ଅମ୍ଫନ୍‌ ପାଇଁ ଲକ୍ଷେ କୋଟି କ୍ଷତି

କୋଲକାତା,୨୪।୫: ମହାବାତ୍ୟା ଅମ୍ଫନ୍‌ ଯୋଗୁ ପୂର୍ବାଞ୍ଚଳ ରାଜ୍ୟ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷତିକ୍ଷତି ଘଟିଥିଲେ ହେଁ ଓଡ଼ିଶା ସେତେଟା ପ୍ରଭାବିତ ହୋଇନାହିଁ। ଅମ୍ଫନ୍‌ ଯୋଗୁ ଭିତ୍ତିଭୂମି, କୃଷି ସମେତ ଅନ୍ୟ କ୍ଷେତ୍ରରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କା (୧୩ ବିଲିୟନ ଡଲାର) କ୍ଷୟକ୍ଷତି ହୋଇଥିବା ପଶ୍ଚିମବଙ୍ଗ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସେହିଭଳି ପଡ଼ୋଶୀ ବାଂଲାଦେଶରେ ସାମୁଦ୍ରିକ ଝଡ଼ ଯୋଗୁ ୧୧ ବିଲିୟନ ଟାକା(୧୩୦ ନିୟୁତ ଡଲାର) କ୍ଷତି ହୋଇଥିବା ପ୍ରାରମ୍ଭିକ ଆକଳନ କରାଯାଇଛି। ଅମ୍ଫନ୍‌କୁ ଦଶନ୍ଧିର ସବୁଠାରୁ ଭୟଙ୍କର ବାତ୍ୟା ବୋଲି କୁହାଯାଇଛି। ୨ଟି ଦେଶରେ ୧୦୨ଜଣ ଲୋକ ମୃତ୍ୟୁମୁଖରେ ପଡ଼ିଛନ୍ତି। ଘର ଭାଙ୍ଗିବା କିମ୍ବା ବିଦ୍ୟୁତ୍‌ ଆଘାତ ଲାଗିବା ଦ୍ୱାରା ଅଧିକାଂଶ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ବାତ୍ୟା ସ୍ଥଳଭାଗ ଛୁଇଁବା ଆଗରୁ ୩ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ରିପୋର୍ଟରେ ପ୍ରକାଶ ପାଇଛି।
ବାତ୍ୟାରେ ୧.୩୬ କୋଟି ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ଅନେକ ଲୋକଙ୍କର ବାସଗୃହ, ଫସଲ ଏବଂ ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ୧.୫ ନିୟୁତ ଲୋକଙ୍କ ଘର ଭାଙ୍ଗିଥିବା ପଶ୍ଚିମବଙ୍ଗ ସରକାରଙ୍କ ୨ ବରିଷ୍ଠ ଅଧିକାରୀ ରଏଟର୍ସକୁ ସୂଚନା ଦେଇଛନ୍ତି। ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲାର ୭୦୦ ଗାଁରେ ବନ୍ୟା ସ୍ଥିତି ଉପୁଜିଛି। ଫଳରେ ୮୦ହଜାର ଲୋକ ବାସଗୃହ ହରାଇଥିବା ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ଅଧିକାରୀ ଜଣକ କହିଛନ୍ତି ଯେ, ଅନେକ ଲୋକ ବର୍ତ୍ତମାନ ରିଲିଫ କ୍ୟାମ୍ପରେ ରହିଛନ୍ତି। ଲୋକେ ଗୋଟିଏ ସ୍ଥାନରେ ରହୁଥିବା ବେଳେ ସାମାଜିକ ଦୂରତ୍ୱ ନିୟମ ପାଳନ ହେଉ ନ ଥିବାରୁ କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା ଉପୁଜିଛି। ବାତ୍ୟା ପରବର୍ତ୍ତୀ ଥଇଥାନ କାର୍ଯ୍ୟ ବର୍ତ୍ତମାନ ଜାରି ରହିଛି। ବାତ୍ୟାରେ ପବନର ବେଗ ଘଣ୍ଟାପ୍ରତି ୧୩୩ କି.ମି. ରହିଥିଲା। ଫଳରେ ବଡ଼ ବଡ଼ ଗଛ ଏବଂ ଘରଦ୍ୱାର ସବୁ ଭାଙ୍ଗିଯାଇଛି। ବାତ୍ୟାରେ ବାଂଲାଦେଶର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଚାଷଜମି ମଧ୍ୟ ନଷ୍ଟ ହୋଇଥିବା ସୂଚନା ରହିଛି। ଏହାଦ୍ୱାରା ଜୀବନ ଜୀବିକା ଉପରେ ଦୀର୍ଘମିଆଦୀ ପ୍ରଭାବ ପଡ଼ିବ ବୋଲି ଆକ୍ସନ ଏଡ୍‌ ନାମକ ଏକ ସଂସ୍ଥା କହିଛି। ବର୍ତ୍ତମାନ ଖାଦ୍ୟ, ଜଳ ଯୋଗାଣ ଏବଂ ଭାଙ୍ଗିଥିବା ଘରଗୁଡିକୁ ଠିକ୍‌ କରିବାର ଆବଶ୍ୟକତା ରହିଛି ବୋଲି ଆକ୍ସନ ଏଡ୍‌ର କଣ୍ଟ୍ରି ଡାଇରେକ୍ଟର ଫର୍‌ହା କବିର କହିଛନ୍ତି।
ୟୁରୋପୀୟ ସଂଘର ୫ ଲକ୍ଷ ୟୁରୋ ସହାୟତା
ବାତ୍ୟା ପ୍ରଭାବିତ ଓଡ଼ିଶା ଓ ପଶ୍ଚିମବଙ୍ଗ ଲୋକଙ୍କ ପୁନର୍ବାସ ଏବଂ ଥଇଥାନ ଲାଗି ୟୁରୋପୀୟ ସଂଘ(ଇୟୁ) ପକ୍ଷରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ୫ ଲକ୍ଷ ୟୁରୋ ସହାୟତା ଘୋଷଣା କରାଯାଇଛି। ୟୁରୋପିଆନ ୟୁନିୟନ କମିଶନ ଫର୍‌ କ୍ରାଇସିସ୍‌ ମ୍ୟାନେଜମେଣ୍ଟ ଏଭଳି ସହାୟତା ଦେବାକୁ ଆଗେଇ ଆସିଛି। ୟୁରୋପିଆନ ୟୁନିୟନ କମିଶନର ଫର୍‌ କ୍ରାଇସିସ୍‌ ମ୍ୟାନେଜମେଣ୍ଟ ଜେ.ଲେନାରକିକ୍‌ କହିଛନ୍ତି ଯେ, କ୍ଷୟକ୍ଷତି ପରିମାଣ ବହୁ ଅଧିକ ରହିଥିବାରୁ ତ୍ୱରିତ ଭିତ୍ତିରେ ଲୋକଙ୍କ ସହାୟତା ଲାଗି ଏଭଳି ପଦକ୍ଷେପ ନିଆଯାଇଛି। ସେହିଭଳି ବାଂଲାଦେଶ ପାଇଁ ୧ ଲକ୍ଷ ୟୁରୋ ରାଶି ସହାୟତା ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍‌ ନ୍ୟୁ ପଲ୍‌ସର ଏନ୍‌ଏସ୍‌୪୦୦ଜେଡ୍‌ର ଅନାବରଣ

ନୂଆଦିଲ୍ଲୀ, ୮।୫ (ଅଭୟ ଦାଶ): ବଜାଜ ଅଟୋ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ପଲ୍‌ସର ଏନ୍‌ଏସ୍‌୪୦୦ଜେଡ୍‌’ର ସର୍ବଭାରତୀୟ ଉନ୍ମୋଚନ...

ଇମାମିର ନୂତନ ଅଭିଯାନ

ନୂଆଦିଲ୍ଲୀ,୮।୫: ଦେଶର ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇମାମି ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଇମାମି ଲିମିଟେଡ୍‌ର ନୂତନ ଅଭିଯାନ ‘ଟେଲିଭିଜନ କମର୍ସିଆଲ ବା ଟିଭିସି’ର...

ଡଲାରର ସମର କଲେକ୍ସନ

ନୂଆଦିଲ୍ଲୀ,୮।୫: ଡଲାର ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ସମର କଲେକ୍ସନ ‘ନ୍ୟୁ ରେଞ୍ଜ ଅଫ୍‌ ସମର ଓ୍ବେର’ର ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।...

ଜେଏସ୍‌ଏଲ୍‌ର ନୂଆ ମାଇଲଖୁଣ୍ଟ

ନୂଆଦିଲ୍ଲୀ,୮।୫: ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ଅଗ୍ରଣୀ ଷ୍ଟେନ୍‌ଲେସ୍‌ ଇସ୍ପାତ ଉତ୍ପାଦନକାରୀ ‘ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ ବା ଜେଏସ୍‌ଏଲ୍‌’କୁ ନିକଟରେ ଆଉ ମାନ୍ୟତ୍ୟ ପ୍ରଦାନ...

ଖାଉଟିଙ୍କୁ ଘାରିଛି ଦରବୃଦ୍ଧି ଚିନ୍ତା

ଭୁବନେଶ୍ୱର,୮।୫(ଅନୁରାଧା ମହାରଣା): ଗତ କିଛି ମାସ ଧରି ଦେଶରେ ମୁଦ୍ରାସ୍ଫୀତିରେ ମନ୍ଥରତା ଦେଖାଦେଇଛି। ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ଫୀତି ହାର ୯ ମାସ ମଧ୍ୟରେ ସର୍ବନିମ୍ନ ସ୍ତରକୁ...

ଟିପିସିଓଡିଏଲ୍‌ ପକ୍ଷରୁ ଟିଏମ୍‌ୟୁର ଶୁଭାରମ୍ଭ

ଭୁବନେଶ୍ୱର,୭।୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ନୂତନ ଜ୍ଞାନକୌଶଳରେ...

ଅଗଷ୍ଟରେ ୪ଜି ସେବା ଆରମ୍ଭ କରିବ ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ,୭।୫ (ଅଭୟ ଦାଶ): ଚଳିତ ବର୍ଷ ଅଗଷ୍ଟରେ ଭାରତ ସଞ୍ଚାର ନିଗମ ଲିମିଟେଡ ବା ବିଏସ୍‌ଏନ୍‌ଏଲ୍‌ ୪ଜି ସେବା ଆନୁଷ୍ଠାନିକ ଭାବେ ସର୍ବଭାରତୀୟ ସ୍ତରରେ ଆରମ୍ଭ କରିବ...

ଏଇଏଲ୍‌ର ଆର୍ଥିକ ଫଳାଫଳ

ଭୁବନେଶ୍ୱର,୭।୫: ଆଦାନି ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ଆଦାନି ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ (ଏଇଏଲ୍‌)ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri