ବିଳମ୍ବରେ ଚେତିଲା ପୌରପାଳିକା:ବେଆଇନ ପୋଷ୍ଟର କାଟିଲା, ସଂସ୍ଥାକୁ ତାଗିଦ

ଅନୁଗୋଳ ଅଫିସ, ୧୫।୧୨

ବିଳମ୍ବରେ ଚେତିଛି ଅନୁଗୋଳ ପୌରପାଳିକା। ସହରର ଗଳି କନ୍ଦିରେ ଲାଗିଥିବା ବେଆଇନ ପୋଷ୍ଟର ଓ ହୋର୍ଡିଂ କାଟିବା କାର୍ଯ୍ୟ ଶନିବାର ପୌରସଂସ୍ଥା ପକ୍ଷରୁ ଆରମ୍ଭ କରାଯାଇଛି। ଏପରି ଅଭିଯାନ ଆଗକୁ ଜାରି ରହିବ ବୋଲି ପୌର କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି। ତେବେ ହୋର୍ଡିଂ କାଟିବା ସମୟରେ ଏହାକୁ ଲଗାଇବା ଦାୟିତ୍ୱରେ ଥିବା ଠିକାସଂସ୍ଥା ସହ କିଛି ସମୟ ପାଇଁ ତୁ ତୁ ମେ ମେ ହୋଇଥିଲା। ତଥାପି ପୌର କର୍ତ୍ତୃପକ୍ଷ ଉକ୍ତ ଠିକା ସଂସ୍ଥାକୁ ତାଗିଦ୍‌ କରିଥିବା ଜଣାପଡ଼ିଛି।
ଅନୁଗୋଳ ପୌରପାଳିକାରେ ହୋଡିଂ ଓ ରାସ୍ତା ମଝିରେ ଥିବା ଷ୍ଟ୍ରିଟ ଲାଇଟ୍‌ ଖୁଣ୍ଟରେ ବିଜ୍ଞାପନ ଲଗାଇବାକୁ ଟେଣ୍ଡର ପ୍ରଦାନ କରାଯାଇଛି। ପୌରପାଳିକାର ୫୪ ସ୍ଥାନରେ ମୋଟ୍‌ ୧୨ ହଜାର ୫ଶହ ବର୍ଗ ଫୁଟରେ ହୋର୍ଡିଂ ଲଗାଇବାକୁ ଅନୁମତି ପ୍ରଦାନ କରାଯାଇଛି। ଏଥିସହ ୧୭୦ଟି ଷ୍ଟ୍ରିଟ ଲାଇଟ୍‌ ଖୁଣ୍ଟରେ ମଧ୍ୟ ବିଜ୍ଞାପନ ଲଗାଇବାକୁ ପୌରପାଳିକା ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ଏ ନେଇ ବାର୍ଷିକ ୯ଲକ୍ଷ ୭୪ ହଜାର ଟଙ୍କାରେ ଟେଣ୍ଡର ପ୍ରଦାନ କରାଯାଇଛି। କିନ୍ତୁ ଏହି ସ୍ଥାନ ଗୁଡ଼ିକ ବ୍ୟତୀତ ଉକ୍ତ ଠିକା ସଂସ୍ଥା ଓ କିଛି ଘରୋଇ ସଂସ୍ଥା ସହରର ବିଭିନ୍ନ ସ୍ଥାନରେ ହୋର୍ଡିଂ ଲଗାଇଥିଲେ। ଏ ନେଇ ଅଭିଯୋଗ ଆସିବା ପରେ ଉଚ୍ଛେଦ କରିବାକୁ ପୌର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ଓ ଚିତ୍ତରଞ୍ଜନ ପଧାନଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ଶନିବାର ସକାଳୁ କାର୍ଯ୍ୟ ଆରମ୍ଭ କରିଥିଲେ। ସହରର ଥାନା ଛକ, ବ୍ଲକ ସମ୍ମୁଖ, ବୁଢ଼ୀ ଠାକୁରାଣୀ ଛକ, ଅନୁଗୋଳ ହାଇସ୍କୁଲ ସମ୍ମୁଖରେ ହୋର୍ଡିଂ କାଟିଥିଲେ। ଏହି ସମୟରେ ଟେଣ୍ଡର ନେଇଥିବା ସଂସ୍ଥା ପକ୍ଷରୁ ବିରୋଧ କରାଯାଇଥିଲା। ତେବେ ବେଆଇନ୍‌ ଭାବେ ହୋର୍ଡିଂ ଲଗାଯାଇଥିବାରୁ କଟାଯାଉଥିବା ନିର୍ବାହୀ ଅଧିକାରୀ ପଣ୍ଡା ଟେଣ୍ଡର ନେଇଥିବା ସଂସ୍ଥାକୁ କହିଥିଲେ।
ଏ ନେଇ ନିର୍ବାହୀ ଅଧିକାରୀ ପଣ୍ଡା କହିଛନ୍ତି, ବେଆଇନ୍‌ ହୋର୍ଡିଂ କଟାଯିବା ଅଭିଯାନ ଆରମ୍ଭ ହୋଇଛି। ସହରର ଯେଉଁ ସ୍ଥାନିଗୁଡ଼ିକ ହୋର୍ଡିଂ ପାଇଁ ଚିହ୍ନଟ କରାଯାଇଛି, ସେଠାରେ ହୋର୍ଡିଂ ଲଗାଯିବ। ଯେଉଁଗୁଡ଼ିକ ଚିହ୍ନଟ ହୋଇନାହିଁ ସେଠାରେ ହୋର୍ଡିଂ ଲାଗିଲେ କଟାଯିବା ସହ ଜରିମାନା ଆଦାୟ ହେବ ବୋଲି ପଣ୍ଡା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ୁଛି ହାତୀ ଜନିତ କ୍ଷୟକ୍ଷତି

ବଇଣ୍ଡା,୫।୫(ପରିକ୍ଷିତ ସାହୁ)ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜରେ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ନିକଟସ୍ଥ ଜଙ୍ଗଲରୁ ଚାଲି ଆସୁଥିବା ହାତୀ ଜମି...

ପ୍ରାର୍ଥତ୍ପତ୍ର ଦାଖଲ ନ କରି ଫେରିଗଲେ ନଳିନୀକାନ୍ତ

ଆଠମଲ୍ଲିକ, ୩ା୫(ଉଦୀପ୍ତ ପୁରୋହିତ)/ ଅନୁଗୋଳ (ଅମିତ କୁମାର ସାମଲ):ଅନୁଗୋଳ ଜିଲା ଆଠମଲ୍ଲିକ ବିଜେଡି ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ଗୁରୁବାର ପ୍ରାର୍ଥିପତ୍ର ଦାଖଲ ପାଇଁ ବିରାଟ...

ଶଙ୍ଖ ଛାଡ଼ିଲେ ପୂର୍ବତନ ବିଧାୟକ

ଛେଣ୍ଡିପଦା,୧ା୫(ଅଜିତ ଧଳ):ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ...

‘ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା’

ଅନୁଗୋଳ,୩୦ା୪ (ଅମିତ କୁମାର ସାମଲ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ)/ ବଇଣ୍ଡା (ପରିକ୍ଷିତ ସାହୁ):ଓଡ଼ିଶାରେ ପ୍ରଥମ ଥର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ଭାଜପା ସରକାର...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ନିର୍ବାଚନ ଥିବାରୁ ମୁହଁ ଦେଖାଇଲେ ନେତା

ଅନୁଗୋଳ,୨୮।୪ (ଅମିତ କୁମାର ସାମଲ)ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘବର୍ଷ ହେଲା କାର୍ଯ୍ୟ ଚାଲିଥିଲେ ମଧ୍ୟ ଶେଷ...

ଉଚ୍ଛେଦକୁ ୬ ବର୍ଷ ବିତିଲା, ନିର୍ମାଣ ହେଉନି

ବଇଣ୍ଡା,୨୮।୪(ପରିକ୍ଷିତ ସାହୁ)ରାଜପଥ ନିର୍ମାଣ ପାଇଁ କରାଯାଇଥିଲା ଉଚ୍ଛେଦ। ଭଙ୍ଗା ଯାଇଥିଲା ରାସ୍ତା ପାର୍ଶ୍ୱରେ ଥିବା ଅନେକ ଯାତ୍ରୀ ବିଶ୍ରାମାଗାର। ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ମାଟିରେ ମିଶାଇ...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri