ନିର୍ଭୟା ଦୋଷୀଙ୍କ ଆୟ ୧.୩୭ ଲକ୍ଷ

ନୂଆଦିଲ୍ଲୀ: ନିର୍ଭୟାଙ୍କୁ ମିଳିଛି ନ୍ୟାୟ। ତିହାର ଜେଲ୍‌ରେ ଫାଶୀରେ ଝୁଲିଛନ୍ତି ନିର୍ଭୟା ଗଣବଳାତ୍କାର ଏବଂ ହତ୍ୟା ମାମଲାର ୪ ଦୋଷୀ। ଆଉ ତା’ ସହିତ ଶେଷ ହୋଇଛି ଦୀର୍ଘ ୭ବର୍ଷର ଆଇନଗତ ପ୍ରକ୍ରିୟା ଏବଂ ସବୁ ଦ୍ୱନ୍ଦ୍ୱରେ ପଡ଼ିଛି ଯବନିକା। ହେଲେ ତିହାର ଜେଲ୍‌ରେ ବନ୍ଦୀଜୀବନ କାଟୁଥିବାବେଳେ ଅପରାଧୀମାନେ ସଞ୍ଚିଛନ୍ତି ୧ ଲକ୍ଷ ୩୭ ହଜାର ଟଙ୍କା, ଯାହା ସେମାନଙ୍କ ପରିବାର ସଦସ୍ୟଙ୍କୁ ପ୍ରଦାନ କରାଯିବ।
ଜେଲରେ କାରାବାସ ସମୟରେ ଅଭିଯୁକ୍ତ ଚାହିଁଲେ କାମ କରିପାରିବେ। ଏଥିଲାଗି ସେମାନଙ୍କୁ ପାରିଶ୍ରମିକ ଦିଆଯିବା ବ୍ୟବସ୍ଥା ରହିଛି। ଏହିକ୍ରମରେ ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ଅକ୍ଷୟ ୬୯ ହଜାର ଟଙ୍କା ଆୟ କରିଛନ୍ତି। ସେହିପରି ବିନୟ ଶର୍ମା ୩୯ ହଜାର, ପବନ ଗୁପ୍ତାଙ୍କୁ ୨୯ ହଜାର ଟଙ୍କା ପାରିଶ୍ରମିକ ବାବଦରେ ସଞ୍ଚୟ କରିଛନ୍ତି। ତେବେ ମୁକେଶ ସିଂ କାମ ପାଇଁ ଆବେଦନ କରି ନ ଥିବା ଜଣାପଡ଼ିଛି। ସେହିପରି ଜେଲରେ ଦଣ୍ଡ ଭୋଗୁଥିବା ସମୟରେ ୨୦୧୬ରେ ମୁକେଶ, ପବନ ଏବଂ ଅକ୍ଷୟ ୧୦ମ ଶ୍ରେଶୀରେ ନାମ ଲେଖାଇଥିଲେ। ହେଲେ ସେମାନେ କୃତକାର୍ଯ୍ୟ ହୋଇପାରି ନ ଥିଲେ। ସେହିପରି ୨୦୧୫ରେ ବିନୟ ବର୍ଷିକିଆ ସ୍ନାତକ ପାଠ୍ୟକ୍ରମରେ ନାମ ଲେଖାଇଥିଲେ। ହେଲେ ଆଇନଗତ ପ୍ରକ୍ରିୟା, ମାମଲାର ଶୁଣାଣି କାରଣରୁ ସେ ଏହାକୁ ସମ୍ପୂର୍ଣ୍ଣ କରିପାରି ନ ଥିଲେ।
ଜେଲ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଫାଶୀ ପାଇଥିବା ସମ୍ପୃକ୍ତ ୪ ଦୋଷୀ ଜେଲ୍‌ରେ ଥିବା ସମୟରେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଛନ୍ତି। ଜେଲ୍‌ ନିୟମ ଭଙ୍ଗ କରି ଅକ୍ଷୟ ଥରେ ଦଣ୍ଡିତ ହୋଇଛନ୍ତି। ସେହିପରି ମୁକେଶଙ୍କୁ ୩ ଥର, ପବନଙ୍କୁ ୮ଥର ଏବଂ ବିନୟଙ୍କୁ ସର୍ବାଧିକ ୧୧ ଥର ଦଣ୍ଡ ଦିଆଯାଇଛି। ଅନ୍ୟ କଏଦୀଙ୍କୁ ଗାଳିଗୁଲଜ କରିବା, ଜେଲର ଆସିବା ସମୟରେ ଠିଆ ନ ହେବା, ତମାଖୁ ଖାଇବା, ମାର୍‌ପିଟ୍‌ କରିବା ଆଦି ଅଭିଯୋଗରେ ଏହି ଦଣ୍ଡ ବିଧାନ କରାଯାଇଥିଲା। ଦଣ୍ଡ ସ୍ବରୂପ ସେମାନଙ୍କୁ ଜେଲରେ ଯୋଗାଇ ଦିଆଯାଉଥିବା ସୁବିଧାକୁ ହଟାଇ ନିଆଯାଇଥିଲା। ସୂଚନାଯୋଗ୍ୟ, ବନ୍ଦୀଙ୍କ ଆଚରଣକୁ ଜେଲରେ ଅନୁଧ୍ୟାନ କରାଯାଇଥାଏ। ଏ ନେଇ ଜେଲ୍‌ କର୍ତ୍ତୃପକ୍ଷ ସେସନ୍ସ କୋର୍ଟକୁ ଅବଗତ କରାଇଥାନ୍ତି। ଏହାର ସମୀକ୍ଷା କରାଯାଇ ଦଣ୍ଡକୁ ସାମାନ୍ୟ କୋହଳ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟରେ ଇଡି ଚଢ଼ାଉ

ନୂଆଦିଲ୍ଲୀ,୮ା୫: ଝାଡ଼ଖଣ୍ଡର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟରେ ଇଡି ରେଡ୍‌ କରିଛି। ଗିରଫ ଅଭିଯୁକ୍ତ ସଞ୍ଜୀବ ଲାଲଙ୍କ ସହ ଇଡି ପ୍ରୋଜେକ୍ଟ ଭବନରେ ବୁଧବାର ପହଞ୍ଚିଛି। ଗ୍ରାମ୍ୟ...

ପିଟ୍ରୋଡାଙ୍କ ବୟାନକୁ ନେଇ ବର୍ଷିଲେ ମୋଦି, କହିଲେ କଳା ରଙ୍ଗ କହି ଆକ୍ଷେପ କଲେ…

ନୂଆଦିଲ୍ଲୀ,୮।୫: ବରିଷ୍ଠ କଂଗ୍ରେସ ନେତା ସାମ ପିଟ୍ରୋଡାଙ୍କ ବୟାନକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି। ‘ଦି ଷ୍ଟେଟମ୍ୟାନ’କୁ ଦେଇଥିବା ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସାମ...

ପୁଣି ବିବାଦୀୟ ବୟାନ ଦେଲେ ସାମ ପିଟ୍ରୋଡା, ଭାରତୀୟଙ୍କୁ କହିଲେ କଳା-ଗୋରା

ନୂଆଦିଲ୍ଲୀ,୮।୫: ପୁଣି ବିବାଦରେ ବରିଷ୍ଠ କଂଗ୍ରେସ ନେତା ସାମ ପିଟ୍ରୋଡା। ନିକଟରେ ଅମେରିକାର ଉତ୍ତରାଧିକାରୀ ଟ୍ୟାକ୍ସକୁ ନେଇ ବୟାନ ଦେଇ ସେ ଚର୍ଚ୍ଚାକୁ ଆସିଥିଲେ। ତାଙ୍କ...

ରାହୁଲଙ୍କୁ କେତେ ଟଙ୍କା ଦେଇଛନ୍ତି ଅମ୍ବାନୀ-ଆଦାନୀ, ମୋଦି କହିଲେ…

ନୂଆଦିଲ୍ଲୀ,୮।୫: ତେଲଙ୍ଗାନାର କରିମନଗରର ଏକ ନିର୍ବାଚନ ରାଲିରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଏବଂ ଭାରତ ରାଷ୍ଟ୍ର ସମିତି (ବିଆରଏସ) ଉପରେ ବର୍ଷିଛନ୍ତି।...

ବିଶ୍ୱର ସବୁଠୁ ଶକ୍ତିଶାଳୀ ନେତା କିଏ? ଜାଣନ୍ତୁ କେଉଁ ସ୍ଥାନରେ ଅଛନ୍ତି ମୋଦି

ନୂଆଦିଲ୍ଲୀ/ମସ୍କୋ,୮।୫: ମେ ୭ରେ କ୍ରେମଲିନ ପ୍ୟାଲେସରେ ଭ୍ଲାଡିମର ପୁଟିନ ପଞ୍ଚମଥର ପାଇଁ ରୁଷିଆର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ୨୦୦୦ରେ ପୁଟିନ ପ୍ରଥମ ଥର...

ବୃଦ୍ଧ ମହିଳାଙ୍କୁ ଚାପୁଡ଼ା ମାରିଲେ ଏମ୍‌ପି ପ୍ରାର୍ଥୀ, କହିଲେ ହାତକୁ ଦେବ, ଫୁଲକୁ ଦେଲେ ଏମିତି ହେବ

ହାଇଦ୍ରାବାଦ,୮।୫: ତେଲଙ୍ଗାନାରେ କଂଗ୍ରେସ ଏମ୍‌ପି ଜୀବନ ରେଡ୍ଡୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ରେଡ୍ଡୀ ନିର୍ବାଚନୀ ପ୍ରଚାର ଜଣେ ବୃଦ୍ଧ ମହିଳାଙ୍କୁ...

ବର୍ଷା ସାଜିଲା କାଳ, କାନ୍ଥ ଭୁଶୁଡ଼ି ୪ ବର୍ଷର ଶିଶୁ ସମେତ ୭ ମୃତ

ହାଇଦ୍ରାବାଦ,୮।୫: ପ୍ରବଳ ବର୍ଷା ହେତୁ ହାଇଦ୍ରାବାଦର ବାଚୁପଲ୍ଲୀ ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଅଞ୍ଚଳର ଏକ ନିର୍ମାଣାଧୀନ ଘରର କାନ୍ଥ ଭୁଶୁଡ଼ିବା ପରେ...

ଏୟାର ଇଣ୍ଡିଆ ୭୮ ଉଡ଼ାଣ ରଦ୍ଦ: ସମୂହ ଛୁଟିରେ ଗଲେ ୩୦୦ ବରିଷ୍ଠ କର୍ମଚାରୀ

ନୂଆଦିଲ୍ଲୀ,୮।୫: ଏୟାର ଇଣ୍ଡିଆ ଏକ୍ସପ୍ରେସର ୭୮ଟି ଜାତୀୟ ତଥା ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବାତିଲ କରାଯାଇଛି। ଏହାର କାରଣ ହେଉଛି ଏୟାର ଇଣ୍ଡିଆର ୩୦୦ ବରିଷ୍ଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri