କଟକଣା ମାନୁନାହାନ୍ତି ବାବୁ: ପ୍ରଶାସନ ନିର୍ଦ୍ଦେଶନାମା ଉଲ୍ଲଂଘନ ଚର୍ଚ୍ଚା

ଅନୁଗୋଳ ଅଫିସ୍‌, ୧୩ା୭: କୌଣସି ହଟ୍‌ସ୍ପଟ ଜିଲା ବା ରାଜ୍ୟ ବାହାରୁ ଆସୁଥିବା ଲୋକମାନେ ବାଧ୍ୟତାମୂଳକ ଭାବେ ୧୪ ଦିନିଆ ସରକାରୀ କ୍ବାରାଣ୍ଟାଇନ୍‌ରେ ରହିବେ ବୋଲି ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ଶନିବାର ନିର୍ଦ୍ଦେଶନାମା (ନଂ ୩୪୧/ଆବାସିକ/୧୧ା୭ା୨୦୨୦) ଜାରି କରାଯାଇଛି। ଏହାପୂର୍ବରୁ ଶୁକ୍ରବାର ମଧ୍ୟ ଏକ ନିର୍ଦ୍ଦେଶନାମା (ନଂ ୩୩୭/ଆବାସିକ/ ୧୦ା୭ା୨୦୨୦)ରେ ଯାଜପୁର ଓ ଗଞ୍ଜାମ ଲୋକଙ୍କୁ ଅନୁଗୋଳ ମନା ବୋଲି କୁହାଯାଇଥିଲା। ଜନସାଧାରଣଙ୍କ ପାଇଁ କଡ଼ାକଡ଼ି କରାଯାଇଥିବା ଏହି କଟକଣାକୁ କିନ୍ତୁ ଖୋଦ୍‌ ପ୍ରଶାସନିକ ଅଧିକାରୀମାନେ ମାନୁ ନ ଥିବା ସହରରେ ଚର୍ଚ୍ଚା ହେଉଛି। ଯାହା ଜଣାପଡ଼ିଛି, ପ୍ରଥମ ନିର୍ଦ୍ଦେଶନାମା ବାହାରିବା ପରେ ଜିଲା ମୁଖ୍ୟ ଚିକିତ୍ସାଳୟର ଜଣେ ବରିଷ୍ଠ ଅଧିକାରୀ ସରକାରୀ କାର୍ଯ୍ୟରେ ପଡ଼ୋଶୀ ଜିଲାକୁ ଯାଇଥିଲେ। ରବିବାର ମଧ୍ୟାହ୍ନରେ ସେ ଅନୁଗୋଳ ଫେରିଆସିଛନ୍ତି। ସେହିପରି ଦ୍ୱିତୀୟ ନିର୍ଦ୍ଦେଶନାମା ଜାରି ପରେ ଜିଲାର ଜଣେ ବରିଷ୍ଠ ଅଧିକାରୀ ଓ ତାଙ୍କ ସହ ଜଣେ କନିଷ୍ଠ ଅଧିକାରୀ ଭୁବନେଶ୍ୱର ମୁହଁା ହୋଇଥିଲେ। ରବିବାର ସନ୍ଧ୍ୟା ସୁଦ୍ଧା ଦୁଇ ଅଧିକାରୀ ଅନୁଗୋଳ ଫେରିନାହାନ୍ତି। ଭୁବନେଶ୍ୱର ଯାଇଥିବା ବାବୁମାନେ ନିଜ କାର୍ଯ୍ୟକ୍ଷେତ୍ରକୁ ଫେରିଲେ ସେମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯିବ କି ନାହିଁ ତାହା ଏବେ ଆଲୋଚନାର ବିଷୟ ହୋଇଛି। ଏ ସମ୍ପର୍କରେ ଜିଲାପାଳ ମନୋଜ କୁମାର ମହାନ୍ତି କହିଛନ୍ତି, ୭୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବାହାର ଜିଲାରେ ରହିଲେ ସରକାରୀ କ୍ବାରାଣ୍ଟାଇନ୍‌ ବାଧ୍ୟତାମୂଳକ।


Enter your email to get our daily news in your inbox.

All Right Reserved By Dharitri.Com

ଚେନ୍‌ ଛିଣ୍ଡାଇ ଟ୍ରକ୍‌ ଭାଙ୍ଗିଲା ନରହନ୍ତା ଦନ୍ତା: କପିଳାସ ପଠାଇ ପାରିଲାନି ବନ ବିଭାଗ

ତାଳଚେର,୨୧।୧(ନି.ପ୍ର.): ଅନୁଗୋଳ ବନଖଣ୍ଡ ତାଳଚେର ରେଞ୍ଜ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ଦନ୍ତାକୁ କପିଳାସ ଚିଡ଼ିଆଖାନା ପଠାଇବାକୁ ବନ ବିଭାଗ ସଫଳ ହୋଇପାରି ନାହିଁ।...

ବଡ଼ଦାଣ୍ଡସାହି ରାସ୍ତା ନବୀକରଣ ଦାବି

ଆଠମଲ୍ଲିକ,୮।୫(ଡି.ଏନ.ଏ.): ଚଳିତବର୍ଷ ରଥଯାତ୍ରା ପୂର୍ବରୁ ଆଠମଲ୍ଲିକ ସହରସ୍ଥିତ ବଡ଼ଦାଣ୍ଡର ନବୀକରଣ କରିବାକୁ ସାଧାରଣରେ ଦାବି ହେଉଛି। ଦୀର୍ଘଦିନ ହେବ ଏହି ରାସ୍ତା ମରାମତି କରାଯାଇ ନାହିଁ। ପାନୀୟ...

ସନ୍ତୋଷଜନକ ହେଉନି ଶିକ୍ଷାଦାନ

ବଇଣ୍ଡା,୨୬ା୮ (ଡି.ଏନ.ଏ.): ବିଦ୍ୟାଳୟ ଭିତ୍ତିଭୂମିରେ କରାଯାଇଛି ବଡ଼ ପରିବର୍ତ୍ତନ। ସ୍ମାର୍ଟ ହୋଇଛି ଶିକ୍ଷାନୁଷ୍ଠାନ। ହେଲେ ଶିକ୍ଷାଦାନକୁ ନେଇ ସନ୍ତୁଷ୍ଟ ନୁହନ୍ତି ଛାତ୍ରୀଛାତ୍ର କି ଅଭିଭାବକ। କାରଣ...

ସବୁଜ ଜୋନ୍‌ ପାଇଁ ସହଯୋଗ କର

ଅନୁଗୋଳ ଅଫିସ, ୯।୫ – ଓଡ଼ିଶାର ଗୋଟିଏ ପରେ ଗୋଟିଏ ଜିଲା କରୋନା ମ୍ୟାପ୍‌ରେ ସାମିଲ ହେଉଥିବା ବେଳେ ଅନୁଗୋଳ ଏବେ ବି ଗ୍ରୀନ୍‌ ଜୋନ୍‌ରେ...

ଲାଭ ଦେଇଛି ଲଘୁଚାପ

ଅନୁଗୋଳ ଅଫିସ,୨୩ା୯: ଅଗଷ୍ଟରେ ଫାଟି ଆଁ କରିଥିଲା ଜମି। ବର୍ଷାକୁ ଚାହିଁ ଚାହିଁ ଗଡ଼ି ଯାଇଥିଲା ଚାଷ ସମୟ। ଫଳରେ ଧାନ ଫସଲକୁ ନେଇ ପୂରଣ...

ଆଖିଦୃଶିଆ ଉନ୍ନୟନ ହେଉ

ଅନୁଗୋଳ ଅଫିସ,୧୭ା୩: ପୌର ନିର୍ବାଚନ ପାଇଁ ପ୍ରଚାରରେ କମ୍ପୁଛି ଅନୁଗୋଳ ସହର। ଓ୍ବାର୍ଡର ଘର ଘର ବୁଲି ଭୋଟରଙ୍କୁ ଭେଟୁଛନ୍ତି ନଗରପାଳ ଓ କାଉନସିଲର ପ୍ରାର୍ଥୀ। ଏଥିସହ...

ଏବେ ଯିବନି ‘ସୁନ୍ଦରୀ’

ଭୁବନେଶ୍ୱର,୬ା୨(ବ୍ୟୁରୋ)/ ବନ୍ତଳା(ଡି.ଏନ୍‌.ଏ)  – ଓଡ଼ିଶାରୁ ଏବେ ଯିବ ନାହିଁ ବାଘୁଣୀ ‘ସୁନ୍ଦରୀ’। ସାତକୋଶିଆରେ ଥିବା ସୁନ୍ଦରୀ ବର୍ତ୍ତମାନ ମଧ୍ୟପ୍ରଦେଶର ‘କାହ୍ନା’ ଅଭୟାରଣ୍ୟକୁ ଯିବନି। କାହ୍ନା ଅଭୟାରଣ୍ୟ...

ବିଶୋଧନ ହେଲା ଜନଗହଳି ସ୍ଥାନ

ଛେଣ୍ଡିପଦା, ୭ା୪(ସ୍ବ.ପ୍ର.)- ଅନୁଗୋଳ ଜିଲା ଛେଣ୍ଡିପଦାର ବିଭିନ୍ନ ଜନଗହଳି ସ୍ଥାନକୁ ମଙ୍ଗଳବାର ବିଶୋଧନ କରାଯାଇଛି ।ଅଗ୍ନିଶମ ବିଭାଗ ସେକ୍ସନ ଅଧିକାରୀ ମନୋରଞ୍ଜନ ବିଶ୍ବାଳଙ୍କ ନେତୃତ୍ୱରେ ଛେଣ୍ଡିପଦା...

Advertisement
Archives

Model This Week