ବ୍ୟବସାୟୀଙ୍କୁ ଅତିରିକ୍ତ ତହସିଲଦାର ପିଟିବା ଘଟଣା: ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ

ଝାରସୁଗୁଡ଼ା ଅଫିସ,୫।୬: କୋଭିଡ୍‌ ତଦାରଖ ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଥିବା ଝାରସୁଗୁଡ଼ା ଅତିରିକ୍ତ ତହସିଲଦାର ଯୋଗୀତା ତିର୍କୀ ଗତ ବୁଧବାର ଜଣେ ବୃଦ୍ଧ ତରଭୁଜ ବିକାଳି ଓ ତାଙ୍କ ନାବାଳକ ପୁଅଙ୍କୁ ବାଡିରେ ପିଟିଥିଲେ। ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଅତିରିକ୍ତ ତହସିଲଦାରଙ୍କ ମାଡ଼ ମାରିବା ଭିଡିଓ ପ୍ରଥମେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ମାଜିଷ୍ଟ୍ରେଟ୍‌ଙ୍କ ଏଭଳି ଅମାନବୀୟ କାର୍ଯ୍ୟକୁ ବିଭିନ୍ନ ସଙ୍ଗଠନ ନିନ୍ଦା କରିବା ସହ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ବ୍ରଜରାଜନଗରର ମାନବାଧିକାର କର୍ମୀ ରବି ସୋନୀ ଶୁକ୍ରବାର ଏ ନେଇ ମାନବାଧିକାର କମିଶନରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହାର ତଦନ୍ତ କରାଯାଇ ସମ୍ପୃକ୍ତ ଅତିରିକ୍ତ ତହସିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି। ଏଭଳି ସ୍ଥିତିରେ ଜିଲାପାଳ ସରୋଜ କୁମାର ସାମଲଙ୍କ ନିର୍ଦ୍ଦେଶରେ ଉପଜିଲାପାଳ ଶୁକ୍ରବାର ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ମାଡ଼ ଖାଇଥିବା ବୃଦ୍ଧ ବ୍ୟବସାୟୀ ଦେବେନ ଝା ଓ ନାବାଳକ ପୁଅଙ୍କୁ ତାଙ୍କ ଘରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଅଣାଯାଇଥିଲା। ସେଠାକୁ ଅତିରିକ୍ତ ତହସିଲଦାର ତିର୍କୀଙ୍କୁ ମଧ୍ୟ ଡକାଯାଇଥିଲା। ଉପଜିଲାପାଳ ଶିବ ଟପ୍ପୋ ପଚରାଉଚରା କରି ଉଭୟ ପକ୍ଷଙ୍କ ବୟାନ ରେକର୍ଡ କରିଥିବା ଜଣାପଡିଛି। ଭାଇରାଲ୍‌ ହୋଇଥିବା ଭିଡ଼ିଓ ଦେଖିବା ପରେ ମାଜିଷ୍ଟ୍ରେଟ୍‌ ବ୍ୟବସାୟୀଙ୍କୁ କାହିଁକି ଓ କେଉଁ ପରିସ୍ଥିତିରେ ବାଡିରେ ପଟିଲେ ତାହାର ତଦନ୍ତ ଚାଲିଛି ବୋଲି ଉପଜିଲାପାଳ ଶିବ ଟପ୍ପୋ କହିଛନ୍ତି। ସେ ଆଉ କହିଛନ୍ତି, ତଦନ୍ତ କରାଯାଇ ସବିଶେଷ ରିପୋର୍ଟ ଜିଲାପାଳଙ୍କୁ ପ୍ରଦାନ କରାଯିବ। ଏହା ଉପରେ ଜିଲାପାଳ ଯାହାକିଛି ପଦକ୍ଷେପ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଆ ଭାଷାରେ ଲିପ୍ୟନ୍ତରଣ

ସାମ୍ପ୍ରତିକ ପରିସ୍ଥିତିରେ ଓଡ଼ିଆ ଭାଷା ଓ ଏହାର ବ୍ୟବହାରିକ ସଂଜ୍ଞାରେ ଅନେକ ପରିବର୍ତ୍ତନ ହେଲାଣି। ଦୈନନ୍ଦିନ କଥାବାର୍ତ୍ତା ଓ ବିନିମୟରେ କଥିତ ତଥା ଚଳନ୍ତି ଓଡ଼ିଆ...

ନୀରବ ପ୍ରତିକ୍ରିୟା

ପ୍ରତ୍ୟେକ କ୍ରିୟାର ବିପରୀତ ପ୍ରତିକ୍ରିୟା ରହିଛି। ଏଣୁ କଥା କହିଲା ବେଳେ ଭାବିଚିନ୍ତି କହିବା ନିହାତି ଜରୁରୀ। ସବୁ ସମୟରେ ଧ୍ୟାନ ପୂର୍ବକ ପ୍ରତିକ୍ରିୟା ରଖିବା...

ଭବିଷ୍ୟତର ଭୟ

ଆମେରିକା ନୂଆ ରାଷ୍ଟ୍ରୀୟ ସୁରକ୍ଷା ରଣନୀତି ଲକ୍ଷ୍ୟ ଦିଗରେ ଅଗ୍ରସର ହେଉଛି। ଗତ ସପ୍ତାହରେ ଆମେରିକାର ରାଷ୍ଟ୍ରପତି ହ୍ବାଇଟ୍‌ ହାଉସ୍‌ ଏକ ୩୩ ପୃଷ୍ଠା ବିଶିଷ୍ଟ...

୯ ବଲ୍‌ରେ ହରାଇଲା ୫ ଉଇକେଟ୍‌…ଟିମ୍‌ଇଣ୍ଡିଆ ନାଁରେ ଅଲୋଡା ରେକର୍ଡ

ଚଣ୍ଡିଗଡ଼,୧୨।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରସ୍ଥିତ ମହାରାଜା ଯାଦବୀନ୍ଦ୍ର...

ହାଇମାଷ୍ଟ ଲାଇଟ୍‌ ଯୋଗାଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଲା କଂଗ୍ରେସ

ଭଦ୍ରକ,୧୨ା୧୨(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକରୁ ସୋଲାର ହାଇମାଷ୍ଟ ଲାଇଟ୍‌...

ପାଠ ନପଢି ୩ବର୍ଷ ହେଲା କରୁଥିଲେ ହୃଦରୋଗ ଚିକିତ୍ସା, ପୋଲ୍ ଖୋଲିବା ପରେ ନକଲି ଡାକ୍ତର ଫେରାର

ନୂଆଦିଲ୍ଲୀ,୧୨।୧୨: ବର୍ତ୍ତମାନ ସାରା ଦେଶରେ ନକଲି ଡାକ୍ତରଙ୍କ ସଂଖ୍ୟା ବଢିବାରେ ଲାଗିଛି । ପାଠ ନପଢି ଡାକ୍ତର ହେବା ସହିତ ହସ୍ପିଟାଲରେ ରୋଗୀ ଚିକିତ୍ସା କରୁଛନ୍ତି...

ହଜିବ ପାକିସ୍ତାନର ନିଦ, ଭାରତକୁ ମିଳିବ R-37M ମିଶାଇଲ, ବ୍ରହ୍ମୋସଠାରୁ ବି ଶକ୍ତିଶାଳି

ନୂଆଦିଲ୍ଲୀ,୧୨।୧୨: ଭାରତର ବାୟୁ ଶକ୍ତିକୁ ଏକ ନୂଆ ଶକ୍ତି ମିଳିବାକୁ ଯାଉଛି। ଭାରତୀୟ ବାୟୁସେନା ଏବଂ ରୁଷିଆ ମଧ୍ୟରେ R-37M ଅଲ୍ଟ୍ରା-ଲମ୍ବା-ରେଞ୍ଜ ଏୟାର-ଟୁ-ଏୟାର ମିସାଇଲ ପାଇଁ...

ଲଜ୍ଜାଜନକ ରେକର୍ଡ କଲେ ଅର୍ଶଦୀପ ସିଂ: କୌଣସି ବୋଲର୍‌…

ଚଣ୍ଡିଗଡ଼,୧୧।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରସ୍ଥିତ ମହାରାଜା ଯାଦବିନ୍ଦ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri