କଟକଣା ମାନୁନାହାନ୍ତି ବାବୁ: ପ୍ରଶାସନ ନିର୍ଦ୍ଦେଶନାମା ଉଲ୍ଲଂଘନ ଚର୍ଚ୍ଚା

ଅନୁଗୋଳ ଅଫିସ୍‌, ୧୩ା୭: କୌଣସି ହଟ୍‌ସ୍ପଟ ଜିଲା ବା ରାଜ୍ୟ ବାହାରୁ ଆସୁଥିବା ଲୋକମାନେ ବାଧ୍ୟତାମୂଳକ ଭାବେ ୧୪ ଦିନିଆ ସରକାରୀ କ୍ବାରାଣ୍ଟାଇନ୍‌ରେ ରହିବେ ବୋଲି ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ଶନିବାର ନିର୍ଦ୍ଦେଶନାମା (ନଂ ୩୪୧/ଆବାସିକ/୧୧ା୭ା୨୦୨୦) ଜାରି କରାଯାଇଛି। ଏହାପୂର୍ବରୁ ଶୁକ୍ରବାର ମଧ୍ୟ ଏକ ନିର୍ଦ୍ଦେଶନାମା (ନଂ ୩୩୭/ଆବାସିକ/ ୧୦ା୭ା୨୦୨୦)ରେ ଯାଜପୁର ଓ ଗଞ୍ଜାମ ଲୋକଙ୍କୁ ଅନୁଗୋଳ ମନା ବୋଲି କୁହାଯାଇଥିଲା। ଜନସାଧାରଣଙ୍କ ପାଇଁ କଡ଼ାକଡ଼ି କରାଯାଇଥିବା ଏହି କଟକଣାକୁ କିନ୍ତୁ ଖୋଦ୍‌ ପ୍ରଶାସନିକ ଅଧିକାରୀମାନେ ମାନୁ ନ ଥିବା ସହରରେ ଚର୍ଚ୍ଚା ହେଉଛି। ଯାହା ଜଣାପଡ଼ିଛି, ପ୍ରଥମ ନିର୍ଦ୍ଦେଶନାମା ବାହାରିବା ପରେ ଜିଲା ମୁଖ୍ୟ ଚିକିତ୍ସାଳୟର ଜଣେ ବରିଷ୍ଠ ଅଧିକାରୀ ସରକାରୀ କାର୍ଯ୍ୟରେ ପଡ଼ୋଶୀ ଜିଲାକୁ ଯାଇଥିଲେ। ରବିବାର ମଧ୍ୟାହ୍ନରେ ସେ ଅନୁଗୋଳ ଫେରିଆସିଛନ୍ତି। ସେହିପରି ଦ୍ୱିତୀୟ ନିର୍ଦ୍ଦେଶନାମା ଜାରି ପରେ ଜିଲାର ଜଣେ ବରିଷ୍ଠ ଅଧିକାରୀ ଓ ତାଙ୍କ ସହ ଜଣେ କନିଷ୍ଠ ଅଧିକାରୀ ଭୁବନେଶ୍ୱର ମୁହଁା ହୋଇଥିଲେ। ରବିବାର ସନ୍ଧ୍ୟା ସୁଦ୍ଧା ଦୁଇ ଅଧିକାରୀ ଅନୁଗୋଳ ଫେରିନାହାନ୍ତି। ଭୁବନେଶ୍ୱର ଯାଇଥିବା ବାବୁମାନେ ନିଜ କାର୍ଯ୍ୟକ୍ଷେତ୍ରକୁ ଫେରିଲେ ସେମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯିବ କି ନାହିଁ ତାହା ଏବେ ଆଲୋଚନାର ବିଷୟ ହୋଇଛି। ଏ ସମ୍ପର୍କରେ ଜିଲାପାଳ ମନୋଜ କୁମାର ମହାନ୍ତି କହିଛନ୍ତି, ୭୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବାହାର ଜିଲାରେ ରହିଲେ ସରକାରୀ କ୍ବାରାଣ୍ଟାଇନ୍‌ ବାଧ୍ୟତାମୂଳକ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri