ବର୍ଷେ ହେଲା ବସିନି ରୋଗୀକଲ୍ୟାଣ ସମିତି ବୈଠକ

ବଅଁରପାଳ, ୧୪ା୭(ଡି.ଏନ.ଏ.)

ସ୍ବାସ୍ଥ୍ୟକେନ୍ଦ୍ରର ଉନ୍ନତୀକରଣ, ରୋଗୀ ସେବା ଉନ୍ନତମାନର କରିବାକୁ ରୋଗୀ କଲ୍ୟାଣ ସମିତି ବୈଠକ ଜରୁରୀ ଥିବାବେଳେ ଅନୁଗୋଳ ଜିଲା ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ପ୍ରତି ୬ ମାସରେ ଥରେ ବୈଠକ ବସିବାର ନିୟମ ଥିଲେ ହେଁ ଦୀର୍ଘ ବର୍ଷେ ହେଲା ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ତାହା ଅନୁଷ୍ଠିତ ହୋଇନାହିଁ। ଫଳରେ ପୂର୍ବରୁ ଥିବା ସମସ୍ୟା ସୁଧୁରୁ ନ ଥିବା ବେଳେ ନୂତନ ସମସ୍ୟା ଯୋଗୁ ଏଠାରେ ସେବା ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି।
ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ବହୁ ସମସ୍ୟା ଦେଇ ଗତି କରୁଥିବା ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ହଜାର ହଜାର ଲୋକ ନିର୍ଭରଶୀଳ। ହେଲେ ଏହାର ଉନ୍ନତୀକରଣ ସହ ରୋଗୀଙ୍କୁ ଉପଯୁକ୍ତ ସେବା ପ୍ରଦାନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉ ନାହିଁ। ଦୀର୍ଘ ଦିନ ହେଲା କେନ୍ଦ୍ରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଆଗେଇପାରୁନାହିଁ। ବହୁ ପୁରାତନ କାର୍ଯ୍ୟାଳୟର କାନ୍ଥ ଫାଟିବା ସହ ମରାମତି ଅଭାବରୁ ଶୋଚନୀୟ ହୋଇପଡିଛି। ଏଠାରେ ଭଲ ସଭାଗୃହଟିଏ ମଧ୍ୟ ନାହିଁ। ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ୟା ସୁଧାରିବା ସହ ଉପଯୁକ୍ତ ସେବା ପ୍ରଦାନ ପାଇଁ ପ୍ରତି ୬ ମାସରେ ଥରେ ରୋଗୀ କଲ୍ୟାଣ ସମିତି ବୈଠକ ବସିବା କଥା। ବୈଠକରେ ସମସ୍ୟା ଆଲୋଚନା ସହ ସମାଧାନ ପାଇଁ ପଦକ୍ଷେପ ନିଆଯିବା କଥା। ହେଲେ ବର୍ଷେ ହେଲାଣି ତାହା ହୋଇନାହିଁ। ଶେଷ ଥର ପାଇଁ ଏହି ବୈଠକ ଗତ ବର୍ଷ ଜୁନରେ ବସିଥିଲା। ବଅଁରପାଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ରୋଗୀ କଲ୍ୟାଣ ସମିତିର ଅଧ୍ୟକ୍ଷ ଥିବାବେଳେ ବିଡିଓ, ମେଡିକାଲ ଅଫିସର, ସିଡିପିଓ, ପରିମଳ ବିଭାଗ ଯନ୍ତ୍ରୀ, ବ୍ଲକ ଶିକ୍ଷା ଅଧିକାରୀ, ଆର୍‌ଡି ବିଭାଗ ଅଧିକାରୀ ଏହାର ସଦସ୍ୟ ରହିଥିଲେ ମଧ୍ୟ ଏହି ବୈଠକ ବସୁ ନ ଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏ ସମ୍ପର୍କରେ ସମିତି ଅଧ୍ୟକ୍ଷା ଅଞ୍ଜଳି ଭୋଇ କୁହନ୍ତି, ୬ ମାସରେ ଥରେ ବୈଠକ ବସିବା କଥା। କିନ୍ତୁ କରୋନା ପାଇଁ ଚଳିତ ବର୍ଷ ବୈଠକ ବିଳମ୍ବ ହୋଇଛି। ଆସନ୍ତା ୧୬ ତାରିଖରେ ସମିତି ବୈଠକ କରାଯିବା ପାଇଁ ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri