ତୈଳ ଦର ହ୍ରାସ ପାଇବାର ସମ୍ଭାବନା ରହିଛି

ନୂଆଦିଲ୍ଲୀ,୧୯।୭ : କରୋନା ମହାମାରୀ ଭଳି ମାନ୍ଦାବସ୍ଥା ସମୟରେ ଦେଶରେ ତୈଳ ଦର ଅହେତୁକ ଭାବେ ବୃଦ୍ଧି ପାଇବା ଯୋଗୁ ସରକାରଙ୍କୁ ସାଧାରଣ ଜନତାଙ୍କ ରୋଷର ଶିକାର ହେବାକୁ ପଡୁଛି। ସରକାର ମଧ୍ୟ ତୈଳ ଦର ହ୍ରାସ ପାଇଁ ବହୁ ଚେଷ୍ଟା କରୁଛନ୍ତି ହେଲେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ମଧ୍ୟ ଏହି ସମୟରେ ବିଭିନ୍ନ କାରଣରୁ ଉଚ୍ଚ ରହିବା ଯୋଗୁ ଦର ହ୍ରାସ ସମ୍ଭବ ହେଉ ନ ଥିଲା। ଶନିବାର ଓପେକ ରାଷ୍ଟ୍ରର ବିଭିନ୍ନ ତୈଳ ଉପତ୍ାଦନକାରୀ ସଂସ୍ଥାର ପ୍ରମୁଖମାନଙ୍କର ଏକ ବୈଠକରେ ଉପତ୍ାଦନ ବୃଦ୍ଧି ଓ ଦର ହ୍ରାସ ସମ୍ପର୍କରେ ବିଭିନ୍ନ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସୂଚନା ମିଳିଛି। ଫଳରେ ଭାରତରେ ପେଟ୍ରୋଲ ଏବଂ ଡିଜେଲର ବର୍ଦ୍ଧିତ ଦର କିଛିଟା ହ୍ରାସ ପାଇବାର ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି। ବର୍ତ୍ତମାନ ସମୟରେ ସାରା ବିଶ୍ବରେ କରୋନା ସଂକ୍ରମଣ ପୁଣି ଥରେ ବଢୁଥିବାରୁ ତୈଳ ଚାହିଦା ପ୍ରଭାବିତ ହେବାର ଆଶଙ୍କା ରହିଛି। ସେହିଭଳି ଆଗାମୀ ଦିନଗୁଡ଼ିକରେ ଓପେକ୍‌ ରାଷ୍ଟ୍ର ସମୂହ ପକ୍ଷରୁ ତୈଳ ଉତ୍ପାଦନ ବୃଦ୍ଧି ପାଇବାର ସମ୍ଭାବନା ଅଧିକ ରହିଛି। ଯଦି ଉପତ୍ାଦନ ବୃଦ୍ଧି ପାଏ ତା’ ହେଲେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇବାର ସମ୍ଭାବନା ମଧ୍ୟ ଯଥେଷ୍ଟ ରହିଛି। ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (ବ୍ରେଣ୍ଟ୍‌) ଦର ବ୍ୟାରେଲ ପିଛା ୩ ଡଲାର ହ୍ରାସ ଘଟି ପାଖାପାଖି ୭୩ ଡଲାର ରହିଛି। ସେହିଭଳି ଆମେରିକାରେ ଉତ୍ପାଦିତ ହେଉଥିବା ଅଶୋଧିତ ତୈଳ ଦର ମଧ୍ୟ ବ୍ୟାରେଲ ପିଛା ପ୍ରାୟ ୪ ଡଲାର ହ୍ରାସ ଘଟି ୭୧ ଡଲାର ରହିଛି। ଓପେକ୍‌ ଦେଶଗୁଡ଼ିକ ଜୁନ ମାସରେ ତୈଳ ଉତ୍ପାଦନ ଦୈନିକ ୫,୯୦,୦୦୦ ବ୍ୟାରେଲ ବୃଦ୍ଧି କରି ୨୬.୦୩ ନିୟୁତ ବ୍ୟାରେଲରେ ପହଞ୍ଚାଇଛନ୍ତି। ସେହିଭଳି ଜୁଲାଇରେ ଏହାକୁ ଆହୁରି ବଢାଇବା ସହ ଆଗାମୀ ମାସଗୁଡ଼ିକରେ ମଧ୍ୟ ଏହା ଜାରି ରହିବ ବୋଲି ବିଚାର ବିମର୍ଷ କରୁଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri