ଶ୍ରମିକଙ୍କୁ ପ୍ରାପ୍ୟ ପ୍ରଦାନରେ ଠକେଇ ଅଭିଯୋଗ, ଥାନାରେ ଏତଲା
ବଅଁରପାଳ,୩ା୬(ଡି.ଏନ୍.ଏ.) : ଅନୁଗୋଳ ଜିଲା ନାଲ୍କୋ ଥାନା ଅନ୍ତର୍ଗତ କାଣ୍ଡସର ଗ୍ରାମ ହରିଜନସାହିର ୫୦ରୁ ଊର୍ଦ୍ଧ୍ୱ ଶ୍ରମିକଙ୍କୁ ପ୍ରାପ୍ୟ ପ୍ରଦାନରେ ଠକେଇ ହୋଇଥିବା ନେଇ ବୁଧବାର ନାଲ୍କୋ ଥାନାରେ ଅଭିଯୋଗ ହୋଇଛି। ସେମାନେ ଅଭିଯୋଗ କରିଛନ୍ତି, ଗ୍ରାମର ଜଣେ ବ୍ୟକ୍ତି ଗତ…
ପୂଜାଥାଳି ଖୋଜୁଛନ୍ତି ପୂଜାରୀ
ବଅଁରପାଳ,୩ା୬ – ପୂର୍ଣ୍ଣମୀ ହେଉ କି ଅମାବାସ୍ୟା, ସଂକ୍ରାନ୍ତି ହେଉ ଅବା ସୋମବାର, ସକାଳୁ ଗହଳିଚହଳିରେ ପୂରି ଉଠୁଥିଲା ମନ୍ଦିର ପରିବେଶ। ପୂଜା ପାଇଁ ଥାଳି ଧରି ଶ୍ରଦ୍ଧାଳୁମାନେ ଘଣ୍ଟା ଘଣ୍ଟା ଧାଡ଼ିରେ ଅପେକ୍ଷା କରୁଥିଲେ ପୂଜାରୀଙ୍କୁ। ହେଲେ କରୋନା କଟକଣା…
ବନ୍ଦେ ଉତ୍କଳ ଜନନୀ ଗାନ ବେଳେ ବିଭ୍ରାଟ ଘଟଣା: ଡିଆଇପିଆର୍ଓଙ୍କୁ ସ୍ପଷ୍ଟୀକରଣ ମାଗିଲେ ଜିଲାପାଳ
ଅନୁଗୋଳ ଅଫିସ, ୨।୬- କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେ ୩୦ ଅପରାହ୍ନ ୫ଟା ୩୦ରେ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ଆହ୍ବାନ ଦେଇଥିଲେ। ହେଲେ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ଏହି ସଙ୍ଗୀତ ଗାନ…
୬ ବର୍ଷର ଶିଶୁ କରୋନା ପଜିଟିଭ୍
ଅନୁଗୋଳ ଅଫିସ୍, ୨।୬- ଅନୁଗୋଳ ଜିଲାରେ ମଙ୍ଗଳବାର ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତ ଜଣକ ଜଣେ ୬ ବର୍ଷ ଶିଶୁ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ତାଙ୍କ ମା ଓ ବାପାଙ୍କ ରିପୋର୍ଟ…
ବ୍ୟାଙ୍କ ଅଫ୍ ବରୋଦା ଏଟିଏମ୍ ଭାଙ୍ଗିଲେ ଦୁର୍ବୃତ୍ତ
ବଇଣ୍ଡା,୨।୬ (ଡି.ଏନ୍.ଏନ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ପାଇକସାହି ଗ୍ରାମରେ ଥିବା ବ୍ୟାଙ୍କ ଅଫ୍ ବରୋଦାରୁ ସୋମବାର ରାତିରେ ଲୁଟ୍ ଉଦ୍ୟମ ବିଫଳ ହୋଇଛି। କେତେକ ଦୁର୍ବୃତ୍ତ ବ୍ୟାଙ୍କର ମୁଖ୍ୟ ଫାଟକ ତାଲାକୁ ଭାଙ୍ଗି ଭିତରେ ଥିବା ଏଟିଏମ୍କୁ ମଧ୍ୟଭାଙ୍ଗି ଦେଇଛନ୍ତି।…
ନୂଆ ଥାଇ ବି ପୁରୁଣା ସାହା
ଛେଣ୍ଡିପଦା, ୨।୬(ସ୍ବ.ପ୍ର.) – ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ୩ ବର୍ଷ ତଳୁ ନିର୍ମାଣ ସରିଛି ପୋଲ। ହେଲେ ଆପ୍ରୋଚ ରୋଡ୍ ସମ୍ପୂର୍ଣ୍ଣ ହୋଇପାରି ନ ଥିବାରୁ ତାହା ବ୍ୟବହାରରେ ଲାଗି ପାରୁନାହିଁ। ଫଳରେ ପୂର୍ବରୁ ଯେଉଁ ପୁରୁଣା ବିପଦସଙ୍କୁଳ…
ଜିଲା କାର୍ଯ୍ୟାଳୟ ଘେରିଲେ ସ୍ବୟଂ ସହାୟକ ଗୋଷ୍ଠୀ
ଅନୁଗୋଳ ଅଫିସ୍, ୧।୬- ସେସୁ ସହ ଏନ୍ଜେନ୍ର ଚୁକ୍ତି ଶେଷ ହେବା ଓ ସେସୁ ପରିଚାଳନା ଦାୟିତ୍ୱ ଟାଟା ପାଓ୍ବାର କମ୍ପାନୀ ଲିମିଟେଡ୍କୁ ଯିବା ପରେ ଠିକା କର୍ମଚାରୀଙ୍କ ଭଳି ମିଟର ରିଡିଂ ଓ ବିଲ୍ ଆଦାୟ ଦାୟିତ୍ୱ ତୁଲାଉଥିବା ଅନୁଗୋଳ…
ଟୋଲକବେଡା ଗ୍ରାମବାସୀଙ୍କ ଆନ୍ଦୋଳନ
କଣିହାଁ, ୧ା୬(ଡି.ଏନ.ଏ.)- ପାଉଁଶ ଟ୍ରକ୍, ଭାରିଯାନ ଚଳାଚଳ ଯୋଗୁ ଉପୁଜୁଥିବା ସମସ୍ୟାର ସମାଧାନ ଓ ଅନ୍ୟାନ୍ୟ ଦାବି ନେଇ ସୋମବାର ଅନୁଗୋଳ ଜିଲା କଣିହଁା ବ୍ଲକ ଟୋଲକବେଡା ଗ୍ରାମବାସୀ ଏନ୍ଟିପିସି ପ୍ରକଳ୍ପ ଶକ୍ତିଦ୍ୱାର ନିକଟରେ ଆନ୍ଦୋଳନ କରିଥିଲେ। ଏଥିଯୋଗୁ ପାଉଁଶ ଟ୍ରକ୍…
ଆମ୍ବପାଳ ଗ୍ରାମରେ ଅଗ୍ନିକାଣ୍ଡ: ୩ ବଖରା ସହ ଜଳିଗଲେ ବୃଦ୍ଧା
ବଇଣ୍ଡା,୧ା୬(ଡି.ଏନ.ଏ.)-ଅନୁଗୋଳ ଜିଲା କିଶୋରନଗର ବ୍ଲକ ଆମ୍ବପାଳ ଗ୍ରାମରେ ସୋମବାର ପୂର୍ବାହ୍ନରେ ନିଆଁରେ ପୋଡ଼ି ହୋଇ ପୁଞ୍ଜେଇ ପ୍ରଧାନ(୯୦)ଙ୍କ ମୃତ୍ୟୁ ଘଟିଛି। ଏଥିସହ ତାଙ୍କର ୩ ବଖରା ଚାଳ ଘର ଜଳିଯାଇଛି। ଘଟଣା ମୁତାବକ, ଘରେ କେହି ନ ଥିବାବେଳେ ପୁଞ୍ଜେଇ ରୋଷେଇ…
ରେଲ୍ଓ୍ବେ ଶ୍ରମିକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ପ୍ଲାଣ୍ଟକୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ
ବଅଁରପାଳ,୧ା୬(ଡି.ଏନ୍.ଏ.): ସୋମବାର ନାଲ୍କୋ ସ୍ମେଲଟର ଓ ସିପିପି ପ୍ଲାଣ୍ଟରେ ରେଲଓ୍ବେ ଅପରେଶନରେ କାର୍ଯ୍ୟ କରୁଥିବା ୧୫୦ରୁ ଊର୍ଦ୍ଧ୍ୱ ଶ୍ରମିକ ବିଭିନ୍ନ ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଫଳରେ ପ୍ଲାଣ୍ଟ୍୍କୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏହି ଶ୍ରମିକମାନେ ଦୀର୍ଘ ୨…
ନନ୍ଦିରା ଉପରେ ନିର୍ଭର
ବଅଁରପାଳ,୧ା୬(ଡି.ଏନ.ଏ.) ପ୍ରତି ଘରେ ପହଞ୍ଚିବ ପାଇପ୍ ପାଣି। ଲୋକଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇବାକୁ ବର୍ଷ ବର୍ଷ ଧରି ଏପରି ଆଶ୍ୱାସନା ଦେଉଛନ୍ତି ସରକାର। ହେଲେ ଘର ତ ଦୂରର କଥା ସମସ୍ତ ଗାଁରେ ମଧ୍ୟ ଏଯାଏ ପହଞ୍ଚିନି ସରକାରଙ୍କ ପାନୀୟ…
ଦୂର ହେଉନି ରୀନାଙ୍କ ଦୁଃଖ
ଆଠମଲ୍ଲିକ, ୧ା୬(ଡି.ଏନ.ଏ.) ଭିନ୍ନକ୍ଷମ ବୋଲି ଚିହ୍ନଟ କରିଛି ପ୍ରଶାସନ। ପ୍ରମାଣପତ୍ର ମଧ୍ୟ ଦେଇଛି ତାଙ୍କୁ। ହେଲେ ସେ କେମିତି ସରକାରୀ ଯୋଜନାରେ ସାମିଲ ହୋଇ ଉପକୃତ ହେବେ ସେ ନେଇ କୌଣସି ପଦକ୍ଷେପ ନିଆଯାଉ ନାହିଁ। ବାରମ୍ବାର ବ୍ଲକକୁ ଦୌଡ଼ି ନିଜ…

