‘ଅମ୍ଫନ୍‌’କ୍ଷୟକ୍ଷତି ଆକଳନ କଲେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର,୬ା୬(ବ୍ୟୁରୋ)/ଚାନ୍ଦବାଲି/ଭଦ୍ରକ ଅଫିସ, (ଡି.ଏନ୍‌.ଏ.)/ଜଗତ୍‌ସିଂହପୁର ଅଫିସ/ଏରସମା(ସ୍ବ.ପ୍ର.): ବାତ୍ୟା ‘ଅମ୍ଫନ୍‌’ର କ୍ଷୟକ୍ଷତି ଆକଳନ କରିବାକୁ ଓଡ଼ିଶା ଗସ୍ତରେ ଆସିଥିବା ୭ ଜଣିଆ କେନ୍ଦ୍ରୀୟ ଟିମ୍‌ ଶୁକ୍ରବାର ୪ଟି ଜିଲା ପରିଦର୍ଶନ ଶେଷ କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଯୁଗ୍ମ ସଚିବ ଶ୍ରୀ ପ୍ରକାଶଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍‌ ୨ ଭାଗରେ ବିଭକ୍ତ ହୋଇ ୨ ଦିନ ବାଲେଶ୍ୱର, କେନ୍ଦ୍ରାପଡା, ଜଗତସିଂହପୁର ଏବଂ ଭଦ୍ରକ ଜିଲା ଗସ୍ତ ଶେଷ କରିଛନ୍ତି। ଗୁରୁବାର ଟିମ୍‌-ଏ ବାଲେଶ୍ୱର ଏବଂ ଟିମ୍‌-ବି କେନ୍ଦ୍ରାପଡା ଜିଲା ଗସ୍ତକରି କ୍ଷୟକ୍ଷତି ଆକଳନ କରିଥିବା ବେଳେ ଶୁକ୍ରବାର ଟିମ୍‌-ଏ ଭଦ୍ରକ ଓ ଟିମ୍‌-ବି ଜଗତସିଂହପୁର ଜିଲା ଗସ୍ତ କରିଥିଲେ। କେନ୍ଦ୍ରୀୟ ଟିମ୍‌ର ସଦସ୍ୟମାନେ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚି ମୁଖ୍ୟ ଶାସନ ସଚିବ, ସ୍ବତନ୍ତ୍ର ରିଲିଫ କମିଶନର ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହ ବାତ୍ୟା କ୍ଷୟକ୍ଷତି ନେଇ ଆଲୋଚନା କରିଥିଲେ। ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ରିଲିଫ ଓ ଥଇଥାନ ପାଇଁ କେନ୍ଦ୍ରୀୟ ଟିମ୍‌କୁ ୨୦୧ କୋଟି ଟଙ୍କାର ଦାବିପତ୍ର ପ୍ରଦାନ କରାଯାଇଥିଲା।
୪ ଜଣିଆ କେନ୍ଦ୍ରୀୟ ଟିମ୍‌ ଶୁକ୍ରବାର ଭଦ୍ରକ ଗସ୍ତରେ ଆସି ଧାମରା ବନ୍ଦର ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ଅଧିକାରୀମାନଙ୍କ ସହ ବୈଠକ କରିଥିଲେ। ଜିଲାପାଳ ଜ୍ଞାନରଞ୍ଜନ ଦାସ ଜିଲାରେ ହୋଇଥିବା କ୍ଷୟକ୍ଷତି ବିଷୟରେ କେନ୍ଦ୍ରୀୟ ଟିମ୍‌କୁ ଅବଗତ କରାଇଥିଲେ। ଜିଲାରେ ମୋଟ୍‌ ୬୪ କୋଟି ୨୨ ଲକ୍ଷ ୯୬ ହଜାର ଟଙ୍କାର କ୍ଷୟକ୍ଷତି ହୋଇଥିବା ସେ ସୂଚନା ଦେଇଥିଲେ। ଏହାପରେ ଟିମ୍‌ ଚାନ୍ଦବାଲି ବ୍ଲକର ଧାମରା ସନ୍ନିକଟ ଦୋସିଙ୍ଗା, କାଳୀନାଳୀ, ଚନ୍ଦନୀପାଳ, କଇଥଖୋଲା, ଜୟଦୁର୍ଗାପାଟଣା, ଜାଗୁଳା ପଞ୍ଚାୟତର ନଦୀକୂଳିଆ ଗାଁଗୁଡ଼ିକ ବୁଲି କ୍ଷୟକ୍ଷତି ଦେଖିଥିଲେ। ସେହିପରି ଟିମ୍‌-ବି ପ୍ରତିନିଧି ଦଳ ଜଗତସିଂହପୁର ଜିଲାର ପାରାଦୀପ, କୁଜଙ୍ଗ ଓ ଏରସମା ଅଞ୍ଚଳ ବୁଲି କ୍ଷୟକ୍ଷତି ଆକଳନ କରିଥିଲେ। ଜିଲାରେ ୧୧ କୋଟି ୩୪ ଲକ୍ଷ ୭୫ ହଜାର ଟଙ୍କାର କ୍ଷୟକ୍ଷତି ହୋଇଥିବା ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ରିପୋର୍ଟ ପ୍ରଦାନ କରିଥିଲେ। କେନ୍ଦ୍ରୀୟ ଟିମ୍‌ ପ୍ରଥମେ ପାରାଦୀପ ମାଛଧରା ବନ୍ଦର ପରିଦର୍ଶନ କରି କ୍ଷତି ହୋଇଥିବା ଡଙ୍ଗାଗୁଡ଼ିକ ଦେଖିବା ସହ ମତ୍ସ୍ୟଜୀବୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ କୁଜଙ୍ଗ ବ୍ଲକ ପାରାଦୀପଗଡ଼ ପଞ୍ଚାୟତର ଚାନ୍ଦିନୀ ଗ୍ରାମ, ନୂଆଗଡ଼ ପଞ୍ଚାୟତର ଗୋବିନ୍ଦ ଚନ୍ଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଏରସମା ବ୍ଲକର ଜପା, ଢିଙ୍କିଆ ଓ ଗଡ଼କୁଜଙ୍ଗ ପଞ୍ଚାୟତ ପରିଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ଦିଲ୍ଲୀ ଏକ୍ୟୁଆଇ ୪୪୧: ଜିଆର୍‌ଏପି-୪ ଲାଗୁହେଲା

ନୂଆଦିଲ୍ଲୀ,୧୪ା୧୨: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ଶନିବାର ସନ୍ଧ୍ୟାରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୪୧ରେ ପହଞ୍ଚତ୍ଛି, ଯାହାକି ଅତ୍ୟନ୍ତ ଗମ୍ଭୀର ବର୍ଗର। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri