ସରକାରୀ କ୍ୱାରିରୁ ବଢୁଛି ଚୋରି

ଅନୁଗୋଳ ଅଫିସ, ୧୫ା୭

ଅନୁଗୋଳ ସହର ଉପକଣ୍ଠରେ ଥିବା ଏକ ସରକାରୀ ପଥର କ୍ୱାରିରୁ ବଢ଼ୁଛି ଚୋରି। ଉକ୍ତ କ୍ୱାରିର ନିଲାମ ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ସେଠାରୁ ଲଘୁ ଖଣିଜ ଦ୍ରବ୍ୟର ଚୋରା ଉତ୍ପାଦନ ଜାରି ରହିଥିବା ଅଭିଯୋଗ ହେଉଛି। ଦୈନିକ ମଧ୍ୟରାତ୍ରିରେ ୩୦ରୁ ୪୦ ଟ୍ରିପ୍‌ ଚୋରା ଖଣିଜ ବିଭିନ୍ନ ସ୍ଥାନକୁ ପଠାଯାଉଛି। ମାସ ମାସ ଧରି ଏପରି କାରବାର ଯୋଗୁ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବହାନି ହେଉଥିବା ବେଳେ ତହସିଲ କି ଜିଲା ପ୍ରଶାସନ ଜାଣି ନ ପାରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଅଭିଯୋଗ ଅନୁଯାୟୀ, ଉକ୍ତ ସରକାରୀ ପଥର କ୍ୱାରିକୁ ଶେଷଥର ପାଇଁ ୨୦୧୬ ମସିହାରେ ନିଲାମ ଦିଆଯାଇଥିଲା। ଏହାର ଅବଧି ୨୦୨୧ରେ ସରିବା କଥା। ପ୍ରତିବର୍ଷ ମାର୍ଚ୍ଚ ମାସରେ ଏହାକୁ ନବୀକରଣ କରିବାର ନିୟମ ରହିଛି। କିନ୍ତୁ କୌଣସି କାରଣବଶତଃ ଗୋଟିଏ ବର୍ଷ କମ୍‌ କରାଯାଇ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ (ଚାରି ବର୍ଷିଆ) ନିଲାମ ଦିଆଯାଇଥିଲା। ତେଣୁ ଗତ ମାର୍ଚ୍ଚ ୩୧ରୁ ଉକ୍ତ ସରକାରୀ କ୍ୱାରିର ନିଲାମ ଅବଧି ଶେଷ ହୋଇସାରିଛି। ନିୟମ ଅନୁସାରେ ଅବଧି ଶେଷ ହୋଇଥିବା ପଥର କ୍ୱାରିରେ କୌଣସି ପ୍ରକାର ବ୍ଲାଷ୍ଟିଂ କରାଯାଇ ପାରିବ ନାହିଁ କି ବାହାରୁଥିବା କଂକ୍ରିଟ୍‌, ବୋଲଡର ଆଦି ବାହାରେ ବିକ୍ରି ହୋଇପାରିବ ନାହିଁ। କିନ୍ତୁ ନିୟମ ଉଲ୍ଲଂଘନ କରାଯାଇ କ୍ୱାରିରୁ ଚୋରା ଉତ୍ପାଦନ ଜାରି ରଖାଯିବା ସହ ଚଢ଼ା ଦରରେ ଲଘୁ ଖଣିଜ ଦ୍ରବ୍ୟକୁ ବିକ୍ରି କରାଯାଉଛି। ବିଳମ୍ବିତ ରାତିରେ ନିୟମିତ ବ୍ଲାଷ୍ଟିଂ କରାଯାଇ ମଧ୍ୟରାତ୍ରରୁ ଭୋର୍‌ ମଧ୍ୟରେ ଟ୍ରକ୍‌, ଟ୍ରାକ୍ଟର ଯୋଗେ ଜିଲାର ବିଭିନ୍ନ ସ୍ଥାନକୁ ପରିବହନ କରାଯାଉଛି। କିନ୍ତୁ ତହସିଲ ପ୍ରଶାସନ ଏଯାଏ ମୌନବ୍ରତ ଧାରଣ କରିଛି। ସ୍ଥାନୀୟ ରାଜସ୍ବ ଅଧିକାରୀ ମଧ୍ୟ ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ କରୁନାହାନ୍ତି। ଫଳରେ ଦିନକୁ ଦିନ ଚୋରା କାରବାର ବଢ଼ିବାରେ ଲାଗିଛି। ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବହାନି ପଛରେ କାହାର ହାତ ରହିଛି ତାହା ଖୋଜି ବାହାର କରିବାକୁ ଦାବି ହେଉଛି। ଅଭିଯୋଗ ସମ୍ପର୍କରେ ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ କହିଛନ୍ତି ଯେ, ଅବଧି ଶେଷ ପରେ କାହିଁକି ଏଭଳି କାର୍ଯ୍ୟ ହେଉଛି ତାହାର ଅନୁଧ୍ୟାନ କରାଯିବ। ପ୍ରମାଣ ମିଳିଲେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ନେଇ ନିଷ୍ପତ୍ତି ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ୯ ଜିଲାକୁ ଘନକୁହୁଡ଼ି

ଭୁବନେଶ୍ୱର, ୨୩।୧(ବ୍ୟୁରୋ):ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟରେ ଶୀତ କମିଯାଇଥିବାବେଳେ କୁହୁଡ଼ି ଲାଗି ରହିଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି...

ମହିଳାଙ୍କୁ ଅସଦାଚରଣ, ପର୍ସ ଛଡ଼ାଇ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୨।୨(ବ୍ୟୁରୋ): ସମ୍ପର୍କରେ ଫାଟ ଆସିବା ପରେ ଜଣେ ମହିଳାଙ୍କୁ ଅସଦାଚରଣ କରିବା ସହ ପର୍ସ ଓ ମୋବାଇଲ ଫୋନ୍‌ ଛଡ଼ାଇ ନେଇଥିବା ଅଭିଯୁକ୍ତଙ୍କୁ ଏୟାରପୋର୍ଟ ଥାନା...

ପରୀକ୍ଷାମୂଳକ ଭାବେ ଗଡ଼ିଲା ବିଦ୍ୟୁତ୍‌ ଟ୍ରେନ୍‌

ନୟାଗଡ଼ ଅଫିସ,୩୧।୩: ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ପରୀକ୍ଷାମୂଳକ ଭାବେ ବିଦ୍ୟୁତ୍‌ ଟ୍ରେନ ଚଳାଚଳ କରିଛି। ମଙ୍ଗଳବାର ପୂର୍ବାହ୍ନ ୯ଟାରେ ଖୋର୍ଦ୍ଧା ରୋଡ଼(ଜଟଣୀ)ରୁ ବାହାରିଥିବା ଏହି ଟ୍ରେନ ନୟାଗଡ଼ରେ...

ଗ୍ରୀନ ଏନର୍ଜି କରିଡରକୁ ଅନୁମୋଦନ କରୁନି କେନ୍ଦ୍ର

ଭୁବନେଶ୍ୱର,୨୫ା୨(ବ୍ୟୁରୋ): ପାରମ୍ପରିକ ଶକ୍ତି ଉତ୍ସର ଭବିଷ୍ୟତ ବେଳକୁ ବେଳ ଅନିଶ୍ଚିତତା ଆଡକୁ ଗତି କରୁଥିବା ବେଳେ ରାଜ୍ୟ ସରକାର ଅଣପାରମ୍ପରିକ ଶକ୍ତି ଉତ୍ସଗୁଡିକର ବିନିଯୋଗ ଦିଗରେ...

ଓଡ଼ିଶାରେ ୬ଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୩।୪(ବ୍ୟୁରୋ): ଓଡ଼ିଶାରେ ୬ଷ୍ଠ କରୋନା ଆକ୍ରାନ୍ତ ଶୁକ୍ରବାର ଚିହ୍ନଟ ହୋଇଛନ୍ତି। ସେ କଟକର ହୋଇଥିବା ବେଳେ ଦିଲ୍ଲୀ ଗସ୍ତ କରିଥିଲେ। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ...

ବରଗଡ଼ ସିଟି ହସ୍‌ପିଟାଲ ଦାବି: ସେଲ୍ଫିଜୋନ୍‌ ଆଗରେ ସଚେତନ ନାଗରିକ ମଞ୍ଚର ଧାରଣା

ବରଗଡ଼ ଅଫିସ୍‌,୧।୨- ବରଗଡ଼ ସହରରୁ ଭଟଲି ବ୍ଲକ ଅନ୍ତର୍ଗତ ଟୁକୁର୍ଲା (ଖେଦାପାଲି) ନିକଟକୁ ଜିଲା ମୁଖ୍ୟ ଡାକ୍ତରଖାନା ଉଠିଯିବା ପରେ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ...

ସ୍ବୀକୃତି ଅପେକ୍ଷାରେ ସୁପାରିସ

ଅନୁଗୋଳ ଅଫିସ, ୧୦ା୧୧: ପର୍ଯ୍ୟଟକ ଦେଖିପାରିବେ ପ୍ରାଚୀନ ଐତିହ୍ୟ। ସାକ୍ଷୀ ରହିପାରିବେ ପୁରାତନ ପରମ୍ପରା, କଳା ଓ ସଂସ୍କୃତିର। ହେଲେ ପର୍ଯ୍ୟଟକଙ୍କୁ ପର୍ଯ୍ୟଟନସ୍ଥଳୀରେ ପହଞ୍ଚାଇବାରେ ପ୍ରତିବନ୍ଧକ...

ସମସ୍ତ ଭିଜିଲାନ୍ସ କର୍ମଚାରୀଙ୍କ ହେବ ସ୍ବାସ୍ଥ୍ୟ ପରୀକ୍ଷା

ଭୁବନେଶ୍ୱର, ୧୭।୨(ବ୍ୟୁରୋ): ସମସ୍ତ ଭିଜିଲାନ୍ସ କର୍ମଚାରୀ ଓ ସେମାନଙ୍କ ସହିତ ରହୁଥିବା ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହେବ। ଓଡ଼ିଶା ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ଅନୁରୋଧକ୍ରମେ ରାଜ୍ୟ...

Advertisement
Archives

Model This Week