ଖଡ଼ା ଗ୍ରାମର ପ୍ରସନ୍ନ କୁମାର ଜେନା। ଏହି ୨ଜଣ ଅନ୍ୟ କିଛି ସହଯୋଗୀଙ୍କ ସହ ମିଶି ଦିନରେ ଫେରିବାଲା ଭାବେ ଗଁାରେ ଜିନିଷ ବିକି ରାତିରେ ଚୋରି କରୁଥିବା ପୋଲିସ କହିଛି।
ଅନୁଯାୟୀ, ପାଟପୁର ଗ୍ରାମର ପ୍ରଶାନ୍ତ ନାୟକ, ରଞ୍ଜ ନାୟକ ଓ ଦୁକଣ୍ଡ ଖଇରା ଗ୍ରାମର ରମାକାନ୍ତ ମହାପାତ୍ରଙ୍କ ଘରୁ ଚୋରି ହେବା ନେଇ ଥାନାରେ ମାମଲା (ନଂ.୯୭,୯୮ ଓ ୯୯/୨୧) ରୁଜୁ ହୋଇଥିଲା ବେଳେ ପୋଲିସକୁ ସଫଳତା ମିଳି ପାରି ନ ଥିଲା। ୧୫ତାରିଖ ସନ୍ଧ୍ୟାରେ ବିନୋଦ ପାତ୍ରଙ୍କ ଅନୁପସ୍ଥିତିରେ ଚୋରମାନେ ତାଙ୍କ ଗ୍ରୀଲ କାଟି ଘରେ ପଶି ଚୋରି କରୁଥିବା ବେଳେ ଗ୍ରାମବାସୀ ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ କାବୁ କରିଥିଲେ। ଅନ୍ୟମାନେ ଫେରାର ହୋଇଯାଇଥିବା ନିଳଗିରି ଏସ୍‌ଡିପିଓ ରିତେଶ କୁମାର ମହାପାତ୍ର ଓ ଥାନା ଅଧିକାରୀ ସାଲଖାନ୍‌ ମୁର୍ମୁ ସୂଚନା ଦେଇଛନ୍ତି ା ଗିରଫ ଅଭିଯୁକ୍ତମାନଙ୍କ ନାମରେ ବାଲେଶ୍ୱର ସମେତ ମୟୂରଭଞ୍ଜ ଓ ଭଦ୍ରକ ଜିଲାର ବିଭିନ୍ନ ଥାନାରେ ମାମଲା ରହିଥିବା ଏସ୍‌ଡିପିଓ ମହାପାତ୍ର ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ସ୍ମାର୍ଟ-୩ ଆଣ୍ଟି ସବମେରାଇନ ମିଶାଇଲ୍‌ର ସଫଳ ପରୀକ୍ଷଣ

ବାଲେଶ୍ବର ଅଫିସ,୧।୩ (ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ଚାନ୍ଦିପୁର ଡିଆରଡିଓ ଅଧିନସ୍ଥ ଧାମରା ସ୍ଥିତ ଅବଦୁଲ କଲାମ ଦ୍ବୀପରୁ ସ୍ମାର୍ଟ-୩ ଆଣ୍ଟି ସବମେରାଇନ ମିଶାଇଲର ବୁଧବାର...

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ

ରେମୁଣା,୩୦।୪(ରବୀନ୍ଦ୍ର ମହାକୁଡ଼): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ କୁରୁଡ଼ା ଯାତ୍ରାପଡ଼ିଆଠାରେ କଂଗ୍ରେସର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ଏମ୍‌ପି ପ୍ରାର୍ଥୀ ଶ୍ରୀକାନ୍ତ ଜେନା...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri