ଶେଷ ହେଉନି ସଞ୍ଜୀବନୀ ସଂଗ୍ରାମ

ଅନୁଗୋଳ ଅଫିସ, ୨୮ା୯ ଟିକା ନେଲେ ଦେହରେ ସୃଷ୍ଟି ହେଉଛି ଆଣ୍ଟିବଡି। ମହାମାରୀ କୋଭିଡ୍‌ରୁ ଅନେକାଂଶରେ ମିଳୁଛି ସୁରକ୍ଷା। ସରକାର ଓ ବିଶେଷଜ୍ଞମାନଙ୍କ ଏପରି ମତକୁ ଆଧାରକରି ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ବଢ଼ୁଛି ଭିଡ଼। କେଉଁଠି ରାତିରୁ ଲୋକଙ୍କ ଲାଇନ ଲାଗୁଛି ତ ଆଉ କେଉଁଠି ଆଧାର କାର୍ଡକୁ ଧାଡ଼ିରେ ରଖି ସଞ୍ଜୀବନୀ ପାଇଁ ଲୋକେ ଚଳାଇଛନ୍ତି ସଂଘର୍ଷ। ହେଲେ ଚାହିଦା ଅନୁଯାୟୀ ଅନୁଗୋଳ ଜିଲାକୁ ଟିକା ଆସୁ ନ ଥିବାରୁ ୮ ମାସ ହେଲା ଶେଷ ହେଉନି ଜିଲାବାସୀଙ୍କ ସଂଗ୍ରାମ।
ଅନୁଗୋଳ ଜିଲାରେ ଗତ ଜାନୁୟାରୀ ୧୬ ତାରିଖରୁ ଆରମ୍ଭ ହୋଇଥିଲା କୋଭିଡ୍‌ ଟିକାକରଣ। ପ୍ରଥମେ କରୋନା ଯୋଦ୍ଧା ଓ ପରେ ବରିଷ୍ଠ ନାଗରିକ, ୪୫ ବର୍ଷରୁ ଊର୍ଦ୍ଧ୍ୱ ଏବଂ ୧୮ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଏଥିରେ ସାମିଲ କରାଯାଇଥିଲା। ଏପରି କି ଟିକାକରଣ କେନ୍ଦ୍ର ପ୍ରତି ଆକର୍ଷିତ କରିବାକୁ ଅନୁଗୋଳ ଷ୍ଟାଡିୟମରେ ମେଗା ଭାକ୍ସିନେଶନ୍‌ ସେଣ୍ଟର ଖୋଲାଯାଇଥିଲା। ସେଲ୍‌ଫି ପଏଣ୍ଟ ମଧ୍ୟ କରାଯାଇଥିଲା। ତେବେ ଟିକାର ସଫଳତା ସମ୍ପର୍କରେ ବ୍ୟାପକ ପ୍ରଚାର ପ୍ରସାର ପରେ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ଲୋକଙ୍କ ସୁଅ ଛୁଟିବାରେ ଲାଗିଥିଲା। ଏପରି କି ଅନେକ ସ୍ବାସ୍ଥ୍ୟକେନ୍ଦ୍ର ବାହାରେ ରାତିରୁ ଲାଇନ ଲାଗିଥିଲା। ଆଧାରକାର୍ଡ, ଚପଲ, ବ୍ୟାଗ ଆଦିକୁ ଧାଡ଼ିରେ ରଖାଯାଇଥିଲା। କେଇମାସ ହେଲା ଅନୁଗୋଳ ଜିଲାର ବିଭିନ୍ନ ଚିକିତ୍ସାଳୟରେ ଏପରି ଦୃଶ୍ୟ ନିତିଦିନିଆ ହୋଇଯାଇଥିଲେ ମଧ୍ୟ ଟିକାକରଣ ଦ୍ରୁତଗତିରେ ଆଗେଇପାରୁ ନାହିଁ। କାରଣ ଲୋକଙ୍କ ଚାହିଦା ଅନୁଯାୟୀ ଜିଲାକୁ ଟିକା ଯୋଗାଣ ହୋଇପାରୁ ନାହିଁ। ଏହି କାରଣରୁ ଗତ ୨୪ ତାରିଖ ସୁଦ୍ଧା ଜିଲାର ମାତ୍ର ୬୧.୩ ଅର୍ଥାତ୍‌ ୫ ଲକ୍ଷ ୮୮ ହଜାର ୩୦୦ ଜଣଙ୍କୁ ପ୍ରଥମ ଡୋଜ୍‌ ଦିଆଯାଇପାରିଛି। ସେହିପରି ଏମାନଙ୍କ ମଧ୍ୟରୁ ୩୨.୩ ପ୍ରତିଶତ ଅର୍ଥାତ୍‌ ୧ ଲକ୍ଷ ୮୯ ହଜାର ୯୨୫ ଜଣ ଦ୍ୱିତୀୟ ଡୋଜ୍‌ ନେଇପାରିଛନ୍ତି। ତେଣୁ ଗତ ୮ ମାସ ମଧ୍ୟରେ ଜିଲାରେ ୭ ଲକ୍ଷ ୭୮ ହଜାର ୨୨୫ ଡୋଜ୍‌ ଟିକାକରଣ ହୋଇପାରିଛି। ଉଭୟ ଅଫ୍‌ଲାଇନ୍‌ ଓ ଅନ୍‌ଲାଇନ୍‌ରେ ପଞ୍ଜୀକରଣ କରାଯାଉଥିଲେ ମଧ୍ୟ ଟିକା ଅଭାବ ବଡ଼ ସମସ୍ୟା ପାଲଟିଛି। ତେଣୁ ସବୁଦିନ ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ଟିକାକରଣ ହୋଇପାରୁ ନାହିଁ। କିନ୍ତୁ ଏ ନେଇ ଜନସାଧାରଣ ଅବଗତ ହୋଇପାରୁ ନାହାନ୍ତି। ଜିଲାର ବହୁ ଅଞ୍ଚଳରେ ମୋବାଇଲ ନେଟଓ୍ବର୍କ ପହଞ୍ଚିନାହିଁ। ଅନେକ ଲୋକଙ୍କ ନିକଟରେ ସ୍ମାର୍ଟ ଫୋନ ମଧ୍ୟ ନାହିଁ। ସେଥିପାଇଁ ସେମାନେ ସ୍ଲଟ୍‌ ବୁକିଂ କରି ନ ପାରିବା ସହ କେଉଁଦିନ କେଉଁ ସ୍ବାସ୍ଥ୍ୟକେନ୍ଦ୍ରରେ ଟିକାକରଣ ହେଉଛି କି ନାହିଁ ସେ ସମ୍ପର୍କରେ ଜାଣିପାରୁ ନାହାନ୍ତି। ଫଳରେ ଟିକା ନେବାକୁ ରାତିରୁ ଲାଇନ୍‌ ଦେଇ ଅପେକ୍ଷା କରୁଥିବା ଲୋକେ ଶେଷରେ ନିରାଶରେ ଫେରିଯିବାକୁ ବାଧ୍ୟ ହେଉଛନ୍ତି।
ସ୍ଲଟ୍‌ ବୁକିଂ କଷ୍ଟକର ହୋଇପଡ଼ୁଛି
ପ୍ରଥମ ଡୋଜ୍‌ ପାଇଁ ସ୍ଲଟ ବୁକିଂ ନିମନ୍ତେ ଦୀର୍ଘଦିନ ଲାଗିଗଲା। କାରଣ ଅଳ୍ପ ଟିକା ଆସୁଥିବାରୁ ସ୍ଲଟ୍‌ ଖୋଲୁ ଖୋଲୁ ପଞ୍ଜୀକରଣ ଶେଷ ହୋଇଯାଉଥିଲା। ତେଣୁ କିଛିଦିନ ତଳେ ପ୍ରଥମ ଡୋଜ୍‌ ନେଇପାରିଛି। ଏପରି ସମସ୍ୟା ଯୋଗୁ ଟିକାକରଣ ଶିଥିଳ ପଡ଼ିଯାଉଛି। ଅଧିକ ଟିକା କିପରି ଆସିବ ସେହି ବ୍ୟବସ୍ଥା କରାଯାଉ।
-ଦୁର୍ଯ୍ୟୋଧନ ପାଲ, ଅନୁଗୋଳବାସୀ
ପର୍ଯ୍ୟାପ୍ତ ପରିମାଣର ଟିକା ମିଳୁନାହିଁ
ଜିଲାକୁ ପର୍ଯ୍ୟାପ୍ତ ପରିମାଣର ଟିକା ଆସୁ ନ ଥିବାରୁ ଟିକାକରଣରେ ଶିଥିଳତା ଦେଖାଦେଉଛି। ରାଜ୍ୟ ସରକାର ଯେତିକି ପ୍ରଦାନ କରୁଛନ୍ତି, ସେହି ଅନୁପାତରେ ଲୋକଙ୍କୁ ଟିକା ଦିଆଯାଉଛି। ପ୍ରଶାସନ ଅଧିକ ମାଗିଲେ ମଧ୍ୟ ମିଳିବ ନାହିଁ। କାରଣ ସରକାରଙ୍କ ପକ୍ଷରୁ ପ୍ରତି ଜିଲାକୁ ଟିକା ବାଣ୍ଟିକରି ଦିଆଯାଉଛି।
-ଡାକ୍ତର ଧନଞ୍ଜୟ ବେହେରା, ଏଡିଏମ୍‌ଓ(ଜନସ୍ବାସ୍ଥ୍ୟ)
ପୁଅ ଦୁଇ ରାତି ଅନିଦ୍ରା ହୋଇଥିଲା
ଜିଲାରେ ଟିକାଦାନ ବ୍ୟବସ୍ଥାରେ ପୂର୍ବାପେକ୍ଷା ସୁଧାର ଆସିଛି। ହେଲେ ଆବଶ୍ୟକତା ଅନୁଯାୟୀ ଟିକା ଆସୁନାହିଁ। ସେଥିପାଇଁ ସାଧାରଣ ଲୋକଙ୍କୁ ଦିନ ଦିନ ଧରି ଧାଡ଼ିରେ ଠିଆ ହେବାକୁ ପଡ଼ୁଛି। ମୋତେ ଟିକା ଦେବାକୁ ପୁଅମାନେ ଦୁଇ ରାତି ଅନିଦ୍ରା ହୋଇ ଲାଇନ୍‌ ଦେଇଥିଲେ। ଏହାପରେ ଟିକା ନେଇପାରିଥିଲି।
-ଗୀତା ବିଶ୍ୱାଳ, ଅନୁଗୋଳବାସୀ
ଟିକା ଯାଉଛି କୁଆଡ଼େ
ସରକାରଙ୍କ ଟିକା ବଣ୍ଟନ ନୀତି ବୁଝାପଡ଼ୁନି। ସେଥିପାଇଁ ଅନୁଗୋଳ ଜିଲାର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ କମ୍‌ ଟିକା ପହଞ୍ଚୁଛି। ଏହା ଚାହିଦା ତୁଳନାରେ ଏତେ ସ୍ବଳ୍ପ ଯେ ରାତିରୁ ଧାଡ଼ି ନ ବାନ୍ଧିଲେ ମିଳିବାର ସୁଯୋଗ ନାହିଁ। କେନ୍ଦ୍ରରୁ ଅଧିକ ଆସୁଥିବା କୁହାଯାଉଥିବା ବେଳେ ରାଜ୍ୟରେ କୁଆଡ଼େ ଯାଉଛି ତାହା ଜଣାପଡ଼ୁନି। -ସୁଦୀପ ଗଡ଼ନାୟକ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ରାୟପୁର-ଭାଇଜାଗ୍‌ କରିଡର: ଓଡ଼ିଶା ସମେତ ୩ ରାଜ୍ୟରେ ଆଣିବ ବିକାଶର ଧାରା

ଭୁବନେଶ୍ୱର,୭ା୧୨: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ନିର୍ମାଣାଧୀନ ୬-ଲେନ୍ ବିଶିଷ୍ଟ ରାୟପୁର–ବିଶାଖାପାଟଣା ଅର୍ଥନୈତିକ କରିଡର ଆଗାମୀ ଦିନରେ ଓଡ଼ିଶା ସମେତ ତିନୋଟି...

ବାରବାଟୀ T20: ମ୍ୟାଚ୍ ଦେଖବାକୁ ଆସୁଥିଲେ ଏସବୁ ସ୍ଥାନରେ କରନ୍ତୁ ପାର୍କିଂ

କଟକ,୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ ବାରବାଟୀରେ ଆୟୋଜିତ ହେବାକୁ ଥିବା T20 ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଉଭୟ ଦଳକୁ କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri