୪୦ ବର୍ଷ ପରେ ନ ଥିବ ଆମାଜନ

ବ୍ରାଜିଲିଆ, ୧୨ା୧: ବିଶ୍ୱର ସବୁଠାରୁ ବଡ଼ ଟ୍ରପିକାଲ ଜଙ୍ଗଲ ଆମାଜନ ଏବେ ବିପଦରେ। ବଦଳୁଥିବା ପାଣିପାଗ, ବ୍ୟାପକ ଗଛ କଟା ଯୋଗୁ ଏହି ଜଙ୍ଗଲର ଅସ୍ତିତ୍ୱ ଉପରେ ସଙ୍କଟ ଘନେଇଛି। ଏପରିକି ଆଗାମୀ ୪୦ ବର୍ଷ ପରେ ଆମାଜନ୍‌ ନିଜର ସତ୍ତା ହରାଇପାରେ ବୋଲି ଆଶଙ୍କା କରିଛନ୍ତି ବୈଜ୍ଞାନିକ। ଏଭଳି ହେଲେ ପୁରା ମାନବ ଜାତି ସଙ୍କଟରେ ପଡ଼ିବ ବୋଲି ନିକଟରେ ଦି ପିର ଏନଭାଇରନମେଣ୍ଟାଲ ଜର୍ନାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ବୈଜ୍ଞାନିକ ରବର୍ଟ ଓ୍ବାକର ଚେତାବନୀ ଦେଇଛନ୍ତି।
ବ୍ରାଜିଲ, କଲମ୍ବିଆ, ପେରୁ ଏବଂ ଅନ୍ୟ ଦକ୍ଷିଣ ଆମେରିକୀୟ ଦେଶକୁ ବ୍ୟାପିଥିବା ଆମାଜନ ସାରା ବିଶ୍ୱକୁ ୨୦ ପ୍ରତିଶତରୁ ଅଧିକ ଅମ୍ଳଜାନ ଯୋଗାଇଥାଏ। ଅଙ୍ଗାରକାମ୍ଳ ମାତ୍ରା କମାଇବା, ବାୟୁ ପ୍ରଦୁଷଣ ନିୟନ୍ତ୍ରଣ ସହ ଠିକ୍‌ ସମୟରେ ବର୍ଷା ତଥା ଜଳବାୟୁକୁ ଜୀବଜଗତ ପାଇଁ ଅନୁକୂଳ ରଖିବାରେ ଏହି ଜଙ୍ଗଲର ଅବଦାନ ଅନେକ। କିନ୍ତୁ କ୍ରମାଗତ ଭାବେ ଜଙ୍ଗଲ ନଷ୍ଟ, ଜଳବାୟୁ ପରିବର୍ତ୍ତନ ଯୋଗୁ ମରୁଡ଼ି ପରିସ୍ଥିତି ଏବେ ନୂଆ ଜଙ୍ଗଲ ସୃଷ୍ଟିରେ ବାଧା ହୋଇ ଛିଡ଼ାହୋଇଛି। ଏହା ଲାଗି ରହିଲେ ୨୦୬୪ ସୁଦ୍ଧା ଆମାଜନ ନିଜ ଅସ୍ତିତ୍ୱ ହରାଇବ ବୋଲି ରବର୍ଟ ଓ୍ବାକର କହିଛନ୍ତି। ଆମାଜନ ଜିଓ-ରେଫରେନ୍ସଡ୍‌ ସୋସିଓ ଏନଭାଇରନମେଣ୍ଟାଲ ନେଟୱର୍କ ସୂଚନା ମୁତାବକ, ଗତ ୧୮ ବର୍ଷରେ ଜଙ୍ଗଲର ୮ ପ୍ରତିଶତ ଅଞ୍ଚଳରୁ ଗଛ କଟାସରିଛି, ଯାହାର ଆକାର ସ୍ପେନ ଭଳି ଦେଶଠାରୁ ଅଧକ ଅଞ୍ଚଳ ପର୍ଯ୍ୟନ୍ତ ପରିବ୍ୟାପ୍ତ। ଏହା ଗଭୀର ଚିନ୍ତାର କାରଣ। ଏବେଠାରୁ ସଚେତନ ନ ହେଲେ ଆଗାମୀ ଦିନ ସମ୍ପୂର୍ଣ୍ଣ ଜୀବଜଗତର ଅସ୍ତିତ୍ୱ ସଙ୍କଟରେ ପଡ଼ିପାରେ ବୋଲି ଓ୍ବାକର ଚେତାଇଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଣବିକ ଶକ୍ତି କ୍ଷେତ୍ରରେ ପଶିବେ ଘରୋଇ ସଂସ୍ଥା

ନୂଆଦିଲ୍ଲୀ,୧୮ା୧୨(ପି.ଟି./ଏଜେନ୍ସି): ୨୦୪୭ ସୁଦ୍ଧା ଭାରତରେ ୧୦୦ ଗିଗାଓ୍ୱାଟ୍‌ ଅଣୁଶକ୍ତି ଉତ୍ପାଦନ ଲକ୍ଷ୍ୟ ହାସଲ ପାଇଁ ଉଦ୍ଦିଷ୍ଟ ବିଧେୟକକୁ ବୁଧବାର ଲୋକ ସଭାର ମଞ୍ଜୁରୀ ମିଳିଛି। ସଷ୍ଟେନେବଲ...

ଏ କି ସଙ୍କେତ! ରାତାରାତି ରକ୍ତ ପରି ନାଲି ହୋଇଗଲା ସମୁଦ୍ର; ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୭ା୧୨: ଇରାନର ହରମୁଜ୍ ଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଅଦ୍ଭୁତ ଏବଂ ଚମତ୍କାର ପରିବର୍ତ୍ତନ ଦେଖିବାକୁ ମିଳିଛି। ସାମ୍ପ୍ରତିକ ପ୍ରବଳ ବର୍ଷା ପରେ ଦ୍ୱୀପର ବେଳାଭୂମି...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri