ଗାଡ଼ିରେ ଜାତି ଷ୍ଟିକର ଲଗାଉଥିଲେ ସାବଧାନ! ସରକାର ଜାରି କଲେ କଟକଣା, ଏବେ ଆକ୍ସନ ନେବ RTO

ନୂଆଦିଲ୍ଲୀ,୨୧।୧୧: ଯଦି ଆପଣ ନିଜ କାର୍‌ କିମ୍ୱା ବାଇକ୍‌ରେ ଜାତି ସହ ଜଡ଼ିତ କୌଣସି ଶବ୍ଦ, ନାମ କିମ୍ୱା ଚିହ୍ନ ଲେଖାଇ ଚଳାଉଛନ୍ତି, ତେବେ ଏବେ ଏପରି କରିବା ଆପଣଙ୍କ ପାଇଁ ମହଙ୍ଗା ପଡ଼ିପାରେ। ଗୁଜରାଟ ସରକାର ଘରୋଇ ଯାନବାହନ ଉପରେ ଜାତି ଦର୍ଶାଉଥିବା ସାଇନବୋର୍ଡ, ଷ୍ଟିକର ଏବଂ ଲେଖା ଉପରେ ରୋକ ଲଗାଇଛନ୍ତି। ସରକାର ନଭେମ୍ୱର ୧୭ ତାରିଖରେ ଏନେଇ ଆନୁଷ୍ଠାନିକ ବିଜ୍ଞପ୍ତି (Notification) ଜାରି କରିଛନ୍ତି। ନୂଆ ନିୟମ ଅନୁଯାୟୀ, ଏବେ ଘରୋଇ ଗାଡ଼ିଗୁଡ଼ିକରେ ଜାତି ସହ ଜଡ଼ିତ କୌଣସି ବି ସଙ୍କେତ କିମ୍ୱା ଲେଖା ଲଗାଯାଇ ପାରିବ ନାହିଁ। ଆଗାମୀ ଦିନରେ ରାଜ୍ୟର ସମସ୍ତ RTO ଏବଂ ପୋଲିସ ଅଧିକାରୀମାନଙ୍କୁ ଏହି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯିବ।

ଗୁଜରାଟ ସରକାର ନଭେମ୍ୱର ୧୭ରେ ବିଜ୍ଞପ୍ତି ଜାରି କରି ମୋଟର ଭେହିକିଲ ରୁଲ୍ସ (Motor Vehicle Rules)ରେ ପରିବର୍ତ୍ତନ କରିଛନ୍ତି। ଏହା ଅଧୀନରେ ଘରୋଇ ଯାନବାହନ ଉପରେ ଜାତି ସହ ଜଡ଼ିତ ଯେକୌଣସି ପ୍ରକାରର ଚିହ୍ନ, ଶବ୍ଦ, ପ୍ରତୀକ କିମ୍ୱା ଲେଖାକୁ ନିଷିଦ୍ଧ କରାଯାଇଛି। ଏବେ କୌଣସି ବି ବ୍ୟକ୍ତି ନିଜ କାର୍‌ କିମ୍ୱା ବାଇକ୍ରେ ଜାତି ସୂଚାଉଥିବା ଷ୍ଟିକର କିମ୍ୱା ଅନ୍ୟ ଚିହ୍ନ ଲଗାଇ ପାରିବେ ନାହିଁ। ତେବେ, ରାଜ୍ୟ ସରକାର କୌଣସି ସାଧାରଣ କିମ୍ୱା ବିଶେଷ ଆଦେଶ ଜରିଆରେ କିଛି ମାମଲାରେ ଛାଡ଼ ଦେଇପାରନ୍ତି।

ମୋଟର ଭେହିକିଲ ରୁଲ୍ସରେ କ’ଣ କରାଗଲା ପରିବର୍ତ୍ତନ?

ଗୁଜରାଟ ମୋଟର ଭେହିକିଲ ରୁଲ୍ସର ନିୟମ ୧୨୫(୧)ରେ ସଂଶୋଧନ କରାଯାଇ ସେଥିରେ ‘କାଷ୍ଟ ସାଇନେଜ’ (Caste Signage) ଅର୍ଥାତ୍ ଜାତି ସହ ଜଡ଼ିତ ସଙ୍କେତ ଶବ୍ଦକୁ ସାମିଲ କରାଯାଇଛି। ଏହାବ୍ୟତୀତ ନିୟମ ୧୩୮ ଅଧୀନରେ ନୂଆ ସବ-ରୁଲ (୩) ଯୋଡ଼ାଯାଇଛି। ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଛାଡ଼କୁ ବାଦ ଦେଲେ କୌଣସି ବି ଘରୋଇ ଯାନବାହନରେ ବିଜ୍ଞାପନ ସହ ଜଡ଼ିତ କୌଣସି ଉପକରଣ, ଜାତିର ସଙ୍କେତ, ଫଟୋ କିମ୍ୱା ଲେଖା ପ୍ରଦର୍ଶନ କରାଯାଇ ପାରିବ ନାହିଁ। ଏହିପରି ଭାବେ ଏବେ ଜାତି ଦର୍ଶାଉଥିବା ଷ୍ଟିକର ଏବଂ ଅନ୍ୟାନ୍ୟ ଚିହ୍ନ ମଧ୍ୟ ନିୟମ ପରିସରଭୁକ୍ତ ହୋଇଯାଇଛି।

ଯାନବାହନର ରେଜିଷ୍ଟ୍ରେସନ ପ୍ଲେଟ୍ରେ କୌଣସି ପ୍ରକାରର ଷ୍ଟିକର ଲଗାଇବା କିମ୍ୱା ସେଥିରେ ପରିବର୍ତ୍ତନ କରିବା ପୂର୍ୱରୁ ହିଁ ନିଷିଦ୍ଧ ଅଟେ। ମୋଟର ଭେହିକିଲ ଆକ୍ଟର ଧାରା ୩୯ ଅନୁଯାୟୀ ରେଜିଷ୍ଟ୍ରେସନ ପ୍ଲେଟ ସହ କୌଣସି ପ୍ରକାରର ପରିବର୍ତ୍ତନ କିମ୍ୱା ନିୟମ ବିରୁଦ୍ଧ କାର୍ଯ୍ୟ ପାଇଁ ଅନୁମତି ନାହିଁ। ଏହାର ଉଲ୍ଲଂଘନ କଲେ ଧାରା ୧୯୨ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ତେବେ ଗୁଜରାଟ ସରକାରଙ୍କ ନୂଆ ସଂଶୋଧନରେ ଘରୋଇ ଗାଡ଼ିଗୁଡ଼ିକରେ ଜାତି ସହ ଜଡ଼ିତ ସଙ୍କେତକୁ ଅଲଗା ଭାବେ ନିଷିଦ୍ଧ କରାଯାଇଛି। ଏହାର କାରଣ ହେଉଛି ମୋଟର ଭେହିକିଲ ରୁଲ୍ସରେ ପରିବର୍ତ୍ତନ କରିବା ରାଜ୍ୟ ସରକାରଙ୍କ ଅଧିକାର କ୍ଷେତ୍ର ମଧ୍ୟରେ ଆସେ।

ଗୁଜରାଟ ସରକାରଙ୍କ ସୂତ୍ର ମୁତାବକ, ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ (MoRTH) ଚଳିତ ବର୍ଷ ଘରୋଇ ଗାଡ଼ିଗୁଡ଼ିକରେ ଜାତି ସହ ଜଡ଼ିତ ସଙ୍କେତ ଦେଖାଇବା ମାମଲାରେ ଆଡଭାଇଜରୀ ଜାରି କରିଥିଲା। ଏହାପରେ ଗୁଜରାଟର ପୋର୍ଟସ ଆଣ୍ଡ ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟ ଜୁନ ୧୧ ତାରିଖରେ ଗେଜେଟ ବିଜ୍ଞପ୍ତି ଜାରି କରି ନୂଆ ନିୟମ ଉପରେ ଲୋକମାନଙ୍କଠାରୁ ଆପତ୍ତି ଏବଂ ପରାମର୍ଶ ମାଗିଥିଲା। ଏଥିପାଇଁ ୩୦ ଦିନର ସମୟ ଦିଆଯାଇଥିଲା। ର୍ନିଦ୍ଧାରିତ ସମୟ ମଧ୍ୟରେ ବିଭାଗକୁ କୌଣସି ଆପତ୍ତି କିମ୍ୱା ପରାମର୍ଶ ମିଳିନଥିଲା। ଏହାପରେ ସରକାର ନଭେମ୍ୱର ୧୭ ତାରିଖରେ ନୂଆ ନିୟମକୁ ଅଧିସୂଚିତ କରିଦେଇଛନ୍ତି।

ଗୁଜରାଟର ଟ୍ରାନ୍ସପୋର୍ଟ କମିଶନର ଡକ୍ଟର ରାଜେନ୍ଦ୍ର କୁମାର କହିଛନ୍ତି ଯେ କେନ୍ଦ୍ର ସରକାର ଜାତି ସହ ଜଡ଼ିତ ସଙ୍କେତକୁ ନେଇ ମାର୍ଗଦର୍ଶିକା ଏବଂ ନିୟମ ପ୍ରଣୟନ କରିବାକୁ ଆଡଭାଇଜରୀ ଜାରି କରିଥିଲେ। ଏହାପରେ ଗୁଜରାଟର ପୋର୍ଟସ ଆଣ୍ଡ ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟ ଏହି ପଦକ୍ଷେପ ନେଇଛି। ସେ କହିଛନ୍ତି ଯେ ଆଗାମୀ ଦିନରେ ରାଜ୍ୟର ସମସ୍ତ RTO ଏବଂ ପୋଲିସ ଅଧିକାରୀମାନଙ୍କୁ ନୂଆ ନିୟମ ଲାଗୁ କରିବାକୁ କୁହାଯିବ। ଏହାସହ ସେ ଏହା ମଧ୍ୟ କହିଛନ୍ତି ଯେ କୌଣସି ବି ଆଇନକୁ ସଫଳ କରିବାରେ ସାଧାରଣ ଲୋକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଆଇନ ଲାଗୁ କରାଉଥିବା ଏଜେନ୍ସିଗୁଡ଼ିକର ନିଜସୱ ଦାୟିତ୍ୱ ଏବଂ ସୀମା ରହିଛି, କିନ୍ତୁ ଗଣତନ୍ତ୍ରରେ ଜନତା ମଧ୍ୟ ନିୟମ ପାଳନ କରିବା ଉଚିତ।

ଗୁଜରାଟ ପୂର୍ୱରୁ ଉତ୍ତର ପ୍ରଦେଶ ସରକାର ମଧ୍ୟ ଘରୋଇ ଯାନବାହନ ଉପରେ ଜାତି ସହ ଜଡ଼ିତ ସଙ୍କେତ ବିରୋଧରେ ଏହିପରି ସଂଶୋଧନ କରିସାରିଛନ୍ତି। ଆହ୍ଲାବାଦ ହାଇକୋର୍ଟ ୧୬ ସେପ୍ଟେମ୍ୱର ୨୦୨୫ରେ ଜାତିର ପ୍ରଦର୍ଶନ କରୁଥିବା ସଙ୍କେତ ବିରୋଧରେ ରାୟ ଶୁଣାଇଥିଲେ। ଏହାପରେ ଉତ୍ତର ପ୍ରଦେଶ ନିଜର ମୋଟର ଭେହିକିଲ ରୁଲ୍ସରେ ପରିବର୍ତ୍ତନ କରିଥିଲା। ଏବେ ଗୁଜରାଟ ମଧ୍ୟ ଏହି ଦିଗରେ ପଦକ୍ଷେପ ନେଇଥିବା ରାଜ୍ୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସା ପାଇଁ ଟ୍ରେନ୍‌ରେ ରାୟପୁର ଯାଇ ଘରକୁ ଫେରିନାହାନ୍ତି ବୃଦ୍ଧ, ୫ ଦିନ ପରେ ବି ମିଳୁନି ପତ୍ତା

ଥୁଆମୂଳ ରାମପୁର,୨୧ା୧୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କାଠକୁରା ଗ୍ରାମର ବୃଦ୍ଧ ଲାଚଣ ପରାଭୋଇ ଆଖି ଅପରେଶନ ପାଇଁ ରାୟପୁର ଯାଉଥିବା ବେଳେ ଟ୍ରେନ୍‌ରୁ…

ଭିଜିଲାନ୍ସ ଜାଲରେ ଏମ୍‌ଆଇଏସ୍‌, ଆବାସ ଯୋଜନା ବିଲ୍‌ କରାଇବାକୁ ନେଉଥିଲେ ଏତିକି ଟଙ୍କା ଲାଞ୍ଚ

ଜୁନାଗଡ଼,୨୧ା୧୧(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଶେଷ ବିଲ କରାଇଦେବା ପାଇଁ ଜଣେ…

ପାକିସ୍ତାନ ଗସ୍ତ ପାଇଁ ମୋଦିଙ୍କୁ ନିମନ୍ତ୍ରଣ, ପ୍ରଧାନମନ୍ତ୍ରୀଙ୍କ ଯୋଜନାର ପ୍ରଶଂସା କଲେ ମୁସାଦିକ ମଲିକ

ନୂଆଦିଲ୍ଲୀ/ଇସଲାମାବାଦ,୨୧।୧୧: ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତ ସମ୍ପର୍କ ଲାଗି ରହିଥିବା ବେଳେ, ଦିଲ୍ଲୀରେ ଦିଆଯାଇଥିବା ଏକ ବିବୃତ୍ତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ‘ଏସସିଓ ସିଭିଲାଇଜେସନାଲ…

ଲକ୍ଷ୍ମୀନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ସାକ୍ଷୀଗୋପାଳ

ସାକ୍ଷୀଗୋପାଳ,୨୧ା୧୧(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): କାର୍ତ୍ତିକ ମାସ ଶୁକ୍ଲପକ୍ଷ ବଡ଼ ଏକାଦଶୀ ତଥା ଦେବ ଉତ୍ଥାପନ ଏକାଦଶୀ ତିଥିରେ ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିରରେ ଠାକୁରଙ୍କ ଲକ୍ଷ୍ମୀନାରାୟଣ…

ଭାରତ ନା ପାକିସ୍ତାନ, ଏସିଆ କପର ‘ରାଇଜିଂ ଷ୍ଟାର୍ସ’ଙ୍କ ମଧ୍ୟରେ କେଉଁ ଦଳ ଅଧିକ ଶକ୍ତିଶାଳୀ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୧: ୨୦୨୬ ଏସିଆ କପ ‘ରାଇଜିଂ ଷ୍ଟାର୍ସ’ ଟୁର୍ଣ୍ଣାମେଣ୍ଟରେ ଭାରତ ଏକ ଚମତ୍କାର ଆରମ୍ଭ କରିଛି ଏବଂ ନେପାଳ ବିପକ୍ଷରେ ୩୦୬ ରନର ବିଶାଳ ବିଜୟ ହାସଲ…

‘ଖ୍ରୀଷ୍ଟିଆନଙ୍କଠାରୁ ବଢ଼ିଯିବେ ମୁସଲମାନ’, ଡୋନାଲ୍ଡ ଟ୍ରମ୍ପଙ୍କ ପୂର୍ୱତନ ଅଫିସରଙ୍କ ବଡ଼ ବୟାନ, ଶୀଘ୍ର ବିବାହ କରି ଆମେରିକୀୟମାନେ ଅଧିକ ପିଲା ଜନ୍ମ କରନ୍ତୁ…

ଓ଼୍ବାଶିଂଟନ,୨୧।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୂର୍ୱତନ ପ୍ରେସ ସେକ୍ରେଟାରୀ କ୍ୟାରୋଲିନ ଲେଭିଟ ଏକ ନୂଆ ବିତର୍କ ଆରମ୍ଭ କରିଛନ୍ତି। ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ…

ଦୈନନ୍ଦିନ ଜୀବନ, କାର୍ଯ୍ୟଧାରାରେ ପରିବର୍ତ୍ତନ ଦରକାର: ଅଭିନେତ୍ରୀ ଅର୍ଚ୍ଚିତା

ଆମେ ସଚେତନ ହୋଇ ଦୈନନ୍ଦିନ ଜୀବନ ଓ କାର୍ଯ୍ୟଧାରାରେ ପରିବର୍ତ୍ତନ ଆଣିଲେ ହିଁ ଏକ ସୁନ୍ଦର ପରିବେଶ ସୃଷ୍ଟି କରିପାରିବା। ପାଣି, ଶବ୍ଦ ଓ ବିଦ୍ୟୁତ୍‌କୁ କମ୍‌…

ୱାର୍ଡ ମେମ୍ୱରଙ୍କ ଠାରୁ ସରପଞ୍ଚ ପର୍ଯ୍ୟନ୍ତ ମାସକୁ କେତେ ଟଙ୍କା ଦରମା ମିଳେ? ସତ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୧।୧୧: ରାଜସ୍ଥାନର ୩୭ଟି ଜିଲାରେ ହୋଇଥିବା ପଞ୍ଚାୟତିରାଜ ନିର୍ୱାଚନ ୨୦୨୬ର ଫଳାଫଳ ରାଜ୍ୟ ରାଜନୀତିରେ ହଲଚଲ ବଢ଼ାଇ ଦେଇଛି। ରାଜ୍ୟ ନିର୍ୱାଚନ ଆୟୋଗଙ୍କ ତାଜା ତଥ୍ୟ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?