ହାତୀପଲଙ୍କ ଆତଙ୍କ: ଗୋଟିଏ ଗାଁର ୨୫ରୁ ଅଧିକ ଘର ଭାଙ୍ଗିଲେ, କ୍ଷତିପୂରଣ ଦେବାକୁ ଦାବି କଲେ…

ବଲାଙ୍ଗିର,୧୪।୧(ସୁନିଲ କୁମାର ମହାନ୍ତି) – ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ମହୁଲପାଟି ପଞ୍ଚlୟତ ମଲ୍ଲିକଦରୋ,ମାଗୁରଜଙ୍ଗଲ, ଫଳସାପଡା, ଆମ୍ବପଡାରେ ହାତୀପଲ ଘର ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି । ଏହି ଗାଁ ମାନଙ୍କରେ ମୋଟ ୨୫ ରୁ ଊଦ୍ଧର୍‌ବ ଲୋକଙ୍କ ଘର ଭାଙ୍ଗିଥିବା ଦେଖିବାକୁ ମିଳିଛି । ହାତୀମାନେ ଘରକୁ ପଶି ଧାନ ଖାଇବା ସହ ଘର ଦ୍ୱାରା ଭାଙ୍ଗୁଥିବା ବେଳେ ଚାଷୀ ମାନେ ଗାଁରେ ଏବେ ଭୟଭୀତ ହୋଇ ରହୁଛନ୍ତି । ଚାଷୀ ମଣ୍ଡିରେ ଧାନ ବିକ୍ରି କରି ନ ପାରି ଏବେ ସାହୁକାରମାନଙ୍କୁ କମ ଦରରେ ବିକ୍ରି କରୁଥିବା ନେଇ ଚାଷୀମାନେ କହିଛନ୍ତି l ହାତୀ ଗାଁରେ ପଶି ଘରଦ୍ୱାର ଭାଙ୍ଗି ଦେଉଥିବା ଯୋଗୁ ଲୋକେ ଦାଦନ ସର୍ଦ୍ଦାର ପାଖରୁ ଟଙ୍କା ନେଇ ବାହାର ରାଜ୍ୟକୁ ବେଆଇନ ଭାବରେ ଚାଲାଣ ହେଇଥିବା ଜଣାପଡିଛି । ହାତୀପଲ ପାଇଁ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତଙ୍କୁ ଘର ମିଳିବା ସହ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ତୁରେକେଲା ବ୍ଲକ ଅଞ୍ଚଳର ଗୋଟିଏ ଗାଁର ପ୍ରାୟ ୨୫ରୁ ଊଦ୍ଧର୍‌ବ ଘରକୁ ଭାଙ୍ଗିଦେଇଛି ହାତୀପଲ । ଖବରପାଇ ଘଟଣା ସ୍ଥଳକୁ କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା ପରିଦର୍ଶନ କରିବା ସହ କ୍ଷତିପୂରଣ ଦେବା ସହ ଲୋକଙ୍କୁ ଘର ଓ ଚାଉଳ ଯୋଗାଇ ଦିଆଯାଉ ବୋଲି ଦାବି କରିଛନ୍ତି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ଶୋଭାଯାତ୍ରା ସମୟରେ ଅଘଟଣ: ବାଣ ଫୁଟାଇବା ବେଳେ କନଷ୍ଟେବଳ ଗୁରୁତର

ରାୟଗଡ଼ା,୧୪।୧(ଆଶିଷ ରଞ୍ଜନ ପଣ୍ଡା) – ଆଜିକୁ ଦୁଇ ଦିନ ତଳେ ପୋଲିସ ରାୟଗଡ଼ା ହାବିଲଦାର ଓ କନଷ୍ଟେବଳ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜୟୀ...

ମଣ୍ଡିରୁ ହଜାର ହଜାର କୁଇଣ୍ଟାଲ ଧାନ ଉଠୁନି, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାଷୀ ସଜବାଜ…

କର୍ଲାମୁଣ୍ଡା,୧୪ା୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ମଣ୍ଡିରେ ଚାଷୀଙ୍କ ହଜାର ହଜାର କୁଇଣ୍ଟାଲ ଧାନ ପଡିରହିଛି। ପ୍ରଶାସନ ଆଖିଦୃଶିଆ ପଦକ୍ଷେପ ନେବାରେ...

