ପୂରୁନି ପରିବାରର ପେଟ

ଖମାର,୧୪ା୭
ସୁସ୍ଥ ଥିବା ସମୟରେ ମୂଲ ମଜୁରି କରି ଶାଗ ମୁଗରେ ଚଳାଇ ନେଉଥିଲେ ସଂସାର। ହେଲେ ଅଜଣା ରୋଗର ଶିକାର ହେବାପରଠାରୁ ସେହି ଦାୟିତ୍ୱ ପଡ଼ିଛି ସ୍ତ୍ରୀଙ୍କ ଉପରେ। ନିଜେ ଘରେ ରହି ୪ ଝିଅପୁଅ ଓ ସାନଭାଇଙ୍କ ଦେଖାଶୁଣା କରୁଥିବା ବେଳେ ପରିବାର ପାଇଁ ଦାନା ଯୋଗାଡ଼ କରୁଛନ୍ତି ସ୍ତ୍ରୀ। କିନ୍ତୁ ସବୁଦିନ ୭ ଜଣଙ୍କ ପେଟ ପୂରାଇବା ସ୍ତ୍ରୀଙ୍କ ପକ୍ଷେ ସମ୍ଭବ ହେଉନି। ପ୍ରଶାସନ ରାଶନକାର୍ଡ ଖଣ୍ଡେ ଦେଇ ନ ଥିବାରୁ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଗଣ୍ଡେ ମଧ୍ୟ ମିଳୁନି। ଫଳରେ ଅତି ଦୟନୀୟ ଅବସ୍ଥାରେ ବଞ୍ଚିବାକୁ ପଡ଼ୁଛି ଅନୁଗୋଳ ଜିଲା ପାଲଲହଡା ବ୍ଲକ ଆଲୋରୀ ପଞ୍ଚାୟତ ପରମାନନ୍ଦପୁର ଗ୍ରାମର ଲୋକନ ଚାତରଙ୍କ ପରିବାରକୁ।
ଲୋକନଙ୍କ କହିବା ଅନୁଯାୟୀ, ଦୀର୍ଘଦିନ ହେଲା ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହୁନି। ସେ ପୂର୍ବପରି ଖଟିବାକୁ ବାହାରକୁ ଯାଇପାରୁ ନାହାନ୍ତି। ପିଲାମାନେ ଛୋଟ ହୋଇଥିବାରୁ ଓ ସାନଭାଇ ସ୍କୁଲରେ ପଢ଼ୁଥିବାରୁ ସେ କିମ୍ବା ସ୍ତ୍ରୀ ଡଲି ଚାତରଙ୍କ ମଧ୍ୟରୁ ଜଣେ କେହି ଘରେ ରହିବା ଜରୁରୀ। ତେଣୁ ବାଧ୍ୟ ହୋଇ ସେ ଘରେ ପିଲାଙ୍କୁ ଜଗାରଖା କରୁଥିବା ବେଳେ ସ୍ତ୍ରୀଙ୍କୁ ବାହାରେ କାମ କରିବାକୁ ପଡ଼ୁଛି। ସମ୍ବଳ କହିଲେ ଦୁଇଟି ହାଣ୍ଡି ଓ ଗୋଟିଏ କଡେଇକୁ ଛାଡ଼ି ତାଙ୍କ ନିକଟରେ କିଛି ନାହିଁ। ସବୁଦିନ କାମଧନ୍ଦା ମଧ୍ୟ ମିଳୁନି। ଏପରି ଅବସ୍ଥାରେ ସମସ୍ତଙ୍କ ପାଇଁ ଖାଇବା ଯୋଗାଡ଼ କରିବା ସମ୍ଭବ ହେଉନି। ଓଳିଏ ଖାଇଲେ ଆରଓଳି ଉପାସ ରହିବାକୁ ପଡ଼ୁଛି। ଛୁଆପିଲାଙ୍କ ଦାୟିତ୍ୱ ନେବା ସହିତ ବେଳେ ବେଳେ ସେ ପାଖ ଜଙ୍ଗଲରୁ କେନ୍ଦୁପତ୍ର, ମହୁଲ ଓ ଶାଳମଞ୍ଜି ସଂଗ୍ରହ କରୁଛନ୍ତି। ସରକାର ଗରିବଙ୍କ କଲ୍ୟାଣ ପାଇଁ ଅନେକ ଯୋଜନା କରିଥିବା ବେଳେ ତାଙ୍କ ନିକଟରେ ତାହା ପହଞ୍ଚିପାରି ନାହିଁ। ଏପରି କି ରାଶନ କାର୍ଡଟିଏ ମଧ୍ୟ ସେ ପାଇପାରି ନାହାନ୍ତି। ସରକାରୀ ଆବାସ ତ ଦୂରର କଥା କରୋନା ସମୟରେ ବିନା ରାଶନ କାର୍ଡଧାରୀଙ୍କୁ ମିଳୁଥିବା ଚାଉଳ, ଡାଲି ବି ତାଙ୍କୁ ଦିଆଯାଇ ନାହିଁ ବୋଲି ଲୋକନ ଅଭିଯୋଗ କରିଛନ୍ତି। ତୁରନ୍ତ ଲୋକନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବାକୁ ଜିଲା ପରିଷଦ ସଦସ୍ୟ ସରୋଜ ସାହୁ ଦାବି କରିଛନ୍ତି।
ଏ ସମ୍ପର୍କରେ ଆଲୋରୀ ନାଏବ ସରପଞ୍ଚ ମୀନା ସାହୁ କହିଛନ୍ତି, ଲୋକନଙ୍କ ସମସ୍ୟା ନେଇ ସେ ସରପଞ୍ଚ ଓ ଯୋଗାଣ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଏଯାଏ କିଛି ପଦକ୍ଷେପ ନିଆଯାଇ ନାହିଁ। ପଞ୍ଚାୟତ ଭିଏଲଡବ୍ଲ୍ୟୁ କୁନୁ ସାହୁ କହିଛନ୍ତି, ଲୋକନଙ୍କ ପରିବାର ପୂର୍ବରୁ ତାଳଚେରରେ ରହୁଥିଲେ। ତେଣୁ କିଛି ସରକାରୀ ସୁବିଧା ଏଯାଏ ପାଇନାହାନ୍ତି। ସରପଞ୍ଚ ଯୋଗେଶ୍ୱର ଶୁଣ୍ଢି କହିଛନ୍ତି, ସମସ୍ୟା ସମ୍ପର୍କରେ ନାଏବ ସରପଞ୍ଚ ଯୋଗାଣ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଅସୁବିଧା କେଉଁଠି ରହିଛି ତାହା ମଙ୍ଗଳବାର ସମାଧାନ କରାଯିବ। ପଞ୍ଚାୟତ ସମିତି ଅଧ୍ୟକ୍ଷ ନବକିଶୋର ନାଏକ ଶୀଘ୍ର ସରକାରୀ ସହାୟତା ପ୍ରଦାନ ନେଇ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ସୁଜାତା ସାମିଲ ହେବା ପରେ ଶଙ୍ଖ ଭବନରୁ ଆସିଲା ବଡ଼ ଖବର: ରାଜନୀତିରେ ଚହଳ

ଭୁବନେଶ୍ୱର, ୨୫।୬: ବିଜେଡିରେ ସାମିଲ ହେଲେ ସୁଜାତା କାର୍ତ୍ତିକେୟନ। ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ସେ ଦଳରେ ଯୋଗ ଦେଇଛନ୍ତି। ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ…

ବିଜେଡିରେ ମିଶିବା ପରେ ସୁଜାତାଙ୍କର ଆସିଲା ପ୍ରଥମ ବୟାନ: କହିଦେଲେ ଏତେ ବଡ଼ କଥା, ରାଜନୀତିରେ ହଇଚଇ

ଭୁବନେଶ୍ୱର, ୨୫।୬: ବିଜେଡିରେ ମିଶିଲେ ସୁଜାତା କାର୍ତ୍ତିକେୟନ। ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ସେ ଦଳରେ ଯୋଗ ଦେଇଛନ୍ତି। ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସେ…

ସୁଜାତା ବିଜେଡିରେ ମିଶିବା ପରେ ନବୀନ ଦେଲେ ସ୍ପଷ୍ଟୀକରଣ, କହିଲେ ଆସନ୍ତା ନିର୍ବାଚନରେ ମୁଁ…

ଭୁବନେଶ୍ୱର,୨୫ା୬: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ସ୍ତ୍ରୀ ତଥା ପୂର୍ବତନ ଆଇଏଏସ୍‌ ଅଫିସର ସୁଜାତା କାର୍ତ୍ତିକେୟନ ଗୁରୁବାର ବିଧିବଦ୍ଧ ଭାବେ ବିଜେଡିରେ ମିଶିଛନ୍ତି।…

ରାସ୍ତା ନାହିଁ, ଅସରାଏ ବର୍ଷା ହେଲେ ରୋଗୀଙ୍କୁ ବାଉଁଶ ଦୋଳା ଭରସା

ମହାକାଳପଡ଼ା,୨୫ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଅନ୍ତର୍ଗତ ସାନ୍ତାଳୀ ଗାଁ ପାଣିଖିଆକୁ ଭଲ ରାସ୍ତା ନାହିଁ। ଅସରାଏ ବର୍ଷା…

ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ, ନବୀନଙ୍କ ଉପସ୍ଥିତିରେ ବିଜେଡିରେ ମିଶିଲେ ସୁଜାତା

ଭୁବନେଶ୍ବର,୨୫ା୬: ବିଜେଡିରେ ମିଶିଲେ କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ସ୍ତ୍ରୀ ତଥା ପୂର୍ବତନ ଆଇଏଏସ୍‌ ଅଫିସର ସୁଜାତା କାର୍ତ୍ତିକେୟନ । ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଗୁରୁବାର ବିଧିବଦ୍ଧ ଭାବେ ସେ…

ପିଲାଙ୍କୁ ମିଳିବ ସ୍କୁଲ ବ୍ୟାଗ୍‌, ଏହି ଶ୍ରେଣୀରୁ…

ଭୁବନେଶ୍ୱର,୨୫ା୬: ଛାତ୍ରୀଛାତ୍ରଙ୍କୁ ମିଳିବ ମାଗଣା ନୂଆ ସ୍କୁଲ ବ୍ୟାଗ୍‌। ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଏହି ବ୍ୟାଗ୍‌ ମିଳିବ। ଶୀଘ୍ର ବଣ୍ଟନ କରିବାକୁ ଡିଇଓ…

ଦାବି ପୂରଣ ନ ହେଲେ ଜୁଲାଇ ୧ରୁ ସାମୂହିକ ଛୁଟି: ଚେତାବନୀ ଦେଲା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ

ନବରଙ୍ଗପୁର,୨୫।୬(ସଦାଶିବ ପ୍ରହରାଜ): ଓଡ଼ିଶାର ରାଜସ୍ବ ପ୍ରଶାସନର ମେରୁଦଣ୍ଡ ଆର୍‌ଆଇ, ଏଆର୍‌ଆଇ, ରେଭିନ୍ୟୁ ସୁପରଭାଇଜରମାନେ ୨୨ ତାରିଖରୁ ମିଶନ୍‌ ସ୍ବାଭିମାନ ଅଧୀନରେ ବ୍ୟାପକ ପ୍ରତିବାଦ ଆରମ୍ଭ କରିଛନ୍ତି। ଏନେଇ…

ଜନ ସଂପର୍କ ଅଭିଯାନ, ମୋହନ ସରକାରଙ୍କ ଉପଲବ୍ଧି-ଲକ୍ଷ୍ୟ ବଖାଣିଲେ ଏମପି

ପାଟଣା,୨୫ା୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ମୁଖ୍ୟାଳୟ ସଂରା ପଶି ଲକ୍ଷ୍ମୀ ପଣ୍ଡପରେ ଗୁରୁବାର କେନ୍ଦୁଝର ଏମପି ଅନନ୍ତ ନାୟକ ନିର୍ବାଚନ ମଣ୍ଡଳୀର ବରିଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri