‘ଅନ୍ୟମାନଙ୍କୁ ଜ୍ଞାନ ବାଣ୍ଟିଲେ ଲକ୍ଷ୍ୟ ସାଧନ ହୋଇଥାଏ’

ଭଞ୍ଜନଗର,୧୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଓ ୨ ପକ୍ଷରୁ ୭ ଦିନ ବ୍ୟାପୀ ଶୀତକାଳୀନ ସ୍ବତନ୍ତ୍ର ଶିବିର ପୋଷ୍ୟ ଗ୍ରାମ ଶ୍ରୀରାମ ନଗର ଓ ଛେଦାଭୂମି ରୋଡ୍‌ରେ ଚାଲିଥିଲା। ରବିବାର ତାହା ଉଦ୍‌ଯାପିତ ହୋଇଯାଇଛି। ଏଥିରେ କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରରୁ ସ୍ବେଚ୍ଛାସେବୀମାନେ ଯେଉଁ ଜ୍ଞାନ ଆହରଣ କଲେ ତାହା ଅନ୍ୟମାନଙ୍କ ସେବାରେ ଲଗାଇଲେ ଶିବିରର ଲକ୍ଷ୍ୟ ସାଧନ ହୋଇପାରିବ ବୋଲି କହିଥିଲେ। ତେଣୁ ସ୍ବେଚ୍ଛାସେବୀମାନେ ଏଥିପ୍ରତି ଦୃଷ୍ଟି ଦେବାକୁ ଉପସ୍ଥିତ ସ୍ବେଚ୍ଛାସେବୀଙ୍କୁ ଅଧ୍ୟକ୍ଷ ଆହ୍ବାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ପ୍ରାଧ୍ୟାପକ ତଥା କେମିଷ୍ଟ୍ରି ବିଭାଗର ମୁଖ୍ୟ କୁମୁନ୍ଦ ଚନ୍ଦ୍ର ମହାପାତ୍ର, ଫିଜିକ୍ସ ବିଭାଗର ମୁଖ୍ୟ ପ୍ରଫେସର ପ୍ରଶାନ୍ତ କୁମାର ରଥ, ବଟନି ବିଭାଗର ମୁଖ୍ୟ ଅଧ୍ୟାପିକା ସୁନିତାରାଣୀ ଖଣ୍ଡୁଆଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ବେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ। ଶାଖା ୨ ଯୋଜନା ଅଧିକାରିଣୀ ସସ୍ମିତା କୁମାରୀ ଦାସ ସଭାକୁ ସଂଯୋଜନା କରିଥିବା ବେଳେ ଶାଖା ୧ ଅଧିକାରୀ ବି ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଅବସରରେ ସ୍ବେଚ୍ଛାସେବୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ବିଭିନ୍ନ ଦିବସରେ ସ୍ବେଚ୍ଛାସେବୀମାନେ ନିଶା ନିବାରଣ, ପ୍ଲାଷ୍ଟିକ ମୁକ୍ତ ଅଭିଯାନ, ସ୍ବଚ୍ଛ ଭାରତ ଅଭିଯାନ, ବାଲ୍ୟ ବିବାହ, ସାମାଜିକ ଆର୍ଥିକ ସମୀକ୍ଷା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଅଧ୍ୟାପିକା ମାମାଲି ନାୟକ, ପ୍ରସନ୍ନ କୁମାର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ମହିଳାମାନେ ସଚେତନ ହେଲେ ପରିବାର ଦିବ୍ୟ ହେବ’

ଭଞ୍ଜନଗର,୧୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଶ୍ରୀଅରବିନ୍ଦ ଶକ୍ତିପୀଠ ପରିସରରେ ରବିବାର ଲାଲସିଂ ଆନନ୍ଦମୟୀ ମହିଳା ପାଠଚକ୍ରର ୨୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି...

ଭୟଙ୍କର ହତ୍ୟାକାଣ୍ଡ; ୨ ସ୍ତ୍ରୀଙ୍କୁ ଛାଡି ତୃତୀୟ ସହ ଲିଭ-ଇନରେ ରହୁଥିଲେ ଅବସରପ୍ରାପ୍ତ ରେଳ କର୍ମଚାରୀ, ପ୍ରେମିକାକୁ କାଟି…

ଲକ୍ଷ୍ନୌ,୧୮ା୧:  ଉତ୍ତରପ୍ରଦେଶ ଝାନ୍ସୀର ସିପ୍ରି ବଜାର ପୋଲିସ ଷ୍ଟେସନ ଅନ୍ତର୍ଗତ ବ୍ରହ୍ମନଗରରେ ରହୁଥିବା ଜଣେ ଅବସରପ୍ରାପ୍ତ ରେଳ କର୍ମଚାରୀ ତାଙ୍କ ଲିଭ୍-ଇନ୍ ପାର୍ଟନରଙ୍କୁ ହତ୍ୟା କରି ତାଙ୍କ...

ଭୟଙ୍କର ବିସ୍ଫୋରଣ: ଉଡ଼ିଗଲା ଛାତ, ଚାଲିଗଲା ଜଣଙ୍କ ଜୀବନ

କଟକ,୧୮।୧: କଟକ ସଦର ଥାନା ଖଲର୍ଦ୍ଦା ଗାଁରେ ରବିବାର ଏକ ଅଘଟଣ ଘଟିଛି। ବେଆଇନ ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ ଘଟି ଜଣଙ୍କ ମୃତ୍ୟୁ ଘଟିଛି।...

ଅନ୍ୟ ଜିଲା ଠିକାଦାରଙ୍କୁ ଦୃଢ଼ ବିରୋଧ, ଟେଣ୍ଡର ପକାଇଲେ…

କେସିଙ୍ଗା,୧୮ା୧(ତୁମେଶ୍ୱର ସାହୁ): କଳାହାଣ୍ଡି ଠିକାଦାର କଣ୍ଟ୍ରାକ୍ଟର ଆସୋସିଏଶନର ଜିଲା ସଭାପତି ଜଗଦୀଶ ମଣ୍ଡଳଙ୍କ ସଭାପତିତ୍ୱରେ ଜିଲାସ୍ତରୀୟ ଠିକାଦାର ସଂଘର ଏକ ସାଧାରଣ ବୈଠକ କେସିଙ୍ଗା ସହରସ୍ଥିତ...

କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି କି? ଜାଣନ୍ତୁ କେମିତି କଟିଥାଏ ସୁଧ, ନଚେତ୍ ଫସିଯିବେ ଋଣ ଜାଲରେ

ମୁମ୍ବାଇ,୧୮ା୧: ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀରେ କ୍ରେଡିଟ୍ କାର୍ଡ ଏକ ଅପରିହାର୍ଯ୍ୟ ଅଙ୍ଗ ପାଲଟିଛି। ସହଜ ପେମେଣ୍ଟ ସୁବିଧା ଯୋଗୁଁ ଲୋକେ ଏହାକୁ ବହୁଳ ଭାବେ ବ୍ୟବହାର...

କଣ୍ଡୋମ୍ ଉପରେ ନୂଆ ଟ୍ୟାକ୍ସ ଲଗାଇଛି ଚାଇନା: ବଢିବ କି ଦେଶରେ ହ୍ରାସ ପାଉଥିବା ପ୍ରଜନନ ହାର ?

ନୂଆଦିଲ୍ଲୀ,୧୮ା୧: ଚାଇନା ବହୁ ବର୍ଷ ପୂର୍ବରୁ ଏକ ସନ୍ତାନ ନୀତି ପ୍ରଚଳନ କରିଥିଲା। କିନ୍ତୁ ସେତେବେଳେ ବହୁତ କମ୍ ଲୋକ ଜାଣିଥିଲେ ଯେ ଏହା ନିଜର...

ଘୁମୁସର ବନଖଣ୍ଡରେ ପ୍ରଥମଥର ଦେଖିବାକୁ ମିଳିଲା ବିଦେଶାଗତ ପକ୍ଷୀ, ଗତବର୍ଷ ଅପେକ୍ଷା ଏଥର…

ଭଞ୍ଜନଗର,୧୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ରବିବାର ପକ୍ଷୀ ଗଣନା ହୋଇଛି। ଏଥିରେ କଲେଜ ଛାତ୍ରୀଛାତ୍ର, ସ୍ବେଚ୍ଛାସେବୀ, ବନ ସୁରକ୍ଷା ସମିତି...

୮୦ ମିନିଟ ପର୍ଯ୍ୟନ୍ତ କାର ଉପରେ ଟର୍ଚ୍ଚ ଲାଇଟ ଜଳାଇ ଚିତ୍କାର କରୁଥିଲେ ସଫ୍ଟୱେର୍‌ ଇଞ୍ଜିନିୟର, ହେଲେ ନାଚାର ଥିଲେ ପିତା

ନୋଏଡା,୧୮।୧: ନୋଏଡାର ସେକ୍ଟର ୧୫୦ ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୨୭ ବର୍ଷୀୟ ସଫ୍ଟୱେର୍‌ ଇଞ୍ଜିନିୟର ଯୁବରାଜ ମେହେଟ୍ଟାଙ୍କ ମୃତ୍ୟୁ ଘଟିଛି। ଘନ କୁହୁଡ଼ି ଯୋଗୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri