ଶୋଷଣ ନୁହେଁ ସେବାରେ ବିଶ୍ୱାସକରେ

ବଅଁରପାଳ,୧୬ା୭(ଡି.ଏନ.ଏ.) ଅନେକ ମେକାନିକ ଅଛନ୍ତି ଯେଉଁମାନେ ଗ୍ରାହକଙ୍କଠାରୁ ଅଧିକ ଅର୍ଥ ନେବାରେ ଆଗ୍ରହ ରଖନ୍ତି। ସେମାନେ ଦାବି କରିଥିବା ଅର୍ଥ ପରିଶ୍ରମର ଉଚିତ ମୂଲ୍ୟ କି ନୁହେଁ ତାହା ଦେଖନ୍ତିନି। କିନ୍ତୁ ଦୀର୍ଘ ୧୩ ବର୍ଷର ଓଲଡିଂ କାମ ମଧ୍ୟରେ ଏପରି କରିବାକୁ ମନ ବଳାଇନାହିଁ। ଗ୍ରାହକଙ୍କୁ ଶୋଷଣ କରିବା ଅପେକ୍ଷା ସେମାନଙ୍କୁ ପାରୁ ପର୍ଯ୍ୟନ୍ତ ସେବା ଯୋଗାଇବାରେ ବିଶ୍ୱାସ ରଖେ ବୋଲି କହିଛନ୍ତି ଅନୁଗୋଳ ଜିଲା ବଅଁରପାଳ ବଜାରର ଫାଇବର ଓଲଡିଂ ମିସ୍ତ୍ରି ଲମ୍ବୋଦର ସାହୁ।
ଲମ୍ବୋଦର କହିଛନ୍ତି, ବଅଁରପାଳରେ ଦୋକାନ କରିଥିଲେ ବି ତାଙ୍କ ଘର ଅନୁଗୋଳ ବ୍ଲକ ଅଙ୍ଗାରବନ୍ଧ ସମାକୋଇ ଗ୍ରାମରେ। ଗଁା ସ୍କୁଲରେ ସେ ୧୦ମ ଶ୍ରେଣୀ ଯାଏ ପଢ଼ିଛନ୍ତି। ପରିବାରର ଆର୍ଥିକ ଅବସ୍ଥା ଦୁର୍ବଳ ଥିବାରୁ ସେ ରୋଜଗାର ଆଶାରେ ଛତିଶଗଡ଼ ପଳାଇଥିଲେ। ସେଠାରେ କିଛି ବର୍ଷ ଏକ କମ୍ପାନୀରେ କାର୍ଯ୍ୟ କରିବା ପରେ ତାଳଚେର ପଳାଇ ଆସି ଫାଇଭର ଓଲଡିଂ ଉପରେ ତାଲିମ ନେଇଥିଲେ। ଏହାପରେ ବଅଁରପାଳ ବଜାରରେ ଦୋକାନ ଖୋଲି ଓଲଡିଂ କାର୍ଯ୍ୟ କରୁଛନ୍ତି। ବସ୍‌, ଟ୍ରକ୍‌, କାର ଓ ବାଇକ୍‌ର ଭାଙ୍ଗି ଯାଇଥିବା ଫାଇବର ପାର୍ଟ ଯୋଡ଼ିବା ତାଙ୍କର ମୁଖ୍ୟ କାମ। ଏଥିପାଇଁ ତାଙ୍କର ବହୁ ଗ୍ରାହକ ଅଛନ୍ତି। ଭଲ ଓଲଡିଂ କରୁଥିବାରୁ ଆଖପାଖ ଅଞ୍ଚଳର ଲୋକମାନେ ମଧ୍ୟ ସେମାନଙ୍କ ଭଙ୍ଗା ପ୍ଲାଷ୍ଟିକ ଓ ଫାଇବର ପାଣି ଟାଙ୍କି ଧରି ଆସିଥାନ୍ତି। ଗ୍ରାହକମାନେ ଯେପରି ଅଧିକ ଖର୍ଚ୍ଚାନ୍ତ ନ ହେବେ ସେଥିପାଇଁ ନୂଆ ପରିବର୍ତ୍ତେ ପୁରୁଣା ଫାଇବର ସାମଗ୍ରୀରେ ସେ କାମ ଚଳାଇ ନେଇଥାନ୍ତି। ଏଥିପାଇଁ ଅଧିକ ଅର୍ଥ ମଧ୍ୟ ଦାବି କରନ୍ତି ନାହିଁ। ଦୈନିକ ସକାଳ ୬ଟାରୁ ଉଠି କାମ ସାରି ୮ଟା ସୁଦ୍ଧା ଦୋକାନରେ ପହଞ୍ଚିଯାଆନ୍ତି। ସନ୍ଧ୍ୟା ପର୍ଯ୍ୟନ୍ତ ପରିଶ୍ରମ କରି ଯାହା କିଛି ରୋଜଗାର କରନ୍ତି ସେଥିରେ ସ୍ତ୍ରୀ ଓ ୨ ଝିଅ ଚଳିଯାଉଛନ୍ତି ବୋଲି ଲମ୍ବୋଦର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଯିବା ବାଟରେ ସ୍କୁଟି ଆଗକୁ ଆସିଗଲା ଛେଳି, ଦୁର୍ଘଟଣାରେ ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ

ବାସୁଦେବପୁର,୨୮ା୯(କାଳି ପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ମନ୍ଦାରୀ ବନ୍ଧ ମୁଣ୍ଡ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ବାସୁଦେବପୁର ପୌରାଞ୍ଚଳ…

ଦେଶୀ ବିହନ ସଂରକ୍ଷଣରେ ବୈଦନାଥଙ୍କ ନିଆରା ପ୍ରୟାସ, ୨୨ କିସମର ଧାନ ସଂଗ୍ରହ କରି…

କର୍ଲାମୁଣ୍ଡା,୨୮ା୯(ପ୍ରଦୀପ କୁମାର ସାହୁ): ଦେଶୀ ବିହନର ସୁରକ୍ଷା ସହ ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ, ମାଟି ଓ ଜୈବବିବିଧତାର ସୁରକ୍ଷା ତଥା ବିଷମୁକ୍ତ ଓ ପୁଷ୍ଟିକର ଖାଦ୍ୟ ଉତ୍ପାଦନ…

କଳିଙ୍ଗା ଘାଟିରେ ଭୂସ୍ଖଳନ ପରେ ଆସୁନି ଗାଡ଼ିମୋଟର, ଦରଦାମ୍‌ ଉପରେ ପଡୁଛି ଘୋର ପ୍ରଭାବ

ରାଇକିଆ,୨୮ା୯(ପ୍ରଦୀପ ବେହେରା): କଳିଙ୍ଗା ଘାଟିରେ ଭୂସ୍ଖଳନର ପ୍ରଭାବ କନ୍ଧମାଳ ଜିଲାବାସୀଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ବିଶେଷ କରି ରାଇକିଆ, ଜି. ଉଦୟଗିରି ଅଞ୍ଚଳକୁ ନିୟମିତ ବସ…

ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍‌ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ…

ସୁନାମୀ କ’ଣ? ଏହା ଆସିବା ପୂର୍ବରୁ କ’ଣ ମିଳିବ ସଙ୍କେତ, କେମିତି ପାଇବେ ରକ୍ଷା ଜାଣନ୍ତୁ…

ମହାକାଳପଡ଼ା, ୨୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ସମୟରେ ସୁନାମୀ, ସାମୁଦ୍ରିକ ଝଡ଼ ଓ ବଜ୍ରପାତ ଆଦି ଦେଖାଯାଇଥାଏ॥ ଏହି ଅବସରରେ…

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା: ୨ ଭାଇଙ୍କୁ କୋର୍ଟ ଚାଲାଣ

ଦେବଗଡ଼,୨୮ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳ ୧୦ ନମ୍ବର ଓ୍ବାର୍ଡ ରଜାମୁଣ୍ଡା ସାହିର ହାଡୁ ନାୟକ (୪୨)ଙ୍କ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମୀର ମୁଖି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?