୬ ଓଡ଼ିଆଙ୍କୁ ପଦ୍ମ

ଭୁବନେଶ୍ୱର,୨୬।୧(ବ୍ୟୁରୋ): ୨୦୨୧ ବର୍ଷ ପାଇଁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ତାଲିକାରେ ଏଥର ୬ ଜଣ ଓଡ଼ିଆ ପଦ୍ମ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଚଳିତବର୍ଷ ପାଇଁ ଦେଶରେ ୭ ଜଣଙ୍କୁ ପଦ୍ମବିଭୂଷଣ ଦିଆଯିବାକୁ ଘୋଷଣା କରାଯାଇଥିବା ବେଳେ ସେଥିରେ ଅଛନ୍ତି ଓଡ଼ିଶାର ସ୍ଥପତି ସୁଦର୍ଶନ ସାହୁ। ସେହିଭଳି ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରୁ ରଜତ କୁମାର କର ଏବଂ ନନ୍ଦ ପୃଷ୍ଟି, ସମାଜସେବା କ୍ଷେତ୍ରରୁ ଶାନ୍ତି ଦେବୀ, ଲୋକକଳା କ୍ଷେତ୍ରରୁ ପୂର୍ଣ୍ଣମାସୀ ଜାନି ଏବଂ ଭେଷଜ(ମେଡିସିନ୍‌)ରୁ କୃଷ୍ଣମୋହନ ପାଠୀ ପଦ୍ମଶ୍ରୀ ଉପାଧି ପାଇବାକୁ ମନୋନୀତ ହୋଇଛନ୍ତି।
୧୯୩୯ ମାର୍ଚ୍ଚ ୧୧ରେ ପୁରୀ ଜିଲାରେ ଜନ୍ମଗ୍ରହଣ କରିଥିବା ସୁଦର୍ଶନ ସାହୁ ସ୍ଥାପତ୍ୟ କଳା କ୍ଷେତ୍ରରେ ଦେଶ ଓ ବିଦେଶରେ ଖ୍ୟାତି ଅର୍ଜନ କରିଛନ୍ତି। ଓଡ଼ିଶାର ପାରମ୍ପରିକ ଭାସ୍କର୍ଯ୍ୟ କଳାର ପ୍ରଚାର ପ୍ରସାର ଦିଗରେ ତାଙ୍କର ପ୍ରମୁଖ ଅବଦାନ ରହିଛି। ରାଜ୍ୟ ଓ ଜାତୀୟ ପୁରସ୍କାର ସହ ଶିଳ୍ପୀଗୁରୁ ସମ୍ମାନ ଲାଭ କରିଥିବା ସାହୁ ନିକଟରେ ମୁମ୍ବାଇର ଏକ ପାର୍କରେ ୧୦୧ ଫୁଟ ଉଚ୍ଚତା ବିଶିଷ୍ଟ ବୁଦ୍ଧ ପ୍ରତିମୂର୍ତ୍ତି ନିର୍ମାଣ କରି ଚର୍ଚ୍ଚାକୁ ଆସିଥିଲେ। ଦୀର୍ଘ ୬ ଦଶନ୍ଧି ମଧ୍ୟରେ ସେ ୨୫୦ରୁ ଊର୍ଦ୍ଧ୍ୱ ସ୍ଥାପତି ସୃଷ୍ଟି କରିଥିବା ବେଳେ ତାଙ୍କ କଳାକୃତି ରାଜ୍ୟ ଏବଂ ଦେଶ ବାହାରେ ଶୋଭାପାଉଛି। ସ୍ଥାପତ୍ୟକଳା କ୍ଷେତ୍ରରେ ତାଙ୍କର ଅବଦାନ ଲାଗି ୧୯୮୮ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା। ପଦ୍ମବିଭୁଷଣ ପାଇବାକୁ ମନୋନୀତ ହେବା ଅବସରରେ ସେ କହିଛନ୍ତି, ପୁରସ୍କାର ପାଇଁ କେବଳ ମୁଁ ନୁହେଁ, ସାରା ଦେଶ ଖୁସି। ଭାରତରେ ଅନେକ କଳାପ୍ରେମୀ ଅଛନ୍ତି, ଯେଉଁମାନେ କଳାକୁ ବଞ୍ଚାଇ ରଖିଛନ୍ତି। କଳା, କାରିଗରୀ ଶିଖିବା ବେଳେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲି। ଅନ୍ୟମାନେ ଯେପରି ଏପରି ଅସୁବିଧା ନ ଭୋଗନ୍ତୁ ତାହା ଚାହୁଁଛି। ମୋ କଳାକୃତିକୁ ସ୍ବୀକୃତି ମିଳିଥିବାରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଚିର ଋଣୀ ବୋଲି ସେ କହିଛନ୍ତି।
କନ୍ଧମାଳ ଜିଲାର ପୂର୍ଣ୍ଣମାସୀ ଜାନି ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକଗୀତ ରଚନା କରିଛନ୍ତି। ୧୯୪୪ରେ ଜନ୍ମିତ ପୂର୍ଣ୍ଣମାସୀ ସମ୍ପୂର୍ଣ୍ଣ ନିରକ୍ଷର ଥିଲେ ମଧ୍ୟ ସମସ୍ତ ପୂରାଣ, ଶାସ୍ତ୍ର ଓ ପୋଥି ତାଙ୍କ ମୁହଁରେ ରହିଛି। ତାଙ୍କର ୬ ସନ୍ତାନ। ସମସ୍ତଙ୍କର ଦେହାନ୍ତ ହୋଇଯିବାରୁ ସେ ସନ୍ନ୍ୟାସିନୀ ଜୀବନକୁ ଆପଣାଇ ନେଇଥିଲେ। ଜଙ୍ଗଲର ଏକ ଗୁମ୍ଫାରେ ରହି ସନ୍ଥ ଜୀବନ ବିତାଇବା ସହ ଓଡ଼ିଶାର ଲୋକସଙ୍ଗୀତ ପରମ୍ପରାକୁ ଉଜ୍ଜୀବିତ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେହିଭଳି ୧୯୩୪ ଏପ୍ରିଲ ୧୮ରେ ଜନ୍ମିତ ଶାନ୍ତି ଦେବୀ ଗୁଣୁପୁରରେ ଏକ ଆଶ୍ରମ ପ୍ରତିଷ୍ଠା କରି ସେଠାରେ ଅନାଥ ଶିଶୁଙ୍କୁ ରଖିବା ସହ ସେମାନଙ୍କୁ ଶିକ୍ଷାଦାନ କରୁଛନ୍ତି। ଜଣେ ସଂସ୍କୃତି ବିଷାରଦ ସହ ରଥଯାତ୍ରା ଉଦ୍‌ଘୋଷକଭାବେ ରଜତ କୁମାର କରଙ୍କର ବିଶେଷ ଖ୍ୟାତି ରହିଛି।
ଗଞ୍ଜାମ ଜିଲା ବ୍ରହ୍ମୁପୁରର ଭେଷଜ ବିଶେଷଜ୍ଞ ଡା. କୃଷ୍ଣମୋହନ ପାଠୀଙ୍କର ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଦୀର୍ଘ ୪୦ବର୍ଷର ଅଭିଜ୍ଞତା ରହିଛି। ଆର୍ଥିକ କ୍ଷେତ୍ରରେ ଅନଗ୍ରସର ରୋଗୀମାନଙ୍କୁ ବିନାମୂଲ୍ୟରେ ଚିକିତ୍ସା କରିବା ସହ ସେ ଔଷଧ ମଧ୍ୟ ଦେଇଥାନ୍ତି। ଅନୁରୂପ ଭାବେ ‘ନନ୍ଦ ସାର୍‌’ ଭାବେ ପରିଚିତ ଯାଜପୁର ଜିଲାର ୧୦୨ ବର୍ଷୀୟ ନନ୍ଦ ପୃଷ୍ଟି ଦୀର୍ଘ ୭ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ନିଜ ଗାଁର ଚାଟଶାଳୀ ପିଲାଙ୍କୁ ପାଠ ପଢାଉଛନ୍ତି। ମାତ୍ର ୭ମ ଶ୍ରେଣୀ ଯାଏଁ ପାଠ ପଢିଥିଲେ ମଧ୍ୟ ଶିକ୍ଷାଦାନ କ୍ଷେତ୍ରରେ ତାଙ୍କ ଅବଦାନ ଲାଗି ତାଙ୍କୁ ପଦ୍ମଶ୍ରୀ ଦିଆଯିବାକୁ ମନୋନୀତ କରାଯାଇଛି। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଦେଶ ବିଦେଶର ୧୧୯ ଜଣଙ୍କୁ ୨୦୨୧ମସିହା ଲାଗି ପଦ୍ମ ପୁରସ୍କାର ଦିଆଯିବାକୁ ଘୋଷଣା କରାଯାଇଛି। ୭ ଜଣଙ୍କୁ ପଦ୍ମବିଭୂଷଣ, ୧୦ ଜଣଙ୍କୁ ପଦ୍ମଭୂଷଣ ଏବଂ ୧୦୨ ଜଣଙ୍କୁ ପଦ୍ମଶ୍ରୀ ଉପାଧି ଲାଗି ମନୋନୀତ କରାଯାଇଛି। ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ, ତାମିଲନାଡ଼ୁର କଣ୍ଠଶିଳ୍ପୀ ଏସ୍‌.ପି. ବାଳସୁବ୍ରମଣ୍ୟମ୍‌(ମରଣୋତ୍ତର), କର୍ନାଟକର ଚିକିତ୍ସା ବିଜ୍ଞାନୀ ଡା. ବେଲେ ମୋନାପ୍ପା ହେଗ୍‌ଡେ, ଯୁକ୍ତରାଷ୍ଟ୍ର ଆମରିକାର ବିଜ୍ଞାନ ଓ ଇଞ୍ଜିନିୟରିଂ କ୍ଷେତ୍ରରୁ ନରିନ୍ଦର ସିଂ କାପାନୀ(ମରଣୋତ୍ତର), ଦିଲ୍ଲୀର ପ୍ରତ୍ନତତ୍ତ୍ବବିତ୍‌ ଡ. ବି.ବି. ଲାଲ ଏବଂ ଆଧ୍ୟାତ୍ମିକ କ୍ଷେତ୍ରରୁ ମୌଲାନା ଓ୍ବହିଦୁଦ୍ଦିନ ଖାଁ ପଦ୍ମବିଭୂଷଣ ପାଇବେ। ଚଳିତବର୍ଷ ପଦ୍ମ ପୁରସ୍କାର ତାଲିକାରେ ୨୯ ଜଣ ମହିଳା ଥିବା ବେଳେ ୧୦ ଜଣ ବିଦେଶରୁ ରହିଛନ୍ତି। ସେହିଭଳି ଏଥର ୧୬ ଜଣଙ୍କୁ ମରଣୋତ୍ତର ଭାବେ ପୁରସ୍କାର ଦିଆଯିବ। ଏହିବର୍ଷ ଲାଗି ଜଣେ କିନ୍ନରଙ୍କୁ ପଦ୍ମ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। କୋଭିଡ୍‌ ସଂକ୍ରମଣ ଲାଗି ୨୦୨୦ ମସିହା ସକାଶେ ଘୋଷଣା ହୋଇଥିବା ପଦ୍ମ ପୁରସ୍କାର ଏପର୍ଯ୍ୟନ୍ତ ଦିଆଯାଇ ନଥିବା ବେଳେ ଏକସଙ୍ଗେ ଦୁଇବର୍ଷର ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦ୍ମ ବିଜେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ହାଇଦ୍ରାବାଦରେ ‘ଓଡ଼ିଶା ନିବେଶକ ସମ୍ମିଳନୀ’: ପ୍ରଥମ ଦିନରେ ମିଳିଲା ୧୯,୫୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ

ଭୁବନେଶ୍ୱର,୧୮ା୧୨: ହାଇଦ୍ରାବାଦରେ ଆୟୋଜିତ ଦୁଇ ଦିନିଆ ‘ଓଡ଼ିଶା ଇନଭେଷ୍ଟର ମିଟ୍’ର ପ୍ରଥମ ଦିନରେ ରାଜ୍ୟ ପାଇଁ ପୁଞ୍ଜିନିବେଶର ସୁଅ ଛୁଟିଛି। ଏହି ଅବସରରେ ଓଡ଼ିଶା ପ୍ରାୟ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ଓଡ଼ିଶାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ମା’ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ବୋହୂ, ୮ ମାସ ତଳେ…

ଅନୁଗୋଳ,୧୮ା୧୨(ଜ୍ୟୋତିରଞ୍ଜନ ସାହୁ): ମାତ୍ର ୮ ମାସ ତଳେ ଘରକୁ ଆସିଥିବା ବୋହୂ ନେଇଛନ୍ତି ଶାଶୁଙ୍କ ଜୀବନ। ପାରିବାରିକ କଳହରୁ ମା’ ସହ ମିଶି ଶାଶୁ କୁନି...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କା, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri