Posted inଖେଳ

ଭାରତୀୟ ଦଳ, ବିସିସିଆଇକୁ ସିଏର ପ୍ରଶଂସା

ମେଲବୋର୍ନ,୨୧।୧(ପି.ଟି.): ଭାରତର ଐତିହାସିକ ସିରିଜ ବିଜୟକୁ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ପ୍ରଶଂସା କରିଛି। ଭାରତୀୟ ଦଳର ଲଢୁଆ ମନୋବୃତ୍ତି, ସାହସ ଓ କୌଶଳର ଗୁଣଗାନ କରିଛି ସିଏ। ଏଥିସହିତ ଏହି ହାଇପ୍ରୋଫାଇଲ ସିରିଜର ସୁପରିଚାଳନା ପାଇଁ ସିଏ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ତ୍ୟାଗକୁ ଭୂୟସୀ ପ୍ରଶଂସା କରିଛି।
ଅଜିଙ୍କ୍ୟ ରାହାନେଙ୍କ ନେତୃତ୍ୱରେ ଏକ ଦ୍ୱିତୀୟସ୍ତରର ଭାରତୀୟ ଦଳ ସବୁ ବାଧାବିଘ୍ନକୁ ପଛରେ ପକାଇ ଯେପରି ଗାବାରେ ବିଜୟୀ ହେଲା ଓ ୨-୧ରେ ସିରିଜ ହାତେଇଲା ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ। ବର୍ଡର ଗାଭାସ୍କର ଟ୍ରଫି ବଜାୟ ରଖିଥିବାରୁ ସିଏ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛି। ଏହି ବିଜୟ ଆଗାମୀ ପିଢି ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ସିଏ ବିସିସିଆଇକୁ ତା’ର ଧନ୍ୟବାଦ ପତ୍ରରେ ଉଲ୍ଲେଖ କରିଛି। ସିଏ ମଧ୍ୟବର୍ତ୍ତିକାଳୀନ ମୁଖ୍ୟ କାର୍ଯ୍ୟନିର୍ବାହୀ ନିକ୍‌ ହୋକ୍‌ଲି ଓ ଅଧ୍ୟକ୍ଷ ଅର୍ଲ ଏଡିଙ୍ଗ୍ସ ଲେଖିଛନ୍ତି। କୋଭିଡ୍‌-୧୯ର ପ୍ରକୋପ ସତ୍ତ୍ୱେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱାଧୀନ ବିସିସିଆଇ ଏହି ସିରିଜକୁ ସଫଳତାର ସହ ସମ୍ପନ୍ନ କରାଇବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲା ଓ ଏହା ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି ସିଏର ଅଧିକାରୀ ଦ୍ୱୟ ଏହି ଚିଠିରେ ଉଲ୍ଲେଖ କରିଛନ୍ତି।
ଏହି ବନ୍ଧୁତ୍ୱ, ବିଶ୍ୱାସ ଓ ପ୍ରତିବଦ୍ଧତା ପାଇଁ ବିସିସିଆଇଠାରେ ଆମେ ଋଣୀ ହୋଇ ରହିବୁ ବୋଲି ସିଏ ତରଫରୁ କୁହାଯାଇଛି। ସାରା ବିଶ୍ୱରେ କ୍ରିକେଟ ପ୍ରଶଂସକ ଏହି ଟେଷ୍ଟ ସିରିଜକୁ ନେଇ ଉତ୍କଣ୍ଠା ପ୍ରକାଶ କରିବା ସହ ଉପଭୋଗ କରିଛନ୍ତି। କୋଭିଡ୍‌-୧୯ ସମୟରେ ଏଭଳି ଏକ କ୍ୱାଲିଟି ସିରିଜ ସଫଳତାର ସହ ଆୟୋଜନ ହେବା ନିଶ୍ଚିତ ଭାବେ ଏକ ବଡ଼ କଥା ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। କରୋନ ପାଇଁ ଆମ ଆଗରେ ଏକାଧିକ ଚ୍ୟାଲେଞ୍ଜ ରହିଥିଲା। ଏହାକୁ ସଫଳତାର ସହ ସାମ୍ନା କରାଯାଇଛି। ଏଥିପାଇଁ ଭାରତୀୟ ଖେଳାଳି, ସପୋର୍ଟ ଷ୍ଟାଫ୍‌ ଓ କୋଚ୍‌ମାନଙ୍କୁ କୃତଜ୍ଞତା ଜଣାଉଛୁ। ଗତ ୯ ସପ୍ତାହ ହେବ ବିଭିନ୍ନ କଟକଣାରେ ମଧ୍ୟ ଦୁଇ ଦଳ ଦିନିକିଆ, ଟି୨୦ ଓ ଟେଷ୍ଟ ସିରିଜ ଖେଳିବା ସମ୍ପୂର୍ଣ୍ଣ କରିଛନ୍ତି। ଏହି ଗସ୍ତ ସୁପରହିଟ୍‌ ହୋଇଛି ଓ ଏଥିରେ ବିସିସିଆଇର ଭୂମିକା ଉଲ୍ଲେଖନୀୟ। ଆର୍ଥିକ ଭାବେ ସଂଘର୍ଷ କରୁଥିବା ସିଏ ଏହି ସିରିଜ ଆୟୋଜନ କରି ନିଜର ସ୍ଥିତି ସମ୍ଭାଳିବାରେ ସଫଳ ହୋଇଛି। ଏଥିସହ ସିଏ ୩୦୦ ମିଲିୟନ ଅଷ୍ଟ୍ରେଲିଆନ୍‌ ଡଲାର ଉପାର୍ଜନ କରିଛି। ବର୍ଣ୍ଣବୈଷମ୍ୟ ଆକ୍ଷେପକୁ ନେଇ ସୃଷ୍ଟି ହୋଇଥିବା ବିବାଦ ମଧ୍ୟ ସିରିଜକୁ ପ୍ରଭାବିତ କରିପାରି ନ ଥିଲା। ସବୁ ପ୍ରକାର ଚ୍ୟାଲେଞ୍ଜକୁ ସାମ୍ନା କରିବାରେ ବିସିସିଆଇର ସହଯୋଗ ଓ ଭୂମିକାକୁ ଆମେ ପ୍ରଶଂସା ନ କରି ରହିପାରୁନାହୁଁ ଓ ବିସିସିଆଇର ଏଥିରେ ବହୁତ ତ୍ୟାଗ ରହିଛି। ଏହାକୁ ଆମେ କେବେ ଭୁଲିବୁ ନାହୁଁ ବୋଲି ସିଏ ତରଫରୁ କୁହାଯାଇଛି। ସିରିଜକୁ ସଫଳ କରାଇବାରେ ସରକାର, ସ୍ବାସ୍ଥ୍ୟ ଅଧିକାରୀ, ଭେନ୍ୟୁ, ବ୍ରଡକାଷ୍ଟ, କମର୍ସିଆଲ ପାର୍ଟନର, କ୍ରିକେଟ ଆସୋସିଏଶନ, ଖେଳାଳି, ମ୍ୟାଚ୍‌ ଅଫିସିଆଲ, ସପୋର୍ଟ ଷ୍ଟାଫଙ୍କୁ ସିଏ ଧନ୍ୟବାଦ ଜଣାଇଛି। ଉଲ୍ଲେଖଥାଉ କି, ଦୁଇମାସ ପୂର୍ବରୁ ଭାରତର ଏହି ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ ହୋଇଥିଲା। ଦିନିକିଆ ସିରିଜରେ ଭାରତ ୧-୨ରେ ପରାସ୍ତ ହୋଇଥିବା ବେଳେ ଟି୨୦ ସିରିଜକୁ ୨-୧ରେ ଓ ଟେଷ୍ଟ ସିରିଜକୁ ୨-୧ରେ ହାତେଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

VHT 2025: ବିଜୟ ହଜାରେ ଟ୍ରଫିରୁ ବାଦ ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ, କାରଣ…

ନୂଆଦିଲ୍ଲୀ,୨୫।୧୨: ବୈଭବ ସୂର୍ଯ୍ୟବଂଶୀଙ୍କ ଫ୍ୟାନ୍ସଙ୍କୁ ଝଟକା । ଅଣ୍ଡର-୧୯ ଏସିଆ କପରେ ଏକ ଚମତ୍କାର ଇନିଂସ ଖେଳିବା ପରେ, ବୈଭବ ବିଜୟ ହଜାରେ ଟ୍ରଫିରେ ମଧ୍ୟ...

ସସପେନ୍ସ ଶେଷ! ୨୦୨୭ ବିଶ୍ୱକପ ଖେଳିବେ କି ବିରାଟ କୋହଲି, କୋଚ କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲି ବିଜୟ ହଜାରେ ଟ୍ରଫିରେ ଏକ ଚମିତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ଆନ୍ଧ୍ର ବିପକ୍ଷରେ ୧୩୧ ରନର ଏକ...

‘ସେ ତେନ୍ଦୁଲକର ଥିଲେ…’ Vaibhav Suryavanshiଙ୍କୁ ଭାରତୀୟ ଟିମରେ ସ୍ଥାନ ଦିଆଯାଉ, BCCI ନିକଟରେ ବଡ଼ ଦାବି କଲେ ଥରୁର

ନୂଆଦିଲ୍ଲୀ,୨୫।୧୨: କଂଗ୍ରେସ ଏମପି ଶଶି ଥରୁର ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରତିଭାକୁ କିମ୍ବଦନ୍ତୀ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କ ସହ ତୁଳନା କରିଛନ୍ତି। ଥରୁର BCCIକୁ ୧୪ ବର୍ଷୀୟ...

RCB ଖେଳାଳିଙ୍କ ବିରୋଧରେ ବୟସ ଜାଲିଆତି ଅଭିଯୋଗ, ସୂଚନା ପାଇଲା ବିସିସିଆଇ ଦୁର୍ନୀତି ନିବାରଣ ୟୁନିଟ

ନୂଆଦିଲ୍ଲୀ,୨୫।୧୨: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମ ଥର ପାଇଁ IPL ୨୦୨୫ରେ ଚାମ୍ପିଅନ ହୋଇଥିଲା। ଏବେ, ଫ୍ରାଞ୍ଚାଇଜ IPL ୨୦୨୬ପାଇଁ ପ୍ରସ୍ତୁତ ହେଉଛି। ଡିସେମ୍ବର ୧୬ରେ...

IPL 2026 ପ୍ଲେଅଫରେ ପହଞ୍ଚିବ କେଉଁ ୪ଟି ଟିମ୍‌? ବଡ଼ ଭବିଷ୍ୟବାଣୀ କଲେ ପୂର୍ବତନ କ୍ରିକେଟର!

ନୂଆଦିଲ୍ଲୀ,୨୫।୧୨: IPL 2026 ଖେଳାଳିଙ୍କ ମିନି-ନିଲାମ ନିକଟରେ ଶେଷ ହୋଇଛି। ଡିସେମ୍ବର ୧୬ରେ ଆବୁଧାବିରେ IPL ମିନି-ନିଲାମ ହୋଇଥିଲା, ଯେଉଁଥିରେ ୨୯ ବିଦେଶୀ ଖେଳାଳିଙ୍କ ସମେତ...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri