ସୁନାନଦୀର ସୁରକ୍ଷା ପାଇଁ ଜଳମାନବଙ୍କ ଯୋଡ଼ା ଗସ୍ତ: ଟାଟା କମ୍ପାନୀକୁ ଦେଲେ ଚେତାବନୀ

ଯୋଡ଼ା, ୮।୭(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହରର ଜୀବନରେଖା ସୁନାନଦୀ। ଏଥିରେ ବେଆଇନ୍‌ ବନ୍ଧ ନିର୍ମାଣ ଉପରେ ସମୀକ୍ଷା କରିବା ପାଇଁ ରମନ ମାଗସେସ୍‌ ପୁରସ୍କାରପ୍ରାପ୍ତ ଜଳମାନବ ଡ. ରାଜେନ୍ଦ୍ର ସିଂ ରବିବାର ଯୋଡ଼ା ଗସ୍ତ କରିଛନ୍ତି। ଅପରାହ୍ନ ୫ଟାରେ ଯୋଡା ବ୍ଲକ ଭୂୟାଁରୋଇଡା ପଞ୍ଚାୟତର ଖଣ୍ଡବନ୍ଧ ନିକଟରେ ଥିବା ଟାଟା କମ୍ପାନୀର ଚୋରମାଲଦା ୧୦ନଂ ଖଣି ନିକଟସ୍ଥ ସୁନା ନଦୀ ଉପରେ ଟାଟା କମ୍ପାନୀ ନିର୍ମାଣ କରିଥିବା ବନ୍ଧ ନିକଟରେ ପହଞ୍ଚିଥିଲେ। ତାଙ୍କ ସହିତ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାଶ, ସଂଯୋଜକ ବିଜୟ ପ୍ରଧାନ, ଅନ୍ତର୍ଜାତୀୟ ବୁଡାଳି ସବୀର ବକ୍ସ , ସୁନାନଦୀ ଓ କାରୋ ନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ଅଶୋକ ଠକ୍କର, ସଦସ୍ୟ ଦେବକାନ୍ତ ଦାସ, କାହ୍ନୁ ଓରାମ୍‌ ପ୍ରମୁଖ ପହଞ୍ଚିି ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସୁନାନଦୀ ଉପରେ ଟାଟା କମ୍ପାନୀ ନିର୍ମାଣ କରିଥିବା ବେଆଇନ୍‌ ବନ୍ଧ ଉପରେ ପଚାରି ବୁଝିଥିଲେ। ଏହି ନଦୀର ସୁରକ୍ଷା ପାଇଁ ସେ ସ୍ଥାନୀୟ ଯୁବକମାନଙ୍କୁ ଆଗେଇ ଆସିବା ସହିତ ଏହାକୁ ତୀବ୍ର ବିରୋଧ କରିବା ପାଇଁ ଆହ୍ବାନ ଦେଇଥିଲେ। ସମସ୍ତେ ସଙ୍ଗଠିତ ହୋଇ ସୁନାନଦୀର ଜଳକୁ ରକ୍ଷା କରିବା ଲାଗି ଅଣ୍ଟା ଭିଡ଼ିବା ପାଇଁ କହିଥିଲେ। ଏଥିପାଇଁ ସେ ସମ୍ପୂର୍ଣ୍ଣ ରୂପେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସହଯୋଗ କରିବେ ବୋଲି ଆଶ୍ୱାସନା ଦେଇଥିଲେ। ସେ ଗତ ୩୫ ବର୍ଷ ହେଲା ଦେଶର ନଦୀ ଗୁଡ଼ିକର ସୁରକ୍ଷା ପାଇଁ କାର୍ଯ୍ୟ କରିଆସୁଛନ୍ତି। ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ନିବେଦନ ପରେ ସେ ଭୁବନେଶ୍ୱରକୁ ଆସିଥିଲେ। ସେ ସରକାର କିମ୍ବା କମ୍ପାନୀଙ୍କ ବିନା ସହଯୋଗରେ ସ୍ଥାନୀୟ ଲୋକମାନଙ୍କ ଶକ୍ତି, ଏକତାରେ ଏହି କାର୍ଯ୍ୟ କରିପାରିଥିବା ଏବଂ ସୁନାନଦୀକୁ ମଧ୍ୟ ଲୋକମାନଙ୍କ ସହଯୋଗରେ ପୂର୍ଣ୍ଣ ସୁରକ୍ଷା ଦେଇପାରିବେ ବୋଲି ଉପସ୍ଥିତ ସ୍ଥାନୀୟ ଅଞ୍ଚଳବାସୀଙ୍କୁ କହିଥିଲେ। ଟାଟା କମ୍ପାନୀ ଯେଉଁଠାରେ ରହିଛି ସେଠାରେ ନଦୀର ହତ୍ୟା କରୁଛି ା ତେଣୁ ସ୍ଥାନୀୟ ଆଦିବାସୀମାନେ ସଙ୍ଗଠିତ ହୋଇ କମ୍ପାନୀ ବିରୋଧରେ ଦୃଢ ସ୍ବର ଉତ୍ତୋଳନ କରିବା ଲଗି ସିଂ ଚେତାବନୀ ଦେଇଥିଲେ। ଓଡିଶାରେ ଥିବା ନଦୀର ସୁରକ୍ଷା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏକ ସ୍ମାରକପତ୍ର ଦେଇଥିବା ଡ. ରାଜେନ୍ଦ୍ର ସିଂ ତାଙ୍କ ପ୍ରତିକ୍ରିୟାରେ ଗଣମାଧ୍ୟମକୁ କହିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକକୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌: ଅଳ୍ପକେ ବର୍ତ୍ତିଲେ ୬୦ରୁ ଉଦ୍ଧର୍‌ବ ଯାତ୍ରୀ

ଜଳେଶ୍ୱର,୨।୫: ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର କୁଣ୍ଡାପୁର ଛକ ନିକଟରେ ହୋଇଛି ଏକ ବଡ଼ ଦୁର୍ଘଟଣା ହୋଇଛି। ଭାରସାମ୍ୟ ହରାଇ...

ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ, ଅନେକେ ଆହତ

ଜଳେଶ୍ୱର,୨।୫: ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବସ୍ତା ଥାନା ଅନ୍ତର୍ଗତ ବରୁଣଗଡିଆ ନିକଟରେ ଗୁରୁବାର ଏକ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି।...

ଛାନୁଆରେ ଜଘନ୍ୟ ହତ୍ୟାକାଣ୍ଡ: ଟାଓ୍ବାରରେ କାମ କରୁଥିବା ଯୁବକଙ୍କୁ ମାରି ଫିଙ୍ଗି ଦେଲେ

ରୂପସା,୧।୫(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲl ସଦର ବ୍ଲକ ଅନ୍ତର୍ଗତ ଛାନୁଆ ଗ୍ରାମରେ ବୁଧବାର ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଛାନୁଆ ପ୍ରାଥମିକ ବିଦ୍ୟାଳୟ ନିକଟ ରାସ୍ତା ପାର୍ଶ୍ୱରୁୁ...

ରାସ୍ତାକଡ଼ରୁ ଯୁବକଙ୍କ ରକ୍ତଜୁଡୁବୁଡୁ ମୃତଦେହ ଉଦ୍ଧାର

ବାଲେଶ୍ବର ଅଫିସ,୧।୫(ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ଛାନୁଆ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ ଛାନୁଆ ପ୍ରାଥମିକ ବିଦ୍ୟାଳୟ ନିକଟସ୍ଥ...

ସ୍ମାର୍ଟ-୩ ଆଣ୍ଟି ସବମେରାଇନ ମିଶାଇଲ୍‌ର ସଫଳ ପରୀକ୍ଷଣ

ବାଲେଶ୍ବର ଅଫିସ,୧।୩ (ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ଚାନ୍ଦିପୁର ଡିଆରଡିଓ ଅଧିନସ୍ଥ ଧାମରା ସ୍ଥିତ ଅବଦୁଲ କଲାମ ଦ୍ବୀପରୁ ସ୍ମାର୍ଟ-୩ ଆଣ୍ଟି ସବମେରାଇନ ମିଶାଇଲର ବୁଧବାର...

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ

ରେମୁଣା,୩୦।୪(ରବୀନ୍ଦ୍ର ମହାକୁଡ଼): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ କୁରୁଡ଼ା ଯାତ୍ରାପଡ଼ିଆଠାରେ କଂଗ୍ରେସର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ଏମ୍‌ପି ପ୍ରାର୍ଥୀ ଶ୍ରୀକାନ୍ତ ଜେନା...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri