ବିଫଳତା ଲୁଚାଇବାକୁ ବାହାନା

ବଇଣ୍ଡା,୨୯ା୯ (ପରିକ୍ଷିତ ସାହୁ)

ବିପଦସଙ୍କୁଳ ଅବସ୍ଥାରେ ଅତି ତଳକୁ ଝୁଲିରହିଛି ବିଦ୍ୟୁତ୍‌ ତାର। ମୁକୁଳା ପଡ଼ିଛି ଟ୍ରାନ୍ସଫର୍ମର ଚତୁଃପାର୍ଶ୍ୱ। ଅନେକ ସ୍ଥାନରେ କାଠ, ବାଉଁଶ ଖୁଣ୍ଟିରେ ଯୋଗାଯାଇଛି ସେବା। ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ବହୁ ଗାଁରେ ଅସଜଡ଼ା ବିଦ୍ୟୁତ୍‌ ବ୍ୟବସ୍ଥାର ଏପରି ଚିତ୍ର ବାରମ୍ବାର ଦେଖିବାକୁ ମିଳୁଛି। ଏପରି କି ମାସେ ହେଲା ଉପଖଣ୍ଡର ୨୬ଟି ଟ୍ରାନ୍ସଫର୍ମର ପୋଡ଼ିଯାଇଥିଲେ ମଧ୍ୟ ତାହାକୁ ବଦଳାଯାଉ ନାହିଁ। ସହସ୍ରାଧିକ ଲୋକ ଏହି ଜରୁରୀ ସେବାରୁ ବଞ୍ଚିତ ରହିଥିବାବେଳେ ଭିତ୍ତିଭୂମି ସଜାଡିବାରେ ଦାୟିତ୍ୱରେ ଥିବା ସଂସ୍ଥା ବିଫଳ ହୋଇଥିବା ଅଭିଯୋଗ ହେଉଛି। ହେଲେ ନିଜ ବିଫଳତା ଲୁଚାଇବାକୁ ଉକ୍ତ ସଂସ୍ଥା ନାନା ବାହାନା କରୁଥିବା ଉପଭୋକ୍ତାମାନେ କହିଛନ୍ତି। ଉତ୍ତମ ସେବା ବଦଳରେ କେବଳ ବିଲ୍‌ ଆଦାୟ ଉପରେ ଜୋର୍‌ ଦିଆଯାଉଥିବାରୁ ଆଠମଲ୍ଲିକ ଉପଖଣ୍ଡରେ ଅସନ୍ତୋଷ ଦେଖାଦେଇଛି।
ଆଠମଲ୍ଲିକ ଉପଖଣ୍ଡର କିଶୋରନଗର ଓ ଆଠମଲ୍ଲିକ ବ୍ଲକ ଅଞ୍ଚଳରେ ୨୬ଟି ଟ୍ରାନ୍ସଫର୍ମର ମାସେ ତଳୁ ପୋଡିଯାଇଛି। ଫଳରେ ଶତାଧିକ ଗ୍ରାମବାସୀ ବିନା ବିଦ୍ୟୁତ୍‌ରେ ଅଛନ୍ତି। ବହୁ ହେକ୍ଟର ଜମିକୁ ପାଣି ମାଡ଼ିପାରୁ ନାହିଁ। କିଶୋରନଗର ବ୍ଲକ ବାମୁର ବିଦ୍ୟୁତ୍‌ ବିଭାଗ ଅଧୀନରେ ଥିବା ଆମ୍ବପାଳ ଗ୍ରାମର ୬୩ କେଭି ଟ୍ରାନ୍ସଫର୍ମର, ରେଙ୍ଗାଳବେଡ଼ାର ୨୫ କେଭି ଟ୍ରାନ୍ସଫର୍ମର, ସୁସବ ଗ୍ରାମର ୨୫ କେଭି, ଭାଙ୍ଗମୁଣ୍ଡା ଗ୍ରାମର ୨୫ କେଭି, ପିପଳମୁଣ୍ଡା ଗ୍ରାମର୨୫ କେଭି, ମାଣିକପୁର ଗ୍ରାମର ୧୬ କେଭି, ଅଙ୍ଗପଡା ଗ୍ରାମର ୬୩ କେଭି, ଧଡରପାଳ ଗ୍ରାମର ୧୬ କେଭି, ପୁରୁଣାପାଣି ଗ୍ରାମର ୧୬ କେଭି, ନତଡା ଗ୍ରାମର ଏଲ୍‌ଆଇ ପଏଣ୍ଟ ପାଇଁ ଲାଗିଥିବା ୨୫ କେଭି, ବଅଁରନାଳି ଗ୍ରାମର ୨୫ କେଭି ଓ ୬୩ କେଭି, ପର୍ଶୁମାଳ ଗ୍ରାମର ୬୩ କେଭି, ଜଏରାଟର ୧୬ କେଭି, ଓସ୍କାପାଲି ପଞ୍ଚାୟତ ବାଲିଜେରେଙ୍ଗର ୧୬ କେଭି, ଜାମ୍ବୁନାଳି ଗ୍ରାମର ୨୫ କେଭି ଓ ଏଲଆଇ ପଏଣ୍ଟ ପାଇଁ ଲାଗିଥିବା ୨୫ କେଭି ଟ୍ରାନ୍ସଫର୍ମର ପୋଡ଼ିଯାଇଛି। ସେହିପରି ଆଠମଲ୍ଲିକ ବ୍ଲକ କୁରୁମଟାପ ଗ୍ରାମରେ ଏଲ୍‌ଆଇ ପଏଣ୍ଟ ପାଇଁ ଲାଗିଥିବା ୨୫ କେଭି, ତିଳେଶ୍ୱର ହରିଜନ ସାହିର ୧୦ କେଭି, ଟେନ୍ତୁଳିପଥର ଗ୍ରାମର ୧୦ କେଭି, ଅନ୍ତତପାଲି ଗ୍ରାମର ୬୩ କେଭି, ଜାମୁଡୁଲି ଗ୍ରାମ ଏଲ୍‌ଆଇ ପଏଣ୍ଟରେ ଥିବା ୧୬ କେଭି, ମାଧପୁର ଏଲ୍‌ଆଇ ପଏଣ୍ଟ ପାଇଁ ଥିବା ୨୫ କେଭି, କିଆକଟା ଏଲ୍‌ଆଇ ପଏଣ୍ଟ ପାଇଁ ଲାଗିଥିବା ୨୫ କେଭି, ବିନିକେଇଠାରେ ଏଲଆଇ ପଏଣ୍ଟ ପାଇଁ ଥିବା ୨୫ କେଭିର ୨ଟି ଟ୍ରାନ୍ସଫର୍ମର ପୋଡିଯାଇଛି। ଏ ନେଇ ଅଞ୍ଚଳର ଉପଭୋକ୍ତାମାନେ ବହୁବାର ବଇଣ୍ଡାସ୍ଥିତ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟଠାରେ ଅଭିଯୋଗ କରିଥିଲେ ମଧ୍ୟ ପଦକ୍ଷେପ ନିଆଯାଉ ନ ଥିବା ତିଳେଶ୍ୱର ଗ୍ରାମବାସୀ ଅଭିଯୋଗ କରିଛନ୍ତି। କରୋନା ମହାମାରୀକୁ ଆଳ କରି ବହୁ ବିଳମ୍ବରେ ଉପଭୋକ୍ତାମାନଙ୍କୁ ବିଲ୍‌ ଦିଆଯାଉଥିବା ବେଳେ ସମସ୍ତ ବକେୟା ପଇଠ ନ କଲେ ନୂତନ ଟ୍ରାନ୍ସଫର୍ମର ଲଗାଯିବ ନାହିଁ ବୋଲି ବିଭାଗୀୟ ଅଧିକାରୀମାନେ କହୁଛନ୍ତି। ଅନେକ ଉପଭୋକ୍ତାଙ୍କ ମିଟର ଖରାପ ହୋଇଥିବା କହି ମିନିମମ୍‌ ଚାର୍ଜ ପକାଇ ବିଲ୍‌ ଆଦାୟ କରୁଥିବା କର୍ମଚାରୀମାନେ ଅଧିକ ଅର୍ଥ ନେଉଥିବା ଜଏରାଟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ଅଚଳ ଟ୍ରାନ୍ସଫର୍ମର ସ୍ଥାନରେ ନୂଆ ବ୍ୟବସ୍ଥା କରିବାକୁ ଉପଭୋକ୍ତାମାନେ ଦାବି କରିଛନ୍ତି।
ଭଙ୍ଗା ଖୁଣ୍ଟରେ ତାର ଟଣାଯାଉଛି
ମାଧପୁର ଅଞ୍ଚଳରେ ଉତ୍ତମ ସେବା ଯୋଗାଇବାରେ ଘରୋଇ ସଂସ୍ଥା ବିଫଳ ହୋଇଛି। ଯେଉଁ ଅଞ୍ଚଳରେ ଟ୍ରାନ୍ସଫର୍ମର ପୋଡ଼ୁଛି, ସେଠାରେ ନୂତନ ଟ୍ରାନ୍ସଫର୍ମର ଲଗାଇବାରେ ବହୁ ବିଳମ୍ବ କରାଯାଉଛି। ଅନେକ ଗ୍ରାମରେ ଭଙ୍ଗା ଖୁଣ୍ଟରେ ବିଦ୍ୟୁତ୍‌ ତାର ଟଣାଯାଇଛି।
-ସଚ୍ଚିଦାନଦ ପ୍ରଧାନ
ଗଦାଧରପୁର, ମାଧପୁର
ସେବା ପରିବର୍ତ୍ତେ ଜୁଲମ
ବିଦ୍ୟୁତ୍‌ ସମସ୍ୟାର ସମାଧାନ ପରିବର୍ତ୍ତେ ଜୁଲମ ବଢ଼ୁଛି। କେବଳ ଏଲ୍‌ଇଡି ବଲ୍‌ ଜାଳୁଥିବା ଲୋକଙ୍କଠାରୁ ମିନିମମ୍‌ ଚାର୍ଜ ପକାଇ ବିଲ୍‌ ସଂଗ୍ରହ କରାଯାଉଛି। ସରକାର ବିନା ଦେୟରେ ଗରିବଙ୍କୁ ସଂଯୋଗ ଦେଉଥିବାବେଳେ ଅସାଧୁ କର୍ମଚାରୀ ଅର୍ଥ ଦାବି କରୁଛନ୍ତି।
-ରମଣୀ ରଞ୍ଜନ ପ୍ରଧାନ, ଜଏରାଟ
ଅଯଥା ବିଲ୍‌ କରାଯାଉଛି
ଗ୍ରାମାଞ୍ଚଳରେ ବିଦ୍ୟୁତ୍‌ ସେବା ବିପର୍ଯ୍ୟସ୍ତ ହୋଇପଡିଛି। ପୋଡ଼ିଯାଇଥିବା ଟ୍ରାନ୍ସଫର୍ମର ଲଗାଇବାରେ ବହୁ ବିଳମ୍ବ କରାଯାଉଛି। ଅଯଥା ବିଲ୍‌ କରି ଉପଭୋକ୍ତାଙ୍କଠାରୁ ଅଧିକ ଅର୍ଥ ନିଆଯାଉଛି। ଭିତ୍ତିଭୂମିରେ ଉନ୍ନତି ଆଣିବା ଦିଗରେ ବିଭାଗ ଫେଲ୍‌ ମାରିଛି।
-ଭାଗୀରଥି ପ୍ରଧାନ, ଭାଜପା ନେତା
ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯିବ
ଆଠମଲ୍ଲିକ ଉପଖଣ୍ଡରେ ଥିବା ପୋଡ଼ା ଟ୍ରାନ୍ସଫର୍ମର ସ୍ଥାନରେ କିଭଳି ଶୀଘ୍ର ନୂତନ ଟ୍ରାନ୍ସଫର୍ମର ଲଗାଯିବ ସେ ନେଇ ବିଦ୍ୟୁତ୍‌ ବିଭାଗ ଏସ୍‌ଡିଓଙ୍କୁ ନିର୍ଦ୍ଦେଶ ଦିଆଯିବ। ଲୋକଙ୍କ ସମସ୍ୟା ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବାକୁ କୁହାଯିବ।
-ଲଲିତ ମୋହନ ବେହେରା, ଉପଜିଲାପାଳ, ଆଠମଲ୍ଲିକ
ତୁରନ୍ତ ପଦକ୍ଷେପ ନିଆଯିବ
ପୋଡ଼ି ଯାଇଥିବା ଟ୍ରାନ୍ସଫର୍ମର ସ୍ଥାନରେ ନୂତନ ଟ୍ରାନ୍ସଫର୍ମର ଲଗାଯାଉଛି। କିନ୍ତୁ କିଛି ଅଞ୍ଚଳର ଉପଭୋକ୍ତାଙ୍କ ଉପରେ ବିଲ୍‌ ବାବଦ ବହୁ ଅର୍ଥ ବକେୟା ଥିବାରୁ ନୂତନ ଟ୍ରାନ୍ସଫର୍ମର ଲଗାଇବାରେ ସମସ୍ୟା ହେଉଛି। ତଥାପି ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ।
-ସିପକ କୁମାର ଦାସ,
ଏସ୍‌ଡିଓ, ବଇଣ୍ଡା ସେକ୍ସନ


Enter your email to get our daily news in your inbox.

All Right Reserved By Dharitri.Com

ଅରିନ୍ଦମ୍‌ଙ୍କୁ ଗ୍ରହଣ କରିପାରୁନାହାନ୍ତି ଦଳୀୟ କର୍ମୀ

ସାଲେପୁର,୨୮।୪(ଅରବିନ୍ଦ ଭୂୟାଁ)ବହୁ କଳ୍ପନାଜଳ୍ପନା ପରେ ଶେଷରେ ସାଲେପୁର ବିଧାନସଭା ଆସନର ଭାଜପା ପ୍ରାର୍ଥୀଭାବେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କଟକର ଯୁବନେତା ଅରିନ୍ଦମ ରାୟଙ୍କ ନାମ...

ଏଥର ଯୋଡ଼ା ପଦ୍ମ ଫୁଟିବ: ଜଗଦ୍ଦେବ

ଖୋର୍ଦ୍ଧା,୨୮ା୪(ପ୍ରଭାତ ପାଣିଗ୍ରାହୀ)ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଶନିବାର ବିଧାନସଭା ଆସନ ପାଇଁ ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ୩ ଆସନ ମଧ୍ୟରୁ...

ମହାନଦୀକୁ ନେଇ ଭାଜପା-ବିଜେଡି ଦୋଷ ଲଦାଲଦି

ସମ୍ବଲପୁର,୨୮ା୪ (ଭବାନୀ ଶଙ୍କର ଭୋଇ/ପ୍ରମୋଦ ବହିଦାର)ଗ୍ରୀଷ୍ମଋତୁର ସୂର୍ଯ୍ୟ ତାପଠୁଁ ବଳିଗଲାଣି ସମ୍ବଲପୁରର ରାଜନୈତିକ ତାତି। ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ଭାଜପା ମଧ୍ୟରେ ଆରୋପ-ପ୍ରତ୍ୟାରୋପ...

ଚମ୍ପୁଆରୁ ମୁରଲୀ, ଫକୀରମୋହନ ତେଲକୋଇରୁ ଭାଜପା ବିଧାୟକ ପ୍ରାର୍ଥୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ)ଦୀର୍ଘଦିନ ଧରି ଘୋଷଣା ହୋଇପାରୁ ନ ଥିବା ଚମ୍ପୁଆ ଓ ତେଲକୋଇ ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଶନିବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିିଛି।...

ଟୁକୁନୀଙ୍କ ମନ୍ତବ୍ୟକୁ ନେଇ ପଦ୍ମପୁରରେ ଝଡ଼

ପଦ୍ମପୁର, ୨୮ା୪(ପ୍ରଦୀପ୍ତ ଦାଶ)ବଲାଙ୍ଗୀର ଜିଲା ଟିଟିଲାଗଡ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟକ ପ୍ରାର୍ଥତ୍ନୀ...

ବରୀରେ ପ୍ରାର୍ଥୀ ଘୋଷଣା କରିପାରୁନି ଭାଜପା

ବରୀ,୨୮ା୪(ମହେନ୍ଦ୍ର ସ୍ବାଇଁ)ଯାଜପୁର ଜିଲାର ବରୀ ନିର୍ବାଚନମଣ୍ଡଳୀରେ ଭାଜପା ଏଯାଏ ପ୍ରାର୍ଥୀ ଦେଇପାରିନାହିଁ। ଏଠାରେ ବିଜେଡି ବିଶ୍ୱରଞ୍ଜନ ମଲ୍ଲିକ ଓ କଂଗ୍ରେସ ଆରତୀ ଦେଓଙ୍କୁ ପ୍ରାର୍ଥୀ କରିବା...

ଭାଜପା,ବିଜେଡି କଳହପ୍ରିୟ: ଅଜୟ କୁମାର

କଟକ, ୨୮ା୪(ଶିଳ୍ପା ପ୍ରିୟଦର୍ଶିନୀ)ବାରବାଟୀ-କଟକ କଂଗ୍ରେସ ପକ୍ଷରୁ କଂଗ୍ରେସ ସମାବେଶ କଟକସ୍ଥିତ ଖ୍ରୀଷ୍ଟିଆନ୍‌ ପଡିଆଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ କଂଗ୍ରେସ ନେତା ଇଂ. ମହମ୍ମଦ ମୋକିମଙ୍କ...

ଡବଲ ଇଞ୍ଜିନ ନୁହେଁ, ଯୋଡି ଶଙ୍ଖ ଦରକାର: ପାଣ୍ଡିଆନ

ନୂଆପଡ଼ା,୨୮ା୪ (ମକାରୁ ବେମାଲ)୫-ଟି ଅଧ୍ୟକ୍ଷ ତଥା ବିଜେଡି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ନୂଆପଡ଼ା ଜିଲା ଗସ୍ତରେ ଆସି ସ୍ଥାନୀୟ ମିନି ଷ୍ଟାଡିୟମଠାରେ ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri