ନୂଆଦିଲ୍ଲୀ,୨୪।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତ୍କାର ବଲିଉଡ୍ ଅଭିନେତା ଅକ୍ଷୟ କୁମାର ନେଇଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ନିଜର ମନର କଥା ଖୋଲି କହିଛନ୍ତି। ବିଭିନ୍ନ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ସହିତ ସମ୍ପର୍କ ବିଷୟରେ ମୋଦି କହିଛନ୍ତି ଯେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜଣେ ଭଲ ଲୋକ। ସେ ବର୍ଷରେ ଥରେ ଦୁଇଥର କୁର୍ତ୍ତା ଏବଂ ମିଠା ଉପହାର ପଠାଇଥାନ୍ତି। ସେହିପରି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ବର୍ଷରେ ୩-୪ ମିଠାଇ ପଠାଉଥିବା ମୋଦି କହିଛନ୍ତି। ସେହିପରି ଜୀବନରେ ସେ ପ୍ରଧାନମନ୍ତ୍ରୀ ହେବା ପାଇଁ କେବେ ମଧ୍ୟ ଚିନ୍ତା କରି ନ ଥିଲେ। ମାତ୍ର ଜୀବନ ଧାରାରେ ଚାଲୁଚାଲୁ ତାହା ହୋଇଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।


