ପୂର୍ତ୍ତ ରାସ୍ତାରେ ପଥଚାରୀ ହୀନସ୍ତା: ଶୁଖିଲାରେ ଧୂଳି, ବର୍ଷାରେ କାଦୁଅ

କଣିହାଁ, ୧୩ା୭(ଡି.ଏନ.ଏ.) ଅନୁଗୋଳ ଜିଲା କଣିହାଁ ବ୍ଲକ ମହକୁମା ହାଟ ପଡିଆଠାରୁ ପାଉଁଶ ପୋଖରୀ କଡ ଦେଇ ଯାଇଥିବା ପୂର୍ତ୍ତ ରାସ୍ତାରେ ହୀନସ୍ତା ହେଉଛନ୍ତି ପଥଚାରୀ। ତାଳଚେର ପୂର୍ତ୍ତ ବିଭାଗ ଅଧୀନରେ ଥିବା ଏହି ରାସ୍ତା ଡେରେଙ୍ଗ, କାକୁଡିଆ, ବଡଗୁଣ୍ଡୁରୀ ପଞ୍ଚାୟତ ଦେଇ ଛେଣ୍ଡିପଦା ବ୍ଲକକୁ ସଂଯୋଗ କରୁଥିଲେ ହେଁ ଲୋକଙ୍କ ଯାତାୟାତ ସୁଗମ ହୋଇପାରୁନି। ବିଭାଗୀୟ ଅବହେଳା, ବୈଷୟିକ ତ୍ରୁଟି ଯୋଗୁ ଲୋକେ ହଇରାଣ ହରକତ ହେବା ସହ ରାସ୍ତାର ସ୍ଥାୟୀତ୍ୱ ମଧ୍ୟ କମୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଅଭିଯୋଗ ମୁତାବକ, ଉକ୍ତ ରାସ୍ତା ଉପରେ ୨ଟି ବ୍ଲକର ଲୋକେ ନିର୍ଭର କରୁଥିବାବେଳେ ଗତ ମାସରେ ପିଚୁ କରାଯାଇଛି। ହେଲେ ନିର୍ମାଣରେ ବୈଷୟିକ ତ୍ରୁଟି ଯୋଗୁ ସ୍ଥାନେ ସ୍ଥାନେ ପାଣି ଜମି ରହୁଛି। ଏଥିସହ ରାଜପଥ ନିର୍ମାଣ ପାଇଁ ଆଶ୍‌ପଣ୍ଡରୁ ଶହ ଶହ ଟ୍ରକ୍‌ରେ ପାଉଁଶ ସହ ବାଲି, ମାଟି ଆଦି ପରିବହନ ହେଉଛି। ଶିଳ୍ପ ସଂସ୍ଥାର ନିଜସ୍ବ ରାସ୍ତା ମରାମତି ଅଭାବରୁ କଦର୍ଯ୍ୟ ହୋଇଯାଇଥିବାରୁ ଏହି ପୂର୍ତ୍ତ ରାସ୍ତା ଦେଇ ଭାରିଯାନ ଯାଉଛି। ଫଳରେ ପାଉଁଶ, ଧୂଳି, ମାଟି ଗଦା ହେଉଛି। ଶୁଖିଲା ପାଗରେ ସେଠାରେ ପାଉଁଶ, ଧୂଳି ଉଡୁଥିବାବେଳେ ବର୍ଷା ହେଲେ କାଦୁଅ ଜମୁଛି। ଫଳରେ ଯାତାୟାତକାରୀ ଅସୁବିଧା ଭୋଗୁଛନ୍ତି। ତୁରନ୍ତ ରାସ୍ତା ସଫା କରାଯିବା ସହ ଉନ୍ନତୀକରଣ ପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ନରେଶ ବେହେରା, ଭଗବାନ ଦାସ, ଗଣେଶ୍ୱର ସାହୁ ପ୍ରମୁଖ ଦାବି କରିଛନ୍ତି। ଏ ନେଇ ପୂର୍ତ୍ତ ବିଭାଗ ଓ ଏନ୍‌ଟିପିସି ପ୍ରକଳ୍ପ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ମତାମତ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ୍ତ ବୋମା ଉଦ୍ଧାର

ଚିତ୍ରକୋଣ୍ଡା, ୧୮ା୧୨(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଯନ୍ତ୍ରୀ ପଞ୍ଚାୟତର ତୋଟାଗୁଡା ନିକଟସ୍ଥ ଜଙ୍ଗଲରୁ ମାଟି ତଳେ ଖଞ୍ଜା ଯାଇଥିବା ଏକ ଜୀବନ୍ତ ବୋମାକୁ...