ହାତୀ ସୁରକ୍ଷା ପାଇଁ ସଚେତନ କଲା ବିଦ୍ୟାଳୟ ଇକୋ କ୍ଲବ: ସଂଘର୍ଷ ନୁହେଁ ବରଂ ସୁରକ୍ଷା ଦେଇ…

ବରଗଡ,୧୪।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଗଙ୍ଗେଇ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ଇକୋ କ୍ଲବ୍ ପକ୍ଷରୁ ବୁଧବାର ହାତୀ ସୁରକ୍ଷା ପାଇଁ...

ମହାଆଡ଼ମ୍ବରରେ କୁଶୁର୍ଲାରେ ଆରମ୍ଭ ହେଲା ମକର ମେଳା, ମକର ଚାଉଳ ପାଇ…

କର୍ଲାମୁଣ୍ଡା,୧୪।୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଯୋରାଡବରା ଗ୍ରାମ ପଞ୍ଚାୟତ କୁଶୁର୍ଲା ଗ୍ରାମ ସ୍ଥିତ ନୀଳକଣ୍ଠେଶ୍ଵର ଶୈବପୀଠରେ କର୍ଲାମୁଣ୍ଡା, ନର୍ଲା, କେସିଙ୍ଗା,...

୨୦ କେଜିର ଗଞ୍ଜେଇ ଜବତ କଲା ପାଟପୁର ପୋଲିସ, ନୂଆଦିଲ୍ଲୀର ଦୁଇ ଯୁବକ ଗିରଫ

ଦିଗପହଣ୍ଡି,୧୪|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ବସଷ୍ଟାଣ୍ଡ ନିକଟରୁ ବୁଧବାର ସକାଳେ ୨୦ କେଜି ୮ ଶହ ଗ୍ରାମ ଗଞ୍ଜେଇ ଜବତ...

ମିଲର୍ସଙ୍କ ମନମାନି ପାଇଁ ଚାଷୀ ଖର୍ଚ୍ଚରେ ଯାଉଛି ଧାନ, ମଣ୍ଡି ପରିଦର୍ଶନ କଲେ ସମବାୟ ଉପନିବନ୍ଧକ

କୁନ୍ଦୁରା, ,୧୪।୧(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଅଧୀନରେ ଚାଲିଥିବା ଖରିଫ ମଣ୍ଡି ପରିଦର୍ଶନ କରିଛନ୍ତି ଡିଆରସିଏସ । ଚଳିତ ଖରିଫ ଋତୁରେ ଦେଖିବାକୁ...

ଝଲସୁଛି ସହିଦ ରେଣ୍ଡୋ ମାଝୀ ମଞ୍ଚ, ୨୫ଦିନରେ ତିଆରି କରିଛନ୍ତି ୧୫ କାରିଗର

ଭବାନୀପାଟଣା,୧୪।୧( ଉତ୍ତମ କୁମାର ଦାଶ): ୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ର ମୁଖ୍ୟ ଆକର୍ଷଣ ହେଉଛି ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ନିର୍ମାଣ ହୋଇଥିବା ସହିଦ ରେଣ୍ଡୋ...

ବାଇକରେ ଯାଉଥିବା ବେଳେ ଅଘଟଣ, ମାଞ୍ଜାସୂତା ଲାଗି କଟିଗଲା ଯୁବକଙ୍କ ନାକ…

ଢେଙ୍କାନାଳ,୧୪।୧(ରତନ ନାୟାର): ମାଞ୍ଜାସୂତା ଲାଗି ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଢେଙ୍କାନାଳ ସହରର ପ୍ରମୁଖ ବଜାର ମୀନାବଜାର ଅଂଚଳରେ ବୁଧବାର ଅପରାହ୍ନରେ କିଛି ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri