୨ କୋଟିରୁ ଊର୍ଦ୍ଧ୍ୱ ଭତ୍ତା ଟଙ୍କାର ହିସାବ ମିଳିନି

ଆଠମଲ୍ଲିକ, ୧୬ା୭(ଡି.ଏନ.ଏ.) ବୃଦ୍ଧା, ବୃଦ୍ଧ, ବିଧବା ଓ ଦିବ୍ୟାଙ୍ଗଙ୍କ ପାଇଁ ସରକାର ଯୋଗାଇ ଦେଉଥିବା ୨କୋଟିରୁ ଊର୍ଦ୍ଧ୍ୱ ଭତ୍ତା ଟଙ୍କାର ହିସାବ ମିଳୁନି। ୨୦୧୧ରୁ ୨୦୧୯ ମଧ୍ୟରେ ମୋଟ୍‌ ୯ଜଣ ନିର୍ବାହୀ ଅଧିକାରୀ ଏହି ବଣ୍ଟନ ଦାୟିତ୍ୱରେ ଥିଲେ ହେଁ କେହି ଜଣେ ହିସାବ ଦେଇନାହାନ୍ତି। ଏ ନେଇ ଅନୁଗୋଳ ଜିଲା ଆଠମଲ୍ଲିକ ବିଡିଓ ସଞ୍ଜୟ କୁମାର ଆଚାର୍ଯ୍ୟ ଗତ ଶୁକ୍ରବାର ଥାନାରେ ଏତଲା ଦେଇଛନ୍ତି।
ଏତଲାରୁ ଜଣାପଡିଛି, ୨୦୧୧ରୁ ୨୦୧୯ ମଧ୍ୟରେ ଆଠମଲ୍ଲିକ ବ୍ଲକରୁ ଭତ୍ତା ବାଣ୍ଟିବା ପାଇଁ ୯ ଜଣ ନିର୍ବାହୀ ଅଧିକାରୀ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନେଇଛନ୍ତି l ହେଲେ ଏହି ଟଙ୍କାର ଆଜି ଯାଏଁ ହିସାବ ମିଳିନାହିଁ l ଇତି ମଧ୍ୟରେ ୮ ଜଣ ନିର୍ବାହୀ ଅଧିକାରୀଙ୍କ ବଦଳି ହୋଇଯାଇଥିବାବେଳେ ଜଣେ ପୁରୁଣା ଅଧିକାରୀ ଅଛନ୍ତି। ବଦଳି ଅଧିକାରୀ ଭାମି କଅଁରଙ୍କ ନାମରେ ୨୦୧୧-୧୨ ମସିହାରୁ ୧ ଲକ୍ଷ ୪୯ ହଜାର ୪୦୦ ଟଙ୍କା ଉଠାଯାଇଥିବା ଅଭିଯୋଗରେ ଦର୍ଶାଯାଇଛି। ସେହିପରି କିଶୋର ଚନ୍ଦ୍ର ପ୍ରଧାନଙ୍କ ନାମରେ ୨୦୧୫ରୁ ୨୦୧୯ ପର୍ଯ୍ୟନ୍ତ ୮୪ ଲକ୍ଷ, ମନୋରଞ୍ଜନଙ୍କ ନାମରେ ୨୦୧୧-୧୨ ମସିହାରୁ ୧ ଲକ୍ଷ ୨୬ ହଜାର, ନମେଶ୍ୱର କଅଁରଙ୍କ ନାମରେ ୨୦୧୧ରୁ ୨୦୧୩ ପର୍ଯ୍ୟନ୍ତ ୧୦ ଲକ୍ଷ ୯୬ ହଜାର ୪୦୦ ଟଙ୍କା ଉଠାଯାଇଛି। ପ୍ରଭାତ କୁମାର ପ୍ରଧାନ ୨୦୧୩ରୁ ୨୦୧୫ ମଧ୍ୟରେ ୧୪ ଲକ୍ଷ ୭୦ହଜାର, ରମେଶ ଚନ୍ଦ୍ର ମଲ୍ଲିକ ୨୦୧୧ରୁ ୨୦୧୩ ମଧ୍ୟରେ ୪ ଲକ୍ଷ ୨୦୦, ଶନିଶ୍ଚର ପ୍ରଧାନ ୨୦୧୧ରୁ ୨୦୧୬ ମଧ୍ୟରେ ୫୦ଲକ୍ଷ ୫୫ହଜାର, ଲବ କିଶୋର ଝାଙ୍କର ୨୦୧୭ରୁ ୨୦୧୮ ମଧ୍ୟରେ ୨୯ ଲକ୍ଷ ୯୮ ହଜାର ୯୦୦ ଓ ଧର୍ମାନନ୍ଦ ସିଂ ୨୦୧୧ରୁ ୨୦୧୩ ମଧ୍ୟରେ ୭ ଲକ୍ଷ ୯୮ ହଜାର ୨୦୦ଟଙ୍କା ବ୍ଲକ ଅଫିସରୁ ଉଠାଇ ଥିବା ଜଣାପଡିଛି। ଏହିପରି ସମୁଦାୟ ୨ କୋଟି ୫ ଲକ୍ଷ ୪୫ ହଜାର ୮୦୦ ଟଙ୍କା ଉଠିଥିବାବେଳେ ଏହାର ହିସାବ ଜଣାପଡିନାହିଁ।
ଏ ସମ୍ପର୍କରେ ବିଡିଓ କହିଛନ୍ତି, ନିର୍ବାହୀ ଅଧିକାରୀମାନେ ଏହି ଟଙ୍କାର କୌଣସି ହିସାବ ଦେଇନାହାନ୍ତି କି ବଳକା ଅର୍ଥ ଫେରସ୍ତ କରିନାହାନ୍ତି। ଏ ନେଇ ଥାନାରେ ଏତଲା ଦିଆଯାଇଛି। ତେବେ ନିର୍ବାହୀ ଅଧିକାରୀ ଲବ କିଶୋର ଝାଙ୍କର ଗତ ସୋମବାର ୨୯ଲକ୍ଷ ୯୮ହଜାର ୯ ଶହ ଟଙ୍କାର ହିସାବ ଦେଇ ୪ ଲକ୍ଷ ୨୨ହଜାର ଟଙ୍କା ବ୍ଲକ କାର୍ଯ୍ୟାଳୟକୁ ଫେରାଇଛନ୍ତି। ଏ ନେଇ ଆଇଆଇସି ପ୍ରିୟବ୍ରତ ଦାଶ କହିଛନ୍ତି, ଅଭିଯୋଗ ହୋଇଛି l ମାତ୍ର ବ୍ଲକ ପକ୍ଷରୁ ଅଡିଟ ରିପୋର୍ଟର ତଥ୍ୟ ଦିଆ ଯାଇନାହିଁ l ଏ ସଂକ୍ରାନ୍ତରେ ମାମଲା ରୁଜୁ କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶାହୀ ମସଜିଦକୁ ନେଇ ଉତ୍ତେଜନା, ପୋଲିସ ଉପରକୁ ପଥରମାଡ଼

ଭୋପାଳ,୨୮ା୯: ସିଂହସ୍ଥ-୨୦୨୮ ପ୍ରସ୍ତୁତି ମଧ୍ୟରେ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଶାହୀ ମସଜିଦର କିଛି ଅଂଶ ହଟାଇବାକୁ ନେଇ ବିବାଦ ତୀବ୍ର ହୋଇଛି । ସୋମବାର ପ୍ରଶାସନ ପକ୍ଷରୁ ପ୍ରଭାବିତ…

ମହିଳା ସାମ୍ବାଦିକାଙ୍କ ପ୍ରଶ୍ନରେ ଅଜବ ଇଙ୍ଗିତ କଲେ ମନ୍ତ୍ରୀ, ଭିଡିଓ ଭାଇରାଲ ପରେ ହଇଚଇ

ନ୍ୟୁୟର୍କ,୨୮ା୯: ଜାତିସଂଘ ସାଧାରଣ ସଭା ଅବସରରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ଏକ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଭିଡିଓରେ…

କଳିଙ୍ଗା ଘାଟିରେ ଭୂସ୍ଖଳନ ପରେ ଆସୁନି ଗାଡ଼ିମୋଟର, ଦରଦାମ୍‌ ଉପରେ ପଡୁଛି ଘୋର ପ୍ରଭାବ

ରାଇକିଆ,୨୮ା୯(ପ୍ରଦୀପ ବେହେରା): କଳିଙ୍ଗା ଘାଟିରେ ଭୂସ୍ଖଳନର ପ୍ରଭାବ କନ୍ଧମାଳ ଜିଲାବାସୀଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ବିଶେଷ କରି ରାଇକିଆ, ଜି. ଉଦୟଗିରି ଅଞ୍ଚଳକୁ ନିୟମିତ ବସ…

ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

ଆଫଗାନିସ୍ତାନ ସହ ମ୍ୟାଚ୍ ରଦ୍ଦ, ତଥାପି କିପରି ସେମିଫାଇନାଲରେ ପହଞ୍ଚିଲା ଭାରତ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୮ା୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ବିନା ମଇଦାନକୁ ଓହ୍ଲାଇ ସେମିଫାଇନାଲ୍‌ରେ ପହଞ୍ଚିଛି । ସୋମବାର ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ…

ସୃଷ୍ଟି ହେଲା ଅବପାତ: ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହୋଇ…

ଭୁବନେଶ୍ୱର,୨୮ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ମ୍ୟାନ୍‌ମାର ଉପକୂଳରେ ଅବପାତ ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି କ୍ରମଶଃ ଶକ୍ତିଶାଳୀ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି…

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

କେଦାରନାଥରେ ଅଘଟଣ: ପାହାଡ଼ରୁ ପଥର ଖସି ଚାଲିଗଲା ୫ ବର୍ଷ ଶିଶୁର ଜୀବନ, ୧୧୦୦ ଲୋକଙ୍କୁ ଉଦ୍ଧାର କରାଯାଇ…

ଡେରାଡୁନ୍‌,୨୮ା୯: ରବିବାର ସନ୍ଧ୍ୟାରେ କେଦାରନାଥର ଚିରବାସା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ରୁ ହଠାତ୍ ପଥର ଓ ମାଟି ଅସଡ଼ା ଧସିବା ଫଳରେ ଜଣେ ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?