ଛାତ୍ର ସଂସଦ ନିର୍ବାଚନ ବାତିଲ ପ୍ରସଙ୍ଗ: ତେଜିଲା ଛାତ୍ର ଅସନ୍ତୋଷ

ଭୁବନେଶ୍ୱର,୨୪।୮(ବ୍ୟୁରୋ): ଚଳିତବର୍ଷ ସରକାରୀ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ହେବନାହିଁ। କେବଳ ଛାତ୍ର ନେତା ଚୟନ କରାଯିବ ବୋଲି ରାଜ୍ୟ ସରକାର ଗୁରୁବାର ଏକ...

ବାଲେଶ୍ୱର ଉପନିର୍ବାଚନ: ଭୋଟ ଦେଲେ ଭାଜପା ପ୍ରାର୍ଥୀ ମାନସ ଦତ୍ତ

ବାଲେଶ୍ୱର ଅଫିସ, ୩।୧୧: କୋଭିଡ୍‌ କଟକଣା ମଧ୍ୟରେ ବାଲେଶ୍ୱର ସଦର ବିଧାନସଭା ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି। ତେବେ ଜଣଙ୍କ ପରେ ଜଣେ ପ୍ରାର୍ଥୀ...

ହିନ୍ଦୁ, ମୁସଲମାନ ମିଶି କରନ୍ତି ଆରାଧନା

ଖୋର୍ଦ୍ଧା ଅଫିସ,୧୩ା୧୦: ଖୋର୍ଦ୍ଧାରେ ଚାଲିଛି ମା’ ଗଜଲକ୍ଷ୍ମୀଙ୍କ ଆରଧନା। ପୂଜାମଣ୍ଡପରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼। ଆକର୍ଷଣୀୟ ସାଜସଜ୍ଜା, ତୋରଣ, ରଙ୍ଗିନ ଆଲୋକମାଳାରେ ଝଲସୁଛି ସହର। ପୁରୁଣା...

ଜଙ୍ଗଲରେ ବୃଦ୍ଧଙ୍କୁ କଚାଡ଼ି ମାରିଲା ଦନ୍ତା

ଲୋଇସିଂହା,୨୨।୬(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ କେଶାଇପାଲି ଗାଁ ନିକଟ ଛେଳିଆ ଜଙ୍ଗଲରେ ସୋମବାର ଅପରାହ୍ନରେ ଗୋଟିଏ ଦନ୍ତାହାତୀ ଜଣେ ବୃଦ୍ଧଙ୍କୁ କଚାଡ଼ି ମାରି ଦେଇଛି। ମୃତକ...

ଆଜି ବିଷୁବ ମିଳନ, ରାୟଗଡ଼ା ଉତ୍ସବମୁଖର

ରାୟଗଡ଼ା,୧୪।୪(ସ୍ବ.ପ୍ର.): ରାୟଗଡ଼ାରେ ଓଡ଼ିଆ ନବବର୍ଷ ଧୁମଧାମରେ ପାଳନ କରାଯିବ। ନୂଆବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ପାଳନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଏଠାରେ...

ଖୋର୍ଦ୍ଧାରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ

ଖୋର୍ଦ୍ଧା ଅଫିସ,୨୫।୧: ଖୋର୍ଦ୍ଧାରୁ ବିପୁଳ ପରିମାଣର ବ୍ରାଉନସୁଗାର ମଙ୍ଗଳବାର ଜବତ କରାଯାଇଛି। ରାଜ୍ୟ ଅବକାରୀ ଫ୍ଲାଇଂସ୍କ୍ବାଡ୍‌ କଟକ ଅଧ୍ୟୀକ୍ଷକ ଦେବାଶିଷ ପଟେଲଙ୍କ ନେତୃତ୍ୱରେ ଏକ ୧୫...

ଭଦ୍ରକ ଜିଲାର ଜଣେ ବିଡିଓଙ୍କୁ କରୋନା: ଜାଣନ୍ତୁ ସେ କେଉଁ ବ୍ଲକର

ପଦ୍ମପୁର:(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବିଡିଓ, ସାମାଜିକ ନିରାପତ୍ତା ଅଧିକାରୀ, ଓ ଜଣେ କନିଷ୍ଠ ଯନ୍ତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହାକୁ ନେଇ ବ୍ଲକର...

Advertisement
Archives

Model This Week