Posted inTrending, ଖେଳ

୧୨ ବର୍ଷ ପରେ ନ୍ୟୁଜିଲାଣ୍ଡ ମାଟିରେ ଐତିହାସିକ ରେକର୍ଡ କଲେ ଶୁବମନ ଗିଲ

ଓ୍ବେଲିଂଟନ,୨୧।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ଦମ୍‌ଦାର ବ୍ୟାଟିଂ କରିଛନ୍ତି ଭାରତୀୟ ଅଧିନାୟକ ଶୁବମନ ଗିଲ। ଆକ୍ରମଣାତ୍ମକ ଅନ୍ଦାଜରେ ବ୍ୟାଟିଂ କରି ମାତ୍ର ୬୬ଟି ବଲ୍‌ରେ ନିଜର ଅର୍ଦ୍ଧଶତକ ପୂରଣ କରିଛନ୍ତି ସେ। ସବୁଠାରୁ ଖାସ କଥା ହେଉଛି, ଛକା ମାରି ୫୦ ରନ୍‌ରେ ପହଞ୍ଚିଥିଲେ ଗିଲ। ନ୍ୟୁଜିଲାଣ୍ଡ ମାଟିରେ ଟେଷ୍ଟ ଅଧିନାୟକ ଭାବେ ନିଜର ପ୍ରଥମ ଇନିଂସରେ ହିଁ ସେ ଏହି ସଫଳତା ହାସଲ କରିଛନ୍ତି। ଏହା ସହ ତାଙ୍କ ନାଁରେ ଯୋଡ଼ି ହୋଇଛି ଏକ ବିରଳ ରେକର୍ଡ।
ଗିଲ ବ୍ୟାଟିଂ କରିବାକୁ ଆସିବା ବେଳକୁ ଭାରତୀୟ ଦଳ ୨ଟି ଉଇକେଟ ହରାଇ ୨୯୫ ରନ ସଂଗ୍ରହ କରିସାରିଥିଲା। ଦଳର ମଜଭୁତ ସ୍ଥିତିର ଫାଇଦା ଉଠାଇ ଗିଲ ଦ୍ରୁତ ଗତିରେ ରନ ସଂଗ୍ରହ କରିବା ସହ ନ୍ୟୁଜିଲାଣ୍ଡ ବୋଲରଙ୍କ ଉପରେ ଚାପ ପକାଇଥିଲେ। ତାଙ୍କ ଏହି ଅର୍ଦ୍ଧଶତକ ସହ ନ୍ୟୁଜିଲାଣ୍ଡ ମାଟିରେ ଭାରତୀୟ ଟେଷ୍ଟ ଅଧିନାୟକଙ୍କ ଅର୍ଦ୍ଧଶତକ ଦେଖିବା ପାଇଁ ୧୨ ବର୍ଷର ଅପେକ୍ଷାର ଅନ୍ତ ଘଟିଛି। ଗିଲଙ୍କ ପୂର୍ବରୁ ୨୦୧୪ରେ ମହେନ୍ଦ୍ର ସିଂ ଧୋନୀ ଶେଷ ଥର ପାଇଁ ନ୍ୟୁଜିଲାଣ୍ଡ ମାଟିରେ ଭାରତୀୟ ଟେଷ୍ଟ ଅଧିନାୟକ ଭାବେ ଅର୍ଦ୍ଧଶତକ ହାସଲ କରିଥିଲେ।
ଗିଲଙ୍କ ଏହି ଅର୍ଦ୍ଧଶତକ ସହ ଭାରତୀୟ ଟେଷ୍ଟ କ୍ରିକେଟ୍‌ରେ ଏକ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। SENA ଦେଶରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍‌ରେ ଗୋଟିଏ ଇନିଂସରେ ପ୍ରଥମ ଥର ପାଇଁ ଭାରତର ଟପ-୪ ବ୍ୟାଟର୍‌ ୫୦ କିମ୍ବା ତା’ଠାରୁ ଅଧିକ ରନ କରିବାରେ ସଫଳ ହୋଇଛନ୍ତି। ଏହି ଐତିହାସିକ ଉପଲବ୍ଧିରେ ଯୋଗଦାନ ଦେଇଛନ୍ତି ଯଶସ୍ବୀ ଜୟସ୍ବାଲ, କେଏଲ ରାହୁଲ, ଦେବଦତ୍ତ ପଡ଼ିକଲ ଓ ଶୁବମନ ଗିଲ। ଏହି ଚାରି ଜଣ ବ୍ୟାଟର୍‌ ନିଜ ନିଜର ଦମ୍‌ଦାର ପ୍ରଦର୍ଶନ ବଳରେ ଭାରତୀୟ ଟେଷ୍ଟ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି।

ୱେଲିଂଟନ ଟେଷ୍ଟରେ ଭାରତର ଟପ-୪ ବ୍ୟାଟରଙ୍କ ପ୍ରଦର୍ଶନ

୧.ଯଶସ୍ବୀ ଜୟସ୍ବାଲ: ୮୫ ରନ
୨.କେଏଲ ରାହୁଲ: ୧୩୬ ରନ
୩.ଦେବଦତ୍ତ ପଡ଼ିକଲ:୮୦ ରନ
୪.ଶୁବମନ ଗିଲ: ୫୦ରୁ ଅଧିକ ରନ

ଭାରତୀୟ ଦଳର ଟପ-୪ ବ୍ୟାଟରଙ୍କ ଏଭଳି ପ୍ରଦର୍ଶନ ନ୍ୟୁଜିଲାଣ୍ଡ ବିପକ୍ଷରେ ଦଳର ସ୍ଥିତିକୁ ଆହୁରି ମଜଭୁତ କରିଛି। ଏହା ସହ ଅଧିନାୟକ ଗିଲ ନିଜର ନେତୃତ୍ୱ ସହ ବ୍ୟାଟିଂରେ ମଧ୍ୟ ନିଜ ଦକ୍ଷତା ପ୍ରମାଣିତ କରିଛନ୍ତି।

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

‘ମୋ ସ୍ତ୍ରୀ କାନ୍ଦୁଥିଲେ… ତା’ପରେ ମୋ ପାଖକୁ ଗୌତମ ଗମ୍ଭୀରଙ୍କ ଫୋନ ଆସିଲା…’ ଏମିତି କହି କାନ୍ଦି ପକାଇଲେ ସରଫରାଜ ଖାନ

ନୂଆଦିଲ୍ଲୀ,୨୧।୧୧: ସରଫରାଜ ଖାନ ବର୍ତ୍ତମାନ ଭାରତୀୟ ଦଳର ଅଂଶ ନୁହଁନ୍ତି। ପୂର୍ବତନ କ୍ରିକେଟର ଆକାଶ ଚୋପ୍ରାଙ୍କ ଶୋ’ ‘ବୈଠ ଔର୍‌ ବୋଲ’ (Baith Aur Bol) ରେ,…

ଭାରତର ୪ ରାଫେଲ ଯୁଦ୍ଧବିମାନ ନିଖୋଜ: ରିପୋର୍ଟ

ନୂଆଦିଲ୍ଲୀ,୨୧ା୧୧: ଭାରତୀୟ ବାୟୁସେନାର ୩୬ ରାଫେଲ ଯୁଦ୍ଧବିମାନ ମଧ୍ୟରୁ ୪ଟି କମ୍‌ ରହିଥିବା ନେଇ ବ୍ରିଟିଶ୍‌ ବିମାନ ଚଳାଚଳ ସଂସ୍ଥାର ଏକ ପତ୍ରିକାରେ ରିପୋର୍ଟ କରାଯାଇଥିବାବେଳେ ବାୟୁସେନାର…

ସୁନା କିଣୁଥିଲେ ସାବଧାନ! ରେନିୟମ-ଇରିଡିୟମ ମିଶାଇ ବଢ଼ାଯାଉଛି ଗହଣାର ଓଜନ; ରିପୋର୍ଟ କଲା ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୧।୧୧: ସୁନା କିଣୁଥିବା ଗ୍ରାହକଙ୍କ ପାଇଁ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ସୁନାରେ ରେନିୟମ (Rhenium) ଏବଂ ଇରିଡିୟମ (Iridium) ଭଳି ଧାତୁର…

IND A VS NEP: ବିଜୟ ସହିତ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଲା ଭାରତ, ପଛରେ ରହିଗଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୧: ୨୦୨୬ ଏସିଆ କପ ‘ରାଇଜିଂ ଷ୍ଟାର୍ସ’ (Rising Stars) ଟୁର୍ଣ୍ଣାମେଣ୍ଟରେ ଭାରତ ଏକ ଚମତ୍କାର ଆରମ୍ଭ କରିଛି। ଦୋହାରେ ନେପାଳ ବିପକ୍ଷରେ ଖେଳାଯାଇଥିବା ଏକ ମ୍ୟାଚରେ,…

ପାଟ କମିନ୍ସଙ୍କୁ ନେଇ ଏକ ସ୍ବତନ୍ତ୍ର ବୈଠକ ଆୟୋଜନ କଲା କ୍ରିକେଟ ଅଷ୍ଟ୍ରେଲିଆ, ଅଧିନାୟକତ୍ୱକୁ ନେଇ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୧୧: ୨୦୧୮ ମସିହାର ‘ସ୍ୟାଣ୍ଡପେପରଗେଟ’ (sandpapergate) ଘଟଣାକୁ ନେଇ ଉସମାନ ଖ୍ବାଜାଙ୍କ ନୂଆ ଖୁଲାସା ଅଷ୍ଟ୍ରେଲୀୟ କ୍ରିକେଟ ଜଗତରେ ହଇଚଇ ସୃଷ୍ଟି କରିଛି। ଖ୍ବାଜାଙ୍କ ଏହି ଦାବିକୁ…

ତେଲ କମ୍ପାନୀଙ୍କୁ ଝଟ୍‌କା, ଗ୍ରାହକଙ୍କ ପାଇଁ ଖୁସି; ପେଟ୍ରୋଲକୁ ନେଇ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୧।୧୧: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (Crude Oil) ଦର ବଢ଼ୁଥିଲେ ମଧ୍ୟ ଘରୋଇ ସ୍ତରରେ ସାଧାରଣ ଲୋକଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଆଜି ଅର୍ଥାତ ଶନିବାର,…

ଟଳିଲା ବିପଦ, ରାଇକିଆବାସୀ ଆଶ୍ୱସ୍ତ: ପ୍ରଶାସନର ପଦକ୍ଷେପକୁ ପ୍ରଶଂସା

ରାଇକିଆ,୨୧।୧୧(ପ୍ରଦୀପ ବେହେରା): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅକ୍ୱାନ ଶୁକ୍ରବାର ସ୍ଥଳଭାଗ ଛୁଇଁବା ପରେ ଯେଉଁ ବର୍ଷା ପବନ ଆଶଙ୍କା କରାଯାଉଥିଲା ତାହା ପ୍ରଭାବ ଶୂନ୍ୟ ରହିବା…

ବିଶ୍ୱରେକର୍ଡ କଲେ ରାହୁଲ-ପଡିକଲ: ଭାରତୀୟ ଟେଷ୍ଟ କ୍ରିକେଟ ଇତିହାସରେ ଚତୁର୍ଥ ଥର ପାଇଁ ଘଟିଲା ଏହି ଘଟଣା

ଓ୍ବେଲିଂଟନ,୨୧।୧୧: ନ୍ୟୁଜିଲାଣ୍ଡର ୱେଲିଂଟନସ୍ଥିତ ବେସିନ ରିଜର୍ଭ ଷ୍ଟାଡିୟମ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଦୁଇ ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ୍‌ରେ ପ୍ରଥମ ମୁକାବିଲାରେ ଭାରତୀୟ ବ୍ୟାଟରମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?