ଲାଲ କରିଡର ମାଟିରୁ ଲାଲ ଟମାଟୋର ସ୍ବାଦ: ୩ ଜିଲାର ଚାଷୀଙ୍କୁ ସମୃଦ୍ଧିର ବାଟ ବତାଇଛି ସୋଢ଼ ପଞ୍ଚାୟତ

ଦେବଗଡ଼, ୨୨।୧୦: ପାହାଡ଼ ପର୍ବତ ଘେରା ଦେବଗଡ଼ ଜିଲାର ଉପାନ୍ତ ତିଳେଇବଣି ବ୍ଲକ ସୋଡ଼ ଗ୍ରାମପଞ୍ଚାୟତ। ଦିନେ ଏହି ପଞ୍ଚାୟତ ମାଓବାଦୀମାନଙ୍କ ମୁଖ୍ୟ ଆଡ୍ଡାସ୍ଥଳ ଥିଲା। ଲାଲ କରିଡର ରୂପେ ପରିଚିତ ଏହି ଅଞ୍ଚଳ ୨୦୦୦ ମସିହା ବେଳକୁ ଜିଲା ଓ ରାଜ୍ୟ ପ୍ରଶାସନର ନିଦ ହଜେଇ ଦେଇଥିଲା। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ କ୍ଷେତ୍ରରେ ଅବ୍ୟବସ୍ଥା ଓ ବିପର୍ଯ୍ୟୟକୁ ଆଳକରି ମାଓବାଦୀମାନେ ସେଠାକାର ଗରିବ ତଥା ଆଦିବାସୀଙ୍କ ସହାୟତାରେ କାୟା ବିସ୍ତାର କରିଥିଲେ। ଅଧିକାଂଶ ସମୟରେ ଗଣମାଧ୍ୟମର ଶିରୋନାମାରେ ରହୁଥିବା ଏହି ଅଞ୍ଚଳ ଉପରେ ସରକାରଙ୍କ ଶୁଭଦୃଷ୍ଟି ପଡ଼ିଲା ା ଧୀରେ ଧୀରେ ସେହି ପଞ୍ଚାୟତବାସୀ ବିକାଶର ସୂର୍ଯ୍ୟାଲୋକ ଦେଖିଲେ। ତଥାପି ସ୍ଥାନୀୟ ଅଧିବାସୀଙ୍କ ଦାରିଦ୍ର୍ୟ କମି ନ ଥିଲା। ଛେଳି, କୁକୁଡ଼ା, ଘୁଷୁରି ପାଳନ ସାଙ୍ଗକୁ ଜଙ୍ଗଲଜାତ ଦ୍ରବ୍ୟ ସେମାନଙ୍କ ଜୀବିକା ଥିଲା । ପାହାଡ଼ିଆ, ପଥୁରିଆ, ଢ଼ାଲୁ ଅଞ୍ଚଳ ସହ ଅମ୍ଳୀୟ ମାଟି, ଜଳସେଚନର ଅଭାବ ଉପରୋକ୍ତ ଅଞ୍ଚଳରେ ବ୍ୟବସାୟଭିତ୍ତିକ କୃଷି କରିବାରେ ମୁଖ୍ୟ ଅନ୍ତରାୟ ସାଜିଥିଲା। ତଥାପି ଗତ ଦଶନ୍ଧିର ଶେଷଆଡ଼କୁ ଏହି ପଞ୍ଚାୟତରେ ଆଦିବାସୀ ବହୁଳ କ୍ଷୁଦ୍ର ଗ୍ରାମ କାଲଚିପୋଡ଼ାଡ଼ିହରୁ ଆରମ୍ଭ ହେଲା ବର୍ଷାଦିନିଆ ଟମାଟୋ (ପାତଳଘଣ୍ଟା)ଚାଷ। ସେହି ଗ୍ରାମର ୨ ଯୁବକ ଗାଣ୍ଡୁରୁ ମି ଓ ତାଙ୍କ ଭାଇ ଗୋସେଇଁ ମି ପରୀକ୍ଷାମୂଳକ ଭାବେ ଆରମ୍ଭ କଲେ ବର୍ଷାଦିନିଆ ଟମାଟୋ ଚାଷ। ପ୍ରଥମ ଦୁଇ ଚାରି ବର୍ଷ ଲାଭକ୍ଷତିକୁ ହିସାବ ନ କରି ଅଳ୍ପ ପରିମାଣରେ ଚାଲୁ ରହିଲା ଏହି ଚାଷ। ଫୁଲ ଆସିଲା ବେଳକୁ ପ୍ରାୟ ଗଛ ସବୁ ମାଟିରେ ପଡ଼ିଯାଉଥିଲା। ଅଳ୍ପ ଗଛରେ ଫଳ ରହୁଥିଲା। ସେମାନେ ପ୍ରଥମେ ସ୍ଥାନୀୟ ଉଦ୍ୟାନ ବିଭାଗ କର୍ମଚାରୀ ଓ ପରେ ଜିଲା କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନଙ୍କୁ ଯୋଗାଯୋଗ କରି ଏହି ରୋଗର ସମ୍ପୂର୍ଣ୍ଣ ନିରାକରଣର ପନ୍ଥା ଖୋଜି ପାଇଲେ। ଏହା ପରେ ସଫଳତା ମିଳିଲା। ଗାଣ୍ଡୁରୁ ଓ ଗୋସେଇଁଙ୍କ ସହ ଧୀରେ ଧୀରେ ଗ୍ରାମର ଅନ୍ୟ ଚାଷୀମାନେ ବର୍ଷାଦିନିଆ ଟମାଟୋ ଚାଷ ଆରମ୍ଭ କରିଲେ। ବର୍ଷା ଋତୁ ହୋଇଥିବାରୁ ଜଳସେଚନର ଆବଶ୍ୟକତା ନ ଥିଲା। ଅଣ ଋତୁ ହୋଇଥିବାରୁ ଟମାଟୋର ବିକ୍ରିରେ କିଛି ଅସୁବିଧା ହେଉ ନ ଥିଲା। ସ୍ଥାନୀୟ ବଜାରରେ ଭଲ ଦାମ୍‌ ମଧ୍ୟ ମିଳିଲା। କ୍ରମେ ପଡ଼ୋଶୀ ବିରିଆମ୍‌, ସୋଡ଼ ସହିତ ଆଖପାଖ ଦୁଇ ଚାରିଟି ଗ୍ରାମର ଚାଷୀମାନେ ଏହି ଚାଷରେ ଲାଗିପଡ଼ିଲେ। କୃଷିବିଜ୍ଞାନୀମାନେ ଉପରୋକ୍ତ ଗାଁରେ ପହଞ୍ଚତ୍ ନୂତନ କୌଶଳ ପରୀକ୍ଷା କରାଇଲେ। ତା’ପରେ ଚାଷୀମାନଙ୍କ ଦ୍ୱାରା ତାହା ଆଦୃତ ହେବାକୁ ଲାଗିଲା।

ଏବେ ଉପରୋକ୍ତ ଅଞ୍ଚଳର ୧୦୦ ଏକର ଜମିରେ କେବଳ ଟମାଟୋ ଚାଷ ହେଉଛି। ଏକର ପିଛା ୮୦ରୁ ୯୦ କୁଇଣ୍ଟାଲ ପର୍ଯ୍ୟନ୍ତ ଟମାଟୋ ଉତ୍ପାଦନ କରି ସାଧାରଣ ଚାଷୀମାନେ ନିଜର ଆର୍ଥିକ ମାନଦଣ୍ଡ ସୁଦୃଢ଼ କରିପାରିଛନ୍ତି। ଏହି ଚାଷରେ ଉତ୍ସାହିତ ହୋଇ ଅନ୍ୟମାନେ ବି ଉନ୍ନତ ପଦ୍ଧତିର ପାତଳଘଣ୍ଟା ଚାରା ଲଗାଇବା, ଗଛର ଯତ୍ନ ନେବା ଓ ଫଳ ଅମଳ ପରବର୍ତ୍ତୀ ବ୍ୟବସ୍ଥା ଗ୍ରହଣ କରିଛନ୍ତି ା ଏବେ ସୋଡ଼ ପଞ୍ଚାୟତରୁ ପ୍ରତିଦିନ ତିନିରୁ ଚାରି ଟ୍ରକ ପାଚିଲା ଲାଲ ଟହଟହ ଟମାଟୋ ଅନ୍ୟ ଅଞ୍ଚଳକୁ ବିକ୍ରି ପାଇଁ ଯାଉଛି। ଦେବଗଡ଼ ଛଡ଼ା ସୁନ୍ଦରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ପରି ପଡ଼ୋଶୀ ଜିଲାର ପ୍ରମୁଖ ବଜାରରେ ଏବେ ସୋଡ଼ ଟମାଟୋର ଚାହିଦା ରହିଛି। ଦିନେ ଅନ୍ୟ ରାଜ୍ୟକୁ କାମଧନ୍ଦା ଖୋଜିବାକୁ ଯାଉଥିବା ମନୋଜ ଲାକ୍ରା, ଦିଲୀପ ଲାକ୍ରାଙ୍କ ପରି ଅନ୍ୟ ଯୁବକମାନେ ମଧ୍ୟ ଏହି ଟମାଟୋ ଚାଷରେ ଲାଗିଛନ୍ତି। ଗରିବ ଆଦିବାସୀଙ୍କ ଆର୍ଥିକ ସ୍ଥିତିକୁ ଦୃଢ଼ କରିଥିବା ଏହି ଟମାଟୋ ସ୍ଥାନୀୟ ଚାଷୀଙ୍କୁ ଲୋକ ଲୋଚନକୁ ଆଣିଛି। ମାଓବାଦୀ ତଥା ଅପହଞ୍ଚ ଇଲାକା ଭାବେ ଏକଦା ପରିଚିତ ଥିବା ସୋଡ଼ ପଞ୍ଚାୟତ ପାଖାପାଖି ତିନୋଟି ଜିଲାର ଚାଷୀମାନଙ୍କୁ ସମୃଦ୍ଧିର ନୂଆ ଦିଗଦର୍ଶନ ଦେଇଛି କହିଲେ ଅତ୍ୟୁକ୍ତି ହେବନାହିଁ।

:ଶଶାଙ୍କଶେଖର ଝାଙ୍କର


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ସୁଦର୍ଶନଙ୍କୁ ଚାପି ଦେଲା ଆମ ବସ୍‌: ଡ୍ରାଇଭର ଖସି ପଳାଇବାକୁ ଉଦ୍ୟମ

ଭୁବନେଶ୍ୱର, ୬ା୧୨(ସତ୍ୟଜିତ ରାଉତ):ରାଜଧାନୀରେ ପୁଣି ଜୀବନ ନେଇଛି ‘ଆମ ବସ୍‌’। ସତ୍‌ସଙ୍ଗ ବିହାର ସମ୍ମୁଖ ୧୬ ନଂ. ଜାତୀୟ ରାଜପଥରେ ଶୁକ୍ରବାର ସାରେ ଏହି ଦୁର୍ଘଟଣା...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri