ଲୁଟ୍‌ର ଡେମୋ ଦେଖାଇଲେ ଅଭିଯୁକ୍ତ

କଟକ ଅଫିସ,୨୭।୧୧: କଟକ ନୟାସଡ଼କ ଅଞ୍ଚଳରେ ଥିବା ଅର୍ଥ ଲଗାଣକାରୀ ସଂସ୍ଥା ଇଣ୍ଡିଆନ ଇନ୍‌ଫୋଲାଇନ ଫାଇନାନ୍ସ ଲିମିଟେଡ(ଆଇଆଇଏଫ୍‌ଏଲ୍‌) ଶାଖା କାର୍ଯ୍ୟାଳୟରୁ ସୁନା ଲୁଟ ଘଟଣାର ଚେର ଲମ୍ବି ଲମ୍ବି ଚାଲିଛି । ବୁଧବାର କମିଶନରେଟ ପୋଲିସ ସଂସ୍ଥାର ମହିଳା ଅଧିକାରୀଙ୍କ ସମେତ ୭ଜଣଙ୍କୁ ଗିରଫ କରିବାପରେ ଗୁରୁବାର ଅନ୍ୟ ଜଣେ ଅଭିଯୁକ୍ତ ପୋଲିସ ଜାଲରେ ପଡ଼ିଛନ୍ତି। ବଜ୍ରକବାଟି ରୋଡସ୍ଥିତ ଏକ ସୁନା ଋଣ ସଂସ୍ଥାର ପରିଚାଳକଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଛି। ଏଥିସହ ତାଙ୍କ ନିକଟରୁ ପ୍ରାୟ ୧୦ କେଜିରୁ ଅଧିକ ସୁନା ଜବତ କରିଛି। ଗିରଫ ୭ ଅଭିଯୁକ୍ତଙ୍କ ମଧ୍ୟରୁ ୩ଦିନିଆ ରିମାଣ୍ଡରେ ଆସିଥିବା ଅଭିଯୁକ୍ତ ଲାଲା ଅମ୍ରିତ ରାୟ, ପ୍ରକାଶ କୁମାର ସାହୁ, ପବିତ୍ର କୁମାର ବେହେରା, ରାଜ କିଶୋର ସାହୁ ଓ ସନ୍ତୋଷ ଭୋଇଙ୍କୁ ଗୁରୁବାର ଆଇଆଇଏଫ୍‌ଏଲ୍‌ ସଂସ୍ଥାକୁ ନିଆଯାଇ ଲୁଟ ଘଟଣାର ଡେମୋ କରାଯାଇଥିଲା। ଏହାର ଭିଡିଓ ରେକର୍ଡିଂ ମଧ୍ୟ କରାଯାଇଛି। ଲୁଟ ସମୟରେ ସିସିଟିଭି କାର୍ଯ୍ୟ କରୁ ନ ଥିବାରୁ ଏହି ଭିଡିଓ ମାମଲାର ଶୁଣାଣି ସମୟରେ ସହାୟତା କରିବ । ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରହିଥିବାରୁ ଖୁବ ଶୀଘ୍ର ଆହୁରି ଅଧିକ ଅଭିଯୁକ୍ତ ଧରାପଡିବେ ବୋଲି ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ଗତ ୧୯ତାରିଖ ପୂର୍ବାହ୍ନ ୯ଟା ୪୫ ମିନିଟ୍‌ରେ ହଠାତ୍‌ ୪ ଜଣ ଦୁର୍ବୃତ୍ତ ମୁହଁରେ ମାସ୍କ ଓ ହେଲ୍‌ମେଟ୍‌ ପିନ୍ଧି କାର୍ଯ୍ୟାଳୟ ଭିତରେ ପଶିବା ସହ ବନ୍ଧୁକ ଦେଖାଇ ସମସ୍ତ କର୍ମଚାରୀଙ୍କୁ ଗୋଟିଏ ଜାଗାରେ ଠିଆ କରାଇଥିଲେ। ଭିତରପଟୁ ମୁଖ୍ୟଦ୍ୱାରର ଶଟର ପକାଇ ଦେଇଥିଲେ। ପରେ ସେମାନେ ବନ୍ଧୁକ ଦେଖାଇ ଷ୍ଟ୍ରଙ୍ଗରୁମ୍‌ର ଚାବି ନେଇ ସେଠାରେ ଗଚ୍ଛିତ ଥିବା ସବୁ ସୁନା ଅଳଙ୍କାର ଓ ନଗଦ ୪କୋଟି ଟଙ୍କା ଲୁଟି ନେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ଏହି ଘଟଣାର ତଦନ୍ତ ପାଇଁ କମିଶନରେଟ ପୋଲିସ ଏକ ଟିମ୍‌ ଗଠନ କରିଥିଲା। ଲୁଟ ସମୟରେ ସଂସ୍ଥାର ସିସିଟିଭି କାର୍ଯ୍ୟ ନ କରିବା, ଆଲାର୍ମ ବାଜୁ ନ ଥିବା, ବନ୍ଧୁକଧାରୀ ସିକ୍ୟୁରିଟି ଗାର୍ଡ ଛୁଟିରେ ରହିବା ଓ ୧୧ ମାସ ଧରି ଡିଜିଟାଲ ଲକର କାର୍ଯ୍ୟ କରୁ ନ ଥିବାରୁ ବ୍ୟାଙ୍କ କର୍ମଚାରୀଙ୍କ ସମ୍ପୃକ୍ତି ନେଇ ପୋଲିସର ସନ୍ଦେହ ହୋଇଥିଲା। ପରେ ପୋଲିସ ସଂସ୍ଥାର କର୍ମଚାରୀ ଲାଲାଙ୍କୁ ପଚରାଉଚରା କରିବା ପରେ ଘଟଣା ଉପରୁ ପରଦା ହଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମତଦାନ ପୂର୍ବରୁ ବଢୁଛି ନାମାଙ୍କନ ତାତି

ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୨୦ତାରିଖ ମତଦାନ ଗ୍ରହଣ ହେବ। ବର୍ତ୍ତମାନ ନିର୍ବାଚନ ମଇଦାନକୁ ଓହ୍ଲାଉଥିବା ପ୍ରାର୍ଥିଙ୍କ ନାମାଙ୍କନ ଦାଖଲ...

୩ ସୂଚନା ଅଧିକାରୀଙ୍କ ଆଗୁଆ ଜାମିନ ଖାରଜ

କଟକ,୩ା୫ (କାର୍ତ୍ତିକ ସାହୁ): ସୂଚନା ଅଧିକାରର ମିଥ୍ୟା ତଥ୍ୟ ପ୍ରଘଟ କରିବା ମହଙ୍ଗା ପଡ଼ିଲା। ୩ ସୂଚନା ଅଧିକାର କର୍ମୀଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ...

ଓଭରହେଡ୍‌ କେବୁଲ ତାର ମୁକ୍ତ ଅଭିଯାନ ବାଟବଣା

ରାଉରକେଲା,୩ା୫(ବିପ୍ଲବ ରଞ୍ଜନ ଦାଶ): ସ୍ମାର୍ଟ ସିଟି ରାଉରକେଲା ଓଭରହେଡ୍‌ କେବୁଳ ମୁକ୍ତ ସହର ହେବ ବୋଲି ନିଷ୍ପତ୍ତି ନିଆଗଲା। ମାତ୍ରା ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ...

ଜରାଜୀର୍ଣ୍ଣ ଅବସ୍ଥାରେ ପାନ୍ଥଶାଳା

ଧାମନଗର,୩।୫(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଏନ୍‌ଏସି ଅଧୀନ ଜୟନଗର ଛକଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ପାନ୍ଥଶାଳା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। କୌଣସି ପର୍ଯ୍ୟଟକଙ୍କ...

ମାଡ଼ି ଚାଲିଛି ଶିମିଳିପାଳ ନିଆଁ

ବାରିପଦା,୩ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ପାରଦ ସୀମା ଲଂଘୁଥିବା ବେଳେ ଅଣାୟତ୍ତ ହୋଇପଡ଼ିଛି ଶିମିଳିପାଳ ନିଆଁ। ପ୍ରତିଦିନ ଶିମିଳିପାଳ ଅଭୟାରଣ୍ୟର ଉତ୍ତର ଓ ଦକ୍ଷିଣ...

ଶୁକ୍ରବାର ରାହୁଲ, ଶନିବାର ନବୀନଙ୍କ ପ୍ରଚାର

ରାୟଗଡ଼ା,୩।୫(ଆଶିଷ ରଞ୍ଜନ ପଣ୍ଡା):କଂଗ୍ରେସ ନିଜ ଗଡ଼କୁ ଫେରିପାଇବା ପାଇଁ ଲାଗିଥିବାବେଳେ ବିଜେଡି ଗଡ଼ ବଞ୍ଚାଇ ରଖିବାକୁ ପ୍ରୟାସ ଜାରି ରଖିଛି। ତେବେ ୨୦୧୯ ସାଧାରଣ ନିର୍ବାଚନରେ...

ଚର୍ଚ୍ଚାରେ କଳାହାଣ୍ଡି ଛାତ୍ର ଅନିରୁଦ୍ଧ

ଭବାନୀପାଟଣା,୩ା୫(ଉତ୍ତମ କୁମାର ଦାଶ):ଆୟର୍ଲାଣ୍ଡ ଡବଲିନ୍‌ ସିଟି ବିଶ୍ୱବିଦ୍ୟାଳୟରେ ଗତ ସପ୍ତାହରେ ଅନୁଷ୍ଠିତ ସପ୍ତମ ବାର୍ଷିକ ଦକ୍ଷିଣ ଏସିଆ ସମ୍ମିଳନୀରେ ନିଜ ଶୀର୍ଷକ ଉପସ୍ଥାପନ କରି ଚର୍ଚ୍ଚାକୁ...

କେନାଲରେ ଆସିଲା ପାଣି: ଉପକୃତ ହେବେ ଚାଷୀ

ଡେଲାଙ୍ଗ,୩।୫(ରଶ୍ମିରଞ୍ଜନ ପ୍ରଧାନ): କେନାଲ ପାଣି ପାଇଁ ବହୁ ପ୍ରତୀକ୍ଷା ପରେ ଏବେ ତା’ର ଅନ୍ତ ଘଟିଛି। ମାଛପଡ଼ା ମାଇନରରେ କେନାଲ ପାଣି ଛଡ଼ାଯିବାରୁ ତାହା ଶେଷମୁଣ୍ଡରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri