ଆଇନ ସଂଶୋଧନ ନେଇ ସନ୍ଦେହ

ଅଲେଖ ଚନ୍ଦ୍ର ସାମଲ

୨୦୧୨ରୁ ପ୍ରତି ବର୍ଷ ଡିସେମ୍ବର ୪ ତାରିଖରେ ପାଳିତ ହେଉଛି ବିଶ୍ୱ ବନ୍ୟ ପ୍ରାଣୀ ସଂରକ୍ଷଣ ଦିବସ। ଏଥିପାଇଁ ପ୍ରଥମେ ପ୍ରସ୍ତାବ ଦେଇଥିଲେ ହିଲାରି କ୍ଲିଣ୍ଟନ। ବହୁ ଉଦ୍ୟମ ସତ୍ତ୍ୱେ ବନ୍ୟ ପ୍ରାଣୀ ଶିକାର ରୋକାଯାଇପାରୁନାହିଁ। ସାରା ବିଶ୍ୱରେ ବନ୍ୟ ପ୍ରାଣୀ ଶିକାରଜନିତ ବେଆଇନ କାରବାରର ପରିମାଣ ବାର୍ଷିକ ସାତ ଶହରୁ ଏକ ହଜାର କୋଟି ଡଲାର। କେବଳ ୨୦୧୧ରେ ଆଫ୍ରିକାରେ ୨୫୦୦ ହାତୀ ଶିକାରୀଙ୍କ ହାତରେ ପ୍ରାଣ ହରାଇଥିଲେ। ଅବୈଧ ଶିକାର ରୋକା ନ ଗଲେ ୨୦୨୫ ସୁଦ୍ଧା କଂଗୋରୁ ଗରିଲା ଲୋପ ପାଇଯିବ ବୋଲି ନିକଟରେ ଏକ ଆନ୍ତର୍ଜାତିକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ତେଣୁ ଏ ବାବଦରେ ସଚେତନତା ସୃଷ୍ଟି କରିବା, ଏହି ଦିବସ ପାଳନର ଲକ୍ଷ୍ୟ।
ଦିନକୁ ଦିନ ଓଡ଼ିଶା ସମେତ ଦେଶରେ ବନ୍ୟପ୍ରାଣୀ ଅପରାଧ ବଢ଼ିବାରେ ଲାଗିଛି। ଆଇନରେ ଥିବା ଗଳାବାଟରେ ଅପରାଧୀମାନେ ସହଜରେ ଖସିଯାଉଛନ୍ତି। ତେଣୁ ଆଇନକୁ କିପରି କଡ଼ାକଡ଼ି କରାଯାଇପାରିବ ସେ ନେଇ ଦୀର୍ଘଦିନ ଧରି ଦାବି ହୋଇ ଆସୁଥିବାବେଳେ ଏବେ କେନ୍ଦ୍ର ସରକାର ସଂସଦରେ ଉପସ୍ଥାପନା କରିବାକୁ ଯାଉଛନ୍ତି ବନ୍ୟଜୀବ (ସଂରକ୍ଷଣ) ସଂଶୋଧନ ଅଧିନିୟମ, ୨୦୨୧ ବିଲ୍‌ । ସଂସଦର ଉଭୟ ସଦନରେ ସରକାରୀ ଦଳ ଭାଜପା ଓ ଏହାର ସହଯୋଗୀଙ୍କ ସଂଖ୍ୟାକୁ ଦେଖିଲେ ଏହି ବିଲ୍‌ ଯେ ବିନା ବାଧାବିଘ୍ନରେ ପାରିତ ହୋଇଯିବ ଏଥିରେ କାହାର ସନ୍ଦେହ ନାହିଁ। ହେଲେ ଏହାକୁ ନେଇ ପରିବେଶବିତ ଓ ବନ୍ୟପ୍ରାଣୀପ୍ରେମୀ ସନ୍ଦିହାନ ହୋଇପଡ଼ିଛନ୍ତି। ସାରା ଦେଶରେ ବିଭିନ୍ନ ରାଜ୍ୟରୁ ଏ ନେଇ ପ୍ରତିବାଦର ସ୍ବର ମଧ୍ୟ ଉଠିଲାଣି। ବିଶେଷଜ୍ଞଙ୍କ କହିବାନୁସାରେ ଗତ ୭ ବର୍ଷ ଭିତରେ କେନ୍ଦ୍ରୀୟ ୱାଇଲ୍‌ଡଲାଇଫ ବୋର୍ଡର ଥରେ ହେଲେ ବି ବୈଠକ ବସିନାହିଁ। ବିନା ବୈଠକରେ ବନ୍ୟପ୍ରାଣୀ ଆଇନର ଉଲ୍ଲଂଘନ କରି ଜଙ୍ଗଲ ଜମି ପ୍ରକଳ୍ପ କାମ ପାଇଁ ପରିବେଶ ମଞ୍ଜୁରୀ କରିନେଉଛନ୍ତି। ସଂଶୋଧନ ଅଧିନିୟମ ବିଲ୍‌ରେ କେଉଁ ସିଡ୍ୟୁଲରେ କ’ଣ ରହିବ ତାହା ପ୍ରଥମେ ସାର୍ବଜନୀନ କରିବାର ଥିଲା ବୋଲି ସେମାନେ କହିଛନ୍ତି।
ରାଜ୍ୟଗୁଡ଼ିକୁ ଦିଆଯାଇଥିବା ଡ୍ରାଫ୍ଟ ଅନୁଯାୟୀ ଏହି ନୂତନ ଅଧିନିୟମରେ ଅନେକ ସଂଶୋଧନ ପ୍ରସ୍ତାବ ରହିଛି। ସେଥିମଧ୍ୟରୁ ଧାରା ୮ରେ ରାଜ୍ୟ ବନ୍ୟଜୀବ ବୋର୍ଡର ଷ୍ଟାଣ୍ଡିଂ କମିଟି ଗଠନ ପ୍ରସ୍ତାବ ରହିଛି। ପୂର୍ବରୁ ଥିବା ରାଜ୍ୟ ବନ୍ୟଜୀବ ବୋର୍ଡ ସହ ଏକ ନୂଆ ଷ୍ଟାଣ୍ଡିଂ କମିଟି ରହିବ। ଏଥିରେ ଭାଇସ ଚେୟାରମ୍ୟାନ, ମେମ୍ବର, ସେକ୍ରେଟାରୀ ଏବଂ ସର୍ବାଧିକ ଦଶ ଜଣ ସଦସ୍ୟ ରହିବେ। ସେହିପରି ଧାରା ୩୪କୁ ସଂଶୋଧନ କରାଯାଇ ଅଭୟାରଣ୍ୟର ୧୦ କିମି ପରିସରରେ ରହୁଥିବା ବ୍ୟକ୍ତିଙ୍କ ବନ୍ଧୁକ ଲାଇସେନ୍ସ ଶେଷ ହେବା ପରେ ମୁଖ୍ୟ ବନ୍ୟଜୀବ ତତ୍ତ୍ୱାବଧାରକଙ୍କ ବିନା ଅନୁମତିରେ ନବୀକରଣ କରାଯିବ ନାହିଁ। ଧାରା ୪୨-ଏ ଏକ ନୂତନ ଧାରା, ଯେଉଁଥିରେ ୪ଟି ଉପନିୟମ ରହିଛି। ଏଥିରେ ଯେଉଁ ବ୍ୟକ୍ତି ବନ୍ୟପ୍ରାଣୀ ବା ବନ୍ୟପ୍ରାଣୀ ଅଙ୍ଗପ୍ରତ୍ୟଙ୍ଗ ରଖିଥିବେ ସେମାନେ ମୁଖ୍ୟ ବନ୍ୟଜୀବ ତତ୍ତ୍ୱାବଧାରକଙ୍କ ନିକଟରେ ସାତ ଦିନର ନୋଟିସ ଦେଇ ତାହାକୁ ସରେଣ୍ଡର କରିପାରିବେ। ତେବେ ଏଥିପାଇଁ କିଛି କ୍ଷତିପୂରଣ ମିଳିବ ନାହିଁ। ସେହିପରି ବନ୍ୟଜୀବମାନଙ୍କର ସିଡ୍ୟୁଲ ତାଲିକାରେ କେନ୍ଦ୍ର ସରକାର ପରିବର୍ତ୍ତନ କରିବାକୁ ଯାଉଥିବା ଜଣାପଡ଼ିଛି। ଆଗରୁ ମୋଟ ୧ରୁ ୬ ସିଡ୍ୟୁଲରେ ବନ୍ୟପ୍ରାଣୀଙ୍କୁ ବିଭକ୍ତ କରାଯାଇଥିଲା। ୧ରୁ ୪ ସିଡ୍ୟୁଲରେ ତାଲିକାଭୁକ୍ତ ହୋଇଥିବା ପ୍ରାଣୀମାନଙ୍କୁ ଶିକାର କଲେ ଦଣ୍ଡନୀୟ ଥିଲା। ସିଡ୍ୟୁଲ ୫ରେ ମୂଷା, ବାଦୁଡ଼ି, କାଉ ଆଦି ଜୀବଙ୍କୁ ଭରମିନ ତାଲିକାରେ ରଖାଯାଇଥିଲା, ଯାହାଙ୍କୁ ଶିକାର କଲେ ଦଣ୍ଡନୀୟ ନ ଥିଲା। ସେହିପରି ସିଡ୍ୟୁଲ ୬ରେ କିଛି ଉଦ୍ଭିଦଙ୍କୁ ରଖାଯାଇଥିଲା। ନୂତନ ସଂଶୋଧନରେ ମାତ୍ର ୨ଟି ସିଡ୍ୟୁଲରେ ପ୍ରାଣୀମାନଙ୍କୁ ବିଭକ୍ତ କରାଯାଇଛି। ସିଡ୍ୟୁଲ ୩ରେ ଏଥର ଉଦ୍ଭିଦ ମାନଙ୍କୁ ରଖିବା ପାଇଁ ବ୍ୟବସ୍ଥା ହେଉଛି। ସିଡ୍ୟୁଲ ୪ରେ ନୂଆ କରି କନ୍‌ଭେନଶନ ଅନ୍‌ ଇଣ୍ଟରନ୍ୟାଶନାଲ ଟ୍ରେଡ୍‌ ଇନ୍‌ ଏନ୍‌ଡେଞ୍ଜର୍‌ଡ ସ୍ପେସିସ୍‌ ଅନ୍ତର୍ଭୁକ୍ତ ପ୍ରଜାତିମାନଙ୍କୁ ରଖାଯିବ। ଏହି ସିଡ୍ୟୁଲରେ ବିଦେଶୀ ବା ଏକ୍‌ଜୋଟିକ ଜୀବମାନଙ୍କୁ ରଖାଯିବ ବୋଲି ଆପାତତଃ ସ୍ଥିର ହୋଇଛି। କେଉଁ ପ୍ରଜାତିର ଜୀବକୁ କେଉଁ ସିଡ୍ୟୁଲରେ ରଖାଯିବ ଏ ନେଇ ଜୁଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆକୁ ତଜର୍ମା କରି ତାଲିକା ପ୍ରସ୍ତୁତ କରିବା ପାଇଁ ଦିଆଯାଇଛି। ବନ୍ୟପ୍ରାଣୀଙ୍କ ପାଇଁ ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ। କେବଳ ପ୍ରଶାସନ ବା ସରକାରଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଦେଲେ ଚଳିବ ନାହିଁ।
ପୂର୍ବତନ ଡିଏଫ୍‌ଓ (କେନ୍ଦୁଲିଫ୍‌), ପଲାଇ, ବାଲିଚନ୍ଦ୍ରପୁର, ଯାଜପୁର
ମୋ: ୯୪୩୭୨୫୭୧୨୩


Enter your email to get our daily news in your inbox.

All Right Reserved By Dharitri.Com

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

କୃତ୍ରିମ ବୁଦ୍ଧିମତ୍ତା ଓ ମାନବ ଅଧିକାର

ନିକଟରେ ଜଣେ ମହିଳା ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଥିଲେ ଯେ ସେ ଗୋଟିଏ ଆପ୍‌ରେ ଶାଢ଼ିପିନ୍ଧା ଫଟୋ ଅପ୍‌ଲୋଡ କରି ପରିବର୍ତ୍ତିତ ଫଟୋ ଦେଖି ତାଜୁବ ହୋଇଗଲେ। ଏହି...

ଅସୁରକ୍ଷିତ ସ୍କୁଲପିଲା

ଚଳିତବର୍ଷ ନଭେମ୍ବରରେ ନାଇଜେରିଆର ବିଭିନ୍ନ ସ୍କୁଲରୁ ଅନେକ ଶହ ପିଲାଙ୍କୁ ଅପହରଣ କରାଯାଇଥିଲା। ସେହିମାନେ ଏବେ ବନ୍ଦୀ କିମ୍ବା ନିଖୋଜ। ତେବେ ନିକଟରେ ୧୦୦ ଛାତ୍ରଙ୍କୁ...

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

ବୟସର ଅପରାହ୍ନରେ

କୁହାଯାଏ ମାତାପିତାଙ୍କ ସେବା, ଭକ୍ତି, ଶ୍ରଦ୍ଧା, ସମ୍ମାନ ଦେବତା ପୂଜା ସମ। ମାତ୍ର ବିଡମ୍ୱନା ଯେ ଆଉ ସେ ଆଦର ନାହିଁ, ଶ୍ରଦ୍ଧା ନାହିଁ, ସମ୍ମାନ...

ପ୍ରକୃତି ଉପାସକ ଆଦିବାସୀ

ପ୍ରାଚୀନ ଯୁଗରୁ ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ସ୍ୱାଧୀନ ଭାବେ ଜୀବନଯାପନକରି ଆସୁଛନ୍ତି। ସେମାନଙ୍କୁ ଜଙ୍ଗଲୀ ଓ ଆଦିମ କୁହାଯାଇ ଗାଁ, ରାଜ୍ୟ,ସାମ୍ରାଜ୍ୟରୁ ଦୂରେଇ ରଖାଯାଇଛି। ଫଳରେ ସେମାନେ...

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri