୨ଶହ ବର୍ଷର ଶକ୍ତିପୀଠ ମା’ ଜଳଙ୍ଗ ଚଣ୍ଡୀ

ଖଇରା, ୧୪।୧୦(ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ବ୍ଲକ ମାଣିତ୍ରୀ ପଞ୍ଚାୟତ ଅଧୀନ ଜଳଙ୍ଗ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଚଣ୍ଡୀଙ୍କର ପୂଜାର୍ଚ୍ଚନା କୋଭିଡ କଟକଣା ମଧ୍ୟରେ ଆରମ୍ଭ ହୋଇଛି। ବାଲେଶ୍ୱର ଜିଲାର ଅନ୍ୟତମ ପୁରାତନ ସାଂସ୍କୃତିକ ପୀଠ ଭାବେ ପରିଗଣିତ ଏହି ଦେବୀଙ୍କ ମହିମା ଅବର୍ଣ୍ଣନୀୟ। ମା’ଙ୍କର ଦର୍ଶନ ପାଇଁ ବର୍ଷତମାମ ଭକ୍ତଙ୍କର ଭିଡ ଲାଗି ରହିଥିବା ବେଳେ ପାର୍ବଣ ଏଠାରେ ସ୍ବତନ୍ତ୍ର ଭାବେ ପାଳନ କରାଯାଇଥାଏ ା
ଦେବୀଙ୍କ ପ୍ରତିଷ୍ଠା ପଛରେ ଥିବା କିମ୍ବଦନ୍ତୀ ଅନୁଯାୟୀ ଆଜକୁ ଅନ୍ୟୁନ ୨ଶହ ବର୍ଷ ତଳେ କେନ୍ଦୁଝର ଜିଲା ଶୋଷ ଥାନା ଢେଙ୍କା ନିକଟସ୍ଥ ବାଲିଗୁରେଇ ଅଞ୍ଚଳର ଲୋକେ ୫ ଦେବୀ ମୂର୍ତ୍ତୀଙ୍କୁ ୫ଭଉଣୀ ଭାବେ ପୂଜାର୍ଚ୍ଚନା କରୁଥିଲେ। ମା’ ପ୍ରତ୍ୟକ୍ଷ ଦେବୀ ହୋଇଥିବାରୁ ତାଙ୍କ ନିକଟରେ ସେତେବେଳେ ନରବଳି ପରମ୍ପରା ଚାଲିଥିଲା। କେନ୍ଦୁଝର ରାଜା ଓ ପରେ ଢେଙ୍କା ଜମିଦାରଙ୍କ ତତ୍ତ୍ୱାବଧାନରେ ୫ ଭଉଣୀଙ୍କ ପୂଜାର୍ଚ୍ଚନା ଚାଲୁଥିଲା। ଏହି ୫ ଭଉଣୀଙ୍କ ମଧ୍ୟରୁ ବଡଭଉଣୀ ଭାବେ ଚଣ୍ଡୀ ଠାକୁରାଣୀଙ୍କ ସ୍ବପ୍ନାଦେଶକ୍ରମେ ଜଳଙ୍ଗ ଗ୍ରାମର ମହାପାତ୍ର ବଂଶଧରଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ମା’ଙ୍କ ପ୍ରତିମାକୁ କାନ୍ଧରେ ବୋହି ଆଣି ଗାଁରେ ଥିବା କୋଚିଳାଗଛ ମୂଳେ ରଖିଥିଲେ। ପରବର୍ତ୍ତୀ ସମୟରେ ମା’ଙ୍କୁ ଅନ୍ୟତ୍ର ନେବା ଉଦ୍ଦେଶ୍ୟରେ ଗ୍ରାମବାସୀଙ୍କ ଶତଚେଷ୍ଟା ସତ୍ତ୍ୱେ ମା’ଙ୍କ ମୂର୍ତ୍ତୀକୁ ସ୍ଥାନାନ୍ତର କରିବାରେ ବିଫଳ ହୋଇଥିଲେ। କିଛି ବର୍ଷ ପରେ ମହାପାତ୍ର ବଂଶର ଉତ୍ତରାଧିକାରୀ ପଦ୍ମଲୋଚନ ମହାପାତ୍ର, ବିନୋଦ ମହାପାତ୍ର, ଗ୍ରାମମୁଖିଆ ଗୋବିନ୍ଦ ଦାଶ ଓ ପାଣ୍ଡୁ ତ୍ରିପାଠୀଙ୍କ ପ୍ରଚେଷ୍ଟାରେ ଏକ ମନ୍ଦିର ନିର୍ମାଣ କରାଯାଇଥିଲା ା
ମା’ଙ୍କ ବିଷୟରେ ଅନେକ ଅଲୌକିକ ଘଟଣା ବି ଲୋକଙ୍କୁ ମୁହଁରୁ ଶୁଣିବାକୁ ମିଳେ ା ଏହି ମନ୍ଦିର ସମ୍ମୁଖରେ ଏକ ପୋଖରୀ ରହିଛି। କୌଣସି କର୍ମକର୍ମାଣି ପାଇଁ ବାସନକୁସନ ଦରକାର ପଡିଲେ ଆଗରୁ ଲୋକମାନେ ଆସି ମା’ଙ୍କୁ ଗୁହାରୀ କରୁଥିଲେ। ଠିକ୍‌ ପରଦିନ ସକାଳେ ଉକ୍ତ ପୋଖରୀରେ ଆବଶ୍ୟକ ମୁତାବକ ବାସନକୁସନ ଭାସୁଥିଲା ା ଯାହାକୁ ନେଇ ବ୍ୟବହାର କରିବା ପରେ ପୁଣି ଆଣି ତାକୁ ପୋଖରୀରେ ଭସାଇ ଦେଉଥିଲେ। ଏଥିଲାଗି ଏହି ପୋଖରୀ ବାସଙ୍ଗ ପୋଖରୀ ନାମରେ ପରିଚିତ। ଏହି ଐତିହ୍ୟସମ୍ପନ୍ନ ମନ୍ଦିର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଦେବୋତ୍ତର ତଥା ସଂସ୍କୃତି ବିଭାଗ ଦୃଷ୍ଟି ଦେବାକୁ ମନ୍ଦିର ଟ୍ରଷ୍ଟ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦାସ, ସଭ୍ୟ ସୁଶାନ୍ତ ମହାପାତ୍ର, ଅକ୍ଷୟ କୁମାର ଦାସ, ଭଗବାନ ଦାସ, ନାରାୟଣ ଦାସ ଓ ଶତ୍ରୁଘ୍ନ ଦାସ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

ନବଜାତ ଶିଶୁର ମୁଣ୍ଡ ଧରି ଶିବ ମନ୍ଦିର ସାମ୍ନାକୁ ଆସିଲା କୁକୁର: ବାହାନଗାରେ ଖେଳିଗଲା ଚାଞ୍ଚଲ୍ୟ

ବାହାନଗା,୧୬।୧୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଚିତ୍ତଳ ପଞ୍ଚାୟତର ବାଲିକିତ୍ତିରଣ ଗାଁ ରାସ୍ତାକଡ଼ରେ ନବଜାତ ଶିଶୁର ଖଣ୍ଡ ବିଖଣ୍ଡିତ ଶରୀର ପଡିଛି। ବାଲିକିତ୍ତିରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri