Posted inTrending, ଖେଳ

ମାତ୍ର ୨ ରନ ପାଇଁ ଶତକରୁ ବଞ୍ଚିତ ହେଲେ ଗିଲ: କିନ୍ତୁ ପ୍ରଥମ ଭାରତୀୟ ଭାବେ ହାସଲ କଲେ ଏମିତି କାରନାମା

ଓ୍ବେଲିଂଟନ,୨୧।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଦମ୍‌ଦାର ବ୍ୟାଟିଂ କରିଛନ୍ତି ଭାରତୀୟ ଅଧିନାୟକ ଶୁବମନ ଗିଲ। ତେବେ ଶତକରୁ ମାତ୍ର ୨ ରନ ଦୂରରେ ରହିଯାଇଛନ୍ତି ସେ। ୧୪୬ଟି ବଲ୍‌ରୁ ୯ଟି ଚୌକା ଓ ୨ଟି ଛକା ସହ ୯୮ ରନ କରିଥିବା ଗିଲ ଦିନର ଶେଷ ଓଭରରେ ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଜ୍ୟାକବ ଡଫିଙ୍କ ବଲରେ ବୋଲ୍ଡ ହୋଇଥିଲେ। ଶତକରୁ ବଞ୍ଚିତ ହୋଇଥିଲେ ମଧ୍ୟ ଏହି ଇନିଂସରେ ସେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (WTC)ରେ ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି।

ଶୁବମନ ଗିଲ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ଭାରତ ପକ୍ଷରୁ ସର୍ବାଧିକ ରନ କରିଥିବା ବ୍ୟାଟର୍ଙ୍କ ତାଲିକାରେ ଶୀର୍ଷରେ ଅଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଏହି ଟେଷ୍ଟର ତୃତୀୟ ଦିନର ତୃତୀୟ ସେସନର ସେ ନିଜର ୩୦୦୦ WTC ରନ ପୂରଣ କରିଥିଲେ। WTC ଇତିହାସରେ ୩୦୦୦ ରନ୍‌ର ମାଇଲଖୁଣ୍ଟ ଛୁଇଁବାରେ ଗିଲ ହେଉଛନ୍ତି ପ୍ରଥମ ଭାରତୀୟ ବ୍ୟାଟର। ଏହି ମ୍ୟାଚ ପୂର୍ବରୁ ଏହି ରେକର୍ଡ ହାସଲ ପାଇଁ ତାଙ୍କୁ ଆଉ ୮୩ ରନ୍‌ର ଆବଶ୍ୟକତା ଥିଲା। ନିଜ ଇନିଂସର ୧୧୭ତମ ବଲ୍‌ରେ ୮୩ତମ ରନ କରିବା ସହ ସେ ଏହି ଐତିହାସିକ ଉପଲବ୍ଧି ହାସଲ କରିଥିଲେ। ଶତକରୁ ମାତ୍ର ୨ ରନ ଦୂରରେ ଆଉଟ ହେବା ସହ ଗିଲଙ୍କ ନାମରେ ଏକ ଅଲୋଡ଼ା ରେକର୍ଡ ମଧ୍ୟ ଯୋଡ଼ି ହୋଇଛି। ତାଙ୍କ ଟେଷ୍ଟ କ୍ୟାରିୟରରେ ଚତୁର୍ଥ ଥର ପାଇଁ ସେ ୯୦ରୁ ୯୯ ରନ ମଧ୍ୟରେ ଆଉଟ ହୋଇଛନ୍ତି। ଏହାସହ ଗତ ୮ ବର୍ଷ ମଧ୍ୟରେ ପ୍ରଥମ ଥର କୌଣସି ଭାରତୀୟ ଟେଷ୍ଟ ଅଧିନାୟକ ନର୍ଭସ ନାଇଣ୍ଟିଜ୍‌ର ଶିକାର ହୋଇଛନ୍ତି। ଗିଲଙ୍କ ପୂର୍ବରୁ ୨୦୧୮ରେ ଇଂଲଣ୍ଡ ଗସ୍ତ ସମୟରେ ବିରାଟ କୋହଲି ଏଭଳି ଭାବେ ଆଉଟ ହୋଇଥିଲେ।

ଶୁବମନ ଗିଲ ଶତକରୁ ବଞ୍ଚିତ ହୋଇଥିଲେ ମଧ୍ୟ ଭାରତୀୟ ବ୍ୟାଟରଙ୍କ ପାଇଁ ତୃତୀୟ ଦିନଟି ବେଶ ସଫଳ ରହିଥିଲା। ଦିନର ଖେଳ ଶେଷ ସୁଦ୍ଧା ଭାରତ ୪ଟି ଉଇକେଟ ହରାଇ ୪୮୬ ରନ ସଂଗ୍ରହ କରିଛି। ପ୍ରଥମ ଇନିଂସ ଆଧାରରେ ଭାରତ ଏବେ ୧୧୮ ରନ୍‌ର ଅଗ୍ରଣୀ ହାସଲ କରିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ୱେଲିଂଟନରେ ଟିମ୍‌ଇଣ୍ଡିଆର ରେକର୍ଡ ବର୍ଷା: ରାହୁଲ ଏକାକୀ କଲେ ୬ ରେକର୍ଡ

ୱେଲିଂଟନ,୨୧।୧୧:ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୱେଲିଂଟନ ଟେଷ୍ଟର ତୃତୀୟ ଦିନରେ ରେକର୍ଡର ବର୍ଷା ହୋଇଛି। ଗୋଟିଏ ପଟେ କେଏଲ ରାହୁଲ ଐତିହାସିକ ଶତକ ହାସଲ କରି…

ଆର୍‌ଆଇଙ୍କୁ ମରଣାନ୍ତକ ଆକ୍ରମଣ, ଜମିମାଫିଆଙ୍କୁ ନେଇ ବଢୁଛି ସନ୍ଦେହ

ରାଉରକେଲା,୨୧ା୧୧(ସଙ୍ଗୀତା ଜେନା): ସରକାରୀ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ଜମି ମାଫିଆଙ୍କ ବେଆଇନ କାର୍ଯ୍ୟକଳାପକୁ ସହଯୋଗ ନ କରିବା ଏବଂ ସରକାରୀ ନିୟମ ଅନୁଯାୟୀ…

ଟ୍ରମ୍ପଙ୍କ ବଡ଼ ଚେତାବନୀ, ବିଦେଶରେ AI ଡାଟା ସେଣ୍ଟର ନିର୍ମାଣ କରୁଥିବା ଆମେରିକୀୟ କମ୍ପାନୀଗୁଡ଼ିକ ବିରୋଧରେ ନେବେ କଠୋର ପଦକ୍ଷେପ

ଓ୍ବାଶିଂଟନ,୨୧।୧୧: ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକୀୟ କୃତ୍ରିମ ବୁଦ୍ଧିମତ୍ତା (AI) କମ୍ପାନୀଗୁଡ଼ିକୁ ବିଦେଶରେ ଡାଟା ସେଣ୍ଟର ବିକାଶ କରିବାରୁ ରୋକିବା ଏବଂ ଆମେରିକା ଭିତରେ ନିବେଶକୁ…

୧୨ ବର୍ଷ ପରେ ନ୍ୟୁଜିଲାଣ୍ଡ ମାଟିରେ ଐତିହାସିକ ରେକର୍ଡ କଲେ ଶୁବମନ ଗିଲ

ଓ୍ବେଲିଂଟନ,୨୧।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ଦମ୍‌ଦାର ବ୍ୟାଟିଂ କରିଛନ୍ତି ଭାରତୀୟ ଅଧିନାୟକ ଶୁବମନ ଗିଲ। ଆକ୍ରମଣାତ୍ମକ ଅନ୍ଦାଜରେ ବ୍ୟାଟିଂ କରି ମାତ୍ର…

‘ମୋ ସ୍ତ୍ରୀ କାନ୍ଦୁଥିଲେ… ତା’ପରେ ମୋ ପାଖକୁ ଗୌତମ ଗମ୍ଭୀରଙ୍କ ଫୋନ ଆସିଲା…’ ଏମିତି କହି କାନ୍ଦି ପକାଇଲେ ସରଫରାଜ ଖାନ

ନୂଆଦିଲ୍ଲୀ,୨୧।୧୧: ସରଫରାଜ ଖାନ ବର୍ତ୍ତମାନ ଭାରତୀୟ ଦଳର ଅଂଶ ନୁହଁନ୍ତି। ପୂର୍ବତନ କ୍ରିକେଟର ଆକାଶ ଚୋପ୍ରାଙ୍କ ଶୋ’ ‘ବୈଠ ଔର୍‌ ବୋଲ’ (Baith Aur Bol) ରେ,…

ଭାରତର ୪ ରାଫେଲ ଯୁଦ୍ଧବିମାନ ନିଖୋଜ: ରିପୋର୍ଟ

ନୂଆଦିଲ୍ଲୀ,୨୧ା୧୧: ଭାରତୀୟ ବାୟୁସେନାର ୩୬ ରାଫେଲ ଯୁଦ୍ଧବିମାନ ମଧ୍ୟରୁ ୪ଟି କମ୍‌ ରହିଥିବା ନେଇ ବ୍ରିଟିଶ୍‌ ବିମାନ ଚଳାଚଳ ସଂସ୍ଥାର ଏକ ପତ୍ରିକାରେ ରିପୋର୍ଟ କରାଯାଇଥିବାବେଳେ ବାୟୁସେନାର…

ସୁନା କିଣୁଥିଲେ ସାବଧାନ! ରେନିୟମ-ଇରିଡିୟମ ମିଶାଇ ବଢ଼ାଯାଉଛି ଗହଣାର ଓଜନ; ରିପୋର୍ଟ କଲା ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୧।୧୧: ସୁନା କିଣୁଥିବା ଗ୍ରାହକଙ୍କ ପାଇଁ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ସୁନାରେ ରେନିୟମ (Rhenium) ଏବଂ ଇରିଡିୟମ (Iridium) ଭଳି ଧାତୁର…

IND A VS NEP: ବିଜୟ ସହିତ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଲା ଭାରତ, ପଛରେ ରହିଗଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୧: ୨୦୨୬ ଏସିଆ କପ ‘ରାଇଜିଂ ଷ୍ଟାର୍ସ’ (Rising Stars) ଟୁର୍ଣ୍ଣାମେଣ୍ଟରେ ଭାରତ ଏକ ଚମତ୍କାର ଆରମ୍ଭ କରିଛି। ଦୋହାରେ ନେପାଳ ବିପକ୍ଷରେ ଖେଳାଯାଇଥିବା ଏକ ମ୍ୟାଚରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?