ୟୁସି ଦାଖଲ ନ କଲେ ଅନୁଦାନ ବନ୍ଦ ହେବ

ଭୁବନେଶ୍ୱର, ୧୧।୨(ବ୍ୟୁରୋ): ଜିଲାଗୁଡ଼ିକ ବିନିଯୋଗ ପତ୍ର (ୟୁସି) ଦାଖଲ ନ କଲେ ଆଗକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗଠାରୁ ପାଉଥିବା ଆର୍ଥିକ ଅନୁଦାନ ପାଇବାରୁ ବଞ୍ଚତ୍ତ ହେବେ। ବୁଧବାର ବିଭାଗ ପକ୍ଷରୁ ଭିଡିଓ କନ୍‌ଫରେନ୍ସିଂରେ ଅନୁଷ୍ଠିତ ବୈଠକରେ ସମସ୍ତ ଜିଲାପାଳ ଓ ଜିଲା ସଂସ୍କୃତି ଅଧିକାରୀଙ୍କୁ ଜଣାଇ ଦିଆଯାଇଛି। ୨୦୧୬-୧୭ରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ ବିନିଯୋଗ ହୋଇଥିବା ଅର୍ଥର ପ୍ରମାଣପତ୍ର ଦାଖଲ ହୋଇନାହିଁ। ଏ ନେଇ ବିଭାଗୀୟ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଜିଲାପାଳଙ୍କ ସହ ଆଲୋଚନାବେଳେ କ୍ଷୋଭ ପ୍ରକାଶ କରିଛନ୍ତି।
ବୈଠକରେ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଓ ନେତାଜୀଙ୍କ ୧୨୫ତମ ଜୟନ୍ତୀ ପାଳନ ପାଇଁ କାର୍ଯ୍ୟସାରଣୀ ପ୍ରସ୍ତୁତ ପାଇଁ ଜିଲାପାଳ ଓ ଜିଲା ସଂସ୍କୃତି ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବହୁ ଜିଲାରେ କଳାକାର ମହାସଂଘ ସଦସ୍ୟଙ୍କ ନାମ ପଞ୍ଜୀକରଣ ସହ ଡାଟାବେସ୍‌ ପ୍ରସ୍ତୁତ କରି ନ ଥିବାରୁ ଉଦ୍‌ବେଗ ପ୍ରକାଶ ପାଇଛି। ଆଗକୁ ଆଦର୍ଶ ଗ୍ରାମ ଚୟନ କରି ସେସବୁ ଗ୍ରାମର ସର୍ବାଙ୍ଗୀନ ଉନ୍ନତି ପାଇଁ କାମ କରାଯିବ। ଆବର୍ତ୍ତନ ପାଣ୍ଠି ପାଇଥିବା ଜିଲାଗୁଡ଼ିକ ସେହି ପାଣ୍ଠିର ସୁଧ ଅର୍ଥରେ ବିଭିନ୍ନ କାର୍ଯ୍ୟ କରିବାକୁ କୁହାଯାଇଛି। ତା’ଛଡ଼ା ଜିଲାଗୁଡ଼ିକରେ ହୋଇଥିବା ‘ଲୋକକଳା ଗ୍ରାମ’ର ବିକାଶକୁ ତ୍ୱରାନ୍ବିତ କରାଯିବ। କଳାକାରଙ୍କୁ ସ୍ବାବଲମ୍ବୀ କରିବା ସହ ପ୍ରକୃତ ଲୋକକଳା ଗ୍ରାମ ଗଢ଼ିତୋଳିବାକୁ ଯୋଜନା ପ୍ରସ୍ତୁତ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି।
ରାଜ୍ୟରେ ୭୨୦୦ ଭାଗବତ ଟୁଙ୍ଗୀ ରହିଛି। ସେଗୁଡ଼ିକୁ ବ୍ୟାସାସନ ଓ ମାଇକ ଯୋଗାଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। କେତେକ ଜିଲାରେ ଏଯାଏ ଏହାକୁ କାର୍ଯ୍ୟକାରୀ କରାଯାଇନାହିଁ। ଏଥିସହ ଭାଗବତ ଟୁଙ୍ଗୀଗୁଡ଼ିକର ତଦାରଖ କରିବାକୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଜିଲାପାଳଙ୍କୁ କହିଛନ୍ତି। ବିଭିନ୍ନ ସ୍ଥାନରେ ରହିଥିବା ଅନନ୍ୟ କଳାଶୈଳୀକୁ ଉଭୟ ବୈଦ୍ୟୁତିକ ଓ ମୁଦ୍ରିତ ଭାବେ ତଥ୍ୟ ସଂଗ୍ରହ କରିବାକୁ ଜିଲା ସଂସ୍କୃତି ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ଜିଲା ସଂସ୍କୃତି ପରିଷଦଗୁଡ଼ିକୁ ପୁନର୍ଗଠନ କରି ବିଭାଗକୁ ଜଣାଇବାକୁ କୁହାଯାଇଛି। ଗୁରୁବାର ବୈଠକକୁ ଆସିବାବେଳେ ବିଭାଗରେ ଦାଖଲ କରିବାକୁ ଥିବା ଏସବୁ କାଗଜପତ୍ର ଧରି ଆସିବାକୁ କୁହାଯାଇଛି। ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଉପନିର୍ଦ୍ଦେଶକ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ ଓ ଦେବାନନ୍ଦ ବରିହା, ରାଜ୍ୟ ସଂସ୍କୃତି ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋୟୀ ଏବଂ ରାଜ୍ୟ ସଂଗ୍ରହାଳୟ ଅଧୀକ୍ଷକ ଡ. ଭାଗ୍ୟଲିପି ମଲ୍ଲ ପ୍ରମୁଖ ବୈଠକର ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ବିଜେଡିର ପ୍ରଚାର କରୁଛନ୍ତି ମିଶନ ଶକ୍ତି ମହିଳା’

ଭୁବନେଶ୍ୱର, ୭।୫(ସୁନିତ୍‌ ମିଶ୍ର): ମହିଳାଙ୍କୁ ସାମାଜିକ ଓ ଆର୍ଥତ୍କ କ୍ଷେତ୍ରରେ ସଶକ୍ତ କରିବା ପାଇଁ ସ୍ବୟଂ ସହାୟକ ଗୋଷ୍ଠୀର ସୃଷ୍ଟି କରାଯାଇଥିଲା। କିନ୍ତୁ ବିଜେଡି ଓଲଟା...

Featured Video Play Icon

ଏମ୍ସର ସଫଳତା,ଖପୁରୀରୁ ବାହାରିଲା ୭କେଜି ଟ୍ୟୁମର

ଭୁବନେଶ୍ୱର,୭।୫(ଅସମାପିକା ସାହୁ)- ଏମ୍ସ ଭୁବନେଶ୍ୱରରେ ଏକ ବିରଳ ସିନୋଭିଆଲ ସାର୍କୋମା ଟ୍ୟୁମରର ସଫଳ ଅସ୍ତ୍ରୋପଚାର କରାଯାଇଛି। ଜଣେ ୫୧ବର୍ଷୀୟ ବ୍ୟକ୍ତିଙ୍କ ଖପୁରୀର ଉପର ଅଂଶରୁ ପ୍ରାୟ...

ବୁଧବାର ଏହି ୭ ଜିଲାରେ ପ୍ରବଳ ବର୍ଷିବ, ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୭।୫(ଅସମାପିକା ସାହୁ)- ତାତିରୁ ମିଳିଛି ଆଶ୍ୱସ୍ତି। ରାଜ୍ୟର ଅଧିକାଂଶ ସହରରେ କାଳବୈଶାଖୀ ବର୍ଷା ଯୋଗୁ ତାପମାତ୍ରା ହ୍ରାସ ପାଇଥିବା ଦେଖାଯାଇଛି। ଦକ୍ଷିଣ ଝାଡ଼ଖଣ୍ଡରୁ ଏକ...

ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ: ପ୍ରଥମ ଦିନରେ କେହି ପ୍ରାର୍ଥିପତ୍ର କଲେନି ଦାଖଲ

କଟକ,୭ା୫ (କାର୍ତ୍ତିକ ସାହୁ) ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀର ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ବିଧିବଦ୍ଧ...

ଭାଜପାର ଷ୍ଟାର ପ୍ରଚାରକ ତାଲିକା: ବାଦ୍‌ ପଡିଲେ ଅପରାଜିତା, ସମ୍ବିତ ପାତ୍ର

ଭୁବନେଶ୍ୱର,୭।୫: ରାଜ୍ୟର ବିଧାନସଭା ଓ ଲୋକ ସଭା ନିର୍ବାଚନ ପାଇଁ ଭାଜପା ଆଜି ତା’ର ସଂଶୋଧିତ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ଭୁବନେଶ୍ୱର...

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri