Posted inଖେଳ

ଟେଷ୍ଟ ପାଇଁ ନ୍ୟୁଜିଲାଣ୍ଡକୁ ନିରପେକ୍ଷ ଭେନ୍ୟୁ କରାଯାଇପାରିବ

ଓ୍ବେଲିଂଟନ, ୧୦ା୬ (ପି.ଟି.):ନ୍ୟୁଜିଲାଣ୍ଡ ନିଜକୁ କରୋନାଭାଇରସ୍‌ ମୁକ୍ତ ଦେଶ ଭାବେ ଘୋଷଣା କରିଛି। ଟେଷ୍ଟ ମ୍ୟାଚଗୁଡ଼ିକ ଲାଗି ଏହାକୁ ନିରପେକ୍ଷ ଭାବେ ବ୍ୟବହାର କରାଯାଇ ପାରିବ ବୋଲି ଦେଶର ଖେଳାଳି ଆସୋସିଏଶନର ମୁଖ୍ୟ କାର୍ଯ୍ୟନିର୍ବାହୀ ହିଥ୍‌ ମିଲ୍ସ ପ୍ରକାଶ କରିଛନ୍ତି। ସମଗ୍ର ଦେଶରେ କରୋନା ଭାଇରସ୍‌ ବ୍ୟାପିବା ପରେ ମାର୍ଚ୍ଚ ମାସରୁ ଅନ୍ତର୍ଜାତୀୟ କ୍ରିକେଟ ସ୍ଥଗିତ ରହିଛି। ଭାରତ ଏହାର ଶେଷ ସିରିଜ ଆୟୋଜକ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଛି। ଏହି ଗ୍ରୀଷ୍ମଋତୁରେ ମଧ୍ୟ ମ୍ୟାଚ ଆୟୋଜନ କରି ହେବ। ନ୍ୟୁଜିଲାଣ୍ଡ କ୍ରିକେଟ (ଏନ୍‌ଜେଡ୍‌ଡବ୍ଲ୍ୟୁ) ଏହି ପ୍ରସଙ୍ଗରେ ଇଂଲଣ୍ଡ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଓ ଅନ୍ୟ କେତେକ କ୍ରିକେଟ ବୋର୍ଡ ସହିତ ଆଲୋଚନା କରିଥିବା ମିଲ୍ସ କହିଛନ୍ତି। ଦେଶରେ ବର୍ତ୍ତମାନ କୌଣସି କରୋନା ପଜିଟିଭ୍‌ ନ ଥିବାରୁ ନ୍ୟୁଜିଲାଣ୍ଡ ସରକାର ରବିବାର ଅଧିକାଂଶ କଟକଣା ହଟାଇ ଦେଇଛି। ଅନ୍ତର୍ଜାତୀୟ କ୍ରିକେଟରେ ନିରପେକ୍ଷ ଭେନ୍ୟୁ ନୂଆ କଥା ନୁହେଁ। ୨୦୦୯ରେ ଲାହୋରରେ ଶ୍ରୀଲଙ୍କା ଟିମ୍‌ ବସ୍‌ ଉପରେ ଆକ୍ରମଣ ଘଟଣା ପରଠାରୁ ପାକିସ୍ତାନ ଏହାର ଅଧିକାଂଶ ଘରୋଇ ସିରିଜ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଖେଳି ଆସୁଛି। ତେବେ ପାକିସ୍ତାନ କ୍ରମେ ଦେଶକୁ ଅନ୍ତର୍ଜାତୀୟ କ୍ରିକେଟକୁ ଫେରାଇ ଆଣିବା ଲାଗି ଉଦ୍ୟମ ଚଳାଇଛି। କୋଭିଡ୍‌-୧୯ ଯୋଗୁ କାଉଣ୍ଟ କ୍ରିକେଟ ପ୍ରଭାବିତ ହୋଇଛି। ଏହାକୁ ଆୟୋଜନ କରିବା ଲାଗି ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ଅଫର ଦେଇଥିବା ଇଂଲଣ୍ଡ ଓ୍ବେଲ୍ସ କ୍ରିକେଟ ବୋର୍ଡ ମୁଖ୍ୟ କାର୍ଯ୍ୟନିର୍ବାହୀ ଟମ୍‌ ହାରିସନ ଏପ୍ରିଲରେ ସୂଚନା ଦେଇଥିଲେ। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଇଂଲଣ୍ଡର ୩ ମ୍ୟାଚ ବିଶିଷ୍ଟ ଘରୋଇ ଟେଷ୍ଟ ସିରିଜ ସହ ଆସନ୍ତା ମାସରେ ଅନ୍ତର୍ଜାତୀୟ କ୍ରିକେଟ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଏହା ଜୈବ-ସୁରକ୍ଷା ପରିବେଶ ମଧ୍ୟରେ ହେବ। ତେବେ ଏହି ପରିବେଶରେ ସବୁବେଳେ ଖେଳିବା ଗ୍ରହଣୀୟ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

ଶୁବମନ ଗିଲ ଆଉଟ ହେବା ପରେ ବଡ଼ ସମସ୍ୟାର ହେଲା ସମାଧାନ!

ନୂଆଦିଲ୍ଲୀ,୨୦।୧୨: ଶନିବାର ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳି...

ଘୋଷଣା ହେଲା ଟି-୨୦ ବିଶ୍ୱକପ୍ ଦଳ: ଗୌତମ ଗମ୍ଭୀରଙ୍କୁ ଚେତାବନୀ ଦେଲେ ପୁର୍ବତନ କ୍ରିକେଟର

ମୁମ୍ବାଇ,୨୦।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri