Posted inଖେଳ

ଅଷ୍ଟ୍ରେଲିଆନ ଓପନ୍‌ : ଚତୁର୍ଥ ରାଉଣ୍ଡରେ ଜୋକୋଭିଚ୍‌, ଜେଭେରେଭ, ଥିମ୍‌

ମେଲବୋର୍ନ,୧୩।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ ଶୁକ୍ରବାର ପଞ୍ଚମ ଦିବସରେ ପ୍ରବେଶ କରିଛି। ଉଭୟ ପୁରୁଷ ଓ ସିଙ୍ଗଲ୍ସ ଇଭେଣ୍ଟରେ ସିଡେଡ ଖେଳାଳିମାନେ ଅଗ୍ରଗତି କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଟପ୍‌ ସିଡ୍‌ ସର୍ବିଆର ନୋଭାକ ଜୋକୋଭିଚ୍‌, ୧୪ତମ ସିଡ୍‌ କାନାଡ଼ାର ମିଲୋସ ରାଓନିକ, ଷଷ୍ଠ ସିଡ୍‌ ଜର୍ମାନୀର ଆଲେକଜାଣ୍ଡର ଜେଭେରେଭ, ତୃତୀୟ ସିଡ୍‌ ଅଷ୍ଟ୍ରିଆର ଡୋମିନିକ ଥିମ, ୧୮ତମ ସିଡ୍‌ ବୁଲଗେରିଆର ଗ୍ରିଗର ଡିମିଟ୍ରୋଭ ତୃତୀୟ ରାଉଣ୍ଡ ମ୍ୟାଚ୍‌ରେ ବିଜୟୀ ହୋଇ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ଶୁକ୍ରବାର ଅନୁଷ୍ଠିତ ତୃତୀୟ ରାଉଣ୍ଡ ମ୍ୟାଚ୍‌ରେ ଜୋକୋଭିଚ୍‌ ୭-୬, ୬-୪, ୩-୬, ୪-୬, ୬-୨ ସେଟ୍‌ରେ ୨୭ତମ ସିଡ୍‌ ଆମେରିକାର ଟେଲର ଫ୍ରିଜ୍‌ଙ୍କୁ ହରାଇ ପ୍ରି- କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ବିଜୟୀ ହେବା ପାଇଁ ଜୋକୋଭିଚ୍‌ ୩ ଘଣ୍ଟା ୨୫ ମିନିଟ୍‌ ସମୟ ଆବଶ୍ୟକ କରିଥିଲେ। ତୃତୀୟ ସେଟ୍‌ରେ ସାମାନ୍ୟ ଆହତ ହୋଇଥିଲେ ମଧ୍ୟ ଜୋକୋଭିଚ୍‌ ବିଜୟୀ ହୋଇଥିଲେ। ସେ ଏବେ ପରବର୍ତ୍ତୀ ରାଉଣ୍ଡରେ ରାଓନିକ୍‌ଙ୍କୁ ଭେଟିବେ। ରାଓନିକ ୭-୬, ୫-୭, ୬-୨, ୬-୨ ସେଟ୍‌ରେ ହଙ୍ଗେରୀର ମାର୍ଟନ ଫୁକ୍‌ସୋଭିକ୍ସଙ୍କୁ ହରାଇ ଅଗ୍ରଗତି କରିଛନ୍ତି। ସେହିପରି ଜେଭେରେଭ ୬-୩, ୬-୩, ୬-୨ ସେଟ୍‌ରେ ୩୨ତମ ସିଡ୍‌ ଫ୍ରାନ୍ସର ଆଡ୍ରିଆନା ମାନ୍ନାରିନୋଙ୍କୁ ହରାଇ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେ ଏବେ ୨୩ତମ ସିଡ୍‌ ସର୍ବିଆର ଡୁସାନ ଲାଜୋଭିକଙ୍କୁ ଭେଟିବେ। ଲାଜୋଭିକ୍‌ ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚ୍‌ରେ ସ୍ପେନ୍‌ର ପେଡ୍ରୋ ମାର୍ଟିନେଜଙ୍କୁ ୬-୭, ୭-୫, ୬-୧, ୬-୪ ସେଟ୍‌ରେ ହରାଇ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେହିପରି ଥିମ୍‌ ୪-୬, ୪-୬, ୬-୩, ୬-୪, ୬-୪ ସେଟ୍‌ରେ ଅଷ୍ଟ୍ରେଲିଆର ନିକ୍‌ କିର୍ଗିୟସଙ୍କୁ ହରାଇ ଅଗ୍ରଗତି କରିଛନ୍ତି। ସେ ଏବେ ଡିମିଟ୍ରୋଭଙ୍କୁ ଭେଟିବେ। ତୃତୀୟ ରାଉଣ୍ଡ ମ୍ୟାଚ୍‌ରେ ପ୍ରତିପକ୍ଷ ଖେଳାଳି ପି. କାରେନୋ ବୁଷ୍ଟା ରିଟାୟାର୍ଡ ହର୍ଟ କାରଣରୁ ଓହରିଯିବାରୁ ଡିମିଟ୍ରୋଭ ଅଗ୍ରଗତି କରିଛନ୍ତି।
ମହିଳା ସିଙ୍ଗଲ୍ସ:
ପ୍ରି-କ୍ୱାର୍ଟରରେ ହାଲେପ, ସେରେନା, ଓସାକା
ମହିଳା ସିଙ୍ଗଲ୍ସ ଚତୁର୍ଥ ରାଉଣ୍ଡ ଅର୍ଥାତ ପ୍ରି- କ୍ୱାର୍ଟର ଫାଇନାଲରେ ସିଡେଡ୍‌ ଖେଳାଳିମାନେ ପ୍ରବେଶ କରିଛନ୍ତି। ତୃତୀୟ ସିଡ୍‌ ଜାପାନର ନାଓମି ଓସାକା, ୧୦ମ ସିଡ୍‌ ଆମେରିକାର ସେରେନା ଓ୍ବିଲିୟମ୍ସ, ଦ୍ୱିତୀୟ ସିଡ୍‌ ରୋମାନିଆର ସିମୋନା ହାଲେପ ଅଗ୍ରଗତି କରିଛନ୍ତି। ତୃତୀୟ ରାଉଣ୍ଡରେ ହାଲେପ ୬-୧, ୬-୩ ସେଟ୍‌ରେ ୩୨ତମ ସିଡ୍‌ ରୁଷିଆର ଭେରୋନିକା କୁଡେରମେଟୋଭାଙ୍କୁ ହରାଇଛନ୍ତି। ସେ ଏବେ ୧୫ତମ ସିଡ୍‌ ପୋଲାଣ୍ଡର ଆଇଗା ସ୍ବିଟେକଙ୍କୁ ଭେଟିବେ। ସ୍ବିଟେକ ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚ୍‌ରେ ୬-୪, ୬-୩ ସେଟ୍‌ରେ ଫ୍ରାନ୍ସର ଫିଏନ ଫେରୋଙ୍କୁ ହରାଇ ଅଗ୍ରଗତି କରିଛନ୍ତି। ସେହିପରି ସେରେନା ୭-୬, ୬-୨ ସେଟ୍‌ରେ ରୁଷିଆର ଆନାଷ୍ଟାସିଆ ପୋଟାପୋଭାଙ୍କୁ ହରାଇଛନ୍ତି। ସେ ଚତୁର୍ଥ ରାଉଣ୍ଡରେ ସପ୍ତମ ସିଡ୍‌ ବେଲାରୁଷର ଅରିନା ସାବାଲେଙ୍କାଙ୍କୁ ଭେଟିବେ। ସାବାଲେଙ୍କା ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚ୍‌ରେ ୬-୩, ୬-୧ ସେଟ୍‌ରେ ଆମେରିକାର ଅନ ଲିଙ୍କୁ ହରାଇ ଅଗ୍ରଗତି କରିଛନ୍ତି। ସେହିପରି ଓସାକା ୬-୩, ୬-୨ ସେଟ୍‌ରେ ୨୭ତମ ସିଡ୍‌ ଟ୍ୟୁନିସିଆର ଓନ୍ସ ଜାବେଉରଙ୍କୁ ହରାଇ ଅଗ୍ରଗତି କରିଛନ୍ତି। ସେ ଏବେ ୧୪ତମ ସିଡ୍‌ ସ୍ପେନର ଗର୍ବାଇନ ମୁଗୁରୁଜାଙ୍କୁ ଭେଟିବେ। ମୁଗୁରୁଜା ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚ୍‌ରେ ୬-୧, ୬-୧ ସେଟ୍‌ରେ କାଜାଖସ୍ତାନର ଜରିନା ଡିଆସଙ୍କୁ ହରାଇ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେହିପରି ଅନ୍ୟ ଏକ ଚତୁର୍ଥ ରାଉଣ୍ଡ ମ୍ୟାଚ୍‌ରେ ୧୯ତମ ସିଡ୍‌ ଚେକ୍‌ ଗଣରାଜ୍ୟର ମାର୍କେଟା ଭୋଣ୍ଡରୌଶୋଭା ଓ ଚାଇନିଜ ତାଇପେର ସୁ- ଓ୍ବେଇ ସିଏ ମୁହଁମୁହିଁ ହେବା ସ୍ପଷ୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ବୋଲର, ବ୍ୟାଟରଙ୍କ ଖରାପ ପ୍ରଦର୍ଶନ: ଦ୍ୱିତୀୟ T20ରେ ଭାରତର ଶୋଚନୀୟ ପରାଜୟ

ମୁଲାନପୁର,୧୧ା୧୨: ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ଭାରତ ୫୧ ରନରେ ଶୋଚନୀୟ ଭାବେ ପରାସ୍ତ ହୋଇଛି। ପ୍ରଥମେ ବୋଲର ଏବଂ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ T20I: ଡି’ କକ୍‌ଙ୍କ ବିସ୍ଫୋରକ ଇନିଂସ୍; ଭାରତ ଆଗରେ ବିଶାଳ ଲକ୍ଷ୍ୟ

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20Iରେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’ କକ୍‌ଙ୍କ ବିସ୍ଫୋରକ ବ୍ୟାଟିଂ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

ଫୁଟବଲ ମ୍ୟାଚ୍‌ ପରେ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ମାରପିଟ୍‌: ଭିଡିଓ ଭାଇରାଲ

କରାଚୀ,୧୧ା୧୨: ପାକିସ୍ତାନ ଆର୍ମି ଏବଂ ଓ୍ବାପଡା ଦଳ ମଧ୍ୟରେ ଖେଳାଯାଇଥିବା ନ୍ୟାଶନାଲ ଗେମ୍ସ ଫୁଟବଲ ସେମିଫାଇନାଲ ପରେ ଦୁଇ ଦଳର ଖେଳାଳି ଓ ଅଫିସିଆଲ୍ସ ପରସ୍ପରକୁ...

ଗୋଟିଏ ଦଳରେ ସ୍ଥାନ ପାଇଲେ ବିରାଟ କୋହଲି ଓ ଋଷଭ ପନ୍ତ, ଏପଟେ BCCI ଦେଲା ବଡ ଖବର

ନୂଆଦିଲ୍ଲୀ,୧୧।୧୨: ଆଗାମୀ ବିଜୟ ହଜାରେ ଟ୍ରଫି ପାଇଁ ଦିଲ୍ଲୀର ସମ୍ଭାବ୍ୟ ଦଳରେ ଭାରତର ଦୁଇ ଷ୍ଟାର ଖେଳାଳି ବିରାଟ କୋହଲି ଏବଂ ଋଷଭ ପନ୍ତଙ୍କୁ ସାମିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri