ଅନୁଗୋଳ

ସରକାରୀ କ୍ୱାରିରୁ ବଢୁଛି ଚୋରି

ଅନୁଗୋଳ ଅଫିସ, ୧୫ା୭ ଅନୁଗୋଳ ସହର ଉପକଣ୍ଠରେ ଥିବା ଏକ ସରକାରୀ ପଥର କ୍ୱାରିରୁ ବଢ଼ୁଛି ଚୋରି। ଉକ୍ତ କ୍ୱାରିର ନିଲାମ ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ସେଠାରୁ ଲଘୁ ଖଣିଜ ଦ୍ରବ୍ୟର ଚୋରା ଉତ୍ପାଦନ ଜାରି ରହିଥିବା ଅଭିଯୋଗ ହେଉଛି।…

ପୂରୁନି ପରିବାରର ପେଟ

ଖମାର,୧୪ା୭ ସୁସ୍ଥ ଥିବା ସମୟରେ ମୂଲ ମଜୁରି କରି ଶାଗ ମୁଗରେ ଚଳାଇ ନେଉଥିଲେ ସଂସାର। ହେଲେ ଅଜଣା ରୋଗର ଶିକାର ହେବାପରଠାରୁ ସେହି ଦାୟିତ୍ୱ ପଡ଼ିଛି ସ୍ତ୍ରୀଙ୍କ ଉପରେ। ନିଜେ ଘରେ ରହି ୪ ଝିଅପୁଅ ଓ ସାନଭାଇଙ୍କ ଦେଖାଶୁଣା…

ବର୍ଷେ ହେଲା ବସିନି ରୋଗୀକଲ୍ୟାଣ ସମିତି ବୈଠକ

ବଅଁରପାଳ, ୧୪ା୭(ଡି.ଏନ.ଏ.) ସ୍ବାସ୍ଥ୍ୟକେନ୍ଦ୍ରର ଉନ୍ନତୀକରଣ, ରୋଗୀ ସେବା ଉନ୍ନତମାନର କରିବାକୁ ରୋଗୀ କଲ୍ୟାଣ ସମିତି ବୈଠକ ଜରୁରୀ ଥିବାବେଳେ ଅନୁଗୋଳ ଜିଲା ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ପ୍ରତି ୬ ମାସରେ ଥରେ ବୈଠକ ବସିବାର ନିୟମ ଥିଲେ…

୧୪ ଘଣ୍ଟା ପରେ ଉଠାଗଲା ମୃତଦେହ

ଅନୁଗୋଳ ଅଫିସ୍‌, ୧୩ା୭: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଜଣେ ରୋଗୀଙ୍କ ମୃତ୍ୟୁ ପରେ କରୋନା ସନ୍ଦେହରେ ଦୀର୍ଘ ୧୪ ଘଣ୍ଟା ମୃତଦେହ ପକାଇ ରଖାଯାଇଥିଲା। ରବିବାର ଅପରାହ୍ନ ୪ଟାରେ ସ୍ବାବ୍‌ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଶବ ବ୍ୟବଚ୍ଛେଦ…

କଟକଣା ମାନୁନାହାନ୍ତି ବାବୁ: ପ୍ରଶାସନ ନିର୍ଦ୍ଦେଶନାମା ଉଲ୍ଲଂଘନ ଚର୍ଚ୍ଚା

ଅନୁଗୋଳ ଅଫିସ୍‌, ୧୩ା୭: କୌଣସି ହଟ୍‌ସ୍ପଟ ଜିଲା ବା ରାଜ୍ୟ ବାହାରୁ ଆସୁଥିବା ଲୋକମାନେ ବାଧ୍ୟତାମୂଳକ ଭାବେ ୧୪ ଦିନିଆ ସରକାରୀ କ୍ବାରାଣ୍ଟାଇନ୍‌ରେ ରହିବେ ବୋଲି ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ଶନିବାର ନିର୍ଦ୍ଦେଶନାମା (ନଂ ୩୪୧/ଆବାସିକ/୧୧ା୭ା୨୦୨୦) ଜାରି କରାଯାଇଛି। ଏହାପୂର୍ବରୁ…

ପୂର୍ତ୍ତ ରାସ୍ତାରେ ପଥଚାରୀ ହୀନସ୍ତା: ଶୁଖିଲାରେ ଧୂଳି, ବର୍ଷାରେ କାଦୁଅ

କଣିହାଁ, ୧୩ା୭(ଡି.ଏନ.ଏ.) ଅନୁଗୋଳ ଜିଲା କଣିହାଁ ବ୍ଲକ ମହକୁମା ହାଟ ପଡିଆଠାରୁ ପାଉଁଶ ପୋଖରୀ କଡ ଦେଇ ଯାଇଥିବା ପୂର୍ତ୍ତ ରାସ୍ତାରେ ହୀନସ୍ତା ହେଉଛନ୍ତି ପଥଚାରୀ। ତାଳଚେର ପୂର୍ତ୍ତ ବିଭାଗ ଅଧୀନରେ ଥିବା ଏହି ରାସ୍ତା ଡେରେଙ୍ଗ, କାକୁଡିଆ, ବଡଗୁଣ୍ଡୁରୀ ପଞ୍ଚାୟତ…

ପ୍ରଘଟ ହେଉଛି କରୋନା ସଂକ୍ରମିତଙ୍କ ତଥ୍ୟ

ଅନୁଗୋଳ ଅଫିସ, ୧୩ା୭: କରୋନା ସଂକ୍ରମିତଙ୍କ ପରିଚୟ ବାହାରେ ପ୍ରକାଶ ନ କରିବାକୁ ସରକାରଙ୍କ କଡ଼ା ନିର୍ଦ୍ଦେଶ ରହିଛି। କିନ୍ତୁ ଅନୁଗୋଳ ଜିଲାରେ ଠିକ୍‌ ଭାବେ ଏହା ପାଳନ କରାଯାଉ ନ ଥିବା ଦେଖାଯାଉଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲା…

ଗୁଣ୍ଡୁରି କରିଛି ଆତ୍ମନିର୍ଭରଶୀଳ

କଣିହାଁ,୧୨ା୭ (ସଚ୍ଚିଦାନନ୍ଦ ପ୍ରଧାନ): ଶିକ୍ଷିତ ହୋଇଥିବାରୁ ଚାକିରି କରିବାକୁ ଚାହିଁଥିଲେ। କିନ୍ତୁ ସେଥିରେ ମନ ମାନି ନ ଥିଲା। ତେଣୁ ଚାକିରି ଛାଡ଼ି ଆତ୍ମନିର୍ଭରଶୀଳ ହେବାକୁ ନିଷ୍ପତ୍ତି ନେବା ସହ ଆରମ୍ଭ କରିଥିଲେ ଗୁଣ୍ଡୁରି ପକ୍ଷୀ (କୋଏଲ) ଓ କୁକୁଡ଼ା ପାଳନ।…

ବିନା ରସିଦ୍‌ରେ ଜରିମାନା

ଅନୁଗୋଳ ଅଫିସ୍‌, ୧୨ା୭: ଅନୁଗୋଳ ତହସିଲ ଅଧୀନ ଅଞ୍ଚଳରେ ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ବଢିବାରେ ଲାଗିଛି। ଏଥିରେ ତହସିଲ କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କ ସମ୍ପୃକ୍ତି ଥିବା ଚର୍ଚ୍ଚା ଜୋର ଧରିଛି। ଏପରିକି ମାଫିଆଙ୍କ ଗାଡି ଯାଞ୍ଚ ବେଳେ ଜରିମାନା…

ଖୁଣ୍ଟରେ ଝୁଲୁଛି ‘ସୌଭାଗ୍ୟ’

ବଇଣ୍ଡା, ୧୨ା୭(ଡି.ଏନ.ଏ.) ସୌଭାଗ୍ୟ ଯୋଜନାରେ ସାମିଲ ହୋଇ ମଧ୍ୟ ବିଜୁଳି ଆଲୁଅରୁ ବଞ୍ଚିତ ୩୦ ପରିବାର। ଟ୍ରାନ୍ସଫର୍ମର ବସିଛି, ଖୁଣ୍ଟ ପୋତି ତାର ବି ଟଣାଯାଇଛି। ହେଲେ ଖୁଣ୍ଟରେ ହିଁ ଝୁଲି ରହିଛି ଯୋଜନା ସହ ହିତାଧିକାରୀଙ୍କ ଭାଗ୍ୟ। ଫଳରେ ୩…

ଗଞ୍ଜାମ, ଯାଜପୁର ଫେରନ୍ତାଙ୍କୁ ଅନୁଗୋଳ ମନା: ଜିଲାପାଳ

ଅନୁଗୋଳ ଅଫିସ,୧୧।୭: ଅନୁଗୋଳ ଜିଲାରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଜିଲାରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୧ରେ ପହଞ୍ଚିଛି। ଏଥିରେ ରୋକ ଲଗାଇବା ପାଇଁ ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି ନୂତନ ପଦକ୍ଷେପ…

ମାଓବାଦୀ ମୁକ୍ତ ସତ୍ତ୍ୱେ ସତର୍କ ରହିବା: ଏସ୍‌ପି

ଅନୁଗୋଳ ଅଫିସ୍‌, ୧୧ା୭ – ଅନୁଗୋଳ ଜିଲାରେ ଏବେ ମାଓବାଦୀଙ୍କ ଚଳପ୍ରଚଳ ନାହିଁ। ଗତ ଦୁଇ ବର୍ଷ ମଧ୍ୟରେ ମାଓବାଦୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ତେଣୁ ମାଓପ୍ରବଣ ଜିଲା ତାଲିକାରୁ ଅନୁଗୋଳକୁ ସରକାର ମୁକ୍ତ କରିଛନ୍ତି। ଓଡ଼ିଶା ପୋଲିସ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?