ସିବିଏସ୍‌ଇ ପରୀକ୍ଷା ଫଳାଫଳ ପ୍ରକାଶ: ଟପ୍‌ ତାଲିକାରେ ନାଲ୍‌କୋ ଛାତ୍ର

ବଅଁରପାଳ,୧୫ା୭(ଡି.ଏନ୍‌.ଏ.): କେନ୍ଦ୍ରୀୟ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦଶମ ଶ୍ରେଣୀ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ ନାଲ୍‌କୋ ଡିପିଏସ୍‌ର ଛାତ୍ରୀଛାତ୍ର ବେଶ୍‌ ସଫଳତା ହାସଲ କରିଛନ୍ତି। ସ୍କୁଲରୁ ମୋଟ୍‌ ୧୭୧ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୭୦ ଜଣ ପାସ୍‌ କରିଛନ୍ତି।
ଛାତ୍ର ଶ୍ରୀତମ ମହାନ୍ତି ସର୍ବାଧିକ ୪୯୧ ନମ୍ବର ତଥା ୯୮.୨ ପ୍ରତିଶତ ରଖି ସ୍କୁଲର ଟପ୍ପର ହୋଇଛନ୍ତି। ସେହିପରି ଛାତ୍ରୀ ନିକିତା ନିଶିପ୍ରଭା ୨ୟ ସ୍ଥାନ ଓ ଛାତ୍ର ଅନୁରାଗ ପ୍ରଧାନ ୩ୟ ସ୍ଥାନରେ ରହିଥିବା ଜଣାପଡ଼ିଛି। ସେହିପରି ୩୨ ଜଣ ଛାତ୍ରୀଛାତ୍ର ୯୫ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖି ପାସ୍‌ କରିଛନ୍ତି। ୬୬ ଜଣ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ୧୨୮ ଜଣ ୭୫ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ସେହିପରି ୧୬୦ ଜଣ ଛାତ୍ରୀଛାତ୍ର ପ୍ରଥମ ଶ୍ରେଣୀରେ ପାସ କରିଥିବା ଜଣାପଡ଼ିଛି। ସ୍କୁଲର ଏହ ସଫଳତା ପାଇଁ ସ୍କୁଲ କମିଟିର ଅଧ୍ୟକ୍ଷ ବିପି ଖଣ୍ଡେଲଓ୍ବାଲା, ଉପାଧ୍ୟକ୍ଷ ବି.ଏମ୍‌ ଥାପ୍ପର, ଉପାଧ୍ୟକ୍ଷ ମନସା ପ୍ରସାଦ ମିଶ୍ର, ସ୍କୁଲ ଅଧ୍ୟକ୍ଷ ବିକେ ମିଶ୍ର, ସଭ୍ୟ ଏସ୍‌ଏନ୍‌ ସାହୁ ପ୍ରମୁଖ ସମସ୍ତ ଛାତ୍ରୀଛାତ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କ ମୃତ୍ୟୁକୁ ନେଇ ଥାନାରେ ହତ୍ୟା ଅଭିଯୋଗ: ଅକଳରେ ବନ ବିଭାଗ

ପାଲଲହଡା,୨୨।୧୨(ଡି.ଏନ.ଏ.) – ଜଙ୍ଗଲକୁ ଜାଳେଣି ସଂଗ୍ରହ ପାଇଁ ଯାଇଥିବା ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ବନ କର୍ମଚାରୀଙ୍କ ବିରୋଧରେ ପାଲଲହଡ଼ା ଥାନାରେ ଏତଲା ଦିଆଯାଇଛି। ସ୍ବାମୀଙ୍କୁ...

ନିଖୋଜ ଅଙ୍ଗନୱାଡି ସହାୟିକାଙ୍କୁ ତୁରନ୍ତ ଖୋଜି ବାହାର କରିବା ଦାବି: ଉପଜିଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ

ଆଠମଲ୍ଲିକ,୨୬ା୧୧(ଡି.ଏନ.ଏ.)- ଗତ ଅକ୍ଟୋବର ୯ରୁ ନିଖୋଜ ଥିବା ଅଙ୍ଗନୱାଡି ସହାୟିକା ବାଲି ପ୍ରଧାନଙ୍କୁ ତୁରନ୍ତ ଖୋଜି ବାହାର କରିବା ଦାବି ନେଇ ମଙ୍ଗଳବାର ଆଞ୍ଚଳିକ ମହିଳା...

କଟକ ସହରରୁ ଥମୁନି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଆଜି ୫୪ ପଜିଟିଭ୍‌ ଚିହ୍ନଟ

କଟକ ଅଫିସ,୨୨ା୭: ବୁଧବାର କଟକ ସହରରୁ ୫୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସହରରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୫୨ରେ ପହଞ୍ଚିଥିବା କଟକ...

ପିପିଲିରେ ଖୋଲିଲା କୋଭିଡ୍‌ ଶେଡ, ସମୀକ୍ଷା କଲେ ମନ୍ତ୍ରୀ

ପିପିଲି,୪।୫(ସ୍ବ.ପ୍ର.): ପିପିଲିର ସ୍ଥାନୀୟ ଏକ ଇଞ୍ଜିନିୟରିଂ କଲେଜରେ ପ୍ରବାସୀମାନଙ୍କ ପାଇଁ ପୁରୀ ଜିଲା ଅଭ୍ୟର୍ଥନା କକ୍ଷ(କୋଭିଡ ଶେଡ) ଖୋଲାଯାଇଛି। ପୁରୀକୁ ପ୍ରବାସୀଙ୍କୁ ନେଇ ଆସୁଥିବା ପ୍ରତ୍ୟେକ...

ଚୋରା ମୋରମ ଚାଲାଣର ଭୂସ୍ୱର୍ଗ

କୋରେଇ,୨।୨(ସ୍ୱ.ପ୍ର.): ଯାଜପୁର ଜିଲା ବ୍ୟାସନଗର ତହସିଲ ଅଞ୍ଚଳ ମୋରମ ଚୋରାଚାଲାଣର ଭୂସ୍ୱର୍ଗ ପାଲଟିଛି। ମଞ୍ଜୁରୀ, ଖମିଗାଁ, ମଲାରିଆ, କୋରାବନ୍ଦୀ, ପୂର୍ବକୋଟ, କନ୍ତୋର ଇତ୍ୟାଦି ମୌଜାରୁ ଓଭରଲୋଡିଂ...

ରାୟଗଡ଼ାରେ ଏସ୍‌ଟିଏଫ୍‌ ଟିମ୍‌ର ଚଢ଼ାଉ: କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ରତ୍ନପଥର ଜବତ

ରାୟଗଡ଼ା ଅଫିସ,୭ା୧୨-ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌(ସ୍ପେଶାଲ୍‌ ଟାସ୍କ ଫୋର୍ସ) ସୋମବାର ରାୟଗଡ଼ା ଜିଲାରୁ ବିପୁଳ ପରିମାଣର ମୂଲ୍ୟବାନ୍‌ ରତ୍ନପଥର ଜବତ କରିଛି। ରାୟଗଡ଼ା ସହରସ୍ଥିତ ଜଗନ୍ନାଥ କମ୍ପ୍ଲ୍ଲେକ୍ସର...

ରାଜ୍ୟରେ ସୁସ୍ଥ ହେଲେ ଆଉ ୩୩୭୮ କରୋନା ଆକ୍ରାନ୍ତ: କଟକ ଜିଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୨୭।୯(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୩୩୭୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକ ଜିଲାରୁ ସର୍ବାଧିକ ୫୪୦ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୨୮୯, ପୁରୀରୁ ୨୦୦,...

ଲକଡାଉନ ନ ମାନି ୨ ଗିରଫ

ବଇଣ୍ଡା, ୩୦ା୩(ଡି.ଏନ.ଏ.)- କରୋନା ପାଇଁ ଭାରତ ସରକାର ୨୧ ଦିନ ସାରା ଦେଶରେ ଲକଡାଉନ ଜାରି କରିଥିବାବେଳେ ଏହି କଟକଣା ନ ମାନି ୨ ଜଣ...

Advertisement

BGU

Archives

Model This Week

Why Dharitri