Posted inଖେଳ

ଗର୍ଲଫ୍ରେଣ୍ଡ ଅଛନ୍ତି କି ନାହିଁ; ପ୍ରଶ୍ନରେ ଏମିତି ଉତ୍ତର ଦେଲେ ନୀରଜ ଚୋପ୍ରା

ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ ଥ୍ରୋରେ ସ୍ବର୍ଣ୍ଣ ଜିତିଛନ୍ତି ନୀରଜ ଚୋପ୍ରା। ସ୍ବର୍ଣ୍ଣ ପଦକ ଜିତିବା ପରେ ନୀରଜ ଏକ ଇଣ୍ଟରନେଟ ସେନସେସନ ହୋଇଯାଇଛନ୍ତି। ପ୍ରତ୍ୟେକ ଭାରତୀୟ ନୀରଜଙ୍କ ବିଷୟରେ ସବୁକିଛି ଜାଣିବାକୁ ଇଚ୍ଛୁକ ଅଛନ୍ତି। ସମସ୍ତେ ତାଙ୍କ କ୍ୟାରିୟର, ଖାଦ୍ୟ, ପରିବାର ଏବଂ ପ୍ରେମ ଜୀବନ ବିଷୟରେ ଜାଣିବାକୁ ଚାହାଁନ୍ତି।
ହରିୟାଣାର ପାନିପତର ଖଣ୍ଡରା ଗାଁର କୃଷକ ସତୀଶ କୁମାରଙ୍କ ପୁଅ ନୀରଜଙ୍କଏହି ସଫଳତା ହାସଲ କରିବା ପରେ ସୋସିଆଲ ମିଡିଆରେ ତାଙ୍କ ଫଲୋଅର୍ସ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ନିକଟରେ ଏକ ସାକ୍ଷାତକାରରେ ନୀରଜ ଚୋପ୍ରାଙ୍କୁ ତାଙ୍କ ଗର୍ଲଫ୍ରେଣ୍ଡ ବିଷୟରେ ପଚରାଯାଇଥିଲା। ପ୍ରଥମେ ସେ ଏହି ପ୍ରଶ୍ନ ଶୁଣି ଟିକେ ଲାଜେଇ ଯାଇଥିଲେ। ପରେ ସେ କହିଥିଲେ ଯେ, ତାଙ୍କର କୌଣସି ଗର୍ଲଫ୍ରେଣ୍ଡ ନାହିଁ ଏବଂ ଏବେ ତାଙ୍କର ବିବାହ କରିବାର ଉଦ୍ଦେଶ୍ୟ ନାହିଁ। ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ ଏବେ ଖେଳ ଏବଂ ଆଗାମୀ ପ୍ରତିଯୋଗିତା ଉପରେ ଅଛି। ଏହା ବହୁତ ଭଲ କଥା ଯେ ତାଙ୍କୁ ଏତେ ଭଲ ପାଇବା ମିଳୁଛି। ଆସନ୍ତା ବର୍ଷ ଏସୀୟ ଗେମ୍ସ ଏବଂ ବିଶ୍ୱ ଚାମ୍ପିଅନସିପ ଏବଂ ତା’ପରେ ଅଲିମ୍ପିକ୍ସକୁ ନେଇ ଆସୁଥିବା ଅନ୍ୟ ଟୁର୍ନାମେଣ୍ଟ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ସେ ନିଜ ଖେଳ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବାକୁ ଚାହୁଁଛି ବୋଲି ସେ କହିଛନ୍ତି। ତାଙ୍କର ପ୍ରିୟ ଖାଦ୍ୟ ବିଷୟରେ ନୀରଜ କହିଛନ୍ତି ଯେ, ସେ ଗୁପ୍‌ଚୁପ୍‌ ଖାଇବାକୁ ଭଲ ପାଆନ୍ତି। ଏହା ବ୍ୟତୀତ ମା’ଙ୍କ ହାତରେ ତିଆରି ଖାଦ୍ୟ ଏବଂ ଚୁର୍‌ମା ମଧ୍ୟ ପସନ୍ଦ। ଟୋକିଓରୁ ଫେରିବା ପରେ ମୁଁ ଘରକୁ ଯାଇ ମା’ଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଖାଇବାକୁ ଚାହେଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri