କ୍ୱାର୍ଟର୍ସରେ ଝୁଲିପଡ଼ିଲେ ମହିଳା SI, ଏମିତି ଚରମ ପଦକ୍ଷେପକୁ ନେଇ…

ପୁରୁଷୋତ୍ତମପୁର,୨୧ା୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ପରିସରରେ ଚାଞ୍ଚଲ୍ୟ। ଥାନା କ୍ୱାର୍ଟର୍ସରୁ ଜଣେ ମହିଳା ସବ୍‌ଇନ୍ସପେକ୍ଟରଙ୍କ ମୃତଦେହ ମିଳିବା ପରେ ପୋଲିସ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି। ମୃତ ମହିଳା ଅଧିକାରୀ ହେଉଛନ୍ତି ୨୦୨୪ ବ୍ୟାଚ୍‌ର ସବ୍‌ଇନ୍ସପେକ୍ଟର ପ୍ରଭାସିନୀ ସାହୁ। ସେ ଗତ ୨୦୨୪ ଜାନୁଆରୀ ୨୯ରେ ପୋଲିସ ଚାକିରିରେ ପାଦ ଥାପିଥିବାବେଳେ ସେପ୍ଟେମ୍ବର ୧୩ରେ ସେ ପୁରୁଷୋତ୍ତମପୁର ଥାନାରେ ନୂତନ ଭାବେ ଯୋଗଦେଇଥିଲେ। ଶନିବାର ସକାଳେ କ୍ୱାର୍ଟରକୁ ପାଣି ଦେବାକୁ ଆସିଥିବା ଜଣେ ବ୍ୟକ୍ତି ତାଙ୍କୁ ଫାଶୀରେ ଝୁଲୁଥିବା ଅବସ୍ଥାରେ ଦେଖି ଥାନାକୁ ଖବର ଦେଇଥିଲେ। ଖବର ପାଇ ଗଞ୍ଜାମ ଏସ୍‌ପି ହରିଶ ବି.ସି. ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ପୁରୁଷୋତ୍ତମପୁର ଏସ୍‌ଡିପିଓ ସୁଜିତ କୁମାର ନାୟକ ଓ ଥାନା ଆଇଆଇସି କୁଳମଣି ସେଠୀ ମଧ୍ୟ ଉପସ୍ଥିତ ଅଛନ୍ତି।
କେଉଁ କାରଣରୁ ଏଭଳି ଚରମ ପଦକ୍ଷେପ ନେଇଥିଲେ ତାହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ। ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରିବା ପରେ ଏବଂ ପରିବାର ସଦସ୍ୟ ପହଞ୍ଚିବା ପରେ ହିଁ କ୍ୱାର୍ଟର୍ସ ଖୋଲାଯାଇ ମୃତଦେହ ବାହାର କରାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ମୃତ ପ୍ରଭାସିନୀଙ୍କ ଘର ଯାଜପୁର ଜିଲା ମଙ୍ଗଳପୁର ଥାନା ଅନ୍ତର୍ଗତ ମହନ୍ତପୁର ଗ୍ରାମରେ। ସେ ପୁରୀରେ ବିବାହ କରିଥିବା ଜଣାପଡ଼ିଛି। ଏହି ଦୁଃଖଦ ଘଟଣାରେ ପରିବାରବର୍ଗଙ୍କୁ ଖବର ଦିଆଯାଇଛି। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସର ତଦନ୍ତ ଜାରି ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୨୯ ବଲରୁ ୮୨ ରନ, ଏବେ ଟିମ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିବେ କି ସୂର୍ଯ୍ୟକୁମାର ? ରିପୋର୍ଟରେ ବଡ଼ ଦାବି

ନୂଆଦିଲ୍ଲୀ,୨୧।୧୧: ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଭାରତୀୟ ଦଳକୁ ଫେରିବାର ସମସ୍ତ ରାସ୍ତା ବନ୍ଦ ହୋଇଯାଇଛି। ତାଙ୍କରି ଅଧିନାୟକତ୍ୱରେ ହିଁ ଭାରତୀୟ ଦଳ ୨୦୨୬ ଟି-୨୦ ବିଶ୍ୱକପ ଟାଇଟଲ…

ବଦ୍‌ନାମରୁ ବର୍ତ୍ତିବା ପାଇଁ ଶିଶୁପୁତ୍ରକୁ କୂଅରେ ଫିଙ୍ଗିଦେଇଥିଲେ ମା’, ପ୍ରେମିକଙ୍କୁ ଗିରଫ କରି…

ସମ୍ବଲପୁର,୨୧ା୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଜୁମୁରା ଥାନା ଅଞ୍ଚଳରେ ୧୦ ମାସର ଶିଶୁପୁତ୍ରକୁ କୂଅରେ ପକାଇ ହତ୍ୟା କରାଯିବା ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି। ଏହି…

ପାକିସ୍ତାନ କ୍ରିକେଟରେ ପୁଣି ହଟଚମଟ: ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ୍‌ ପଡ଼ିଲେ ମହମ୍ମଦ ରିଜୱାନଙ୍କ ସମେତ ୩ ଷ୍ଟାର୍‌ ଖେଳାଳି

ନୂଆଦିଲ୍ଲୀ,୨୧।୧୧: ପାକିସ୍ତାନ କ୍ରିକେଟ୍ରେ ପୁଣି ହଟଚମଟ ସୃଷ୍ଟି ହୋଇଛି। ଦଳର ସ୍ଥିତି ସୁଧୁରିବାର ନାଁ ଧରୁନାହିଁ। ଏହାରି ମଧ୍ୟରେ ପାକିସ୍ତାନ କ୍ରିକେଟ ବୋର୍ଡ (PCB) ନୂଆ ସେଣ୍ଟ୍ରାଲ…

ଟ୍ରେନ ଯାତ୍ରୀଙ୍କ ପାଇଁ ବଡ଼ ଖବର: ଯାତ୍ରାବେଳେ ରିଲ୍ସ ଦେଖିଲେ ଜେଲ! କଡ଼ା ନିୟମ ଆଣୁଛି ରେଳବାଇ

ନୂଆଦିଲ୍ଲୀ,୨୧।୧୧: ଯାତ୍ରା ସମୟରେ ପ୍ରାୟତଃ ଦେଖିବାକୁ ମିଳେ ଯେ ପାଖ ସିଟରେ ବସିଥିବା କୌଣସି ଯାତ୍ରୀ ବିନା ଇୟରଫୋନରେ ଉଚ୍ଚ ସୱରରେ ରିଲ୍ସ ଦେଖୁଥାନ୍ତି କିମ୍ୱା ଫୋନରେ…

ଏତେ କୋଟି ଟଙ୍କା ଦାନ କରିଛନ୍ତି ଅମ୍ବାନୀ ପରିବାର; ଜାଣନ୍ତୁ ଶୀର୍ଷ ୫ ଜଣଙ୍କ ତାଲିକାରେ ସେମାନଙ୍କ ସ୍ଥାନ କେଉଁଠି

ମୁମ୍ବାଇ,୨୧।୧୧: ଦେଶର ପ୍ରମୁଖ ଶିଳ୍ପପତିମାନଙ୍କ ଆୟ ଏବଂ ସମ୍ପତ୍ତି ପ୍ରାୟତଃ ଆଲୋଚନାର ବିଷୟ ହୋଇଥାଏ। ଏହି ପରିପ୍ରେକ୍ଷୀରେ, ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାର ବାରମ୍ବାର ଚର୍ଚ୍ଚାରେ…

୨୨ କ୍ୟାରେଟ ନାଁରେ ବିକ୍ରି ହେଉଛି ୨୦ କ୍ୟାରେଟ ସୁନା! ସୁନା ବଜାରରେ ଚହଳ, ଏକ୍ସପର୍ଟ କଲେ ଖୁଲାସା

ନୂଆଦିଲ୍ଲୀ,୨୧।୧୧: ବାହାଘର ସିଜିନ ଆରମ୍ଭ ହେଉ ହେଉ ସୁନାର ଶୁଦ୍ଧତାକୁ ନେଇ ବଡ଼ ପ୍ରଶ୍ନ ଉଠିବାରେ ଲାଗିଛି। ବଜାରରେ ୨୨ କ୍ୟାରେଟ ନାଁରେ ପ୍ରାୟ ୨୦ କ୍ୟାରେଟ…

ରକ୍ତ ସମ୍ପର୍କୀୟଙ୍କୁ କରିପାରିବେନି ବିବାହ? ସୁପ୍ରିମକୋର୍ଟଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୧।୧୧: କଣ ରକ୍ତ ସଂପର୍କରେ ମଧ୍ୟରେ ବିବାହ ହୋଇ ପାରିବ ? ଏହାକୁ ନେଇ କେନ୍ଦ୍ର ସରକାରଙ୍କଠୁ ଜବାବ ଲୋଡ଼ିଛନ୍ତି ସୁପ୍ରିମକୋର୍ଟ। ଅଦାଲତ ଅତି ଘନିଷ୍ଠଙ୍କ ମଧ୍ୟରେ…

ଶୁବମନ ଗିଲଙ୍କ ହୃଦୟ ଭାଙ୍ଗିଦେଲେ ଜାକବ ଡଫି

ନୂଆଦିଲ୍ଲୀ,୨୧।୧୧: ନ୍ୟୁଜିଲ୍ୟାଣ୍ଡ ବୋଲରଙ୍କ ବିପକ୍ଷରେ କେ.ଏଲ. ରାହୁଲ ଦୃଢ଼ତାର ସହ ଛିଡ଼ା ହୋଇ ଏକ ଶତକ ହାସଲ କରିଥିଲେ। ଭାରତୀୟ ଟେଷ୍ଟ ଦଳର ଅଧିନାୟକ ଶୁବମନ ଗିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?