ଅଳିଆ ଉଠାରେ ଅସହଯୋଗ

ଅନୁଗୋଳ ଅଫିସ, ୨୨ା୬-

ଅନୁଗୋଳ ସହର ସଫେଇ ନେଇ ଦେଖାଦେଇଥିବା ବିବାଦର ସମାଧାନ ଏଯାଏ ହୋଇପାରି ନାହିଁ। ସଫେଇ କର୍ମଚାରୀ ସଂଘ ସମ୍ପାଦକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ କେତେଜଣ କର୍ମଚାରୀ ପୌର କର୍ତ୍ତୃପକ୍ଷଙ୍କୁ ଅସହଯୋଗ କରୁଛନ୍ତି। ବାରମ୍ବାର କାର୍ଯ୍ୟବନ୍ଦ କରି ନାଲିଆଖି ଦେଖାଉଛନ୍ତି। ସମ୍ପାଦକଙ୍କୁ ପୁନଃ କାର୍ଯ୍ୟରେ ରଖିବା ଓ ଥାନାରେ ହୋଇଥିବା ମାମଲା ପ୍ରତ୍ୟାହାର ପାଇଁ ସେମାନେ ଦାବି କରୁଛନ୍ତି। ହେଲେ ସଫେଇକୁ ପ୍ରାଥମିକତା ଦେଉଥିବା ପୌର କର୍ତ୍ତୃପକ୍ଷ କାର୍ଯ୍ୟରେ କୌଣସି ପ୍ରକାର ଅବହେଳା ଗ୍ରହଣୀୟ ନୁହେଁ ବୋଲି ସ୍ପଷ୍ଟ କରିଦେଇଛନ୍ତି। ଏପରି କି ନିଜ ଅଧୀନରେ ଥିବା କେତେଜଣ ସଫେଇ କର୍ମଚାରୀ ଓ ଠିକା ସଂସ୍ଥାର ଆଉ କେତେଜଣ ନୂଆ ଲୋକଙ୍କୁ ନେଇ ସହର ସଫେଇ କାର୍ଯ୍ୟ ଜାରି ରଖିଛନ୍ତି। ଏପରି ଘଟଣାକୁ ପୌର ପ୍ରଶାସକ ତଥା ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଗୁରୁତ୍ୱର ସହ ନେଇଛନ୍ତି। ଠିକା ସଂସ୍ଥାକୁ ଟେଣ୍ଡର କରାଯାଇ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବାରୁ ସହଯୋଗର ହାତ ବଢ଼ାଯିବ। ଯଦି ଏଥିରେ ସହଯୋଗ ନ ମିଳେ ତା’ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ଚେତାଇ ଦେଇଛନ୍ତି।
ପ୍ରକାଶ ଯେ, ଦୁଇ ସପ୍ତାହ ହେଲା ଅନୁଗୋଳ ପୌରାଞ୍ଚଳରେ ସଫେଇ କାର୍ଯ୍ୟକୁ ନେଇ ବିବାଦ ଦେଖିବାକୁ ମିଳୁଛି। ସହରର ୨୩ଟି ୱାର୍ଡ ପାଇଁ ୧୩୧ ଜଣ ଠିକା କର୍ମଚାରୀଙ୍କ ସହ ପୌରପାଳିକାର ନିଜସ୍ବ କର୍ମଚାରୀ ନିୟୋଜିତ ହୋଇଛନ୍ତି। ହେଲେ ସଫେଇକୁ ନେଇ ସହରବାସୀଙ୍କ ଅସନ୍ତୋଷ ପରେ ପୌର ପାଳିକା ପକ୍ଷରୁ ଠିକା ସଂସ୍ଥାର ୩ ଜଣ କର୍ମଚାରୀଙ୍କୁ କାର୍ଯ୍ୟରୁ ବିଦା କରାଯିବାରୁ ବିବାଦ ଜଟିଳ ହୋଇଚାଲିଛି। ବିଦା ହୋଇଥିବା ସଫେଇ କର୍ମଚାରୀ ସଂଘ ସମ୍ପାଦକଙ୍କ ବିରୋଧରେ ନାନା ଅଭିଯୋଗ ଆସିଥିଲା। କାର୍ଯ୍ୟରେ ଅବହେଳା ସହ ବିଭିନ୍ନ ଅନିୟମିତତା, ସ୍ବଚ୍ଛ ସାଥୀଙ୍କୁ ଦୁର୍ବ୍ୟବାହାର, ଆବର୍ଜନା ବିକ୍ରି କରିବା ନେଇ ସ୍ବଚ୍ଛ ସାଥୀଙ୍କ ପାଖରୁ ଡ୍ରାଇଭରଙ୍କ ପର୍ଯ୍ୟନ୍ତ ସମସ୍ତେ ଲିଖିତ ଅଭିଯୋଗ କରିଥିଲେ। ତେବେ ସଫେଇ କାର୍ଯ୍ୟ ସୁରୁଖୁରରେ ହେବା ପାଇଁ ପ୍ରଶାସନ ଚୁପ୍‌ ରହିଥିଲା। କିନ୍ତୁ ସଂଘ ବାହାନାରେ ସଫେଇ କର୍ମଚାରୀମାନଙ୍କ ଅସହଯୋଗ ଦିନକୁ ଦିନ ବଢ଼ିବାରେ ଲାଗିଥିବାରୁ ପୌର କର୍ତ୍ତୃପକ୍ଷ କଠୋର ହୋଇଛନ୍ତି। ଅନ୍ୟ ସଫେଇ କର୍ମଚାରୀଙ୍କୁ ସଂଘର ସମ୍ପାଦକ ଓ ଅନ୍ୟ ଦୁଇଜଣ ଧମକ ଦେବା ନେଇ ପୌର କର୍ତ୍ତୃପକ୍ଷ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଠିକା ସଂସ୍ଥାର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରି ମାମଲାକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ସଫେଇ କାର୍ଯ୍ୟ କରାଗଲେ ମାମଲା ପ୍ରତ୍ୟାହାର ହେବ ଓ ସଂଘ ସମ୍ପାଦକଙ୍କୁ ଏବେ ଯୋଗ ଦେବାକୁ ଦିଆଯିବ ନାହିଁ ବୋଲି ପୌର କର୍ତ୍ତୃପକ୍ଷ ସର୍ତ୍ତ ରଖିଥିଲେ। କିନ୍ତୁ ଠିକା ସଫେଇ କର୍ମଚାରୀମାନେ ଏଥିରେ ରାଜି ନ ହେବାରୁ ପୌର କର୍ତ୍ତୃପକ୍ଷ ବିକଳ୍ପ ବ୍ୟବସ୍ଥା କରି ସହର ସଫେଇ ଜାରି ରଖିଛନ୍ତି। ପୌର ସଂସ୍ଥାର ସଫେଇ କର୍ମଚାରୀ ଓ ସ୍ବଚ୍ଛସାଥୀ ଘର ଘର ବୁଲି ଅଳିଆ ସଂଗ୍ରହ କରୁଛନ୍ତି। ଏଥିରେ ଠିକା ସଂସ୍ଥାର ୨୫ ଜଣ କର୍ମଚାରୀ ସୋମବାର ଠାରୁ ଯୋଗ ଦେଇଛନ୍ତି।
ସଫେଇ ଦାୟିତ୍ୱ ଠିକା ସଂସ୍ଥାର
ଅନୁଗୋଳ ସହର ସଫେଇ ଦାୟିତ୍ୱ ଟେଣ୍ଡର କରାଯାଇ ଠିକା ସଂସ୍ଥାକୁ ପ୍ରଦାନ କରାଯାଇଛି। ସହର କିଭଳି ଭାବେ ପରିଷ୍କାର ରହିବ ତାହା ଠିକାସଂସ୍ଥାର ଦାୟିତ୍ୱ। ଉକ୍ତ ସଂସ୍ଥାକୁ ପ୍ରଶାସନ ପକ୍ଷରୁ ପୂର୍ଣ୍ଣ ସହଯୋଗ କରାଯାଉଛି। ଯଦି ସଂସ୍ଥା ସଫେଇ କରିପାରିବ ନାହିଁ, ତା’ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ ତଥା ପୌର ପ୍ରଶାସକ
କାର୍ଯ୍ୟରେ ହେଳା ସହ୍ୟ କରାଯିବ ନାହିଁ
ବିକଳ୍ପ ବ୍ୟବସ୍ଥାରେ ସହର ସଫେଇ କାର୍ଯ୍ୟ କରାଯାଉଛି। ଯେଉଁମାନେ ଅସହଯୋଗ କରିବେ, ସେମାନଙ୍କୁ ବରଖାସ୍ତ କରାଯିବ। ପୁୁରୁଣା ସଫେଇ କର୍ମଚାରୀମାନେ ଆସି କାର୍ଯ୍ୟ କଲେ ସେମାନଙ୍କୁ ସହଯୋଗ ଦିଆଯିବ। ଏଥିରେ କୌଣସି ପ୍ରକାର ହେଳାକୁ ସହ୍ୟ କରାଯିବ ନାହିଁ।
-ଗିରିଜା ଶଙ୍କର ମଲ୍ଲିକ, ପୌର ନିର୍ବାହୀ ଅଧିକାରୀ
ଜାଲିଆତି ଧରିଲେ ନାଲି ଆଖି
ସହର ସଫେଇ କାର୍ଯ୍ୟରେ ନିୟୋଜିତ କେତେଜଣ କର୍ମଚାରୀ ଜାଲିଆତି କରୁଥିଲେ। ଲୋକଙ୍କ ଘରୁ ସଂଗ୍ରହ ହେଉଥିବା ପ୍ଲାଷ୍ଟିକ ଓ କାଚକୁ ସେମାନେ ବାହାରେ ବିକ୍ରି କରୁଥିଲେ। ଏହା ଧରିବାରୁ ସଂଘର ସମ୍ପାଦକ ନାଲି ଆଖି ଦେଖାଇଥିଲେ। ବିଭିନ୍ନ ସମୟରେ ସଫେଇ କର୍ମଚାରୀମାନେ ଅସଯୋଗ କରି ଆସିଛନ୍ତି।
-ସସ୍ମିତା ସିଂହ, ସ୍ବଚ୍ଛସାଥୀ
ନୂଆ ଲୋକଙ୍କୁ ନେଇ କାମ ଜାରି ରହିଛି
ପୁରୁଣା ସଫେଇ କର୍ମଚାରୀମାନେ ଅସହଯୋଗ କରିବାରୁ ନୂଆ ଲୋକଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏଯାଏ ପୁରୁଣା କର୍ମଚାରୀମାନେ ସଂସ୍ଥା ନିକଟକୁ ଆସିନାହାନ୍ତି। ଯଦି ସେମାନେ କାର୍ଯ୍ୟ କରିବାକୁ ପୁଣିଥରେ ଆଗ୍ରହ ଦେଖାଇବେ ତା’ହେଲେ କାମ ଯୋଗାଇ ଦିଆଯିବ।
-ଶାନ୍ତନୁ ସ୍ବାଇଁ, ଠିକା ସଂସ୍ଥା ସୁପରଭାଇଜର


Enter your email to get our daily news in your inbox.

All Right Reserved By Dharitri.Com

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

ଦୁର୍ବ୍ୟବହାର ପ୍ରତିବାଦରେ ଡାକ୍ତର, କର୍ମଚାରୀଙ୍କ ଧାରଣା

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଓ ଡାକ୍ତରଙ୍କୁ କେତେଜଣ ବ୍ୟକ୍ତି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ପ୍ରତିବାଦରେ ସୋମବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri