ଧୁଡୁକି ଦେଉଛି ପେଟକୁ ଦାନା

କାମାକ୍ଷାନଗର, ୧୬।୬(ଡି.ଏନ୍‌.ଏ.) – ଭଜନ ହେଉକି ଆଧୁନିକ ଗୀତ, ବେଶ୍‌ ମାନେ ତାଙ୍କ କଣ୍ଠକୁ। ଆଉ ସେଥିରେ ଯେବେ ମିଶିଯାଏ ଧୁଡୁକିର ମନଛୁଅଁା ରାଗ, ମତୁଆଲା ହୋଇଉଠେ ପରିବେଶ। ବାଟରେ ଯାଉଥିବା ଦେଖଣାହାରୀ ବି ଘଡ଼ିଏ ଅଟକି ଯାଆନ୍ତି ତାଙ୍କ ସୁମଧୁର ସଙ୍ଗୀତ ଶୁଣିବାକୁ। ହେଲେ ଲୋକଙ୍କୁ ମିଠା ଗୀତରେ ବାନ୍ଧି ରଖିପାରୁଥିବା ୧୫ବର୍ଷର ମୁନା ପଧାନଙ୍କ ଜୀବନ କିନ୍ତୁ ବେଶ୍‌ ସଂଘର୍ଷମୟ। ପିଲାଟି ଦିନରୁ ମୁଣ୍ଡ ଉପରୁ ଉଠିଯାଇଛି ମା’ବାପାଙ୍କ ହାତ। ତଥାପି ହସହସ ମୁହଁରେ କାଳିଆ ଜଣାଣ ଗାଇ ସେ ପେଟ ପାଇଁ ଯୋଗାଡ଼ କରୁଛନ୍ତି ଦାନା। କହିବାକୁ ଗଲେ ଏବେ ଧୁଡୁକି ହିଁ ତାଙ୍କ ପାଇଁ ପାଲଟିଯାଇଛି ସଖା, ସହୋଦର ସବୁକିଛି।
ମୁନାଙ୍କ ଜୀବନ କଥା ଶୁଣିଲେ ଆଖିରୁ ଝରି ଆସିବ ଲୁହ। ମୁଣ୍ଡରେ ପକ୍ଷୀ ପର ଲଗା ଝାମ୍ପି। ହାତରେ ଧୁଡୁକି। ଆଉ ସାଙ୍ଗରେ ସମ୍ପର୍କୀୟ ଭାଇ ଆକାଶଙ୍କୁ ନେଇ ଧୁଡୁକି ବଜାଇ ଗଁା ଗଁା ବୁଲନ୍ତି ସେ। ଯିଏ ଯାହା ଦିଏ ସେଥିରେ ଦି ଓଳି ଖାଇବା ଯୋଗାଡ଼ ହୁଏ। ମୁନାଙ୍କ କହିବା କଥା, ତାଙ୍କ ନିଜ ଘର ଅନୁଗୋଳ ଜିଲା କଣିହାଁ ବ୍ଲକ ବୀରୁ ଗଁାରେ। ସେ ସାନ ଥିବା ବେଳେ ତାଙ୍କ ବାପା କେଉଁଆଡ଼େ ଚାଲିଯାଇଛନ୍ତି। ମା’ ସୁମତୀ ପଧାନ ବି ଆରପାରିରେ। ପଢ଼ିବାକୁ ଇଚ୍ଛା ଥିଲା। ହେଲେ ପେଟ ଚାଖଣ୍ଡକ ପାଇଁ ଦାନା ଯୋଗାଡ଼ କରୁକରୁ ଭୁଲିଯାଇଛନ୍ତି ଚାଟଶାଳୀ ପିଣ୍ଡା ମାଡ଼ିବା। ଆଈ ତୁଳସୀ ପଧାନଙ୍କଠାରୁ ସେ ଶିଖିଥିଲେ ଧୁଡ଼ୁକି ବଜାଇବା କଳା। ମୋବାଇଲରୁ ଗୀତକୁ ସେ ମନେ ରଖି ସେହି ତାଳରେ ବୋଲିଥାନ୍ତି। କାଳିଆ ମୋ ଦେହେ ବୋଳିଦେ…କାଳିଆରେ ମନ ବୋଲି ତୋର କିଛି…ଏସବୁ ଗୀତକୁ ସେ ଅବିକଳ ଗାଇପାରନ୍ତି। କେବଳ ଏତିକି ନୁହେଁ, ଅନେକ ଓଡ଼ିଆ ଆଧୁନିକ, ହିନ୍ଦୀ ଗୀତ ମଧ୍ୟ ସେ କଣ୍ଠସ୍ଥ କରିଛନ୍ତି। ଦୀର୍ଘଦିନ ଧରି ଯାଯାବର ଜୀବନ ବିତାଇବା ପରେ ଏବେ ସେ କଙ୍କଡ଼ାହାଡ଼ ବ୍ଲକ ଦଶିପୁର ଗଁାରେ ଜଣେ ସମ୍ପର୍କୀୟଙ୍କ ଘରେ ରହୁଛନ୍ତି। କଉତୁକିଆ ବେଶପୋଷାକରେ ଦିନସାରା ଗଁା ଗଁା ବୁଲି ଧୁଡୁକି ବଜାଇଲେ ୫୦ରୁ ୧୦୦ ଟଙ୍କା ମିଳେ। ଯେଉଁଦିନ ଭଲ ରୋଜଗାର ନ ହୁଏ ସେହିଦିନ ଶ୍ରମିକ ଭାବେ କାମ କରୁଥିବା ମୁନା କହିଛନ୍ତି। ସରକାର ଗରିବଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି। ଆମ ଭଳି ଗରିବଙ୍କ ପାଇଁ କେହି ନାହିଁ ବୋଲି କ୍ଷୋଭର ସହ କହିଛନ୍ତି ମୁନା।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଯୋଗ ଦେଲେ…

ପରଜଙ୍ଗ, ୫।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବିଶ୍ୱେଶ୍ୱର ବିଦ୍ୟାପୀଠ ମୁଣ୍ଡେଇଲୋଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛ। ଏହି ପ୍ରଦର୍ଶନୀ...

ରାସ୍ତା ତଳକୁ ଓଲଟିପଡିଲା ବାଲି ବୋଝେଇ ହାଇୱା, ଭିତରେ ଥିଲେ ଡ୍ରାଇଭର, ତା’ପରେ…

ପରଜଙ୍ଗ, ୪।୧୨(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଭାଲୁମୁଣ୍ଡା – ପରଜଙ୍ଗ ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ରେଳ ଷ୍ଟେଶନ ନିକଟରେ ଗୁରୁବାର...

ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ: ଆଗକୁ ଆହୁରି…

ପରଜଙ୍ଗ,୨।୧୨(ନିଗମାନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ପ୍ରଶାସନ ତରଫରୁ ସୋମବାର ବାରିହାପୁର ହାଇସ୍କୁଲ ସମ୍ମୁଖରେ ସରକାରୀ ଜାଗାରେ ଥିବା ଏକ ଢାବା ସହ କେତୋଟି ଦୋକାନ...

୫୫ ଜାତୀୟ ରାଜପଥରେ ସ୍କୁଟିକୁ ଧକ୍କା ଦେଲା ଅଜଣା ଗାଡି, ୩ ଯୁବକ ମୃତ

ଢେଙ୍କାନାଳ,୨୮ା୧୧: ଢେଙ୍କାନାଳ ଜିଲା ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୫ ର ଗୋବିନ୍ଦପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ...

ଧାନ କାଟୁଥିବାବେଳେ ଚାଷୀଙ୍କୁ କାମୁଡ଼ିଲା ସାପ, ଆଉ ତା’ ପରେ…

ପରଜଙ୍ଗ,୨୭ା୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ପଥରଖମ୍ବ ଗ୍ରାମର ଜଣେ ଚାଷୀ ଗୁରୁବାର ବିଲରେ ଧାନ କାଟୁଥିବା ବେଳେ ସାପ କାମୁଡ଼ାରେ...

ପରଜଙ୍ଗ ଅଞ୍ଚଳରେ ମାତିଛନ୍ତି ଡିଜେଲ ଚୋର, ବୋଲେରୋରେ ଆସି ଗାଡ଼ିରୁ କରୁଛନ୍ତି ଚୋରି

ପରଜଙ୍ଗ୨୬।୧୧(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ବଜାରରୁ ବାଇପାସ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଚେନ ମେଶିନରୁ ବୁଧବାର...

୨ ବର୍ଷ ହେଲା ଫେରାର କିରାଣିଙ୍କୁ ଗିରଫ କଲା ଭିଜିଲାନ୍ସ

ହିନ୍ଦୋଳ, ୨୨।୧୧: ଠକେଇ ମାମଲାରେ ୨ ବର୍ଷ ହେଲା ଫେରାର କିରାଣିଙ୍କୁ ଗିରଫ କଲା ଭିଜିଲାନ୍ସ। ୬୮.୮୫ ଲକ୍ଷ ଟଙ୍କାର ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ...

ତେଜରାତି ଦୋକାନରୁ ବିଦେଶୀ ମଦ ଜବତ: ଜଣେ ଗିରଫ

ପରଜଙ୍ଗ,୧୭।୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅଧୀନ ରୋଡ ଗ୍ରାମରେ ଥିବା ପ୍ରାଥମିକ ସ୍କୁଲ ନିକଟରେ ଥିବା ଏକ ତେଜରାତି ଦୋକାନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri