ଅଜବ ଏହି ଚେୟାର୍‌

ଆରାମ ଦେବା ସହ ଘରର ଲୁକ୍‌ ବି ବଦଳାଇପାରେ ଚେୟାର୍‌ । ତେବେ ଆମେ ଏଠାରେ ଯେଉଁ ଚେୟାର୍‌ କଥା କହୁଛୁ ସେଗୁଡ଼ିକର ଡିଜାଇନ୍‌ ବହୁତ ଭିନ୍ନ ଓ ଅଜବ । ଯଦି ସେଥିରୁ କିଛିକୁ ଆପଣ ଘରେ ରଖିବେ ଘର ଲାଗିବ ବେଶ୍‌ ଟ୍ରେଣ୍ଡି । ତା’ସହ ଆପଣ ପାଲଟିଯିବେ ଚର୍ଚ୍ଚାର ବିଷୟ…

ଅକ୍ଟୋପସ୍‌ ଚେୟାର୍‌: ଏହି ଚେୟାର ଦେଖିବାକୁ ସତସତିକା ଅକ୍ଟୋପସ୍‌ ପରି। ତେଣୁ ଏହା ଉପରେ ବସିବାକୁ ଇଚ୍ଛା ନ ହୋଇପାରେ। ହେଲେ ଏହା ବହୁତ ଆରାମଦାୟକ। ଏହାକୁ ଡିଜାଇନ୍‌ କରିଛନ୍ତି ମାକ୍ସିମୋ ରିଏରା।

ସ୍ପ୍ଲାଶ୍‌ ଚେୟାର୍‌: ପଥରଟିଏ ପାଣିରେ ପକେଇଲେ ପାଣି ଚାରିଆଡକୁ ଗୋଲାକାର ଭାବେ ତରଙ୍ଗାୟିତ ହୋଇ ଛିଟ୍‌କିଥାଏ। ଏହି ଦୃଶ୍ୟର ସ୍ଲୋ ମୋଶନ୍‌ ଭିଡିଓ ଯଦି ଦେଖିଥିବେ ଜାଣିପାରିବେ ପଥର ପଡିଥିବା ଜଳର ସେହି ଅଂଶ କିଭଳି ଦେଖାଯାଏ। ଠିକ୍‌ ସେହିଭଳି ଆକାରର ହେଉଛି ଏହି ଚେୟାର। ମାଇକେଲ୍‌ ଓ୍ବେଣ୍ଡେଲ ହେଉଛନ୍ତି ଏହି ଚେୟାରର ଡିଜାଇନର୍‌।

ଦି କଟ୍‌ ଚେୟାର୍‌: ଏହି ଚେୟାରର ଥାଏ ମାତ୍ର ଗୋଟିଏ ଭଲ ଗୋଡ଼। ଅନ୍ୟ ତିନି ଗୋଡ଼ ଅଧାରୁ ଭଙ୍ଗା। ଅପ୍ଟିକାଲ ଇଲ୍ୟୁଜନ୍‌ ପରି ଏହି ଚେୟାର। ଲାଗେ ସତେ ଯେମିତି ଚେୟାରଟି ସାଙ୍ଗେ ସାଙ୍ଗେ ଭାଙ୍ଗି ପଡ଼ିଯିବ। ତେବେ ପ୍ରକୃତରେ ଚେୟାର ଯେଉଁ କାର୍ପେଟ୍‌ ଉପରେ ଅଛି, ତା’ତଳେ ଏକ ଶକ୍ତ ପ୍ଲେଟ୍‌ ଅଛି। ତାସହ ଏକ ରଡ୍‌ ଚେୟାର ସହ ସଂଯୁକ୍ତ ହୋଇ ଚେୟାରକୁ ସନ୍ତୁଳନ ରଖିବାରେ ସାହାଯ୍ୟ କରେ। ଏହାକୁ ଡିଜାଇନ୍‌ କରିଛନ୍ତି ପିଟର୍‌ ବ୍ରିଷ୍ଟଲ।

ଫିଶ୍‌ ରକିଂ ଚେୟାର: ଛୋଟ ଛୋଟ ମାଛରେ ତିଆରି ଏହି ଚେୟାର। ଭାବୁଥିବେ ଏହା ବହୁତ ଗନ୍ଧ ହେବା ସହ ବସିବା ଯୋଗ୍ୟ ହୋଇ ନ ଥିବ। କିନ୍ତୁ ପ୍ରକୃତରେ ସେଇୟା ନୁହେଁ। ଚେୟାର ତିଆରି ହୋଇଛି ଆଲୁମିନିୟମର ସାରଡାଇନ୍‌ ମାଛରେ। ଏହି ମାଛକୁ ଓ୍ବେଲି୍ଡଂ କରି ରକିଂ ଚେୟାର୍‌ ରୂପ ଦିଆଯାଇଛି। ଏହାର ଡିଜାଇନର୍‌ ହେଉଛନ୍ତି ତ୍ରିସ୍ତାନ କୋଚରେନ୍‌।

ଚେୟାର୍‌ ଫର୍‌ କାଫେ: ଏହି ଚେୟାର୍‌ କାଫେ ପାଇଁ ଉଦ୍ଦିଷ୍ଟ। କାରଣ ଉକ୍ତ ଚେୟାର୍‌ ଦେଖିବାକୁ ସମ୍ପୂର୍ଣ୍ଣ କଫି ମଗ୍‌ ପରି। ଏହାର ହ୍ୟାଣ୍ଡେଲକୁ ବ୍ୟାଗ୍‌ କିମ୍ବା ଜ୍ୟାକେଟ୍‌ ଝୁଲାଇ ରଖିବାକୁ ବ୍ୟବହାର କରିହେବ। ଏହାକୁ ଡିଜାଇନ୍‌ କରିଛନ୍ତି ସନହାନ୍‌ ଓନ୍‌।

ବ୍ଲୁମ୍‌ ଚେୟାର୍‌: ଏକ ଷ୍ଟିଲ୍‌ର ବେସ୍‌ ଉପରେ ହାତ ତିଆରି ମାଇକ୍ରୋ ଫାଇବର୍‌ ଫ୍ୟାବ୍ରିକ୍‌କୁ ଫୋଲ୍ଡ କରି କରି ସିଲାଇ କରାଯାଇ ଏହି ଚେୟାରକୁ ଦିଆଯାଇଛି ଫୁଲ ପରି ଆକୃତି। ଦେଖିଲେ ଲାଗେ ଏହା ସମ୍ପୂର୍ଣ୍ଣଭାବେ ଫୁଟି ଯାଇଥିବା ଏକ ଫୁଲ। ଲାଲ, ସବୁଜ ଓ ହଳଦିଆ ରଙ୍ଗରେ ଆସୁଥିବା ଏହି ଚେୟାରକୁ ଯେ କେହି ଘରେ ରଖିବାକୁ ଚାହିଁବେ। ଏହାକୁ ଡିଜାଇନ୍‌ କରିଛନ୍ତି କେନେଥ୍‌ କୋବୋନପୁଇ।

ହିମ୍‌ ଓ ହର୍‌ ଚେୟାର: ଫାବିଓ ନଭେମ୍ବ୍ରେ ଡିଜାଇନ୍‌ କରିଛନ୍ତି ଏହି ଚେୟାର୍‌। ପୁରୁଷ ଓ ନାରୀଙ୍କ ପାଇଁ ସ୍ବତନ୍ତ୍ରଭାବେ ତିଆରି ଉକ୍ତ ଚେୟାର୍‌ ପଲିଇଥାଇଲିନ୍‌ରେ ତିଆରି। ଏହାର ଡିଜାଇନ୍‌ ନଗ୍ନ ପୁରୁଷ ଓ ମହିଳାଙ୍କ ବସିବା ଭଳି ଅଟେ। ଆଉ ଏହାର ଶେପ୍‌କୁ ଦୁଇଟି ପ୍ଲାଷ୍ଟର୍‌ ସ୍କଲ୍‌ପଚର୍‌ର ଥ୍ରୀ ଡାଇମେନ୍ସନାଲ ସ୍କାନିଂ ଦ୍ୱାରା କରାଯାଇଛି।

ଟନେଲ୍‌ ଚେୟାର୍‌: ମେଟାଲ୍‌ ଟ୍ୟୁବ୍‌କୁ ମୋଡି ତା’ ଚାରିପଟେ କଳା ରଙ୍ଗର ଇଲାଷ୍ଟିକ୍‌ ବ୍ୟାଣ୍ଡ ଗୁଡାଯାଇ ତିଆରି କରାଯାଇଛି ଏହି ଚେୟାର। ଏହି ଚେୟାର୍‌ ଏକ ଟନେଲ ପରି ଦେଖାଯାଏ। ଏହାର ଡିଜାଇନର୍‌ ନୋଗା ବର୍ମନ ଅଟନ୍ତି।

ସ୍କଲ୍‌ ଚେୟାର୍‌: ସ୍କଲ ବା ଖପୁରି ଭଳି ଦେଖାଯାଉଥିବା ଏହି ଚେୟାର୍‌ ଭୟଙ୍କର ଲାଗିପାରେ। ହେଲେ ବସିବାକୁ ବେଶ୍‌ ଆରାମଦାୟକ।

ପଜ୍ଜଲ୍‌ ଚେୟାର୍‌: ଏଥିରେ ୧୦ଟି ଚେୟାର ଫ୍ରେମ୍‌ ଥାଏ। ଆଉ ପ୍ରତି ଫ୍ରେମ୍‌ କ୍ରମାନ୍ବୟଭାବେ ଛୋଟ ହୋଇଥାଏ। ସେଗୁଡ଼ିକୁ ଗୋଟିଏ ଉପରେ ଗୋଟିଏକୁ ବଡ଼ରୁ ସାନଭାବେ ଫିଟ୍‌ କରିହୁଏ। ଫିଟ୍‌ ହେଲା ପରେ ତାହା ଏକ ପଜ୍ଜଲ୍‌ ଭଳି ଦେଖାଯାଏ। ଉକ୍ତ ଚେୟାର୍‌କୁ ଡିଜାଇନ୍‌ କରିଛନ୍ତି ଭିଭିଆନ୍‌ ଚିଉ।


Enter your email to get our daily news in your inbox.

All Right Reserved By Dharitri.Com

୪୦ ବର୍ଷ ପରେ ମହିଳାଙ୍କ କାହିଁକି ଅଧିକ କେଶ ଝଡ଼େ? ଜାଣନ୍ତୁ ପ୍ରତିକାର

ପୁରୁଷ ହେଉ କି ମହିଳା, କେଶ ଝଡ଼ିବା ଏକ ସାଧାରଣ ସମସ୍ୟା। ତଥାପି ୪୦ ବର୍ଷ ବୟସ ପରେ ମହିଳାମାନଙ୍କର କେଶ ଝଡ଼ିବାର ସମ୍ଭାବନା ଅଧିକ...

ଧନୁ ସଂକ୍ରାନ୍ତିରେ ଖୋଲିବ ଏହି ରାଶିର ଭାଗ୍ୟ, ମିଳିବ ଖୁସି ଖବର

ଆଜିଠାରୁ ଧନୁ ରାଶିର ସମୟ ଆରମ୍ଭ ହେଉଛି, ଯାହା ପରିବେଶକୁ ପୂର୍ବ ଅପେକ୍ଷା ଅଧିକ ସକାରାତ୍ମକ ଏବଂ ଭବିଷ୍ୟତମୁଖୀ କରିବ। ଲୋକମାନେ ବଡ଼ ଲକ୍ଷ୍ୟ ରଖିବେ...

ରାତି ପାହୁପାହୁ ବଦଳିବ ଏସବୁ ରାଶିଙ୍କ ଭାଗ୍ୟ, ବସିଥିବେ ହଠାତ୍‌ ପହଞ୍ଚିବ ଟଙ୍କା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେତେବେଳେ କୌଣସି ଗ୍ରହ ନିଜ ରାଶି ପରିବର୍ତ୍ତନ କରନ୍ତି ସେତେବେଳେ ଏହାର ପ୍ରଭାବ ସିଧା କିଛି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ...

ମହିଳାଙ୍କଠାରେ ଏହି ୭ ଲକ୍ଷଣ ଦେଖାଯାଉଥିଲେ ସାବଧାନ! ହୃଦଘାତ…

ନୂଆଦିଲ୍ଲୀ,୧୫।୧୨: ହୃଦଘାତର ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଛାତିରେ ଯନ୍ତ୍ରଣା। କିନ୍ତୁ ଅନେକ କ୍ଷେତ୍ରରେ, ହୃଦଘାତର ଲକ୍ଷଣ ସମ୍ପୂର୍ଣ୍ଣ ଭିନ୍ନ ହୋଇପାରେ, ବିଶେଷକରି ମହିଳାଙ୍କ କ୍ଷେତ୍ରରେ।...

ମୃତ୍ତିକା ପ୍ରଦୂଷଣ ବଢ଼ାଉଛି ପ୍ଲାଷ୍ଟିକ୍‌

ପ୍ଲାଷ୍ଟିକ୍‌ ପ୍ରଦୂଷଣ ମଧ୍ୟ ସ୍ଥଳଭାଗରେ ନିଜର କାୟା ବିସ୍ତାର କରି ଚାଲିଛି। ପ୍ଲାଷ୍ଟିକ୍‌ ଆବର୍ଜନାକୁ ଖାଦ୍ୟ ବୋଲି ମନେକରି କିଛି ଜୀବ ଭକ୍ଷଣ କରିଥାନ୍ତି। ଏହା...

ଶରୀର ପାଇଁ ଉପକାରୀ ଗାଜର, ହାର୍ଟକୁ ସୁସ୍ଥ ରଖିବା ସହ…

ଗାଜର ଆମ ଶରୀର ପାଇଁ ବେଶ୍‌ ଉପକାରୀ। ଏଥିରେ ଭିଟାମିନ, ଫାଇବର୍‌ ଓ ଆଣ୍ଟି ଅକ୍ସିଡାଣ୍ଟ ଉପାଦାନ ଭରି ହୋଇରହିଛି। ଏଥିରେ ଏଭଳି ଉପକାରୀ ତତ୍ତ୍ୱ...

ବଂଶଗତ ରୋଗ ଥାଲାସିମିଆ

ଥାଲାସିମିଆ ଏକ ବଂଶଗତ ରକ୍ତ ରୋଗ। ଏହି ରୋଗରେ ଶରୀରରେ ଅକ୍ସିଜେନ୍‌ ପରିବହନକାରୀ ହେମୋଗ୍ଲୋବିନ୍‌ର ଗଠନ ତ୍ରୁଟିପୂର୍ଣ୍ଣ ହୋଇଯାଇଥାଏ। ଏହାଫଳରେ ଦେଖାଦିଏ ‘ଆନିମିଆ’ ବା ରକ୍ତାଳ୍ପତା।...

ରାତ୍ରିଭୋଜନ ବିଳମ୍ବରେ କରୁଥିଲେ, ହୋଇଯାନ୍ତୁ ସାବଧାନ: ନ ହେଲେ ହେବ ଏସବୁ ରୋଗ

ବିଭିନ୍ନ କାର୍ଯ୍ୟବ୍ୟସ୍ତତା ସହ ପରିବାର ସଦସ୍ୟ ଓ ପିଲାଙ୍କ ଖାଇବା ପରେ ଅଧିକାଂଶ ମହିଳା ରାତ୍ରିଭୋଜନ ବିଳମ୍ବରେ କରିଥା’ନ୍ତି। ହେଲେ ନିଜ ଖାଦ୍ୟ ପ୍ରତି ଅବହେଳା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri