ସରକାରୀ କ୍ୱାରିରୁ ବଢୁଛି ଚୋରି

ଅନୁଗୋଳ ଅଫିସ, ୧୫ା୭

ଅନୁଗୋଳ ସହର ଉପକଣ୍ଠରେ ଥିବା ଏକ ସରକାରୀ ପଥର କ୍ୱାରିରୁ ବଢ଼ୁଛି ଚୋରି। ଉକ୍ତ କ୍ୱାରିର ନିଲାମ ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ସେଠାରୁ ଲଘୁ ଖଣିଜ ଦ୍ରବ୍ୟର ଚୋରା ଉତ୍ପାଦନ ଜାରି ରହିଥିବା ଅଭିଯୋଗ ହେଉଛି। ଦୈନିକ ମଧ୍ୟରାତ୍ରିରେ ୩୦ରୁ ୪୦ ଟ୍ରିପ୍‌ ଚୋରା ଖଣିଜ ବିଭିନ୍ନ ସ୍ଥାନକୁ ପଠାଯାଉଛି। ମାସ ମାସ ଧରି ଏପରି କାରବାର ଯୋଗୁ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବହାନି ହେଉଥିବା ବେଳେ ତହସିଲ କି ଜିଲା ପ୍ରଶାସନ ଜାଣି ନ ପାରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଅଭିଯୋଗ ଅନୁଯାୟୀ, ଉକ୍ତ ସରକାରୀ ପଥର କ୍ୱାରିକୁ ଶେଷଥର ପାଇଁ ୨୦୧୬ ମସିହାରେ ନିଲାମ ଦିଆଯାଇଥିଲା। ଏହାର ଅବଧି ୨୦୨୧ରେ ସରିବା କଥା। ପ୍ରତିବର୍ଷ ମାର୍ଚ୍ଚ ମାସରେ ଏହାକୁ ନବୀକରଣ କରିବାର ନିୟମ ରହିଛି। କିନ୍ତୁ କୌଣସି କାରଣବଶତଃ ଗୋଟିଏ ବର୍ଷ କମ୍‌ କରାଯାଇ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ (ଚାରି ବର୍ଷିଆ) ନିଲାମ ଦିଆଯାଇଥିଲା। ତେଣୁ ଗତ ମାର୍ଚ୍ଚ ୩୧ରୁ ଉକ୍ତ ସରକାରୀ କ୍ୱାରିର ନିଲାମ ଅବଧି ଶେଷ ହୋଇସାରିଛି। ନିୟମ ଅନୁସାରେ ଅବଧି ଶେଷ ହୋଇଥିବା ପଥର କ୍ୱାରିରେ କୌଣସି ପ୍ରକାର ବ୍ଲାଷ୍ଟିଂ କରାଯାଇ ପାରିବ ନାହିଁ କି ବାହାରୁଥିବା କଂକ୍ରିଟ୍‌, ବୋଲଡର ଆଦି ବାହାରେ ବିକ୍ରି ହୋଇପାରିବ ନାହିଁ। କିନ୍ତୁ ନିୟମ ଉଲ୍ଲଂଘନ କରାଯାଇ କ୍ୱାରିରୁ ଚୋରା ଉତ୍ପାଦନ ଜାରି ରଖାଯିବା ସହ ଚଢ଼ା ଦରରେ ଲଘୁ ଖଣିଜ ଦ୍ରବ୍ୟକୁ ବିକ୍ରି କରାଯାଉଛି। ବିଳମ୍ବିତ ରାତିରେ ନିୟମିତ ବ୍ଲାଷ୍ଟିଂ କରାଯାଇ ମଧ୍ୟରାତ୍ରରୁ ଭୋର୍‌ ମଧ୍ୟରେ ଟ୍ରକ୍‌, ଟ୍ରାକ୍ଟର ଯୋଗେ ଜିଲାର ବିଭିନ୍ନ ସ୍ଥାନକୁ ପରିବହନ କରାଯାଉଛି। କିନ୍ତୁ ତହସିଲ ପ୍ରଶାସନ ଏଯାଏ ମୌନବ୍ରତ ଧାରଣ କରିଛି। ସ୍ଥାନୀୟ ରାଜସ୍ବ ଅଧିକାରୀ ମଧ୍ୟ ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ କରୁନାହାନ୍ତି। ଫଳରେ ଦିନକୁ ଦିନ ଚୋରା କାରବାର ବଢ଼ିବାରେ ଲାଗିଛି। ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବହାନି ପଛରେ କାହାର ହାତ ରହିଛି ତାହା ଖୋଜି ବାହାର କରିବାକୁ ଦାବି ହେଉଛି। ଅଭିଯୋଗ ସମ୍ପର୍କରେ ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ କହିଛନ୍ତି ଯେ, ଅବଧି ଶେଷ ପରେ କାହିଁକି ଏଭଳି କାର୍ଯ୍ୟ ହେଉଛି ତାହାର ଅନୁଧ୍ୟାନ କରାଯିବ। ପ୍ରମାଣ ମିଳିଲେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ନେଇ ନିଷ୍ପତ୍ତି ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସର ବନ୍ଦ ଡାକରା: ରାଜ୍ୟ ରାଜପଥ ଅବରୋଧ କଲେ ବିକ୍ଷୋଭକାରୀ

ବଞ୍ଚୋ,୮ା୧୦(ପ୍ରଦୋଷ ବିଶ୍ୱାଳ): ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ଆନନ୍ଦପୁରରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ, ସିପିଆଇ ସମେତ ବାମପନ୍ଥୀ…

ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା: ୨୫ ଦିନ ହେଲା ନାହିଁ ବିଜୁଳି, ଗରମରେ ସିଝୁଛନ୍ତି ଛାତ୍ରୀଛାତ୍ର

ବାଲିଗୁଡ଼ା,୮ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): ସରକାରୀ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍‌ରୁମ୍‌ ନିର୍ମାଣ କରି ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ହେଲେ ବିଦ୍ୟୁତ୍‌ ନ ଥିବାରୁ ସେହି ସ୍ମାର୍ଟ କ୍ଲାସ୍‌ରୁମ୍‌…

ଟ୍ରେନ୍‌ ଟ୍ରାକ୍‌ରୁ ମିଳିଲା ଯୁବକଙ୍କ ମୃତଦେହ, ଦେଓଗାଁରେ ବାଇକ୍‌ ରଖି…

ବଲାଙ୍ଗୀର,୮ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ରାଏପାଲି ଗ୍ରାମ ନିକଟ ଟ୍ରେନ୍‌ ଟ୍ରାକ୍‌ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ…

ପ୍ରଶାସନିକ ସ୍ତରରେ ଅଦଳବଦଳ; ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୮।୧୦: ପ୍ରଶାସନିକ ସ୍ତରରେ ଅଦଳବଦଳ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ତ୍ରିଲୋଚନ ମହାନ୍ତିଙ୍କ ବଦଳି ହୋଇଛନ୍ତି । ଭୁବନେଶ୍ବର ସ୍ଥିତ ROTIର ଯୁଗ୍ମ ନିର୍ଦ୍ଦେଶକ ଭାବେ…

ଦିଗପହଣ୍ଡିରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସହ ଅନେକ ଦାବି ନେଇ ବନ୍ଦ ପାଳନ

ଦିଗପହଣ୍ଡି,୮ା୧୦(ଅଶେଷ ନାଥ ମିଶ୍ର): ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି, ସିପିଆଇ,ସିପିଆଇ(ଏମ) ଏବଂ ଇଣ୍ଡି ମେଣ୍ଟର ଅନ୍ୟାନ୍ୟ ସମସ୍ତ ଦଳ ପକ୍ଷରୁ ଗୁରୁବାର ବନ୍ଦ ଡାକରା ଦିଆଯାଇଥିବା ଓଡ଼ିଶା…

ଶୋଇଥିବାବେଳେ ସ୍ବାମୀଙ୍କ ତଣ୍ଟି ଉପରେ ଚଢ଼ି ଜୀବନ ନେଇଗଲେ ସ୍ତ୍ରୀ, ଘର ବାହାରେ…

ଆଳି,୮ା୧୦(ବନମାଳୀ ସେନାପତି): ସ୍ବାମୀଙ୍କ ତଣ୍ଟି ଉପରେ ଛିଡ଼ା ହୋଇ ହତ୍ୟା କରିଛନ୍ତି ସ୍ତ୍ରୀ। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ…

ଗଛ ମୂଳରେ ପଡ଼ିଛି ଚପଲ, ଉପରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ

ବଲାଙ୍ଗୀର,୮ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କୁସମେଲପଞ୍ଚାୟତର ଜାମୁଟିଆ ଗାଁ ନିକଟ ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଗୁରୁବାର ଜବତ ହୋଇଛି।…

ଇଣ୍ଡି ମେଣ୍ଟର ବନ୍ଦ ଡାକରା: ଗାଡ଼ିମୋଟର ଫେରାଇଦେଲେ ବିକ୍ଷୋଭକାରୀ

ପାଟଣା,୮ା୧୦(ବୀର କିଶୋର ଦାଶ): ଇଣ୍ଡିମେଣ୍ଟର ଭାରତ ବନ୍ଦ ଡାକରାକୁ ସମର୍ଥନ କରି ପାଟଣା ଓ ସାହାର ପଡ଼ା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ପିକେଟିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?