ବଜ୍ରପାତରେ ଛାତ୍ରୀ ମୃତ, ୨ ଯୁବକ ଗୁରୁତର

ଜଗତ୍‌ସିଂହପୁର ଅଫିସ,୨୧ା୬: ଜଗତ୍‌ସିଂହପୁର ଥାନା ଅଧୀନ ରମ୍ଭାଦେଈପୁର ପଞ୍ଚାୟତରେ ଗୁରୁବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ବଜ୍ରପାତରେ ପଞ୍ଚାୟତ ଅନ୍ତର୍ଗତ ନରଣପୁର ଗ୍ରାମର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ସୁବଳ ଭୋଇଙ୍କ କନ୍ୟା ତଥା ୯ମ ଶ୍ରେଣୀର ଛାତ୍ର୍ରୀ ସୁଜାତା ଭୋଇ। ଆହତଦ୍ୱୟ ହେଲେ ସୁଧୀର ଭୋଇଙ୍କ ପୁଅ ବଳରାମ ଓ ବସନ୍ତ ଭୋଇଙ୍କ ପୁଅ ବିଶ୍ୱରଞ୍ଜନ ବୋଲି ଜଣାଯାଇଛି। ସକାଳ ପ୍ରାୟ ୯ଟା ବେଳେ ବର୍ଷା, ଘଡଘଡି ସାଙ୍ଗକୁ ବିଜୁଳି ମାରିଥିଲା। ଏହି ସମୟରେ ନରଣପୁର ଗ୍ରାମର କିଛି ପିଲା ଗାଁ କୋଠ ଘରେ ଆଶ୍ରୟ ନେଇଥିବା ବେଳେ ହଠାତ୍‌ ବଜ୍ରପାତ ଯୋଗୁ ଏଭଳି ଅଘଟଣ ଘଟିଥିଲା। ସେମାନଙ୍କୁ ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ସୁଜାତାଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଦ୍ୱୟ ଏବେ ଚିକିତ୍ସାଧୀନ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଞ୍ଜରଙ୍କ ଘରୁ ମିଳିଲାଣି ପୁଳାପୁଳା ଟଙ୍କା : ୬୭ ଲକ୍ଷର ଜମା

ଜଗତ୍‌ସିଂହପୁର,୨୦।୧୨: ଜଗତସିଂହପୁର ରାହାମା ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ମିଳିଲାଣି ୬୭ ଲକ୍ଷ ବ୍ୟାଙ୍କ ଓ ପୋଷ୍ଟାଲ ଜମା। ଆୟ ବର୍ହିଭୂତ...

ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଚଢ଼ାଉ, ଏକକାଳୀନ ୫ଟି ସ୍ଥାନରେ ରେଡ୍

ଜଗତସିଂହପୁର: ସକାଳୁ ସକାଳୁ ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଜଗତସିଂହପୁର ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସଂପତ୍ତି...

ମନ୍ତ୍ରୀଙ୍କ ଗାଡ଼ି ଧକ୍କାରେ ବୃଦ୍ଧ ଗୁରୁତର

ଜଗତସିଂହପୁର,୧।୧୨: ଶିଳ୍ପ ମନ୍ତ୍ରୀଙ୍କ ଏସ୍କର୍ଟ ଗାଡ଼ି ଧକ୍କାରେ ବୃଦ୍ଧ ଗୁରୁତର ହୋଇଛନ୍ତି। କଟକ-ପାରାଦୀପ ରାସ୍ତାର ତାରପୁର ଛକରେ ଏହି ଦୁର୍ଘଟଣା ହୋଇଛି। ବୃଦ୍ଧ ଜଣଙ୍କ ରାସ୍ତା...

ବାଂଲାଦେଶୀ ଲିଙ୍କ: ସିକନ୍ଦର ଆଲାମଙ୍କ ସହ ଭାଇ ଅବ୍‌ଦୁଲ ଗିରଫ, ପୁଅ ଅଟକ

ଜଗତସିଂହପୁର,୨୨।୧୧: ବାଂଲାଦେଶୀ ଲିଙ୍କରେ ସିକନ୍ଦର ଆଲାମ ଗିରଫ। ତାଙ୍କୁ ଯାଜପୁରରରୁ ଜଗତସିଂହପୁର ପୋଲିସ ଗିରଫ କରିଛି। ସିକନ୍ଦର ଠାରୁ ପାସ୍ପୋର୍ଟ ଓ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଜବତ...

ମାଟିରେ ମିଶିଲା ସନ୍ଦିଗ୍ଧ ବାଂଲାଦେଶୀଙ୍କ ଘର

ଜଗତ୍‌ସିଂହପୁର,୧୮ା୧୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ଧନିପୁର ନିକଟ ବେହେରାମପୁରସ୍ଥିତ ଏକ ନିରୋଳା ସ୍ଥାନରେ ସନ୍ଦେହଜନକ ଭାବେ ବାଂଲାଦେଶୀ ଅନୁପ୍ରବେଶକାରୀ ଥିବା ନେଇ ରବିବାର...

ବାଂଲାଦେଶୀଙ୍କ ଘରେ ବୁଲିଲା ବୁଲ୍‌ଡୋଜର: ଉଠାଇନେଲା…

ଜଗତସିଂହପୁର,୧୭।୧୧: ବେଆଇନ ଭାବେ ରହୁଥିବା ବାଂଲାଦେଶୀଙ୍କ ଘର ଭାଙ୍ଗିଲା ପ୍ରଶାସନ। ଏଭଳି ଘଟଣା ଘଟିଛି ଜଗତସିଂହପୁର ଧନିପୁର ନିକଟ ସାତପୁରା ବସ୍ତିରେ। ବସ୍ତିରେ ବୁଲ୍‌ଡୋଜର ବୁଲଛି।...

ସନ୍ଦିଗ୍ଧ ବାଂଲାଦେଶୀଙ୍କ ଘରେ ବୁଲିଲା ବୁଲ୍‌ଡୋଜର

ଜଗତସିଂହପୁର,୧୭।୧୧: ଭାରତରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପସ୍ଥିତିକୁ ନେଇ ସାରା ଦେଶରେ ଚିନ୍ତାପ୍ରକଟ କରାଯାଉଛି। ଏଭଳିସ୍ଥିତିରେ ଜଗତସିଂହପୁର ଜିଲା ସଦର ଥାନା ବେହେରାମପୁର ବସ୍ତିରେ ଥିବା ସନ୍ଦିଗ୍ଧ...

ବାହୁଦାରେ ନୂଆ ବନ୍ଦର, ମହାନଦୀ ମୁହାଣରେ ଜାହାଜ ନିର୍ମାଣ କେନ୍ଦ୍ର

ପାରାଦୀପ, ୬ା୧୧(ଶରତ ରାଉତ): ଗଞ୍ଜାମ ଜିଲାର ବାହୁଦାରେ ନୂଆ ବନ୍ଦର ଏବଂ ପାରାଦୀପ ନିକଟ ମହାନଦୀ ମୁହାଣରେ ଜାହାଜ ନିର୍ମାଣ ଓ ମରାମତି କେନ୍ଦ୍ର ନିର୍ମାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri