ବନ୍ଦ ହେଲା ଜେଲ ଫାଟକ, ଲାଗିବ କ୍ୟାମେରା
ଅନୁଗୋଳ ଅଫିସ, ୧୦।୫ – ରାଜ୍ୟ ଜେଲ ବିଭାଗ ନିର୍ଦ୍ଦେଶକ ସନ୍ତୋଷ ଉପାଧ୍ୟାୟ ସମସ୍ତ ଜେଲ୍ ପାଇଁ ଜାରି କରିଥିବା କଟକଣା ଅନୁଗୋଳରେ ପାଳନ କରାଯାଉ ନ ଥିବା ଅଭିଯୋଗ ହୋଇଥିଲା। ଏ ନେଇ ‘ଧରିତ୍ରୀ’ରେ ଶୁକ୍ରବାର ଖବର ପ୍ରକାଶ ପରେ…
ଲାଭ କମାଇନି ଲକ୍ଡାଉନ
(ଅଜିତ କୁମାର ଧଳ) ଛେଣ୍ଡିପଦା, ୧୦ା୫ – ସରକାର କଟକଣା ଲଗାଇଥିବାରୁ ପୂର୍ବପରି ରାସ୍ତାରେ ଚାଲୁନି ଗାଡ଼ି। ହେଲେ ଯେଉଁ ଅଳ୍ପ କେତେଜଣ ଯାତାୟାତ କରୁଛନ୍ତି ସେମାନେ ଆମଠାରୁ ବାଡ଼ି ପରିବା କିଣି ନେଉଛନ୍ତି। ରାଜପଥ ପାର୍ଶ୍ୱରେ ଫସଲ ହୋଇଥିବା ଦେଖି…
ଛତିଶଗଡ଼, ଝାଡ଼ଖଣ୍ଡ ଗଲେ ୧୦୬
ଅନୁଗୋଳ ଅଫିସ/ଛେଣ୍ଡିପଦା/ପାଲଲହଡ଼ା, ୯।୫- ଅନୁଗୋଳ ଜିଲାର ବିଭିନ୍ନ ବ୍ଲକରେ କ୍ବାରାଣ୍ଟାଇନ୍ ଅବଧି ସମାପ୍ତ କରିଥିବା ଛତିଶଗଡ଼ର ୭୫ ଜଣ ଶ୍ରମିକଙ୍କୁ ଏକ ସ୍ବତନ୍ତ୍ର ବସ୍ ଯୋଗେ ତାଙ୍କ ଅଞ୍ଚଳକୁ ପଠାଯାଇଛି। ସେମାନଙ୍କ ମଧ୍ୟରୁ ଅନୁଗୋଳ ବ୍ଲକରେ ୨୪ ଜଣ, ବଅଁରପାଳ ବ୍ଲକରେ…
ଗୁଜରାଟ, ମହାରାଷ୍ଟ୍ରରୁ ଆସୁଛନ୍ତି ୧୦୯ ପ୍ରବାସୀ
ଅନୁଗୋଳ ଅଫିସ, ୯।୫- ମହାରାଷ୍ଟ୍ର ଓ ଗୁଜରାଟରୁ ଓଡ଼ିଶାକୁ ଆସୁଥିବା ଦୁଇଟି ଶ୍ରମିକ ସ୍ପେଶାଲ ଟ୍ରେନ୍ରେ ଅନୁଗୋଳ ଜିଲାର ୧୦୯ ଜଣ ଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଶ୍ରମିକମାନେ ପହଞ୍ଚତ୍ବା ପରେ ସେମାନଙ୍କୁ ସ୍ବତନ୍ତ୍ର ବସ୍ରେ ଅନୁଗୋଳ…
ଫୁଲୁପଡ଼ା ଅଞ୍ଚଳରେ ହାତୀପଲ ଉପଦ୍ରବ; ବ୍ୟାପକ ବାଇଗଣ ଫସଲ ନଷ୍ଟ, ଲୋକେ ଭୟଭୀତ
ବଅଁରପାଳ,୯।୫(ଡି.ଏନ.ଏ.)-ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଫୁଲୁପଡା ଓ ସାନ୍ତରାପୁର (ଖ) ଅଞ୍ଚଳରେ ଶନିବାର ଭୋର ସମୟରେ ହାତୀ ଉପଦ୍ରବ କରିଛନ୍ତି। ଖଣ୍ଡହତାରୁ ୮ରୁ ଊର୍ଦ୍ଧ୍ୱ ହାତୀ ପଳାଇ ଆସି ସ୍ଥାନୀୟ ଲୋକଙ୍କ ବାଡ଼ି ବଗିଚାରେ ପଶି ବହୁ ଫସଲ ନଷ୍ଟ କରିଥିଲେ।…
ଆନ୍ଧ୍ର ଫେରନ୍ତା ପରିବାରକୁ କ୍ୱାରାଣ୍ଟାଇନରେ ରଖାଗଲା
ବଇଣ୍ଡା,୯।୫(ଡି.ଏନ.ଏ.)-ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ଅଞ୍ଚଳକୁ ଆନ୍ଧ୍ରରୁ ଆସିଥିବା ଗୋଟିଏ ପରିବାରର ୩ ସଦସ୍ୟଙ୍କୁ ନୁନୁକାପଶି ପଞ୍ଚାୟତ ଓ ହଣ୍ଡପା ପୋଲିସ ପକ୍ଷରୁ ଶନିବାର ବଇଣ୍ଡା ରାମଦେଓ ହାଇସ୍କୁଲଠାରେ ଥିବା କ୍ୱାରାଣ୍ଟାଇନ ସେଣ୍ଟରରେ ରଖାଯାଇଛି। ସେମାନଙ୍କ ମଧ୍ୟରେ ଜଣେ ମହିଳା…
ବାଛରିକୁ ପିଟିପିଟି ମାରିଦେଲେ, ଯୁବକ ଗିରଫ
ବଇଣ୍ଡା,୯।୫(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ତଲେଇପଥର ଗ୍ରାମର ନଥିଲା ଭୋଇଙ୍କ ଏକ ବାଛୁରିକୁ ଶୁକ୍ରବାର ରାତିରେ କଟକ ଜିଲା ମାହାଙ୍ଗା ଥାନା ନିଆଳି ଗ୍ରାମର ଅମରେଶ୍ୱର ବାରିକ ଠେଙ୍ଗାରେ ପିଟିପିଟି ମାରି ଦେଇଥିବା ଶନିବାର ନଥିଲା ଠାକୁରଗ଼ଡ଼ ଥାନାରେ ଅଭିଯୋଗ କରିଛନ୍ତି।…
ଅନ୍ୟ ଜିଲାକୁ ଗଲେ ୫୩ ଶ୍ରମିକ
ଅନୁଗୋଳ ଅଫିସ, ୯।୫ – ଅନୁଗୋଳରେ ଥିବା ବାହାର ଜିଲାର ୫୩ ଜଣ ଶ୍ରମିକ ଶୁକ୍ରବାର ସେମାନଙ୍କୁ ଘରକୁ ଫେରିଛନ୍ତି। ଦୁଇଟି ବସ୍ରେ ସେମାନଙ୍କୁ କଳାହାଣ୍ଡି, ବଲାଙ୍ଗୀର ଓ ବୌଦ୍ଧ ଜିଲାକୁ ପଠାଯାଇଛି। ଲକ୍ଡ଼ାଉନ୍ ସମୟରେ ଶ୍ରମିକମାନେ ଅନୁଗୋଳ ଜିଲା ଦେଇ…
୨୯୦ ପରିବାରକୁ ରାଶନ ପ୍ରଦାନ
ଅନୁଗୋଳ ଅଫିସ, ୯।୫ – ଅନୁଗୋଳ ସ୍ଥିତ ସାତକୋଶିଆ ଅଭୟାରଣ୍ୟ ଓ ପାର୍ଶ୍ୱବର୍ତ୍ତୀ ୧୫ଟି ପଞ୍ଚାୟତର ୨୯୦ ଅସହାୟ ପରିବାରଙ୍କୁ ଏଫ୍ଇଏସ୍ ପକ୍ଷରୁ ରାଶନ ସାମଗ୍ରୀ ପ୍ରଦାନ କରାଯାଇଛି। ଅଭୟାରଣ୍ୟ ମଧ୍ୟରେ ଥିବା ଅନୁଗୋଳ ଓ ଆଠମଲ୍ଲିକର ସାଲର, କଟରଙ୍ଗ, ଅସନବାହାଳି,…
କ୍ୱାରାଣ୍ଟାଇନ କଡ଼ାକଡ଼ି କରିବାକୁ ଦାବି
ତାଳଚେର,୯ା୫(ନି.ପ୍ର.) – ଓଡ଼ିଶା ବାହାରୁ ଅନୁଗୋଳ ଜିଲାକୁ ଆସୁଥିବା ଶ୍ରମିକ, ଛାତ୍ରୀଛାତ୍ର ତଥା ବ୍ୟକ୍ତି ବିଶେଷଙ୍କ ସମ୍ପର୍କରେ ଠିକ୍ ଭାବେ ସର୍ଭେ କରାଯାଇ ସେମାନଙ୍କୁ ମାସେ କିମ୍ବା ଅଧିକ ଦିନ ପର୍ଯ୍ୟନ୍ତ କାରାଣ୍ଟାଇନରେ ରଖିବାକୁ ତାଳଚେର ପରିବେଶ ସୁରକ୍ଷା ସମିତି ପକ୍ଷରୁ…
ବିଧାୟକଙ୍କ ପକ୍ଷରୁ ଖାଦ୍ୟ ବଣ୍ଟନ
ଅନୁଗୋଳ ଅଫିସ,୯ା୫ – ଲକ୍ଡାଉନ ଯୋଗୁ ଅସୁବିଧାରେ ଥିବା ଅନୁଗୋଳ ସହରର ଗରିବ ଓ ଅସହାୟମାନଙ୍କୁ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହଙ୍କ ପକ୍ଷରୁ ଖାଦ୍ୟ ବଣ୍ଟନ କରାଯାଉଛି। ଗତ ୫ ତାରିଖ ଠାରୁ ପୌରପାଳିକା ଜରିଆରେ ଦୈନିକ ୧୫୦ ଜଣଙ୍କୁ ସକାଳେ…
ହେଲେନି ସଚେତନ
ଅନୁଗୋଳ ଅଫିସ, ୯ା୫ – ସକାଳୁ ଅନୁଗୋଳ ପୋଲିସ ପକ୍ଷରୁ ସହରରେ ଫ୍ଲାଗ୍ମାର୍ଚ୍ଚ ସହ ଲୋକଙ୍କୁ ସଚେତନ କରାଯାଇଥିଲା। ହେଲେ ପୋଲିସ ଯିବା ପରେ ସହରର ଚିତ୍ର ବଦଳି ଯାଇଥିଲା। ଦୋକାନୀମାନେ ବିଭିନ୍ନ ସାମଗ୍ରୀ ବାହାରେ ରଖିବା ସହ ଗାଡ଼ିଗୁଡ଼ିକ ମଧ୍ୟ…

