ଉଇଣ୍ଟର ଫ୍ୟାଶନ: ହେଡ୍‌ବ୍ୟାଣ୍ଡ

ଋତୁ ଯାହା ହେଉନା କାହିଁକି ଷ୍ଟାଇଲିଶ୍‌ ଦେଖାଯିବାକୁ ସମସ୍ତେ ଚାହାନ୍ତି। ଆଉ ଶୀତଦିନେ ଷ୍ଟାଇଲିଶ ଲାଗିବା ପାଇଁ ଆଜିକାଲି ବିଭିନ୍ନ ପ୍ରକାର ଓ୍ବିଣ୍ଟରଓ୍ବେର ଆସିଲାଣି। ସେଥିମଧ୍ୟରୁ ହେଡ୍‌ବ୍ୟାଣ୍ଡ ଅନ୍ୟତମ। ଏହା ଶୀତ ଦାଉରୁ ରକ୍ଷା କରିବା ସହ ଷ୍ଟାଇଲିଶ୍‌ ଲୁକ୍‌ ବି ଦେଇଥାଏ।

ଶୀତଦିନେ ବାହାରକୁ ବାହାରିଲେ ଥଣ୍ଡା ପବନ ଯେବେ କାନରେ ବାଜେ ଦେହ ଶୀତରେ କମ୍ପି ଉଠେ। ସ୍ବେଟର କି ଓ୍ବିଣ୍ଟର କୋଟ୍‌ ପିନ୍ଧିଥିଲେ ବି ତାହା କାମ ଦିଏନା। ହେଲେ ଯଦି ହେଡ୍‌ବ୍ୟାଣ୍ଡ ଲଗାଇଛନ୍ତି ତାହା କାନକୁ ଥଣ୍ଡା ପବନଠାରୁ ସୁରକ୍ଷା ତ ଦିଏ, ତା’ ସହ ଲୁକ୍‌ ଟ୍ରେଣ୍ଡି ଲାଗେ। ଆଜିକାଲି ବିଭିନ୍ନ ଡିଜାଇନ୍‌ର ହେଡ୍‌ବ୍ୟାଣ୍ଡ ମିଳୁଛି। ଏହାକୁ ପିନ୍ଧି ସକାଳେ ମର୍ନିଂ ଓ୍ବାକ୍‌ ହେଉ କି ସାଇକେଲିଂ ପାଇଁ ଗଲେ ଶୀତର ପ୍ରକୋପରୁ ରକ୍ଷା ପାଇବା ସହ ଷ୍ଟାଇଲିଶ୍‌ ଲାଗିବେ। ତେବେ ଏହାକୁ କିଭଳି ହେୟାର୍‌ ଷ୍ଟାଇଲରେ ପିନ୍ଧିବେ ଜାଣନ୍ତୁ ସେ ସମ୍ପର୍କରେ..

କେଶ ଖୋଲା ରଖି- କେଶ କର୍ଲି ହେଉ କି ଷ୍ଟ୍ରେଟ୍‌ ତାକୁ ଖୋଲା ଓ ଲୁଜ୍‌ ରଖନ୍ତୁ। ଆଉ ହେୟାର ବ୍ୟାଣ୍ଡକୁ ଆଖି ଉପରେ କପାଳରେ ରହିବା ଭଳି ଲଗାନ୍ତୁ। ଯଦି ହେଡ୍‌ବ୍ୟାଣ୍ଡ ମଝିରେ ରହୁଥିବା କେଶ ମୁଣ୍ଡରେ ଚାପି ହୋଇ ଲାଖି ରହେ ଓ ଲୁକ୍‌ ଭଲ ନ ଦେଖାଯାଏ, ତେବେ ସେହି କେଶକୁ ଅଙ୍ଗୁଳି ସାହାଯ୍ୟରେ ଅଳ୍ପ ଅଳ୍ପ ଟେକି ଦିଅନ୍ତୁ। ଦେଖିବେ ଆପଣ ଭଲ ଦେଖାଯିବେ।

ପିଗ୍‌ଟେଲ୍‌ ବ୍ରେଡ୍‌ରେ- ଆପଣ ଚାହିଁଲେ ଦୁଇଟି ପିଗ୍‌ଟେଲ୍‌ ବ୍ରେଡ୍‌ ବା ବେଣୀ କରନ୍ତୁ, ଯେମିତିକି ତାହା ମୁଣ୍ଡର ପଛପଟେ ଝୁଲି ରହୁଥିବ। ଆଉ ହେଡ୍‌ବ୍ୟାଣ୍ଡଟି ସାମ୍‌ନାଭାଗରେ କପାଳରେ ରହିବା ସହ ପଛପଟ ମୁଣ୍ଡରେ ବେଣୀ ତଳେ ରହିବା ଭଳି ଲଗାନ୍ତୁ। ଦେଖିବେ ବହୁତ ଷ୍ଟାଇଲିଶ୍‌ ଲାଗିବେ।

ହାଇ ପୋନି ଟେଲ୍‌ରେ- ହାଇ ପୋନି ଟେଲ୍‌ କରି ହେଡ୍‌ବ୍ୟାଣ୍ଡ ଲଗାଇଲେ କ୍ୟୁଟ୍‌ ଲୁକ୍‌ ମିଳେ। ମର୍ନିଂ ଓ୍ବାକ୍‌ କିମ୍ବା ସାଇକେଲିଂ କରିବା ସମୟରେ ଏହି ଲୁକ୍‌ ଟ୍ରାଏ କରନ୍ତୁ, ଦେଖିବେ ସମସ୍ତଙ୍କ ନଜର ଆପଣଙ୍କ ଆଡେ ଯିବ।

ହାଇ ବନ୍‌- ହାଇ ବନ୍‌ ବା ମୁଣ୍ଡର ଉପରଭାଗରେ ଖୋସା କରି ମଧ୍ୟ ହେଡ୍‌ବ୍ୟାଣ୍ଡ ପିନ୍ଧିପାରିବେ। ବନ୍‌ଟି ବେଶି ଟାଇଟ୍‌ ନ କରି ଟିକେ ଲୁଜ୍‌ କରିବେ ଓ କିଛି କେଶ ଝୁଲୁଥିବା ପରି ରଖିଲେ ଲୁକ୍‌ ଷ୍ଟାଇଲିଶ୍‌ ଲାଗିବ।

ହାଫ୍‌ ଅପ୍‌ ଷ୍ଟାଇଲ୍‌- ମୁଣ୍ଡ ପଛ ଭାଗର କେଶକୁ ଅଧା କରି ଉପର ଭାଗର କେଶରେ ବନ୍‌ କରନ୍ତୁ। ଆଉ ତଳ ଭାଗର କେଶକୁ ଖୋଲା ରଖନ୍ତୁ। ବନ୍‌ ଓ ଖୋଲା କେଶର ମଝିଭାଗରେ ବ୍ୟାଣ୍ଡର ପଛଭାଗ ରଖି ହେଡବ୍ୟାଣ୍ଡଟି ପିନ୍ଧନ୍ତୁ। ଏଇ ଲୁକ୍‌ ବି ବେଶ୍‌ ଭଲ ଲାଗେ।


Enter your email to get our daily news in your inbox.

All Right Reserved By Dharitri.Com

୪୦ ବର୍ଷ ପରେ ମହିଳାଙ୍କ କାହିଁକି ଅଧିକ କେଶ ଝଡ଼େ? ଜାଣନ୍ତୁ ପ୍ରତିକାର

ପୁରୁଷ ହେଉ କି ମହିଳା, କେଶ ଝଡ଼ିବା ଏକ ସାଧାରଣ ସମସ୍ୟା। ତଥାପି ୪୦ ବର୍ଷ ବୟସ ପରେ ମହିଳାମାନଙ୍କର କେଶ ଝଡ଼ିବାର ସମ୍ଭାବନା ଅଧିକ...

ଧନୁ ସଂକ୍ରାନ୍ତିରେ ଖୋଲିବ ଏହି ରାଶିର ଭାଗ୍ୟ, ମିଳିବ ଖୁସି ଖବର

ଆଜିଠାରୁ ଧନୁ ରାଶିର ସମୟ ଆରମ୍ଭ ହେଉଛି, ଯାହା ପରିବେଶକୁ ପୂର୍ବ ଅପେକ୍ଷା ଅଧିକ ସକାରାତ୍ମକ ଏବଂ ଭବିଷ୍ୟତମୁଖୀ କରିବ। ଲୋକମାନେ ବଡ଼ ଲକ୍ଷ୍ୟ ରଖିବେ...

ରାତି ପାହୁପାହୁ ବଦଳିବ ଏସବୁ ରାଶିଙ୍କ ଭାଗ୍ୟ, ବସିଥିବେ ହଠାତ୍‌ ପହଞ୍ଚିବ ଟଙ୍କା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେତେବେଳେ କୌଣସି ଗ୍ରହ ନିଜ ରାଶି ପରିବର୍ତ୍ତନ କରନ୍ତି ସେତେବେଳେ ଏହାର ପ୍ରଭାବ ସିଧା କିଛି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ...

ମହିଳାଙ୍କଠାରେ ଏହି ୭ ଲକ୍ଷଣ ଦେଖାଯାଉଥିଲେ ସାବଧାନ! ହୃଦଘାତ…

ନୂଆଦିଲ୍ଲୀ,୧୫।୧୨: ହୃଦଘାତର ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଛାତିରେ ଯନ୍ତ୍ରଣା। କିନ୍ତୁ ଅନେକ କ୍ଷେତ୍ରରେ, ହୃଦଘାତର ଲକ୍ଷଣ ସମ୍ପୂର୍ଣ୍ଣ ଭିନ୍ନ ହୋଇପାରେ, ବିଶେଷକରି ମହିଳାଙ୍କ କ୍ଷେତ୍ରରେ।...

ମୃତ୍ତିକା ପ୍ରଦୂଷଣ ବଢ଼ାଉଛି ପ୍ଲାଷ୍ଟିକ୍‌

ପ୍ଲାଷ୍ଟିକ୍‌ ପ୍ରଦୂଷଣ ମଧ୍ୟ ସ୍ଥଳଭାଗରେ ନିଜର କାୟା ବିସ୍ତାର କରି ଚାଲିଛି। ପ୍ଲାଷ୍ଟିକ୍‌ ଆବର୍ଜନାକୁ ଖାଦ୍ୟ ବୋଲି ମନେକରି କିଛି ଜୀବ ଭକ୍ଷଣ କରିଥାନ୍ତି। ଏହା...

ଶରୀର ପାଇଁ ଉପକାରୀ ଗାଜର, ହାର୍ଟକୁ ସୁସ୍ଥ ରଖିବା ସହ…

ଗାଜର ଆମ ଶରୀର ପାଇଁ ବେଶ୍‌ ଉପକାରୀ। ଏଥିରେ ଭିଟାମିନ, ଫାଇବର୍‌ ଓ ଆଣ୍ଟି ଅକ୍ସିଡାଣ୍ଟ ଉପାଦାନ ଭରି ହୋଇରହିଛି। ଏଥିରେ ଏଭଳି ଉପକାରୀ ତତ୍ତ୍ୱ...

ବଂଶଗତ ରୋଗ ଥାଲାସିମିଆ

ଥାଲାସିମିଆ ଏକ ବଂଶଗତ ରକ୍ତ ରୋଗ। ଏହି ରୋଗରେ ଶରୀରରେ ଅକ୍ସିଜେନ୍‌ ପରିବହନକାରୀ ହେମୋଗ୍ଲୋବିନ୍‌ର ଗଠନ ତ୍ରୁଟିପୂର୍ଣ୍ଣ ହୋଇଯାଇଥାଏ। ଏହାଫଳରେ ଦେଖାଦିଏ ‘ଆନିମିଆ’ ବା ରକ୍ତାଳ୍ପତା।...

ରାତ୍ରିଭୋଜନ ବିଳମ୍ବରେ କରୁଥିଲେ, ହୋଇଯାନ୍ତୁ ସାବଧାନ: ନ ହେଲେ ହେବ ଏସବୁ ରୋଗ

ବିଭିନ୍ନ କାର୍ଯ୍ୟବ୍ୟସ୍ତତା ସହ ପରିବାର ସଦସ୍ୟ ଓ ପିଲାଙ୍କ ଖାଇବା ପରେ ଅଧିକାଂଶ ମହିଳା ରାତ୍ରିଭୋଜନ ବିଳମ୍ବରେ କରିଥା’ନ୍ତି। ହେଲେ ନିଜ ଖାଦ୍ୟ ପ୍ରତି ଅବହେଳା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri