ବ୍ୟବସାୟୀଙ୍କୁ ଟିକା

ଗଞ୍ଜାମ,୨୩।୫(ଡି.ଏନ୍‌.ଏ.): ମହାମାରୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ସେହି ତୁଳନାରେ ମୃତ୍ୟୁସଂଖ୍ୟା ମଧ୍ୟ ବଢୁଛି । କରୋନାର ଦ୍ୱିତୀୟ ଷ୍ଟ୍ରେନ ଭୟଙ୍କର ରୂପ ଧାରଣ କରିଛି । ଏଥିପାଇଁ ସମସ୍ତ ବର୍ଗ ବ୍ୟକ୍ତିଙ୍କ ନିମନ୍ତେ ସରକାର ଟିକାକରଣ ବ୍ୟବସ୍ଥା କରିଛନ୍ତି । କିନ୍ତୁ ଗଞ୍ଜାମ ସହରରେ କିଛି ଦିନ ହେବ ଟିକାକରଣ କେନ୍ଦ୍ର ବନ୍ଦ ହୋଇ ଯାଇଥିଲା । ଟିକା ନାହଁ କହି ଲୋକଙ୍କୁ ଫେରାଇ ଦିଆଯାଉଥିଲା । ସ୍ଥାନୀୟ ଅଞ୍ଚଳର ଯୁବ ସ୍ବେଚ୍ଛାସେବୀ ତଥା ସାନ ବଜାର ବଣିକ ସଙ୍ଘ ସଭାପତି ସୁଧୀର କୁମାର ପାଢ଼ୀ ଓ ବିଜେଡି ଯୁବ ନେତା ରାକେଶ ରଞ୍ଜନ ଦାସ ଏନେଇ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ହସ୍ତକ୍ଷେପ ପରେ ବ୍ୟବସାୟୀମାନେ ପ୍ରଥମ ଡୋଜ କୋଭିଡ୍‌ ଟିକା ନେଇଛନ୍ତି । ଏଥିପାଇଁ ବିଧାୟକ, ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ର ଆୟୁଷ ଡାକ୍ତର ବନୋଜ କାନ୍ତ କର ଓ ବଣିକ ସଙ୍ଘ ସଭାପତି ପାଢ଼ୀଙ୍କୁ ସମସ୍ତ ବ୍ୟବସାୟୀ କୃତଜ୍ଞତା ଜଣାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୬ରେ ବ୍ରହ୍ମପୁର ଆସିବେ ପ୍ରଧାନମନ୍ତ୍ରୀ: ସଭାକୁ ଆସୁଥିବା ଲୋକଙ୍କ ଉପରେ ରହିବ କଡା ନଜର

ବ୍ରହ୍ମପୁର,୪ା୫(ସ୍ମୃତି ରଞ୍ଜନ ମହାଲିକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୬ ତାରିଖରେ ବ୍ରହ୍ମପୁର ଆସି ଜାତୀୟ ରାଜପଥ ପାର୍ଶ୍ୱସ୍ଥ କନିିଷିଠାରେ ସାଧାରଣ ସଭାରେ ଯୋଗ ଦେବେ।...

ବିକାଶ ବିରୋଧୀଙ୍କୁ ଓଡ଼ିଶାବାସୀ ଜବାବ ଦେବେ: ପାଣ୍ଡିଆନ

ଭଞ୍ଜନଗର/ବୁଗୁଡ଼ା/ପାଟପୁର, ୪।୫(ବାବୁଲା ପ୍ରଧାନ/କାଳିଚରଣ ଦାସ/ସୀମାଞ୍ଚଳ ସାହୁ): ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର ଗଞ୍ଜାମ ଜିଲାକୁ ତୋଫାନୀ ଗସ୍ତରେ ଆସି ଭଞ୍ଜନଗର, ବୁଗୁଡ଼ା, ସାନଖେମୁଣ୍ଡି...

ହିଞ୍ଜିଳିରେ ରାଜନୈତିକ ଉଷ୍ମତା: ନବୀନଙ୍କ ଆଗରେ କଣ୍ଟା ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ

ହିଞ୍ଜିଳିକାଟୁ, ୩।୫(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ରାଜ୍ୟ ବିକାଶର ପ୍ରୟୋଗଶାଳା, ଦୁର୍ନୀତି, ଓଡ଼ିଆ ଅସ୍ମିତା, ସ୍ଥାନୀୟ ବାସିନ୍ଦା ତଥା ଅନ୍ୟାନ୍ୟ ଇସ୍ୟୁକୁ ନେଇ ହିଞ୍ଜିଳି ନିର୍ବାଚନ ମାହୋଲ...

ମହିଳାଙ୍କ ଗୋଡ଼ରେ ଚଢ଼ିଗଲା ବସ୍‌ ଚକା

ହିଞ୍ଜିଳିକାଟୁ,୩।୫(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ଶେରଗଡ଼ ବ୍ଲକ ଅଧୀନ ପିତଳ ଛକଠାରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଏକ ଘରୋଇ ଯାତ୍ରୀବାହୀ ବସ୍‌ ଚକା ଜଣେ...

ନାମାଙ୍କନ ଭରିଲେ ଭାଜପା ପ୍ରାର୍ଥୀ ଗୋକୁଳାନନ୍ଦ

ପୋଲସରା,୩।୫(ସୁବ୍ରତ ବେହେରା): ଗଞ୍ଜାମ ଜିଲା ପୋଲସରା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ ଶୁକ୍ରବାର ନାମାଙ୍କନ ଦାଖଲ କରିଛନ୍ତି। ଭାଜପା ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ...

ଶେଷ ଦିନରେ ନାମାଙ୍କନ ଭରିଲେ ସୂର୍ଯ୍ୟମଣି

ଛତ୍ରପୁର,୩।୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲର ଶୁକ୍ରବାର ଶେଷ ଦିନରେ ଖଲିକୋଟ ବିଧାନସଭା ଆସନ ପାଇଁ ବିଜୁ ଜନତା...

ନାମାଙ୍କନପତ୍ର ଦାଖଲ କଲେ ବିଧାନସଭା ପ୍ରାର୍ଥିନୀ ଲତିକା ପ୍ରଧାନ

ଛତ୍ରପୁର,୩ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲର ଶେଷଦିନରେ କବିସୂର୍ଯ୍ୟନଗର ବିଧାନସଭା ଆସନ ନିମନ୍ତେ ବିଜୁ ଜନତା ଦଳର ବିଧାୟିକା...

ଧାର ଟଙ୍କା ମାଗିବାରୁ ଆକ୍ରମଣ

ବ୍ରହ୍ମପୁର,ତା୨ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସଦର ଥାନା ବାଳକୃଷ୍ଣପୁର ଗ୍ରାମରେ ଧାର ଟଙ୍କା ମାଗିବାରୁ ମମତା ପାତ୍ର ନାମ୍ନୀ ଜଣେ ମହିଳାଙ୍କୁ ଆକ୍ରମଣ କରାଯାଇଛି। ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri