Posted inଖେଳ

ବ୍ରାଏଣ୍ଟଙ୍କ ବିଚାର ଓ ପରମ୍ପରାକୁ ବଞ୍ଚାଇ ରଖିବାକୁ ଚାହାନ୍ତି ଓସାକା

ନ୍ୟୁୟର୍କ,୧୪।୯(ପି.ଟି.): ୟୁଏସ୍‌ ଓପନ୍‌ ଚାମ୍ପିୟନ ଜାପାନର ନାଓମି ଓସାକା ଆମେରିକା ତଥା ସାରା ବିଶ୍ୱରେ ଥିବା ବର୍ଣ୍ଣବୈଷମ୍ୟବାଦ ବିରୋଧରେ ଏକ ପ୍ରକାର ଯୁଦ୍ଧ ଘୋଷଣା କରିଛନ୍ତି। ଆମେରିକାରେ ଚାଲିଥିବା କୃଷ୍ଣକାୟ ବ୍ୟକ୍ତିଙ୍କ ଉପରେ ଅତ୍ୟାଚାର ବିରୋଧରେ ସେ ସ୍ବର ଉତ୍ତୋଳନ କରିଛନ୍ତି। ଏଥିପାଇଁ ସେ ୟୁଏସ୍‌ ଓପନ୍‌ ଟୁର୍ନାମେଣ୍ଟ ଅବସରରେ ୭ଟି ମ୍ୟାଚ୍‌ ଖେଳିବା ଅବସରରେ ଭିନ୍ନ ଭିନ୍ନ ମାସ୍କ ପିନ୍ଧିଥିଲେ। ଏହି ମାସ୍କଗୁଡକରେ ୭ଜଣ କୃଷ୍ଣକାୟ ଆମେରିକୀୟ ନାମ ଉଲ୍ଲେଖ ଥିଲା। ଏହି ବ୍ୟକ୍ତିମାନେ ପୂର୍ବରୁ ବର୍ଣ୍ଣବୈଷମ୍ୟଜନିତ ଅତ୍ୟାଚାରର ଶିକାର ହୋଇଥିଲେ। ଏହି ସାମାଜିକ କଳଙ୍କକୁ ରୋକିବା ପାଇଁ ମିଳୁଥିବା ସବୁ ପ୍ରକାର ସୁଯୋଗର ସେ ସଦ୍‌ବ୍ୟବହାର କରିବେ ବୋଲି କହିଛନ୍ତି।
ଫାଇନାଲରେ ଓସାକା ୧୨ ବର୍ଷୀୟ କୃଷ୍ଣକାୟ ବାଳକର ନାମ (ସାମିର ରାଇସ୍‌) ଲେଖାଥିବା ମାସ୍କ ବ୍ୟବହାର କରିଥିଲେ। ୨୦୧୪ରେ ଓହିଓରେ ଏହି ବାଳକକୁ ପୋଲିସ ଗୁଳିକରି ମାରି ଦେଇଥିଲା। ସେତେବେଳକୁ ଏହି ବାଳକ ଏକ ଖେଳଣା ବନ୍ଧୁକ ଧରିଥିଲା। ସେତେବେଳେ ଏ ନେଇ ବେଶ୍‌ ଚର୍ଚ୍ଚା ଓ ଆନ୍ଦୋଳନ ସୃଷ୍ଟି ହୋଇଥିଲା।
କିମ୍ବଦନ୍ତୀ ବାସ୍କେଟବଲ୍‌ ଖେଳାଳି କୋବ୍‌ ବ୍ରାଏଣ୍ଟଙ୍କୁ ଓସାକା ନିଜର ଆଦର୍ଶ ଭାବେ ବିବେଚନା କରନ୍ତି। ଚଳିତବର୍ଷ ଏକ ହେଲିକ୍ୟାପ୍ଟର ଦୁର୍ଘଟଣାରେ ବ୍ରାଏଣ୍ଟ ମୃତ୍ୟୁବରଣ କରିଥିଲେ। ବ୍ରାଏଣ୍ଟ ମୋ ବିଷୟରେ ଯାହା ଭାବୁଥିଲେ ତାହା କରି ଦେଖାଇବାକୁ ଚାହେଁ ବୋଲି ଓସାକା କହିଛନ୍ତି। ସାରା ଟୁର୍ନାମେଣ୍ଟରେ ସେ କୋବ୍‌ ବ୍ରାଏଣ୍ଟଙ୍କ ଲେକର୍ସ ଶାର୍ଟ ପିନ୍ଧି ମ୍ୟାଚ ସବୁ ଖେଳିଥିବାର ଦେଖାଯାଇଥିଲା।
ବ୍ରାଏଣ୍ଟଙ୍କ ପରମ୍ପରାକୁ ବଞ୍ଚାଇ ରଖିବାକୁ ଚାହେଁ ବୋଲି ସେ କହିଛନ୍ତି। ତାଙ୍କ ଭଳି ଜଣେ ଲୋକ କିପରି ବହୁତ ଲୋକଙ୍କୁ ପ୍ରେରଣା ଦେଇଛନ୍ତି ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ସେ ଜଣେ ଭଲ ଖେଳାଳି ହେବା ସଙ୍ଗେସଙ୍ଗେ ଭଲ ମଣିଷ ଥିଲେ ବୋଲି ୟୁଏସ୍‌ ଓପନ୍‌ ଚାମ୍ପୟନ ହେବା ପରେ ଓସାକା କହିଛନ୍ତି। ଭବିଷ୍ୟତରେ ଜଣେ ବଡ଼ ଖେଳାଳି ହେବି ବୋଲି ବ୍ରାଏଣ୍ଟ କହୁଥିଲେ। ଆଶା କରୁଛି ଏହା ହେବ। ତେବେ ସମୟ ସବୁକିଛି କହିବ। ୭ଟି ମ୍ୟାଚ୍‌ ଖେଳିବା ଅସବରରେ ତାଙ୍କ ମାସ୍କରେ ଯେଉଁ ଲୋକଙ୍କ ନାମ ଲେଖାଯାଇଥିଲା ସେମାନଙ୍କ ପରିବାର ଲୋକଙ୍କୁ ଓସାକା ସାକ୍ଷାତ କରିବାକୁ ଚାହାନ୍ତି। କୋଭିଡ୍‌-୧୯ ମହାମାରୀ କାରଣରୁ ଜାରି କରାଯାଇଥିବା ଲକ୍‌ଡାଉନ ଓ କ୍ୱାରାଣ୍ଟାଇନ୍‌ ଅବସରରେ ବହୁତ କିଛି ଶିକ୍ଷା କରିଛି। ଇତିମଧ୍ୟରେ ବହୁତ ପରିପକ୍ୱତା ହାସଲ କରିଛି। ଜଣେ ମଣିଷ ଭାବେ ସମ୍ପୂର୍ଣ୍ଣତା ହାସଲ କରିବା ପାଇଁ ପ୍ରୟାସ ଜାରି ରଖିବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ବେଆଇନ ବେଟିଂ ଆପ ମାମଲାରେ ଇଡିର ବଡ଼ ଆକ୍ସନ: ପୂର୍ବତନ କ୍ରିକେଟର, ବଲିଉଡ ସେଲିବିଟ୍ରିଙ୍କ ସମ୍ପତ୍ତି ଜବତ, ଜାଣନ୍ତୁ କାହାଠୁ କେତେ…

ନୂଆଦିଲ୍ଲୀ,୧୯।୧୨: ବେଆଇନ ବେଟିଂ ଆପ ମାମଲାରେ ଇଡି ବଡ଼ ଆକ୍ସନ ନେଇଛି। ପୂର୍ବତନ କ୍ରିକେଟର ଓ ବଲିଉଡ ସେଲିବେଟ୍ରିଙ୍କ ସମ୍ପତ୍ତି ଜବତ କରାଯାଇଛି। ଯୁବରାଜ ସିଂଙ୍କ...

୨୦୨୬ ଟି-୨୦ ବିଶ୍ୱକପ ଭାରତୀୟ ଦଳ: ଏହି ୫ ଖେଳାଳି ଦଳରୁ ପଡିପାରନ୍ତି ବାଦ୍‌, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧୯।୧୨: ୨୦୨୫ ବର୍ଷ ଶେଷ ହେବା ସହିତ, ୨୦୨୬ ଟି୨୦ ବିଶ୍ୱକପ ପାଇଁ ଅପେକ୍ଷା ମଧ୍ୟ କମ ହେବାରେ ଲାଗିଛି। ଆସନ୍ତା ବର୍ଷ ଟି୨୦ ବିଶ୍ୱକପ...

IPL ୨୦୨୬ ନିଲାମ ପରେ ହଠାତ୍‌ ଅଧିନାୟକ ହେଲେ ଭେଙ୍କଟେଶ ଆୟର, ଏହି ଖେଳାଳିଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୧୯।୧୨: IPL ୨୦୨୬ ନିଲାମର କିଛି ଦିନ ପରେ, ଭେଙ୍କଟେଶ ଆୟର ଅଧିନାୟକ ହୋଇଛନ୍ତି। ଏହା ଦେଖାଯାଉଛି ଯେ IPL ୨୦୨୫ ସିଜିନ ଖରାପ ରହିବା...

ଟି-୨୦ ବିଶ୍ୱକପ ପାଇଁ ଏହି ଦିନ ଘୋଷଣା ହେବ ଟିମ ଇଣ୍ଡିଆ, ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୧୯।୧୨: ଆସନ୍ତା ବର୍ଷ ଫେବୃଆରୀରେ ଭାରତ ଏବଂ ଶ୍ରୀଲଙ୍କାରେ ICC ପୁରୁଷ ଟି-୨୦ ବିଶ୍ୱକପ ୨୦୨୬ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଟିମ ଇଣ୍ଡିଆ କେବେ ଏବଂ...

୮.୬ କୋଟି ମିଳିବା ପରେ ବଦଳିଗଲା ମନ? IPL ୨୦୨୬ ପାଇଁ ୟୁଟର୍ନ ନେବେ ଜୋଶ ଇଂଲିଶ!

ନୂଆଦିଲ୍ଲୀ,୧୯।୧୨: ଅଷ୍ଟ୍ରେଲିୟ ଉଇକେଟ୍‌କିପର-ବ୍ୟାଟସମ୍ୟାନ ଜୋଶ ଇଂଲିଶଙ୍କୁ ନେଇ IPL ୨୦୨୬ ନିଲାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ପଞ୍ଜାବ କିଙ୍ଗସ ଦ୍ୱାରା ମୁକ୍ତ ହେବା ପରେ, ଏହା...

ଖେଳ ଜଗତରେ ଶୋକର ଛାୟା: ବିମାନ ଦୁର୍ଘଟଣାରେ ଚାଲିଗଲା ଏହି ଖେଳାଳିଙ୍କ ଜୀବନ, ସ୍ତ୍ରୀ ପିଲା ବି…

ନୂଆଦିଲ୍ଲୀ,୧୯।୧୨: ରେସିଂ ଜଗତରୁ ଏକ ଦୁଃଖଦ ଖବର ଆସିଛି। ଉତ୍ତର କାରୋଲିନାର ଷ୍ଟେଟସଭିଲ ଆଞ୍ଚଳିକ ବିମାନବନ୍ଦର ନିକଟରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ...

IND vs SA 5th T20: ଆଜି ନିର୍ଣ୍ଣାୟକ ଲଢ଼େଇ, କେଉଁଠି କେମିତି ଦେଖିବେ ମ୍ୟାଚ ଜାଣନ୍ତୁ

ନୂଆଦିଲ୍ଲୀ,୧୯ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜ୍ ସବୁଠାରୁ ରୋମାଞ୍ଚକର ପର୍ଯ୍ୟାୟରେ ପହଞ୍ଚିଛି। ଆଜି ସିରିଜର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri