ପୁରୀ ଅଫିସ,୧୯ା୮: ଶ୍ରୀମନ୍ଦିର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ବ୍ୟବସାୟ ପ୍ରତିଷ୍ଠାନ ହରାଇଥିବା କ୍ଷତିଗ୍ରସ୍ତଙ୍କୁ ବଡ଼ଦାଣ୍ଡରେ ଥିବା ବଗଲା ଧର୍ମଶାଳା ଜମି ବିକ୍ରି କରାଯାଇଛି। ୬ଜଣ ଲଜିଂ ମାଲିକଙ୍କୁ ଜିଲା ପ୍ରଶାସନ ୩୪୦ ଡେସିମିଲ ଜମି ବିକ୍ରି କରିଛି। ଜିଲା ସବ୍ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଏନେଇ ୬ଟି ବିକ୍ରି କବଲା କରାଯାଇଥିବା ଜଣାପଡିଛି। ତେବେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ବିଚାରାଧୀନ ଥିବାବେଳେ ଧର୍ମଶାଳାର କିଛି ଅଂଶ କିପରି ବିକ୍ରି କରାଗଲା ସେନେଇ ଅନେକ ଭକ୍ତ ଓ ବୁଦ୍ଧିଜୀବୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ସରକାରଙ୍କ ପ୍ରତିଶ୍ରୁତି ବାସ୍ତବତାର ରୂପ ନେଇଛି ବୋଲି ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି।
ବଡ଼ଦାଣ୍ଡକୁ ଲାଗି ବଳଗଣ୍ଡି ମୌଜାର ଖାତା ନଂ. ୨୪୨ରେ ରହିଛି ବଗଲା ଧର୍ମଶାଳା। ୫ଟି ପ୍ଲଟରେ ୨ ଏକର ୫୭୪ ଡେସିମିଲ ଜମି ରହିଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଆସୁଥିବା ତୀର୍ଥଯାତ୍ରୀଙ୍କ ନିମନ୍ତେ ବାବୁ କହ୍ନେୟାଲାଲ ବଗଲା ନାମକ ଜଣେ ବ୍ୟକ୍ତି ୧୮୯୯ରେ ଏହି ଜମି ବଙ୍ଗଳା ସରକାରଙ୍କଠାରୁ କିଣି ସେଠାରେ ଏକ ଧର୍ମଶାଳା ନିର୍ମାଣ କରିଥିଲେ। ୧୯୦୫ରେ ଏହି ଜମି ସମେତ ଧର୍ମଶାଳାକୁ ତତ୍କାଳୀନ ପୁରୀ ଜିଲାପାଳ ତଥା ଲଜିଂ ହାଉସ୍ ଫଣ୍ଡ ସଭାପତିଙ୍କୁ ଦାନ ଆକାରରେ ହସ୍ତାନ୍ତର କରିଥିଲେ। ପୁରୀ ଆସୁଥିବା ଗରିବ ଓ ମଧ୍ୟବିତ୍ତ ବ୍ୟକ୍ତିମାନେ ଖୁବ୍ କମ୍ ଟଙ୍କା କୋଠରି ଭଡ଼ା ଦେଇ ଏଠାରେ ରହିପାରୁଥିଲେ। ହେଲେ ଧର୍ମଶାଳାର ଦୁଇଟି କୋଠା ମଧ୍ୟରୁ ପୁରୁଣା କୋଠାକୁ ପୁନଃ ନିର୍ମାଣ ପାଇଁ ୩ବର୍ଷ ତଳେ ପ୍ରଶାସନ ଭାଙ୍ଗି ଦେଇଥିଲା। ସେଠାରେ ଶ୍ରୀଜଗନ୍ନାଥ ବିଶ୍ରାମସ୍ଥଳୀ ନିର୍ମାଣ ପାଇଁ ଭାରତୀୟ ପର୍ଯ୍ୟଟନ ଉନ୍ନୟନ ନିଗମକୁ ଦାୟିତ୍ୱ ଦିଆଯାଇଥିଲା। ସମ୍ପୃକ୍ତ ସଂସ୍ଥା ପ୍ରାୟ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିଥିବାବେଳେ ହଠାତ୍ ଏହାକୁ କୌଣସି କାରଣରୁ ବନ୍ଦ କରାଯାଇଥିଲା। ହେଲେ ପରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ହୋଇଥିବା କେତେକ ଲଜିଂ ମାଲିକ ଏବଂ ଆଉ କିଛି କ୍ଷତିଗ୍ରସ୍ତଙ୍କୁ ବଗଲା ଧର୍ମଶାଳା ଜମି ଆବଣ୍ଟନ ପାଇଁ ନିଷ୍ପତ୍ତି ହୋଇଥିଲା। ଗତବର୍ଷ ଅକ୍ଟୋବରରେ ଏହି ଜମିର ପ୍ଲଟିଂ ନକ୍ସା କରାଯାଇଥିବା ଜଣାପଡ଼ିବାପରେ ଏହାକୁନେଇ ଭକ୍ତ ଓ ବୁଦ୍ଧିଜୀବୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ ନେଇ ଡିସେମ୍ବର ୨ତାରିଖରେ ସାମାଜିକ କର୍ମୀ ଜଗନ୍ନାଥ ବସ୍ତିଆ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ମଧ୍ୟ ଦାଖଲ କରାଯାଇଥିଲା। ତେବେ ଏହା ବିଚାରାଧୀନ ଥିବାବେଳେ ଜିଲାପାଳ ଶ୍ରୀମନ୍ଦିର ଚୌହଦୀରୁ ଉଚ୍ଛେଦ ହୋଇଥିବା ଲଜିଂ ମାଲିକଙ୍କୁ ୩୪୦ ଡେସିମିଲ ଜମି ବିକ୍ରି କରିଛନ୍ତି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ସେମାନଙ୍କୁ ଅନ୍ୟତ୍ର ଜମି ଦେବାକୁ ଦାବି ଉଠିଛି। ଭକ୍ତ ମହେଶ୍ୱର ବେହେରା କହିଛନ୍ତି, ପୁରୀ ବୁଲିବାକୁ ଆସୁଥିବା ୬୦ହଜାର ଭକ୍ତଙ୍କ ରହଣି ପାଇଁ ବ୍ୟବସ୍ଥା କରିବା ଲାଗି ସୁପ୍ରିମକୋର୍ଟ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ବଗଲା ଧର୍ମଶାଳା ଜମିରେ ଭକ୍ତଙ୍କ ଲାଗି ରହଣି ବ୍ୟବସ୍ଥା କରାଯିବା ପ୍ରାସଙ୍ଗିକତା ରହିଛି। ପ୍ରଶାସନ ଲଜିଂ ମାଲିକଙ୍କୁ ଜମି ବିକ୍ରି କରିବା ନିଷ୍ପତ୍ତିରୁ ଓହରିଯିବା ଦରକାର। ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ମଧ୍ୟ ଏହି ଜମିକୁ ଭକ୍ତଙ୍କ ପାଇଁ ଛାଡ଼ି ଦିଆଯିବା ଦରକାର ବୋଲି ଗଣମାଧ୍ୟମକୁ କହିଛନ୍ତି।
ଏସମ୍ପର୍କରେ ଉପଜିଲାପାଳ ସାହୁ କହିଛନ୍ତି, ଶ୍ରୀମନ୍ଦିରର ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ତ୍ୟାଗର ଆହ୍ବାନକୁ ଲୋକେ ସମ୍ମାନ ଦେଇଛନ୍ତି। ସେମାନେ ତାଙ୍କ ଭିଟାମାଟିକୁ ମହାପ୍ରଭୁଙ୍କ ପାଇଁ ଛାଡ଼ି ଦେଇଛନ୍ତି। ଏହା ହିିଁ ହେଉଛି ପୁରୀବାସୀଙ୍କ ବଡ଼ପଣ। ରାଜ୍ୟ ସରକାର ସେମାନଙ୍କୁ ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ଜମି ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସରକାରଙ୍କ ସେହି ପ୍ରତିଶ୍ର୍ରୁତି ଆଜି ବାସ୍ତବତାର ରୂପ ନେଇଛି ବୋଲି ଉପଜିଲାପାଳ କହିଛନ୍ତି।
Posted inଆମ ଜିଲା ଖବର, ପୁରୀ View All
ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି
ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...
ବାଇକ୍ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର
ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...
ଓଡ଼ିଶା ଆସି ଓଡ଼ିଆରେ କହିଲେ ନିର୍ବାଚନ କମିଶନର, ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କରି…
ପୁରୀ,୨୭ା୧୨: ଓଡ଼ିଶାରେ ଆସି ପହଞ୍ଚିଛନ୍ତି ଭାରତୀୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର। ୩ ଦିନିଆ ଓଡ଼ିଶା ଗସ୍ତରେ ସପରିବାର ଆସିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ...
ପାଖେଇ ଆସୁଛି ନୂଆବର୍ଷ, ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ନେଲା ବଡ଼ ନିଷ୍ପତ୍ତି
ପୁରୀ,୨୭।୧୨: ଡିସେମ୍ବର ମାସର ଶେଷ ଦିନଗୁଡ଼ିକରେ ପୁରୀ ଜଗନ୍ନାଥ ଧାମରେ ଭକ୍ତଙ୍କ ସଂଖ୍ୟାରେ ତୀବ୍ର ବୃଦ୍ଧି ପରିଲକ୍ଷିତ ହୋଇଛି। ଅଧିକାରୀଙ୍କ ଅନୁଯାୟୀ, ଏହି ବର୍ଦ୍ଧିତ ଭିଡ଼...
ଶ୍ରୀମନ୍ଦିରରେ ମୁଖ୍ୟ ନିର୍ବାଚନ କମିଶନର: ପରିବାର ସହ ମହାପ୍ରଭୁଙ୍କୁ କଲେ ଦର୍ଶନ
ପୁରୀ,୨୭।୧୨: ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର ଶନିବାର ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହିତ ଆର୍ଶୀବାଦ ଲାଭ କରିଛନ୍ତି । ମୁଖ୍ୟ...
ଡାକ୍ତରଙ୍କ ଆନ୍ଦୋଳନ: ଲାଇନ୍ରେ ଛିଡ଼ା ହୋଇଛନ୍ତି ରୋଗୀ
ଧର୍ମଶାଳା,୨୭।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରମାନେ ବିଭିନ୍ନ ଦାବି ନେଇ ୧ ଘଣ୍ଟିଆ ଆନ୍ଦୋଳନ ଆରମ୍ଭ କରିଛନ୍ତି। ରାଜ୍ୟରେ ମଞ୍ଜୁରୀପ୍ରାପ୍ତ...
ସଜେଇ ହେଉଛି ଦାରିଙ୍ଗବାଡି: ଶୀତ ମହୋତ୍ସବ ପାଇଁ ବଢୁଛି ଉତ୍କଣ୍ଠା
ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।ଏଥିପାଇଁ ଦାରିଙ୍ଗବାଡି ଚଳ ଚଞ୍ଚଳ ହୋଇପଡିଛି।...
ଆହୁରି ବଢିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ: ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼
ଦାରିଙ୍ଗବାଡି, ୨୭।୧୨ (ଅରୁଣ ସାହୁ ):ଗତ କିଛିଦିନ ହେଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କୁହୁଡିର ପ୍ରଭାବରେ ଗାଡି ଚଳାଚକ ବାଧାପ୍ରାପ୍ତ ହୋଇଛି। ଶୀତ କମିବାରେ ନାମ...
Archives


