ଶୋଷଣ ନୁହେଁ ସେବାରେ ବିଶ୍ୱାସକରେ

ବଅଁରପାଳ,୧୬ା୭(ଡି.ଏନ.ଏ.) ଅନେକ ମେକାନିକ ଅଛନ୍ତି ଯେଉଁମାନେ ଗ୍ରାହକଙ୍କଠାରୁ ଅଧିକ ଅର୍ଥ ନେବାରେ ଆଗ୍ରହ ରଖନ୍ତି। ସେମାନେ ଦାବି କରିଥିବା ଅର୍ଥ ପରିଶ୍ରମର ଉଚିତ ମୂଲ୍ୟ କି ନୁହେଁ ତାହା ଦେଖନ୍ତିନି। କିନ୍ତୁ ଦୀର୍ଘ ୧୩ ବର୍ଷର ଓଲଡିଂ କାମ ମଧ୍ୟରେ ଏପରି କରିବାକୁ ମନ ବଳାଇନାହିଁ। ଗ୍ରାହକଙ୍କୁ ଶୋଷଣ କରିବା ଅପେକ୍ଷା ସେମାନଙ୍କୁ ପାରୁ ପର୍ଯ୍ୟନ୍ତ ସେବା ଯୋଗାଇବାରେ ବିଶ୍ୱାସ ରଖେ ବୋଲି କହିଛନ୍ତି ଅନୁଗୋଳ ଜିଲା ବଅଁରପାଳ ବଜାରର ଫାଇବର ଓଲଡିଂ ମିସ୍ତ୍ରି ଲମ୍ବୋଦର ସାହୁ।
ଲମ୍ବୋଦର କହିଛନ୍ତି, ବଅଁରପାଳରେ ଦୋକାନ କରିଥିଲେ ବି ତାଙ୍କ ଘର ଅନୁଗୋଳ ବ୍ଲକ ଅଙ୍ଗାରବନ୍ଧ ସମାକୋଇ ଗ୍ରାମରେ। ଗଁା ସ୍କୁଲରେ ସେ ୧୦ମ ଶ୍ରେଣୀ ଯାଏ ପଢ଼ିଛନ୍ତି। ପରିବାରର ଆର୍ଥିକ ଅବସ୍ଥା ଦୁର୍ବଳ ଥିବାରୁ ସେ ରୋଜଗାର ଆଶାରେ ଛତିଶଗଡ଼ ପଳାଇଥିଲେ। ସେଠାରେ କିଛି ବର୍ଷ ଏକ କମ୍ପାନୀରେ କାର୍ଯ୍ୟ କରିବା ପରେ ତାଳଚେର ପଳାଇ ଆସି ଫାଇଭର ଓଲଡିଂ ଉପରେ ତାଲିମ ନେଇଥିଲେ। ଏହାପରେ ବଅଁରପାଳ ବଜାରରେ ଦୋକାନ ଖୋଲି ଓଲଡିଂ କାର୍ଯ୍ୟ କରୁଛନ୍ତି। ବସ୍‌, ଟ୍ରକ୍‌, କାର ଓ ବାଇକ୍‌ର ଭାଙ୍ଗି ଯାଇଥିବା ଫାଇବର ପାର୍ଟ ଯୋଡ଼ିବା ତାଙ୍କର ମୁଖ୍ୟ କାମ। ଏଥିପାଇଁ ତାଙ୍କର ବହୁ ଗ୍ରାହକ ଅଛନ୍ତି। ଭଲ ଓଲଡିଂ କରୁଥିବାରୁ ଆଖପାଖ ଅଞ୍ଚଳର ଲୋକମାନେ ମଧ୍ୟ ସେମାନଙ୍କ ଭଙ୍ଗା ପ୍ଲାଷ୍ଟିକ ଓ ଫାଇବର ପାଣି ଟାଙ୍କି ଧରି ଆସିଥାନ୍ତି। ଗ୍ରାହକମାନେ ଯେପରି ଅଧିକ ଖର୍ଚ୍ଚାନ୍ତ ନ ହେବେ ସେଥିପାଇଁ ନୂଆ ପରିବର୍ତ୍ତେ ପୁରୁଣା ଫାଇବର ସାମଗ୍ରୀରେ ସେ କାମ ଚଳାଇ ନେଇଥାନ୍ତି। ଏଥିପାଇଁ ଅଧିକ ଅର୍ଥ ମଧ୍ୟ ଦାବି କରନ୍ତି ନାହିଁ। ଦୈନିକ ସକାଳ ୬ଟାରୁ ଉଠି କାମ ସାରି ୮ଟା ସୁଦ୍ଧା ଦୋକାନରେ ପହଞ୍ଚିଯାଆନ୍ତି। ସନ୍ଧ୍ୟା ପର୍ଯ୍ୟନ୍ତ ପରିଶ୍ରମ କରି ଯାହା କିଛି ରୋଜଗାର କରନ୍ତି ସେଥିରେ ସ୍ତ୍ରୀ ଓ ୨ ଝିଅ ଚଳିଯାଉଛନ୍ତି ବୋଲି ଲମ୍ବୋଦର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri